କରନ୍ ଜୋହରଙ୍କୁ ତିନିଥର ପ୍ରପୋଜ୍ କରିଛନ୍ତି ଏହି ବୋଲ୍ଡ ଅଭିନେତ୍ରୀ ! ଏହି କାରଣରୁ ପ୍ରତ୍ୟେକଥର କରିଥିଲେ ମନା…

କରନ୍ ଜୋହରଙ୍କୁ ତିନିଥର ପ୍ରପୋଜ୍ କରିଛନ୍ତି ଏହି ବୋଲ୍ଡ ଅଭିନେତ୍ରୀ ! ଏହି କାରଣରୁ ପ୍ରତ୍ୟେକଥର କରିଥିଲେ ମନା…

ହିନ୍ଦୀ ସିନେମାର ଜଣାଶୁଣା ନିର୍ମାତା ଓ ନିର୍ଦ୍ଦେଶକ କରନ୍ ଜୋହରଙ୍କ ଫ୍ୟାନ୍ ଫୋଲୋଇଂ କୌଣସି ଅଭିନେତା ଠାରୁ କମ୍ ନୁହେଁ । ଚଳଚ୍ଚିତ୍ର କଳାକାର ଭଳି କରନ୍ ଜୋହର୍ ମଧ୍ୟ ଅଧିକାଂଶ ସମୟରେ ଚର୍ଚ୍ଚାରେ ରୁହନ୍ତି । ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିପାରେ ଯେ ଜଣାଶୁଣା ଓ ବୋଲ୍ଡ ଅଭିନେତ୍ରୀ ନେହା ଧୂପୀୟା ତାଙ୍କୁ ତିନିଥର ପ୍ରପୋଜ୍ କରିଥିଲେ କିନ୍ତୁ କରନ୍ ନେହାଙ୍କ ପ୍ରସ୍ତାବକୁ ମନା କରିଦେଇଥିଲେ । ନେହା ନିଜେ ଥରେ ନିଜର ଏକ ଶୋ’ରେ କରନଙ୍କ ସମ୍ମୁଖରେ ଏହାର ଖୁଲାସା କରିଥିଲେ । ନେହା ଓ କରନ୍ ଏହି ଶୋ’ରେ ଆହୁରି ମଜା ମଜା କଥାସବୁ କହିଥିଲେ ।

ନେହା ଧୂପୀୟା ପଡ଼କାଷ୍ଟ ନୋ ଫିଲଟର ନେହାଙ୍କ ପ୍ରଥମ ଏପିସୋଡ଼ରେ କରନ୍ ଜୋହର୍ ଆସିଥିଲେ । ଏହି ସମୟରେ କଥାବାର୍ତ୍ତା କରୁଥିବା ସମୟରେ କରନଙ୍କୁ ନେହା ପ୍ରଶ୍ନ କରିଥିଲେ ଯେ, ‘ଆପଣ ମୋ ସହିତ କାହିଁକି ବିବାହ କରିବା ପାଇଁ ଚାହଁନ୍ତି ନାହିଁ ? ଏହି ପ୍ରଶ୍ନ ଉତ୍ତରରେ କରନ୍ ଜୋହର୍ କହିଥିଲେ ଯେ, ‘କୌଣସି ରୂପେ ତୁମେ ମୋ ପରି ନୁହଁ, ଏବଂ ତୁମ ଶରୀରର ଅଙ୍ଗଗୁଡ଼ିକ ମୋତେ ଆକର୍ଷିତ କରେ ନାହିଁ ।’ ଏହି ସମୟରେ ନେହା ଖୁଲାସା କରି କହିଥିଲେ ଯେ, ସେ କରନ୍ ଜୋହରଙ୍କୁ ତିନିଥର ପ୍ରପୋଜ୍ କରିଛନ୍ତି, କିନ୍ତୁ କରନ୍ ସବୁଥର ତାଙ୍କୁ ମନା କରିଦେଇଥିଲେ ।

ନେହାଙ୍କ ଶୋ’ରେ କରନ୍ ୧୯୯୮ ସହ ଜଡିତ ଏକ ପୁରସ୍କାର ବିତରଣ ସମାରୋହ ବିଷୟରେ ଆଲୋଚନା କରି କହିଥିଲେ ଯେ, ‘୧୯୯୮ରେ ମୁଁ ଆଶୀର୍ବାଦ ପୁରସ୍କାର ବିତରଣ ସମାରୋହକୁ ଯାଇଥିଲି । ମୁଁ ମଞ୍ଚ ଉପରେ ଛିଡ଼ା ହୋଇଥିଲି ଏବଂ ମୋତେ ସେତେବେଳେ କୁହାଯାଇଥିଲା ଯେ ଆପଣଙ୍କୁ ସର୍ବଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ପୁରସ୍କାର ମିଳିବ । ମୋତେ ପୁରସ୍କାର ମିଳିବାର ଥିଲା ସେତେବେଳେ ଅର୍ଗାନାଇଜାର କହିବାକୁ ଲାଗିଲେ ଯେ ଅନିସ୍ ଭାଇ (ଅନିସ ବଜମି) ଆସିଛନ୍ତି, ବର୍ତ୍ତମାନ ତାଙ୍କୁ ପୁରସ୍କାର ଦେବାକୁ ପଡ଼ିବ । ଏହାପରେ ସେ ମୋତେ କହିଦେଲେ ଯେ ଆପଣ ଯାଇପାରିବେ ଏବଂ ଚଳଚ୍ଚିତ୍ର “ପ୍ୟାର୍ ତୋ ହୋ ନା ହି ଥା” ପାଇଁ ଅନିସ ବଜମିଙ୍କୁ ପୁରସ୍କାର ଦିଆଗଲା ।’

ନିକଟରେ ପାଳନ କଲେ ଯାଆଁଳା ଶିଶୁମାନଙ୍କ ଜନ୍ମଦିନ…

ନିକଟରେ ୭ ଫେବୃୟାରୀକୁ କରନ୍ ଜୋହର୍ ନିଜର ଦୁଇଟି ଯାଆଁଳା ଶିଶୁ ରୁହି ଓ ୟଶଙ୍କ ଜନ୍ମଦିନ ପାଳନ କଲେ । ଚଳିତ ବର୍ଷ କରନଙ୍କ ୨ ଶିଶୁ ଚାରି ବର୍ଷର ହୋଇଗଲେ । କରନ୍ ନିଜଘରେ ଜନ୍ମଦିନ ପାର୍ଟି ମଧ୍ୟ ଆୟୋଜିତ କରିଥିଲେ । ଏହି ପାର୍ଟିରେ କରିନା କପୂର ଖାଁ, ନେହା ଧୂପୀୟା, ତୁଷାର କପୂର, ରାନୀ ମୁଖାର୍ଜୀ ଓ ଶାହରୁଖ ଖାଁଙ୍କ ସ୍ତ୍ରୀ ଗୌରୀ ଖାଁ ଭଳି କଳାକାରମାନେ ତାଙ୍କ ଶିଶୁ ମାନଙ୍କ ସହ ସେଠାକୁ ଆସିଥିଲେ ।

ତାଙ୍କ କାର୍ଯ୍ୟ ବିଷୟରେ ଆଲୋଚନା କରିବା ତେବେ କରନ୍ ଜୋହରଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେବାକୁ ଥିବା ଆଗାମୀ ଚଳଚ୍ଚିତ୍ର ‘ତଖତ’ ଅଟେ । ବର୍ତ୍ତମାନ ଚଳଚ୍ଚିତ୍ରରେ କାମକୁ କିଛି ସମୟ ପାଇଁ ଆଗକୁ ବଢ଼ାଇ ଦିଆଯାଇଛି । ଏହା ଏକ ମଲ୍ଟିଷ୍ଟାରର ଚଳଚ୍ଚିତ୍ର ଅଟେ । ଯେଉଁଥିରେ ମୁଖ୍ୟ ଚରିତ୍ରରେ ରଣବିର ସିଂହ, ଆଲିୟା ଭଟ୍ଟ, କରିନା କପୂର, ଅନିଲ କପୂର, ଜାହ୍ନବୀ କପୂର, ବିକ୍କୀ କୌଶଳ, ଭୂମି ପେଡନେକର ଭଳି କଳାକାର ନଜର ଆସିବାକୁ ଯାଉଛନ୍ତି । ଆଶା କରାଯାଉଛି ଯେ ଚଳଚ୍ଚିତ୍ର ‘ତଖତ’ ୨୦୨୨ ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇପାରେ ଏବଂ ଚଳିତ ବର୍ଷ ଏହାକୁ ମୁକ୍ତିଲାଭ କରାଯାଇପାରେ । ଜଣାଇଦେଉଛୁ ଯେ ଏହି ଚଳଚ୍ଚିତ୍ର କରନ୍ ଜୋହରଙ୍କ ଆଗାମୀ ବଡ଼ ପ୍ରୋଜେକ୍ଟରେ ସାମିଲ୍ ଅଛି ।

Leave a Reply

Your email address will not be published. Required fields are marked *