ଏହି ଲକ୍ଷଣ ଗୁଡିକ ଶନିଙ୍କ କୋପ ଦୃଷ୍ଟିର କାରଣ….

ଏହି ଲକ୍ଷଣ ଗୁଡିକ ଶନିଙ୍କ କୋପ ଦୃଷ୍ଟିର କାରଣ….

ଯଦି ଆପଣଙ୍କୁ ଦେଖାଦିଏ ଏହିଭଳି ସବୁ ସଂକେତ ତେବେ ଜାଣି ରଖନ୍ତୁ ଆପଣଙ୍କ ଘରେ ଶନିଙ୍କ କୁପ୍ରଭାବ ପଡିଛି…

ଯଦି ଆମେ ଧାର୍ମିକ ଶାସ୍ତ୍ର କଥା କହିବା ତେବେ ପୁରାଣରେ ଅନେକ ପ୍ରକାର ମହିମା ଶନିଦେବଙ୍କ ବିଷୟରେ କୁହାଯାଇଛି, ଆଜ୍ଞା ହଁ ଶାସ୍ତ୍ରରେ ଏହା କୁହାଯାଇଛି ଯେ ଶନିଦେବ ପ୍ରସନ୍ନ ହେଲେ ଆପଣଙ୍କୁ ସଫଳତା ନିଶ୍ଚିତ ମିଳିବ, ଯଦି ଶନି ଦେବଙ୍କ କୁପ୍ରଭାବ ପଡ଼ିଥାଏ ତେବେ ସେହି ବ୍ୟକ୍ତିର ଜୀବନ ଅଧିକ କଷ୍ଟ ଦାୟକ ହୋଇଯାଏ । ଏହି ଦୁନିଆରେ ଏମିତି କୌଣସି ବ୍ୟକ୍ତି ନଥିବେ ଯାହାଙ୍କ ଉପରେ ଶନିଦେବଙ୍କ କୁପ୍ରଭାବ ପଡିନଥିବ, ଅନେକ ସମୟରେ ଲୋକଙ୍କୁ ଏହି କଥା ଜଣାପଡେ ନାହିଁ, ଆମ ସହ ଘଟୁଥିବା ସମସ୍ୟା ଶନିଦେବଙ୍କ କୁପ୍ରଭାବର କାରଣ ଅଟେ କିମ୍ବା ବ୍ୟକ୍ତିର ଖରାପ କାର୍ଯ୍ୟ ପାଇଁ ହୋଇଥାଏ ଏହିଭଳି ଭାବରେ ଆଜି ଆମେ ଆପଣଙ୍କୁ କହିବୁ ଆପଣ କିଭଳି ଜାଣିପାରିବେ ଏହା ଶନି ଦେବଙ୍କ କୁପ୍ରଭାବ ଅଟେ ।

୧. ଯଦି ଆପଣଙ୍କ ଉପରେ ଶନିଙ୍କ କୁପ୍ରଭାବ ପଡୁଛି ତେବେ ଆପଣଙ୍କ ଘରେ ବରଗଛ ଆପେ ଆପେ ଉଠିଥାଏ । ଏମିତି ନୁହଁ ସେହିଗଛକୁ ଯେତେଥର ଉପାଡ଼ିଲେ ମଧ୍ୟ ପୁଣି ଉଠିଯାଏ ।

୨. କହିବାକୁ ଗଲେ ଯେଉଁ ବ୍ୟକ୍ତି ଉପରେ ଶନିଙ୍କ ପ୍ରଭାବ ପଡିଥାଏ, ଆପଣ ଯେତେଥର ନିଜର ଘରକୁ ସଫା କରିଲେ ମଧ୍ୟ ବୁଢିଆଣୀ ଜାଲ ବୁଣିଥାଏ ଏବଂ ଘରର କାନ୍ଥରେ ମଧ୍ୟ ଫାଟ ଦେଖାଦିଏ ।

୩.ଯେଉଁ ବ୍ୟକ୍ତି ଉପରେ ଶନିଦେବ କ୍ରୋଧିତ ହୋଇଥାନ୍ତି ତାଙ୍କ ଘରେ ପିମ୍ପୁଡ଼ି ମାନଙ୍କ ଘର କରିଥାନ୍ତି । ଆଜ୍ଞା ହଁ ଘରେ ଥିବା ଲୁଣି ପଦାର୍ଥରେ ମଧ୍ୟ ପିମ୍ପୁଡ଼ି ହୋଇଯାଏ ଏବଂ ଘରକୁ କେତେ ସଫା କରିଲେ ମଧ୍ୟ ଘରୁ ପିମ୍ପୁଡ଼ି ସମସ୍ୟା ଦୂର ହୁଏ ନାହିଁ ।

୪.ଏହା ଛଡ଼ା ଯେତେବେଳେ ଶନିଦେବ କ୍ରୋଧିତ ହୁଅନ୍ତି ,ତେବେ ବ୍ୟକ୍ତିଙ୍କୁ ନିଜର କାର୍ଯ୍ୟକୁ ଶେଷ କରିବା ପାଇଁ ଅନେକ କଷ୍ଟର ସାମ୍ନା କରିବାକୁ ପଡେ ଏବଂ ଉନ୍ନତିର ସବୁ ଦ୍ଵାରା ବନ୍ଦ ହୋଇଯାଏ । ଆଜ୍ଞା ହଁ ଅଫିସରେ ଉଚ୍ଚ ଅଧିକାରୀଙ୍କ ସହ ଆପଣଙ୍କ ମନ ମାଳୀନ ହୋଇପାରେ ଏବଂ ଆପଣଙ୍କ ଚାକିରୀ ଯିବାର ମଧ୍ୟ ସମ୍ଭାବନା ରହିଥାଏ । ଏହା ସହ ଆପଣଙ୍କୁ ଆପଣଙ୍କ ଇଚ୍ଛା ବିରୁଦ୍ଧ ସ୍ଥାନକୁ ମଧ୍ୟ ବଦଳି ହୋଇଥାଏ ।

୫. ଶନିଦେବ କ୍ରୋଧିତ ହେଲେ ବ୍ୟକ୍ତି ଉପରେ ଅଧିକ ସଙ୍କଟ ଆସିଥାଏ । ଏଥିରେ ଆପଣଙ୍କୁ ସମ୍ପତ୍ତିଗତ ବିବାଦର ସମ୍ମୁଖୀନ ହେବାକୁ ପଡିପାରେ । ଏହାଛଡା ଆପଣଙ୍କ ପରିବାର ସହ ପିତୃ ସମ୍ପତ୍ତିକୁ ନେଇ କଳହ ହୋଇପାରେ ।

୬. ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେଉଁ ଘରେ ଶନିର ପ୍ରଭାବ ପଡେ ସେହି ଘରେ କଳା ବିରାଡ଼ି ବାସ କରେ । ଏହାଛଡା ସେ ସେହି ଘରେ ନିଜର ଛୁଆ ମଧ୍ୟ ଜନ୍ମ ଦିଅନ୍ତି ଏବଂ ଦୁଇଟି ବିରାଡ଼ି ସବୁବେଳେ ସେହି ଘରେ ଝଗଡ଼ା କରିଥାନ୍ତି । ଏହାଦ୍ବାରା ଘରେ ମଧ୍ୟ ଝଗଡ଼ା ଆରମ୍ଭ ହୋଇଥାଏ ।

୭. ଆଜ୍ଞା ହଁ ଶନିଦେବ ପ୍ରଭାଵ ପଡ଼ିଲେ ଘରକୁ ସବୁବେଳେ ଅସୁବିଧାର ସମ୍ମୁଖୀନ କରିବାକୁ ହୋଇଥାଏ ଏବଂ ସେହି ଘରର କବାଟ ମଧ୍ୟ ଭାଙ୍ଗି ଯାଏ । ପୁଣି ସେହି ଘରର କବାଟ ନିର୍ମାଣ କରିବା ପାଇଁ ମଧ୍ୟ ଅନେକ ପଇସା ଖର୍ଚ୍ଚ ହୋଇଥାଏ ।

Leave a Reply

Your email address will not be published. Required fields are marked *