ଏହି ଅଭିନେତ୍ରୀ କାଷ୍ଟିଙ୍ଗ କାଉଚ ଉପରେ କହିଲେ ସତ୍ୟତା ! ଦୀପିକା, ଅନୁଷ୍କା ଓ ପ୍ରିୟଙ୍କାଙ୍କ ବିଷୟରେ ମଧ୍ୟ କଲେ ଆଲୋଚନା ।

ସୁଶାନ୍ତ ସିଂହ ରାଜପୁତଙ୍କ ନିଧନ ପରେ ଚଳଚ୍ଚିତ୍ର ଜଗତରେ ଆଉଟ୍ ସାଇଡ଼ର- ଇନସାଇଡର ଓ ନେପୋଟିଜମ୍ ଭଳି ମାମଲା ଦିନକୁ ଦିନ ବଢ଼ିଚାଲିଛି । ଏହା ପରେ ଅନେକ ଗୁଡ଼ିଏ କଳାକାର ମାନେ ନିଜର ଅନୁଭୂତି ବ୍ୟକ୍ତ କରିଛନ୍ତି ଏବଂ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏହି ମାମଲାରେ ବର୍ତ୍ତମାନ ଅଭିନେତ୍ରୀ ଇଶା କୋପ୍ପୀକର ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏହା ବ୍ୟତୀତ ସେ କାଷ୍ଟିଙ୍ଗ କାଉଚକୁ ନେଇ ମଧ୍ୟ ଅନେକ କିଛି କହିଛନ୍ତି, ଏଥିସହ ସେ ଦୀପିକା ପାଦୁକୋନ, ମାଧୁରୀ ଦୀକ୍ସିତ, ଅନୁଷ୍କା ଶର୍ମା ଓ ପ୍ରିୟଙ୍କା ଚୋପଡ଼ା ଭଳି ଅଭିନେତ୍ରୀ ମାନଙ୍କ ଉଦାହରଣ ମଧ୍ୟ ଦେଇଛନ୍ତି ।

ଇଶା କୋପ୍ପୀକର ନେପୋଟିଜମ୍ ଓ କାଷ୍ଟିଙ୍ଗ କାଉଚ ବିଷୟରେ କହିଛନ୍ତି ଯେ, ଇଣ୍ଡଷ୍ଟ୍ରିରେ ଦଳ ତିଆରି ହୋଇଥାଏ କିନ୍ତୁ ଏହା ବିଷୟରେ କଣ କରାଯାଇପାରିବ । ହୋଇପାରେ ଯେ ସେମାନେ କେବଳ ସେହି କଳାକାରଙ୍କ ସହିତ କାମ କରନ୍ତି ଯାହାକୁ କି ସେ ପସନ୍ଦ କରନ୍ତି । କିମ୍ବା ତାଙ୍କ ବନ୍ଧୁ ହୋଇଥାନ୍ତି ବା କିଛି ଲୋକ ଯେଉଁମାନେ ତାଙ୍କୁ ଠିକ୍ ଭାବରେ ଶୁଣିବାକୁ ଚାହଁନ୍ତି । ଇଶା କୁହନ୍ତି ଯେ ସେ ଏକ ଗଭୀର ମନୋଭାବର ମଣିଷ ନୁହେଁ ଏଥିପାଇଁ ତାଙ୍କୁ ଜଣାନାହିଁ ଯେ ସେହି ଗଭୀରତା ମଧ୍ୟରେ କଣ ହୁଏ ଓ ସେ ବାହାରେ ରହି ଏହାର ଅନୁମାନ ଲଗାଇପାରିବେନାହିଁ ।

ଇଶା କହିଛନ୍ତି ଯେ, ଏହି ଇଣ୍ଡଷ୍ଟ୍ରିରେ ଏପରି ମଧ୍ୟ ହୁଏ କିନ୍ତୁ ଏହିସବୁ ଜଣେ କଳାକାର ଉପରେ ନିର୍ଭର କରିଥାଏ । କାଷ୍ଟିଙ୍ଗ କାଉଚ ସାହାଯ୍ୟରେ ଯାହାକୁ କାମ କରିବାର ଅଛି ସେମାନେ କରିପାରିବେ । ଇଣ୍ଡଷ୍ଟ୍ରିରେ ଅନେକଗୁଡ଼ିଏ ଅଭିନେତ୍ରୀ ଏପରି ଅଛନ୍ତି ଯେଉଁମାନେ କାଷ୍ଟିଙ୍ଗ କାଉଚ ଜରିଆରେ ହିଁ କାମ କରିଛନ୍ତି ଓ ଉଚ୍ଚ ସ୍ଥାନରେ ପହଞ୍ଚି ପାରିଛନ୍ତି । ସେ ଦୀପିକା, ମାଧୁରୀ ଓ ପ୍ରିୟଙ୍କାଙ୍କ ନାମ ନେଇ କହିଛନ୍ତି ଯେ ସେ କେବଳ ଶୀର୍ଷ ଅଭିନେତ୍ରୀଙ୍କ ନାମ କହିଛନ୍ତି । କାଷ୍ଟିଙ୍ଗ କାଉଚକୁ ନେଇ କହିଛନ୍ତି ଯେ ଯଦି କେହି ଚାହେଁ ନାହିଁ ଯେ ତାସହିତ ଏପରି କିଛି ହେଉ ତେବେ ସେମାନଙ୍କ ସହିତ କୌଣସି ଜୋର୍ ଜବରଦସ୍ତ କରାଯାଏ ନାହିଁ । କାରଣ, ସମସ୍ତ ବ୍ୟକ୍ତି ପାଖରେ ଦ୍ୱିତୀୟ ବିକଳ୍ପ ନିଶ୍ଚିତ ଭାବରେ ରହିଥାଏ ।

ଜଣାଇଦେଉଛୁ ଯେ ହିନ୍ଦୀ ସିନେମାରେ ଇଶା ୨୦୧୧ ମସିହାରେ ଶେଷ ଥର ପାଇଁ ନଜର ଆସିଥିଲେ । ସେ ରାମ ଗୋପାଳ ନିର୍ମାଣରେ ତିଆରି ଚଳଚ୍ଚିତ୍ର ଶବରୀରେ କାମ କରିଥିଲେ । ଗତ ନଅ ବର୍ଷ ମଧ୍ୟରେ ତାଙ୍କୁ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଓ ଡିଜିଟାଲ ପ୍ଲେଟଫାର୍ମରୁ ସୁଯୋଗ ମିଳିଥିଲା, କିନ୍ତୁ ତାଙ୍କୁ ହିନ୍ଦୀ ସିନେମାରେ ସ୍ଥାନ ମିଳିଲା ନାହିଁ । ଭବିଷ୍ୟତରେ ମଧ୍ୟ ସେ ରାମ ଗୋପାଳ ବର୍ମାଙ୍କ ଏକ ୱେବ୍ ସିରିଜରେ ନଜର ଆସିବାକୁ ଯାଉଛନ୍ତି । ଇଶାଙ୍କ ଅନୁଯାୟୀ ଯେତେବେଳେ ଡିଜିଟାଲ ଦୁନିଆ ହିଁ ତାଙ୍କୁ ସନ୍ତୁଷ୍ଟ କରୁଛି ତେବେ ସେ ଫିଚର ଫିଲ୍ମ ପାଇଁ ଚିନ୍ତିତ ନୁହଁନ୍ତି ।

Be the first to comment

Leave a Reply

Your email address will not be published.


*