ସକାଳ ସମୟରେ ଏହିସବୁ ଜିନିଷକୁ ଦେଖିବା ବହୁତ ଅଶୁଭ ଅଟେ ! ଏସବୁ ଦେଖାଗଲେ ହୋଇଯାନ୍ତୁ ସତର୍କ…

ସକାଳ ସମୟରେ ଏହିସବୁ ଜିନିଷକୁ ଦେଖିବା ବହୁତ ଅଶୁଭ ଅଟେ ! ଏସବୁ ଦେଖାଗଲେ ହୋଇଯାନ୍ତୁ ସତର୍କ…

ସକାଳ ସମୟରେ ଯଦି ନିମ୍ନରେ ପ୍ରଦତ୍ତ କୌଣସି ଘଟଣା ଘଟିଯାଏ, ତେବେ ଆପଣ ସାବଧାନ ହୋଇଯାନ୍ତୁ । ସକାଳ ସମୟରେ ଏସବୁ ଘଟିଲେ ଶାସ୍ତ୍ରରେ ଏହାକୁ ଅଶୁଭ ବୋଲି କୁହାଯାଏ । ଏହି ସବୁ ଘଟଣା ଘଟିଲେ ଆପଣ ଯେଉଁ କାମ କରନ୍ତି ତାକୁ ତୁରନ୍ତ ରୋକିଦେବା ଉଚିତ୍ । ଏହି ଜିନିଷ କିଛି ଖରାପ ଘଟିବାର ସଂକେତ ଦେଇଥାଏ ।

ଖାଲି ପାଣିର ବାଲ୍ଟି

ପ୍ରଭାତ ସମୟରେ ଗାଧୁଆ ଘରେ ପାଣିର ଖାଲି ବାଲ୍ଟି ଦେଖାଯିବା ଅଶୁଭ ଅଟେ । ମାନ୍ୟତା ଅନୁସାରେ ଖାଲି ପାଣି ବାଲ୍ଟି ଦେଖାଦେଲେ ଘରକୁ ଦାରିଦ୍ର୍ୟତା ଆସେ ଓ ଘରେ ଧନର ଅଭାବ ଦେଖାଦିଏ । ଏଥିପାଇଁ ଆପଣ ପ୍ରତିଦିନ ରାତିରେ ବାଲ୍ଟିକୁ ପାଣିରେ ଭରି ରଖନ୍ତୁ କିମ୍ବା ତାକୁ ଓଲଟା କରି ଗାଧୁଆ ଘରେ ରଖିଦିଅନ୍ତୁ । କାରଣ ପ୍ରଭାତ ସମୟରେ ଆପଣଙ୍କୁ ଖାଲି ବାଲ୍ଟି ନଜର ନଆସୁ ।

ଏହାବ୍ୟତୀତ ଯଦି ଘରୁ ବାହାରକୁ ଯାଉଥିବା ସମୟରେ ମଧ୍ୟ ଖାଲି ବାଲ୍ଟି ଦେଖାଯାଏ ତେବେ ଏହା ମଧ୍ୟ ଅଶୁଭ ଅଟେ । ଖାଲି ବାଲ୍ଟି ଦେଖାଯିବା ଅର୍ଥ ଆପଣ ଯେଉଁ କାର୍ଯ୍ୟ ପାଇଁ ବାହାରକୁ ଯାଉଛନ୍ତି ତାହା ଅସଫଳ ହେବ । ଖାଲି ବାଲ୍ଟି ଦେଖାଗଲେ କିଛି ସମୟ ପାଇଁ ଘର ଭିତରେ ରୁହନ୍ତୁ ଏବଂ ଦହି ଖାଇ ସାରି ବାହାରକୁ ଯାଆନ୍ତୁ ।

କ୍ଷୀର ପଡିବା

କ୍ଷୀର ପଡିବା ମଧ୍ୟ ଭଲ ନୁହେଁ । ଯଦି ପ୍ରଭାତ ସମୟରେ କ୍ଷୀର ପଡ଼ିଯାଏ କିମ୍ବା ଗରମ ହୋଇ ବାହାରକୁ ଆସିଯାଏ ତେବେ ଏହା କୌଣସି ଅଶୁଭ ଘଟଣା ଆଡକୁ ସଂକେତ ଦିଏ । ଏପରି ହେଲେ ଘରୁ ବାହାରକୁ ଯାଆନ୍ତୁ ନାହିଁ । ଯଦି ପାରୁଛନ୍ତି ତେବେ ସେହିଦିନ ଘର ଭିତରେ ରୁହନ୍ତୁ ।

ଦର୍ପଣ ଭାଙ୍ଗିବା

ଦର୍ପଣ ଭାଙ୍ଗିବା ମଧ୍ୟ କୌଣସି ଖରାପ ଘଟଣା ଆଡ଼କୁ ସଂକେତ ଦିଏ । କାଚ କିମ୍ବା ଦର୍ପଣ ଭାଙ୍ଗିଲେ ତାକୁ ତୁରନ୍ତ ଫିଙ୍ଗି ଦେବା ଉଚିତ । ଏଥିସହିତ ଭାଙ୍ଗି ଯାଇଥିବା ଦର୍ପଣରେ କେବେହେଲେ ନିଜ ଚେହେରାକୁ ଦେଖନ୍ତୁ ନାହିଁ । ଘରୁ ବାହାରକୁ ବାହାରିବା ସମୟରେ ଯଦି ହଠାତ୍ ଦର୍ପଣ ଭାଙ୍ଗିଯାଏ ତେବେ ଆପଣ ଯାତ୍ରା କରନ୍ତୁ ନାହିଁ । ତା’ ପରଦିନ ଯାତ୍ରା କରନ୍ତୁ ।

କୌଣସି ପକ୍ଷୀ ଛୁଇଁ ହେବା

ଘରୁ ବାହାରକୁ ବାହାରିବା ସମୟରେ ଯଦି କୌଣସି ପକ୍ଷୀ ଉପରେ ପଡ଼ିଯାଏ ତେବେ ଏହା ଅଶୁଭ ଫଳ ପ୍ରଦାନ କରେ । ଏହାବ୍ୟତୀତ ଯଦି କାଉ ଆପଣଙ୍କ ମୁଣ୍ଡକୁ ଛୁଇଁ ବାହାରେ ତେବେ ଏହା କୌଣସି ଅଶୁଭ ଘଟଣା ଆଡ଼କୁ ସଂକେତ ଦିଏ । ଏପରି ହେଲେ ଆପଣ ବାହାରକୁ ଯାଆନ୍ତୁ ନାହିଁ । ଯଦିଓ ଖୁବ୍ ଜରୁରୀ ହେଲେ ଆପଣ ଗଙ୍ଗା ଜଳ ସିଞ୍ଚି ବାହାରକୁ ଯାଆନ୍ତୁ ।

ଛୁରୀ ପଡ଼ିବା

ପ୍ରଭାତ ସମୟରେ ଛୁରୀ ପଡିବା ମଧ୍ୟ ଭଲ ସଂକେତ ନୁହେଁ । ଛୁରୀ ପଡିବା ଅର୍ଥ ଏହା ଯେ ଘରେ ଝଗଡା ହେବାକୁ ଯାଉଛି । ଏପରି ଭାବରେ ବାସନକୁସନ ପଡ଼ିବା ମଧ୍ୟ ଅଶୁଭ ଆଡ଼କୁ ସଂକେତ ଦେଇଥାଏ ।

ମାଙ୍କଡ ନଜର ଆସିବା

ପ୍ରଭାତ ସମୟରେ ଯଦି ଆପଣଙ୍କୁ ମାଙ୍କଡ଼ ଦେଖାଯାଏ ତେବେ ବୁଝିଯାନ୍ତୁ ଯେ କିଛି ଖରାପ ଘଟଣା ଘଟିବାକୁ ଯାଉଛି । ପ୍ରଭାତ ସମୟରେ ମାଙ୍କଡ଼ ଦେଖାଯିବା ଅଶୁଭ ଖବର ମିଳିବା ସଂକେତ ଦେଇଥାଏ । ଏହାବ୍ୟତୀତ କୁକୁର ଓ ବିଲେଇର କାନ୍ଦିବା ସ୍ୱର ମଧ୍ୟ ଅଶୁଭ ଅଟେ ।

କେଶର ଗୁଚ୍ଛ

ରାସ୍ତା ଉପରେ କେଶର ଗୁଚ୍ଛ ଦେଖାଯାଏ ତେବେ ମାର୍ଗ ବଦଳାଇ ଦିଅନ୍ତୁ ଓ ତା ସ୍ଥାନରେ ଆଉ କୌଣସି ଅଲଗା ରାସ୍ତାରେ ଯାଆନ୍ତୁ । ରାସ୍ତାରେ କେଶ ଗୁଚ୍ଛ ଦେଖାଯିବା ଅର୍ଥ ଯାତ୍ରା ଭଲ ରହିବ ନାହିଁ ଏବଂ କିଛି ଅଶୁଭ ଘଟିପାରେ । ଏଥିପାଇଁ କେଶ ଗୁଚ୍ଛ ଦେଖାଗଲେ ନିଜ ରାସ୍ତା ପରିବର୍ତ୍ତନ କରିଦିଅନ୍ତୁ ।

Leave a Reply

Your email address will not be published. Required fields are marked *