ଆଇସିଏମଆରର ବରିଷ୍ଠଙ୍କ କହିବାନୁଯାୟୀ : ଅଗଷ୍ଟ ମାସର ଶେଷର କରୋନାର ତୃତୀୟ ଲହର ଆସିବାର ଯଥେଷ୍ଟ ସମ୍ଭାବନା ! ଏବେଠୁ ସତର୍କ ନ ରହିଲେ ପରିସ୍ଥିତି ଭିନ୍ନ ରୂପ ଧାରଣ କରିବ ।

ଆଇସିଏମଆରର ବରିଷ୍ଠଙ୍କ କହିବାନୁଯାୟୀ : ଅଗଷ୍ଟ ମାସର ଶେଷର କରୋନାର ତୃତୀୟ ଲହର ଆସିବାର ଯଥେଷ୍ଟ ସମ୍ଭାବନା ! ଏବେଠୁ ସତର୍କ ନ ରହିଲେ ପରିସ୍ଥିତି ଭିନ୍ନ ରୂପ ଧାରଣ କରିବ ।

କରୋନା ଦ୍ୱିତୀୟ ଲହର ଥମିଥିବା ବେଳେ ସାମ୍ଭାବ୍ୟ ତୃତୀୟ ଲହରକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଚଳିତ ବର୍ଷ ଅଗଷ୍ଟ ମାସ ଶେଷ ସୁଦ୍ଧା କରୋନାର ତୃତୀୟ ଲୋହରି ଆସିଯିବା ବୋଲି ବିଶେଷମାନେ ମତ ରଖିଛନ୍ତି । କିନ୍ତୁ ଅକ୍ଟୋବରରୁ ନଭେମ୍ବର ମାସ ସୁଦ୍ଧା କରୋନାର ତୃତୀୟ ଲହର ଶୀର୍ଷ ସଂକ୍ରମଣ ଦେଖାଯିବ ବୋଲି ଅନୁମାନ କରାଯାଉଛି । ଆଇସିଏମ୍‌ଆର ଡାକ୍ତର ସମୀରଣ ପଣ୍ଡା ଏକ ଗଣମାଧ୍ୟମ ସଂସ୍ଥାକୁ ସାକ୍ଷାତକାର କରି କହିଛନ୍ତି ଯେ, ଦ୍ଵିତୀୟ ଲହର ପରି ତୃତୀୟ ଲହର ଏତେ ଘାତକ ହେବନାହିଁ ଏବଂ ଏହାର ପ୍ରଭାବ ଯଥେଷ୍ଟ କମ୍‌ ରହିବ ।

ଅନ୍ୟପକ୍ଷରେ ସରକାରୀ ପ୍ୟାନେଲର ସଦସ୍ୟ ଡ. ମଣିନ୍ଦ୍ର ଅଗ୍ରୱାଲ କହିଛନ୍ତି ଯେ, କୋଭିଡ କଟକଣା ଠିକ୍‌ ରୂପେ ପାଳନ କରାନଗଲେ ପରିସ୍ଥିତି ଭିନ୍ନ ରୂପ ନେଇପାରେ । ତଥାପି ଦ୍ୱିତୀୟ ଲହର ତୁଳନାରେ ତୃତୀୟ ଲହରରେ ମୃତ୍ୟୁ ସଂଖ୍ୟା ଅପେକ୍ଷାକୃତ କମ ରହିବ ।

ଆଇସିଏମ୍‌ଆର ଡାକ୍ତର ସମୀରଣ ପଣ୍ଡା ଏକ ଗଣମାଧ୍ୟମ ସଂସ୍ଥାକୁ ସାକ୍ଷାତକାର ଦେଇ ଏହା କହିଛନ୍ତି । ସମୀରଣଙ୍କ କହିବା ଅନୁଯାୟୀ ତୃତୀୟ ଲହର ଆସିବାର କିଛି ପ୍ରମୁଖ କାରଣ ରହିଛି । ପ୍ରଥମ ଏବଂ ଦ୍ଵିତୀୟ ଲହର ସମୟରେ ଶରୀରରେ ଯେଉଁ ରୋଗ ପ୍ରତିରୋଧକ ଶକ୍ତି ଅଛି ଯଦି ତାହା କମିଯା‌ଏ ତେବେ ଏହା ତୃତୀୟ ଲହରର କାରଣ ହେବ ।

ଦ୍ୱିତୀୟରେ କରୋନାର ଏକ ପ୍ରଜାତି ରୋଗ ପ୍ରତିରୋଧକତାରୁ ଖସି ଯାଉଥିବା ଫଳରେ ଏହା ମଧ୍ୟ ତୃତୀୟ ଲହରର କାରଣ ହୋଇପାରେ । କିଛି କ୍ଷେତ୍ରରେ ରୋଗପ୍ରତିରୋଧକତା ନଷ୍ଟ ନହେଲେ ବି କ୍ଷୀପ୍ର ସଂକ୍ରମଣ ଯୋଗୁଁ ସମସ୍ୟା ବଢ଼ିପାରେ । ଚତୁର୍ଥରେ ଯଦି ରାଜ୍ୟମାନେ ସବୁ କଟକଣା ହଟାଇଦେବେ ତା’ହେଲେ ହଠାତ୍‌ ସଂକ୍ରମଣ ବଢ଼ିଯିବ ବୋଲି ଡାକ୍ତର ପଣ୍ଡା କହିଛନ୍ତି । ଉଲ୍ଲେଖଯୋଗ୍ୟ, ଚଳିତ ସପ୍ତାହ ଆରମ୍ଭରେ ଆଇଏମ୍‌ଏ ଡାକ୍ତରମାନେ କହିଥିଲେ, ତୃତୀୟ ଲହର ଅବଶ୍ୟମ୍ଭାବୀ । ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରସ୍‌ ଆଦନମ୍‌ ମଧ୍ୟ ଆଜି ସତର୍କ କରାଇ କହିଛନ୍ତି, ଆମେ ମହାମାରୀର ପ୍ରାଥମିକ ପର୍ଯ୍ୟାୟରେ ରହିଛେ ।

Leave a Reply

Your email address will not be published. Required fields are marked *