ଶୁକ୍ରଙ୍କ ଅସ୍ତ ଫଳରେ ଏହି ରାଶି ଗୁଡିକ ଉପରେ ଖରାପ ପ୍ରଭାବ ପଡିବ ….

ଶୁକ୍ରଙ୍କ ଅସ୍ତ ଫଳରେ ଏହି ରାଶି ଗୁଡିକ ଉପରେ ଖରାପ ପ୍ରଭାବ ପଡିବ ….

୬ ଜାନୁୟାରୀରେ ଶୁକ୍ର ଗ୍ରହ ହୋଇଯିବେ ଅସ୍ତ, ଏହି ରାଶି ଉପରେ ପଡ଼ିବ କୁପ୍ରଭାବ , ଆଜି ହିଁ ସମ୍ଭାଳି ଯାଆନ୍ତୁ ।

ମେଷ

ମେଷ ରାଶିର ବ୍ୟକ୍ତିଙ୍କୁ କାର୍ଯ୍ୟ କ୍ଷେତ୍ରରେ ଅସୁବିଧାର ସାମ୍ନା କରିବାକୁ ପଡ଼ିପାରେ । ଏହି ମାସରେ ଅଧିକ କାର୍ଯ୍ୟ କରିବା ପାଇଁ ପଡିପାରେ । ଆପଣଙ୍କ ଉପରେ କାର୍ଯ୍ୟ ଚାପ ଅଧିକ ରହିବ । ଆପଣ କର୍ମକ୍ଷେତ୍ରରେ ଖୁସିରେ ରହିବେ ନାହିଁ । ଯଦି କଷ୍ଟ କରିବେ ନାହିଁ ତେବେ ପଦ ଉନ୍ନତି ମଧ୍ୟ ବନ୍ଦ ହୋଇପାରେ । ପୁଣି ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ସ୍ଥିତି କିଛି ଭଲ ନୁହଁ । ଆପଣଙ୍କ ଚିନ୍ତା ଅନୁସାରେ ଆପଣଙ୍କୁ ଲାଭ ହେବା ନାହିଁ । ବ୍ୟାପାରକୁ ଆଗକୁ ବଢ଼େଇବା ପାଇଁ ଅଧିକ କଷ୍ଟ କରିବା ପାଇଁ ପଡ଼ିବ । ଅର୍ଥର ଲେଣ ଦେଣ ସମୟରେ ସଠିକ ନିର୍ଣ୍ଣୟ ନିୟନ୍ତୁ । କୌଣସି ପ୍ରକାର ଧନ ନିବେଶ କରିବାରୁ ନିଜକୁ ନିବୃତ ରଖନ୍ତୁ ।

କର୍କଟ ରାଶି:-

ଆପଣଙ୍କ ମନ ଅନୁସାରେ ସ୍ଥିତି ଗଠିତ ହେବ ନାହିଁ । ଯେଉଁ ଜିନିଷ ଆପଣଙ୍କୁ ପସନ୍ଦ ନାହିଁ ସେହି ଜିନିଷକୁ ସାମ୍ନା କରିବା ପାଇଁ ପଡ଼ିବ । ଚାକିରୀ ଏବଂ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଆସିପାରେ । ଆପଣଙ୍କ ଅଳସୁଆ ପଣ ଆପଣଙ୍କ ପାଇଁ ସବୁଠାରୁ ବଡ଼ ଶତ୍ରୁ ହେବ । କର୍କଟ ରାଶି ଉପରେ ଚନ୍ଦ୍ରମାର ଆଧିପତ୍ୟ ବିସ୍ତାର ହେବ । ଏମିତିରେ ଶୁକ୍ରର ଅସ୍ତ ହେବା ପରେ କର୍କଟ ରାଶିର ଜାତକକୁ ଅସୁବିଧାର ଭୋଗିବା ପାଇଁ ପଡ଼ିବ । ବିବାହିତ ବ୍ୟକ୍ତିଙ୍କ ଜୀବନରେ ଉଥାନ ପଥନ ଦେଖିବାକୁ ମିଳିବ । ଘର ପରିବାର ମଧ୍ୟରେ କାହା ସହ ଝଗଡା ହୋଇପାରେ । ନିଜର କ୍ରୋଧକୁ ନିୟନ୍ତ୍ରଣରେ ନରଖିଲେ ପରେ ପସ୍ତେଇବାକୁ ପଡିପାରେ ।

ସିଂହ ରାଶି :

ସିଂହ ରାଶିର ଜାତକରେ ଚାକିରୀରେ ପରିବର୍ତ୍ତନ ହୋଇପାରେ । ଆପଣଙ୍କ ଇଚ୍ଛା ଅନୁସାରେ କାର୍ଯ୍ୟରେ ପରିବର୍ତ୍ତନ ନହେଲେ ଆପଣଙ୍କ ମନ ଅଶାନ୍ତ ରହିବ । ବାଣିଜ୍ୟ କରୁଥିବା ଲୋକମାନେ ଭାବିଥିବା ଲକ୍ଷ୍ୟ ପ୍ରାପ୍ତ ନହେବା ଫଳରେ ଚିନ୍ତାରେ ରହିବେ । ସୂର୍ଯ୍ୟଙ୍କ ଗ୍ରହ ସିଂହ ରାଶିର ସ୍ବାମୀ ଅଟେ । ତେଣୁ ଶୁକ୍ର ଅସ୍ତ ହେବାଫଳରେ ଦୁଇଜଣ ପାଖାପାଖି ଆସିଯିବେ । ଏମିତିରେ ନକାରାତ୍ମକ ଭାବନା ଜାଗ୍ରତ ହେଇପାରେ । ଏହାର କୁପ୍ରଭାବ ସିଂହ ରାଶି ଉପରେ ପଡ଼ିବ । ଏମିତିରେ ଆପଣଙ୍କୁ ଅଧିକ ସାବଧାନ ରହିବାକୁ ପଡିବ ।

ଧନୁ ରାଶି :-

କାର୍ଯର ଚାପ ଅଧିକ ହେବା ଯୋଗୁଁ ମସ୍ତିସ୍କ ଅଶାନ୍ତ ରହିବ । ବଡ଼ ଲୋକଙ୍କ ସହ ସବନ୍ଧ ବିଗିଡି ପାରେ । ଆପଣ କେତେ ଅଧିକ ମଧ୍ୟ କଷ୍ଟକରନ୍ତୁ ଆପଣଙ୍କୁ ତାହାର ଉଚିତ୍ ଫଳ ମିଳିବ ନାହିଁ । ଏହି କାରଣ ଯୋଗୁଁ ଆପଣ ମାନସିକ ଚିନ୍ତାରେ ରହିପାରନ୍ତି । ବିବାହିତ ବ୍ୟକ୍ତି ନିଜ ଜୀବନରେ ଅନେକ ଅସୁବିଧାର ସମ୍ମୁଖୀନ କରିବେ । ବାଣିଜ୍ୟରେ କ୍ଷତି ନିଶ୍ଚିତ ସହିବେ । ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବ ନାହିଁ । ନିଜ ଲୋକଙ୍କ ସହ ସମ୍ପର୍କ ଖରାପ ହୋଇପାରେ । ବାହାରର ଖାଦ୍ୟ ପାନୀୟରୁ ଦୂରରେ ରୁହନ୍ତୁ । ଧନର ଖର୍ଚ୍ଚ ଅଧିକ ହୋଇପାରେ । ଭାଗ୍ୟ ଆପଣଙ୍କ ସାଙ୍ଗରେ ରହିବ ନାହିଁ । ବନ୍ଧୁ ଠାରୁ ଧୋକା ମିଳିବାର ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *