‘ଭିଟାମିନ୍-C’ ଅଭାବ ହେତୁ ଏହି ସମସ୍ତ ଲକ୍ଷଣ ଦେଖା ଦେଇଥାଏ ! ଦୃଷ୍ଟି ଶକ୍ତି ହରାଇବାର ଆଶଙ୍କା…

‘ଭିଟାମିନ୍-C’ ଅଭାବ ହେତୁ ଏହି ସମସ୍ତ ଲକ୍ଷଣ ଦେଖା ଦେଇଥାଏ ! ଦୃଷ୍ଟି ଶକ୍ତି ହରାଇବାର ଆଶଙ୍କା…

ଶରୀର ପାଇଁ ‘ଭିଟାମିନ୍-C’ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ମହିଳା ମାନଙ୍କୁ ଦୈନିକ ୭୫ ମିଲିଗ୍ରାମ୍ ‘ଭିଟାମିନ୍-C’ ଆବଶ୍ୟକ ଥିବାବେଳେ ପୁରୁଷଭିମାନଙ୍କୁ ୯୦ ମିଲିଗ୍ରାମ୍ ଆବଶ୍ୟକ ପଡିଥାଏ । ଆମଶରୀର ନିଜସ୍ୱ ଭାବରେ ‘ଭିଟାମିନ୍-C’ ପ୍ରସ୍ତୁତ କିମ୍ବା ସଂରକ୍ଷଣ ମଧ୍ୟ କରିପାରେ ନାହିଁ । ତେଣୁ ଏହାର ଅଭାବକୁ ପୂରଣ କରିବା ପାଇଁ ପ୍ରତିଦିନ ଖାଦ୍ୟରେ ଭିଟାମିନ୍-C ଗ୍ରହଣ କରିବା ଆବଶ୍ୟକ ।

କେଉଁ ଲୋକମାନଙ୍କ ମଧ୍ୟରେ ‘ଭିଟାମିନ୍-C’ର ଅଭାବ ଦେଖା ଯାଇଥାଏ:- ଖରାପ ଖାଦ୍ୟ ଖାଉଥିବା, କିଡନୀ ରୋଗ, ଅତ୍ୟଧିକ ସିଗାରେଟ୍ ପିଉଥିବା ଲୋକମାନଙ୍କ ମଧ୍ୟରେ ‘ଭିଟାମିନ୍-C’ର ଅଭାବ ମାତ୍ରାଧିକ ପରିମାଣରେ ଦେଖାଯାଇଥାଏ । ଶରୀରରେ ‘ଭିଟାମିନ୍-C’ର ମାତ୍ରା ବହୁତ କମ୍ ହୋଇଯିବା ହେତୁ ବହୁତ କିଛି ବିଶେଷ ଲକ୍ଷଣ ଦେଖିବାକୁ ମିଳିଥାଏ ।

ଆଘାତ ଭଲ ହେବା ନିମନ୍ତେ ଦୀର୍ଘ ସମୟ ଲାଗିବା:- ଆଘାତ ହେତୁ ରକ୍ତ ଏବଂ ଟିସୁରେ ଥିବା ‘ଭିଟାମିନ୍-C’ର ସ୍ତର କମିଯାଇଥାଏ । ଶରୀରକୁ କୋଲାଜେନ୍ ତିଆରି କରିବା ପାଇଁ ଏହାର ଆବଶ୍ୟକ ରହିଥାଏ । କୋଲାଜେନ୍ ହେଉଛି ଏହିପରି ଏକ ପ୍ରକାର ପ୍ରୋଟିନ୍ ଯାହା ଚର୍ମକୁ ପୁନଃଅବସ୍ଥାକୁ ଆଣିବାର କାର୍ଯ୍ୟ କରିଥାଏ । ‘ଭିଟାମିନ୍-C’ ନ୍ୟୁଟ୍ରୋଫିଲକୁ ମଧ୍ୟ ସାହାଯ୍ୟ କରିଥାଏ । ନ୍ୟୁଟ୍ରୋଫିଲ୍ ହେଉଛି ଏକ ଶ୍ବେତ ରକ୍ତ କଣିକା ଯାହା ସଂକ୍ରମଣ ବିରୁଦ୍ଧରେ ଲଢେଇ କରିଥାଏ । ‘ଭିଟାମିନ୍-C’ର ଅଭାବ ହେତୁ ଶରୀରକୁ ଏହି ସମସ୍ତ ଆବଶ୍ୟକୀୟ ପଦାର୍ଥ ମିଳି ନଥାଏ, ଯାହା ଦ୍ୱାରା ଆଘାତ ଭଲ ହେବା ନିମନ୍ତେ ଅଧିକ ସମୟ ଲାଗିଥାଏ ।

ରକ୍ତ ଆସିବା, ନାକରୁ ରକ୍ତ ପ୍ରବାହ ହେବା:- ‘ଭିଟାମିନ୍-C’ ରକ୍ତ ବାହିକା ମାନଙ୍କୁ ସୁସ୍ଥ ରଖିଥାଏ । ଦାନ୍ତ ଏବଂ ମାଢିକୁ ସୁଦୃଢ଼ ରଖିବା ନିମନ୍ତେ ମଧ୍ୟ ‘କୋଲେଜନ୍’ର ବ୍ୟବହାର କରାଯାଇଥାଏ । ଏକ ଅଧ୍ୟୟନରୁ ଜଣା ପଡ଼ିଛି କି, ମାଢି ସମସ୍ୟା ଜନିତ ରୋଗରେ ପୀଡିତ ଥିବା ବ୍ୟକ୍ତିମାନେ ୨ ସପ୍ତାହ ପର୍ଯ୍ୟନ୍ତ ଅଙ୍ଗୁର ଖାଇବା ଦ୍ୱାରା ସେମାନଙ୍କ ମାଢିରୁ ବାହାରୁଥିବା ରକ୍ତ ବନ୍ଦ ହୋଇଯିବ । ଏହା ବ୍ୟତୀତ ନାକରୁ ବାରମ୍ବାର ରକ୍ତ ପ୍ରବାହ ହେବା ମଧ୍ୟ ଶରୀରରେ ‘ଭିଟାମିନ୍-C’ ଅଭାବର ଏକ ଲକ୍ଷଣ ଅଟେ ।

ଓଜନ ବଢିବା:- ଅନେକ ଅନୁସନ୍ଧାନରୁ ‘ଭିଟାମିନ୍-C’ ଏବଂ ଶରୀରର ଓଜନ ବଢିବା ମଧ୍ୟରେ ଥିବା ଏକ ସମ୍ବନ୍ଧ ବିଷୟରେ ଜଣା ପଡ଼ିଛି, ବିଶେଷ କରି ପେଟ ପାଖରେ ଥିବା ମେଦ୍ ବହୁଳ । ଅପରପକ୍ଷେ ଶରୀରକୁ ଆବଶ୍ୟକତା ଠାରୁ ପର୍ଯ୍ୟାପ୍ତ ପରିମାଣର ‘ଭିଟାମିନ୍-C’ ମିଳିବା ଦ୍ୱାରା ଶରୀରର ଉପଯୁକ୍ତ ଶକ୍ତିରେ ପରିବର୍ତ୍ତନ ଦେଖା ଯାଇଥାଏ ।

ଶୁଷ୍କ, କୁଞ୍ଚିତ ଚର୍ମ:- ‘ଭିଟାମିନ୍-C’ର ଅଭାବ ହେତୁ ଚର୍ମ ଶୁଷ୍କ ଏବଂ କୁଞ୍ଚିତ ହୋଇଯାଇଥାଏ । ଏହା ବ୍ୟତୀତ ଚର୍ମରେ କୁଞ୍ଚନ ଏବଂ ପିମ୍ପଲ୍ ମଧ୍ୟ ଦେଖାଯାଇଥାଏ । ଏଥିସହିତ, ଯେଉଁ ଲୋକମାନେ ‘ଭିଟାମିନ୍-C’ ଯୁକ୍ତ ଭରପୂର୍ ଖାଦ୍ୟ ଗ୍ରହଣ କରନ୍ତି, ସେମାନଙ୍କର ଚର୍ମ ଚିକ୍କଣ ଏବଂ କୋମଳ ହୋଇଥାଏ । ‘ଭିଟାମିନ୍-C’ ହେଉଛି ଏକ ଆଣ୍ଟିଅକ୍ସିଡାଣ୍ଟ ଯାହା ଚର୍ମକୁ ମୁକ୍ତ ରେଡିକାଲରୁ ରକ୍ଷା କରିବାରେ ସାହାଯ୍ୟ କରେ ।

ହାଲିଆ ଏବଂ ଚିଡିଚିଡା ପଣ:- ‘ଭିଟାମିନ୍-C’ର ଅଭାବ ହେତୁ ପ୍ରତ୍ୟେକ ସମୟରେ ହାଲିଆ ଏବଂ ଚିଡିଚିଡା ପଣ ଅନୁଭବ ହୋଇଥାଏ । ୧୪୧ ଜଣ ଲୋକଙ୍କ ଉପରେ କରାଯାଇଥିବା ଏକ ଅଧ୍ୟୟନରୁ ଏହା ଜଣା ପଡିଥିଲା କି, ‘ଭିଟାମିନ୍-C’ର ଅଭାବ ହେତୁ ସେମାନଙ୍କ ମଧ୍ୟରେ ଅଧିକ ହାଲିଆ ଅନୁଭୂତ ହେଉଥିଲା । କିନ୍ତୁ ‘ଭିଟାମିନ୍-C’ ଦେବାର ଦୁଇ ଘଣ୍ଟା ପରେ ସେମାନେ ଉତ୍ତମ ଅନୁଭବ କରିଥିଲେ । ଅଳ୍ପ ପରିମାଣର ହାଲିଆ ଏବଂ ଚିଡିଚିଡା ପଣର ଆହୁରି ମଧ୍ୟ ଅନେକ କିଛି କାରଣ ହୋଇପାରେ ।

ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି :- ‘ଭିଟାମିନ୍-C’ର ଅଭାବ ହେତୁ ରୋଗ ପ୍ରତିରୋଧକ ଶକ୍ତି କମ୍ ହୋଇ ଯାଇଥାଏ । ଏହି କାରଣ ହେତୁ ଆପଣ ବାରମ୍ବାର ରୋଗଗ୍ରସ୍ତ ହୋଇ ପାରନ୍ତି । କିଛି ଅଧ୍ୟୟନ ଅନୁସାରେ, ‘ଭିଟାମିନ୍-C’ ନିମୋନିଆ ଏବଂ ବ୍ଲାଡର ସଂକ୍ରମଣ ପରି ରୋଗରୁ ରକ୍ଷା କରିବାର କାମ କରିଥାଏ । ଏହା ବ୍ୟତୀତ ‘ଭିଟାମିନ୍-C’ ହୃତପିଣ୍ଡ ଜନିତ ରୋଗ ଏବଂ କିଛି ପ୍ରକାର କର୍କଟ ରୋଗର ଆଶଙ୍କା କୁ ମଧ୍ୟ କମ୍ କରିପାରେ ।

ଆଖିରେ ଦୁର୍ବଳତା:- ଯଦି ବୟସ ସହିତ ଆପଣଙ୍କ ଆଖି ମଧ୍ୟ ଦୁର୍ବଳତା ହେଉଛି ତେବେ ‘ଭିଟାମିନ୍-C’ ଏବଂ ଅନ୍ୟ ଆଣ୍ଟିଅକ୍ସିଡାଣ୍ଟର ଅଭାବ ହେତୁ ଏହା ଆହୁରି ମଧ୍ୟ ଶୀଘ୍ର ଖରାପ ହୋଇପାରେ । ଖାଦ୍ୟ ମାଧ୍ୟମରେ ‘ଭିଟାମିନ୍-C’ ଗ୍ରହଣ କରିବା ଦ୍ୱାରା ମୋତିଆବିନ୍ଦୁ ହେବାର ସମ୍ଭାବନା କମିଯାଏ ।

ସ୍କର୍ଭି ରୋଗ:- ‘ଭିଟାମିନ୍-C’ର ଅଭାବ ହେତୁ ଲୋକମାନଙ୍କ ମଧ୍ୟରେ ସ୍କର୍ଭି ରୋଗ ମଧ୍ୟ ହୋଇଯାଇଥାଏ । ଏହା ଦ୍ୱାରା ରୋଗୀ ମାନଙ୍କ ମଧ୍ୟରେ ଦୁର୍ବଳତା, ହାଲିଆ, ଦାନ୍ତରେ ଢିଲା ହେବା, ଦୁର୍ବଳ ନଖ, ଗଣ୍ଠି ଯନ୍ତ୍ରଣା ଏବଂ କେଶ ଝଡିବା ଭଳି ସମସ୍ୟା ଦେଖା ଦେଇଥାଏ । ଶରୀରରେ ‘ଭିଟାମିନ୍-C’ର ପରିମାଣ ବଢିବା ସହିତ ଏହି ଲକ୍ଷଣ ଗୁଡ଼ିକ କମିବା ଆରମ୍ଭ କରେ ।

‘ଭିଟାମିନ୍-C’ ଯୁକ୍ତ ଖାଦ୍ୟ:- ଏକ ସନ୍ତୁଳିତ ଖାଦ୍ୟ ମାଧ୍ୟମରେ ଏହାର ଅଭାବକୁ ସହଜରେ ଦୂର କରାଯାଇପାରେ । ଅଧା କପ୍ କଞ୍ଚା ଲାଲ୍ ସିମଲା ମରିଚ, କିମ୍ବା ତିନି ଚତୁର୍ଥାଂଶ କମଳା ରସ, ଅଧା କପ୍ ପାଚିଲା ବ୍ରୋକୋଲି ‘ଭିଟାମିନ୍-C’ ପାଇଁ ଆବଶ୍ୟକୀୟ ମାତ୍ରା ସହଜରେ ପ୍ରାପ୍ତ କରାଯାଇପାରିବ । ଏଥି ପାଇଁ ନିଜ ଖାଦ୍ୟରେ କମଳା, ଲେମ୍ବୁ, ପାଳଙ୍ଗ, କିୱି, ଅଁଳା ଏବଂ ବ୍ରୋକୋଲି ଅନ୍ତର୍ଭୂକ୍ତ କରିବା ଜରୁରୀ ଅଟେ ।

Leave a Reply

Your email address will not be published. Required fields are marked *