ଏହି ଟିଭି କଳାକାରମାନେ ପ୍ରେମ ପାଇଁ ବଦଳାଇ ଦେଇଥିଲେ ନିଜ ଧର୍ମ !

ଏହି ଟିଭି କଳାକାରମାନେ ପ୍ରେମ ପାଇଁ ବଦଳାଇ ଦେଇଥିଲେ ନିଜ ଧର୍ମ !

କହନ୍ତି କି ଯେତେବେଳେ ପ୍ରେମ ସତ୍ୟ ହୋଇଥାଏ, ସେତେବେଳେ ଜାତି,ଧର୍ମ ଭଳି ଜିନିଷ ତା ଆଗରେ ଫିକା ପଡିଥାଏ । ଆଜ୍ଞା ହଁ, ଯଦି ଆପଣଙ୍କ ଭଲ ପାଇବା ସତ ହୋଇଥାଏ ନା ତେବେ ଆପଣଙ୍କ ପାଇଁ କୋଣସି ମଧ୍ୟ କଷ୍ଟ ବଧା ଦେଇପାରେ ନାହିଁ । ଏହି କଥାକୁ ଟିଭି ଇଣ୍ଡଷ୍ଟିର କିଛି ଯୋଡି ମାନେ ଏହାକୁ ସତ ସାବ୍ୟସ୍ତ କରିଛନ୍ତି । ଦେଖିବାକୁ ଗଲେ, ଟେଲିଭିଜନ ଇଣ୍ଡଷ୍ଟିର କିଛି ଏହିପରି ଯୋଡି ଅଛନ୍ତି ଯାହା କଷ୍ଟର ସିଡ଼ି ପାର କରି ଏକ ମଜବୁତ ହୋଇ ନିଜ ପ୍ରେମକୁ ସାବ୍ୟସ୍ତ କରିଛନ୍ତି ଓ ସେମାନେ ନିଜ ଜୀବନ ବହୁତ ଖୁସିରେ ବିତାଉଛନ୍ତି । ତେବେ ଆସନ୍ତୁ ଜାଣିବା କି ଏହି ଲିଷ୍ଟରେ କେଉଁ କେଉଁ ଯୋଡି ମାନେ ଅଛନ୍ତି ।

ହିନା ଖାନ୍ ଓ ରୋକି ଜାୟସବାଲ:-

newstrend

ହିନା ଖାନ୍ ଓ ରୋକି ଜାୟସବାଲଙ୍କ ଯୋଡି ଟିଭିର ସବୁଠୁ ଲୋକପ୍ରିୟ ଯୋଡି ଅଟନ୍ତି । ଆଜ୍ଞା ହଁ, ହିନା ଓ ରୋକିଙ୍କ ପ୍ରେମର ଚର୍ଚ୍ଚା ସବୁବେଳେ ହୋଇଥାଏ । ସେମାନେ ଦୁହେଁ ବିବାହ କରିନାହାନ୍ତି, କିନ୍ତୁ ତାଙ୍କ ପ୍ରେମ ଏକ ମିଶାଲ ଅଟେ । ଦୁହେଁ ପ୍ରତିଟି ପରିସ୍ଥିତିରେ ଦୁହେଁ ଦୁହିଁଙ୍କ ସାଥ ଦେଇଛନ୍ତି । ଏମାନଙ୍କ ପ୍ରଥମ ଦେଖା ‘ୟେ ରିସ୍ତା କ୍ୟା କେହେଲାତା ହେ’ ସେଟରେ ହୋଇଥିଲା । ମନେପକେଇ ଦେଉଛୁ କି ହିନା ଅକଶାରା ସିଂହାନିଆ ରୂପେ ମୁଖ୍ୟ ଚରିତ୍ର କରୁଥିଲେ ଓ ରୋକି ସେହି ସମୟରେ ସେହି ଶୋ’ର ସୁପର ଭାଇଜିଙ୍ଗ ନିର୍ମାତା ଥିଲେ । ସେହି ସମୟରେ ତାଙ୍କ ଭଲ ପାଇବା ଜାଗି ଉଠିଥିଲା ଓ ଆଜି ତାଙ୍କ ବନ୍ଧୁ ମାନେ ତାଙ୍କ ବିବାହକୁ ଅପେକ୍ଷା କରି ଅଛନ୍ତି ।

ମୋଲି ଗାଙ୍ଗୁଲି ଏବଂ ମୋଜ଼ହର ସାୟାଦ:-

newstrend

ଟେଲିଭିଜନ ଇଣ୍ଡଷ୍ଟ୍ରୀରେ ନାମ କମେଇଥିବା ମୋଲି ଗାଙ୍ଗୁଲି ଓ ମୋଜ଼ହର ସାୟାଦଙ୍କ ପ୍ରଥମ ଭେଟ ଟିଭି ଧାରାବାହିକ ‘କାହଁ କିସୀ ରୋଜ’ରେ ହୋଇଥିଲା । ଜଣେଇଦେଉଛୁ କି ଏହି ଶୋ’ରେ ମୋଲି ମୋଜ଼ହରଙ୍କ ଭାଉଜ ଭୂମିକାରେ ଅଭିନୟ କରିଥିଲେ । ଏହା ପରେ ଏହି ଦୁହିଁଙ୍କ ଭିତରେ ଭଲ ପାଇବା ସୃଷ୍ଟି ହେଲା । ଜାଣିବା ମୁତାବକ, ଦୁହିଁଙ୍କ ପସନ୍ଦ ଦୁହିଁଙ୍କ ପାଇଁ ଅଲଗା ଅଟେ, କିନ୍ତୁ ଦୁହେଁ ଦୁହିଁଙ୍କ ପସନ୍ଦବହୁତ ଭଲ ଭାବେ ବୁଝିପାରନ୍ତି । ଜଣାଇଦେଉଛୁ କି ୭ ବର୍ଷ ଡେଟିଂ ପରେ ଦୁହେଁ ୨୦୧୦ ମସିହାରେ ବିବାହ କରିଥିଲେ ଓ ବର୍ତ୍ତମାନ ଏ ଦୁହେଁ ଖୁସିରେ ଜୀବନ ଯାପନ କରୁଛନ୍ତି ।

ଶୋଏବ ଇବ୍ରାହିମ୍ ଏବଂ ଦୀପିକା କକ୍କଡ଼:-

newstrend

ସସୁରାଲ ସିମର କାରେ ସିମର ଅଭିନୟ କରି ଘରେ ଘରେ ପରିଚିତ ହୋଇଥିବା ଦୀପିକା କକ୍କଡ଼ ଶୋଏବ ଇବ୍ରାହିମଙ୍କୁ ବିବାହ କରିଛନ୍ତି । ଦୁହିଁଙ୍କ ଭେଟ ‘ସସୁରାଲ ସିମର କା’ର ସେଟରେ ହୋଇଥିଲା । ଜଣାଇଦେଉଛୁ କି ଶୋଏବକୁ ବିବାହ କରିବା ପାଇଁ ଦୀପିକା ଇସଲାମ୍ ଧର୍ମ ଅପଣାଇଥିଲେ । ଜଣାଇଦେଉଛୁ କି ଦୀପିକଙ୍କ ଏହା ୨ୟ ବିବାହ ଅଟେ । ୨୨ ଫେବ୍ରୁଆରୀ ୨୦୧୮ରେ ଦୁହେଁ ବିବାହ କରିଥିଲେ, ଯାହା ପରେ ଦୁହେଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ।

ଆମନା ସରିଫ ଏବଂ ଅମିତ କପୂର:-

newstrend

ଆମନା ସରିଫ ଟିଭିର ସବୁଠାରୁ ସୁନ୍ଦର ଅଭିନେତ୍ରୀ ଅଟନ୍ତି ଓ ତାଙ୍କ ସୁନ୍ଦରତା ସାମ୍ନାରେ ବଲିଉଡର ଅଭିନେତ୍ରୀ ମାନେ ମଧ୍ୟ ଫିକା ପଡିଯିବେ । ଜଣାଇଦେଉଛୁ କି ୨୦୧୩ରେ ଆମନା ସରିଫ ଫିଲ୍ମ ଡେଷ୍ଟ୍ରୀବୁଟର ଓ ନିର୍ମାତା ଅମିତ୍ କପୂର ସହ ବିବାହ କରିଥିଲେ । ଯାହା ପରେ ସେ ନିଜ ଜୀବନ ଖୁସିରେ ବିତାଉଛନ୍ତି । ବିବାହ ପୂର୍ବରୁ ଏ ଦୁହେଁ ୨ ବର୍ଷ ପର୍ଯ୍ୟନ୍ତ ଡେଟିଂ କରୁଥିଲେ । ଏତିକି ନୁହଁ, ଅମିତକୁ ବିବାହ କରିବା ପାଇଁ ଆମନା ହିନ୍ଦୁ ଧର୍ମ ଅପଣାଇଥିଲେ । ଆଜି ଏମାନଙ୍କ ଘରେ ଦୀପାଲି ଓ ଇଦ ଦୁଇଟା ପର୍ବ ପାଳନ କରାଯାଏ ।

କିଶ୍ୱର ମଚେତଟ୍ ଏବଂ ଶୂୟସ୍ ରାୱତ:-

newstrend

କହନ୍ତି କି ପ୍ରେମ ବହୁତ ସହଜରେ ହୋଇଯାଏ, କିନ୍ତୁ ତାକୁ ପୂରଣ କରିବା ପାଇଁ ବହୁତ କଷ୍ଟ କରିବାକୁ ପଡିଥାଏ । କିଛି ଏହିପରି ହୋଇଛି କିଶ୍ୱର ମଚେଟ୍ ଏବଂ ଶୂୟସ୍ ରାୱତଙ୍କ ସହ । ଆଜ୍ଞା ହଁ, ଏମାନଙ୍କୁ ପ୍ରେମ ବହୁତ ସହଜରେ ହୋଇଗଲା, କିନ୍ତୁ ଏହି ସମ୍ପର୍କକୁ ବିବାହରେ ପରିଣତ କରିବା ବହୁତ କଷ୍ଟ ହୋଇଥିଲା । ଏତିକି ନୁହଁ, କିଶ୍ୱର ଶୂୟସଙ୍କ ଠାରୁ ୮ ବର୍ଷ ବଡ ଅଟନ୍ତି । ଏହି କାରଣରୁ ବହୁତ ବଧା ଆସିଥିଲା, କିନ୍ତୁ ଦୁହେଁ ୨୦୧୬ ମସିହାରେ ବିବାହ କରିଥିଲେ ।

Leave a Reply

Your email address will not be published. Required fields are marked *