୧୦୦ଟଙ୍କା ‘ପେଟ୍ରୋଲ୍’ରେ ୧୦୦ କିଲୋମିଟର୍ ପର୍ଯ୍ୟନ୍ତ ଚାଲିବ ଏହି ତିନୋଟି ବାଇକ୍ ! ସମ୍ପୂର୍ଣ୍ଣ ବିରରଣୀ ଜାଣନ୍ତୁ…

୧୦୦ଟଙ୍କା ‘ପେଟ୍ରୋଲ୍’ରେ ୧୦୦ କିଲୋମିଟର୍ ପର୍ଯ୍ୟନ୍ତ ଚାଲିବ ଏହି ତିନୋଟି ବାଇକ୍ ! ସମ୍ପୂର୍ଣ୍ଣ ବିରରଣୀ ଜାଣନ୍ତୁ…

ପେଟ୍ରୋଲ ଦର ଅହେତୁକ ମାତ୍ରାରେ ବୃଦ୍ଧି ହେଉଥିବା ହେତୁ ଲୋକମାନେ ଅଧିକ ମାଇଲେଜ୍ ଯୁକ୍ତ ବାଇକ୍ କିଣିବା ଆରମ୍ଭ କରି ଦେଇଛନ୍ତି । ଯେଉଁଥିରେ ଆପଣ ସର୍ବଶ୍ରେଷ୍ଠ ତିନି ଗୋଟି ବାଇକ୍ ବିଷୟରେ ଜାଣି ପାରିବେ, ଯାହା ୧୦୦ ଟଙ୍କା ‘ପେଟ୍ରୋଲ୍’ରେ ୧୦୦ କିଲୋମିଟର୍ ପର୍ଯ୍ୟନ୍ତ ମାଇଲେଜ୍ ଦେଇଥାଏ ।

ଦେଶରେ ଉପସ୍ଥିତ ଥିବା ସମସ୍ତ ପ୍ରମୁଖ ଦୁଇ ଚକିଆ ନିର୍ମାତା କମ୍ପାନୀମାନେ ସର୍ବାଧିକ ମାଇଲେଜ୍ ସହିତ ବାଇକ୍ ଗୁଡିକୁ ବଜାରରେ ଲଞ୍ଚ କରୁଛନ୍ତି । ଯେଉଁଥି ପାଇଁ ଏହି ମାଇଲେଜ୍ ବାଇକ୍ ଗୁଡିକର ଏକ ଲମ୍ବା ପରିସର ଆମ ସାମ୍ନାରେ ଉପସ୍ଥିତ ରହିଛି ।

ଯଦି ଆପଣ ମଧ୍ୟ ସେହିପରି ମାଇଲେଜ୍ ଯୁକ୍ତ ବାଇକ୍ ସନ୍ଧାନରେ ଅଛନ୍ତି, ତେବେ ଆପଣ ଏହି ଠାରେ ସେହି ସମସ୍ତ ସର୍ବଶ୍ରେଷ୍ଠ ତିନି ଗୋଟି ବାଇକ୍ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ଜାଣିପାରିବେ, ଯାହା ଆପଣଙ୍କୁ ଏକ ଲିଟର୍ ‘ପେଟ୍ରୋଲ୍’ରେ ୧୦୦ କିଲୋମିଟର୍ ପର୍ଯ୍ୟନ୍ତ ମାଇଲେଜ୍ ଦେବ ।

ଏଥିରେ ଆମେ ବଜାଜ୍, ‘ଟିଭିଏସ୍’ର ସର୍ବୋତ୍ତମ ବିକ୍ରି ବାଇକ୍ ଚୟନ କରିଛୁ, ଯାହା କମ୍ ମୂଲ୍ୟରେ ଅଧିକ ମାଇଲେଜ୍ ଦେଇଥାଏ । ତେଣୁ ଆଉ ବିଳମ୍ବ ନକରି ଆସନ୍ତୁ ଜାଣିବା, ଏହି ତିନୋଟି ବାଇକ୍ର ମୂଲ୍ୟ ଠାରୁ ଆରମ୍ଭ କରି ବୈଶିଷ୍ଟ୍ୟ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବିବରଣୀ ।

ବଜାଜ୍ ସିଟି 100: ବଜାଜର ଏହି ବାଇକ୍ ନା କେବଳ କମ୍ପାନୀ ମଧ୍ୟରେ ବରଂ ଭାରତରେ ମାଇଲେଜ୍ ଦୃଷ୍ଟିରୁ ମଧ୍ୟ ଏକ ନମ୍ବର ରହିଛି । ଏହି ବାଇକ୍ରେ କମ୍ପାନୀ ଗୋଟିଏ ସିଲିଣ୍ଡର ଯୁକ୍ତ ୧୦୨ ସିସି ଇଞ୍ଜିନ୍ ଦେଇଛି, ଯାହା ବାୟୁ ଶୀତଳ ପ୍ରଯୁକ୍ତିବିଦ୍ୟା ଉପରେ ଆଧାରିତ ଅଟେ ।

ଏହି ଇଞ୍ଜିନ୍ ୭.୫ ବୀଏଚପୀର ଶକ୍ତି ଏବଂ ୮.୩୪ ଏନଏମ୍ ଟର୍କର ଶକ୍ତି ଉତ୍ପାଦନ କରିଥାଏ । ଯାହା ସହିତ ଏହାକୁ ୪ ସ୍ପିଡ୍ ଗିଅରବକ୍ସ ଦିଆ ଯାଇଛି । ଏହି ବାଇକ୍ର ମାଇଲେଜ୍ ବିଷୟରେ କମ୍ପାନୀ ଦାବି କରିଛି କି, ଏହା ଏକ ‘ଲିଟର୍ ପେଟ୍ରୋଲ୍’ରେ ୧୦୪ କିଲୋମିଟର୍ ପର୍ଯ୍ୟନ୍ତ ମାଇଲେଜ୍ ଦେଇଥାଏ । ଏହି ବାଇକର ପ୍ରାରମ୍ଭିକ ମୂଲ୍ୟ ୪୩,୯୫୪ ଟଙ୍କା ଅଟେ ।

ଟିଭିଏସ୍ ସ୍ପୋର୍ଟ: ଟିଭିଏସ୍ର ଏହି ବାଇକ୍ କମ୍ପାନୀର ସବୁଠାରୁ ଶସ୍ତା ଏବଂ ସର୍ବାଧିକ ମାଇଲେଜ୍ ଦେଉଥିବା ବାଇକ୍ ମାନଙ୍କ ମଧ୍ୟରୁ ଅନ୍ୟତମ ଅଟେ । ଏହି ବାଇକ୍ରେ କମ୍ପାନୀ ଗୋଟିଏ ସିଲିଣ୍ଡର୍ ସହିତ ୧୦୯ ସିସି ଇଞ୍ଜିନ୍ ଦେଇଛି । ଏହି ଇଞ୍ଜିନ୍ ୭.୩୦ ବୀଏଚପୀର ଶକ୍ତି ଏବଂ ୮.୭୦ ଏନଏମ୍ ଟର୍କ ଉତ୍ପାଦନ କରିପାରିବ ।

ଏହି ବାଇକ୍ର ମାଇଲେଜ୍ ବିଷୟରେ କମ୍ପାନୀ ଦାବି କରିଛି କି, ଏହି ବାଇକ୍ ଏକ ଲିଟର୍ ପେଟ୍ରୋଲରେ ୧୧୦.୨ କିଲୋମିଟର୍ ପର୍ଯ୍ୟନ୍ତ ମାଇଲେଜ୍ ଦେଇଥାଏ । ଏହାର ପ୍ରାରମ୍ଭିକ ମୂଲ୍ୟ ୫୨,୫୦୦ ଟଙ୍କା ଅଟେ ।

ବଜାଜ ପ୍ଲାଟିନା: ବଜାଜର ଅଧିକ ବିକ୍ରି ହେଉଥିବା ବାଇକ୍ ମାନଙ୍କ ମଧ୍ୟରୁ ପ୍ଲାଟିନା ଅନ୍ୟତମ ଅଟେ । ଏହି ବାଇକ୍କୁ ଏହାର ମାଇଲେଜ୍ ପାଇଁ ଅଧିକ ପସନ୍ଦ କରାଯାଇଥାଏ । ଏହି ବାଇକ୍ରେ କମ୍ପାନୀ ଗୋଟିଏ ସିଲିଣ୍ଡର୍ ଯୁକ୍ତ ୧୦୨ ସିସି ଇଞ୍ଜିନ୍ ଦେଇଛି ଯାହା ବାୟୁ ଶୀତଳ ପ୍ରଯୁକ୍ତିବିଦ୍ୟା ଉପରେ ଆଧାରିତ ଅଟେ । ଏହି ଇଞ୍ଜିନ୍ ‘୭.୯ ପୀଏସ୍’ର ଶକ୍ତି ଏବଂ ‘୮.୩ ଏନଏମ୍’ର ଟର୍କ ସୃଷ୍ଟି କରିଥାଏ ।

ଏହି ବାଇକ୍ର ମାଇଲେଜ୍ ବିଷୟରେ କମ୍ପାନୀ ଦାବି କରିଛି କି, ଏହି ବାଇକ୍ ଏକ ଲିଟର୍ ପେଟ୍ରୋଲରେ ୮୫ କିଲୋମିଟର୍ ପର୍ଯ୍ୟନ୍ତ ମାଇଲେଜ୍ ଦେଇଥାଏ । ଏହାର ପ୍ରାରମ୍ଭିକ ମୂଲ୍ୟ ୫୨,୯୧୫ ଟଙ୍କା ଅଟେ ।

Leave a Reply

Your email address will not be published. Required fields are marked *