ମୁଖ୍ୟ ଭୂମିକାରେ କାମ କରି ଦର୍ଶକଙ୍କ ପ୍ରିୟ ହୋଇଥିଲେ ଏହି ଷ୍ଟାରମାନେ । ଫ୍ଲୋପ୍ ହୋଇଥିଲା ଫିଲ୍ମ ଏବଂ ହୋଇଯାଇଥିଲେ ସପୋର୍ଟିଂ ଆକ୍ଟର !

ମୁଖ୍ୟ ଭୂମିକାରେ କାମ କରି ଦର୍ଶକଙ୍କ ପ୍ରିୟ ହୋଇଥିଲେ ଏହି ଷ୍ଟାରମାନେ । ଫ୍ଲୋପ୍ ହୋଇଥିଲା ଫିଲ୍ମ ଏବଂ ହୋଇଯାଇଥିଲେ ସପୋର୍ଟିଂ ଆକ୍ଟର !

ବଲିଉଡ଼ ଦୁନିଆ ଖୁବ୍ ନିଆରା ଅଟେ । ଏଠାରେ କିଏ ପରଦା ଉପରେ ରାଜ୍ କରିବେ ଏବଂ କିଏ ଦର୍ଶକଙ୍କ ମନମୋହିବେ ଏହା କେହି ଜାଣି ନାହାନ୍ତି । ବହୁତ ସମୟରେ ଫ୍ଲପ୍ ଫିଲ୍ମ କ୍ୟାରିଅର ଆରମ୍ଭ କରିଥିବା ଅଭିନେତା ଲୋକଙ୍କର ପ୍ରିୟ ହୋଇଯାଆନ୍ତି ଏବଂ ସେହିପରି ଭଲ ଫିଲ୍ମ ଦେଇ ମଧ୍ୟ କେତେକ ଅଧିନେତା ଲୋକ ମାନଙ୍କ ନଜରକୁ ଆସିପାରନ୍ତି ନାହିଁ । ବଲିଉଡ଼ ଏକ ମାୟାନଗରୀ ଯେଉଁ ଠାରେ ପ୍ରାୟ ଦେଖିବାକୁ ମିଳେ ଯେଉଁ ଅଭିନେତା କେବେ ହିଟ୍ ଥିଲେ ସେମାନେ ବର୍ତ୍ତମାନ ବଲିଉଡ଼ ଠାରୁ ବହୁତ ଦୂରରେ । ଆଜି ଆମେ ଆପଣଙ୍କୁ କିଛି ଏପରି ଅଭିନେତାଙ୍କ ବିଷୟରେ କହିବୁ ଯେଉଁମାନେ ନିଜର ପରିଶ୍ରମ ଏବଂ ଲୁକ୍ସ ପାଇଁ ପ୍ରଶଂସକ ମାନଙ୍କର ଭଲପାଇବା ହାସଲ କରିଥିଲେ । କିନ୍ତୁ ସେମାନଙ୍କ କାମ ବେଶି ଦିନ ପର୍ଯ୍ୟନ୍ତ ଭଲ ଚାଲି ନଥିଲା ।

ଜୁଙ୍ଗଲ ହଂସରାଜ :-

newstrend

ବଲିଉଡ଼ର ନୀଳ ଆଖି ଥିବା ଅଭିନେତା ଜୁଙ୍ଗଲ ହଂସରାଜ ଆଜି ୪୮ ବର୍ଷର ହୋଇ ସାରିଛନ୍ତି । ସେ ଜଣେ ଶିଶୁ କଳାକାର ଭାବରେ ଫିଲ୍ମ ‘ ମାସୁମ୍ ‘ରୁ ନିଜର କ୍ୟାରିଅର ଆରମ୍ଭ କରିଥିଲେ । ଏହା ବ୍ୟତୀତ ‘ଝୁଠା ସଚ୍’ ଏବଂ ‘କର୍ମା’ ଭଳି ହିଟ୍ ଫିଲ୍ମରେ ମଧ୍ୟ ଲୋକଲୋଚନକୁ ଆସିଥିଲେ । ଏହା ପରେ ‘ମୋହଵତେ’ ଏବଂ ‘ପାପା କେହେତେ ହେ’ ଭଳି ଫିଲ୍ମ ଯୁଗଳ ହଂସରାଜ ଲୋକଙ୍କ ମନମୋହି ଥିଲେ । ବହୁତ ହିଟ୍ ଦେଲା ପରେ ମଧ୍ୟ ଯେତେବେଳେ ତାଙ୍କର ଫିଲ୍ମ ଫ୍ଲପ୍ ହେଲା ଲୋକ ମାନେ ତାଙ୍କୁ ଭୁଲିବାକୁ ଲାଗିଲେ । ଏହା ପରେ ସେ ସପୋର୍ଟଟିଂ ଅଭିନେତା ଭାବରେ ଦେଖିବାକୁ ମିଳି ଥିଲେ । ସେ ସପୋର୍ଟଇଂ ଭୂମିକା ସହିତ ନିର୍ଦେଶନା ମଧ୍ୟ କରିଥିଲେ କିନ୍ତୁ ସେଥିରେ ମଧ୍ୟ ଏତେ ସଫଳ ହୋଇପାରି ନଥିଲେ ।

ଅଫତାବ ରିବଦସାନି :-

newstrend

ମଲ୍ଟିଷ୍ଟାରର୍ ଫିଲ୍ମରେ ଦେଖା ଯାଉଥିବା ଅଫତାବ ଶିବଦସାନି ନିଜର ଫିଲ୍ମ କ୍ୟାରିଅରର ଆରମ୍ଭ ଶିଶୁ କଳାକାର ଭାବରେ ହୋଇଥିଲା । ସେ ସର୍ବ ପ୍ରଥମେ ମିଷ୍ଟର ଇଣ୍ଡିଆ ଫିଲ୍ମରେ ଲୋକଲୋଚନକୁ ଆସିଥିଲେ । ତାଙ୍କର କାମର ବହୁତ ପ୍ରଶଂସା ମଧ୍ୟ ହୋଇଥିଲା । ଏହା ବ୍ୟତୀତ ‘ଲଭ୍ କେ ଲିୟେ କୁଛ ଭି କରେଗା’ , ‘କସୁର’ ଏବଂ ‘ ଫୁଟପାଥ୍ ‘ ଭଳି ଫିଲ୍ମ ଦେବା ପରେ ମଧ୍ୟ ସେ ନିଜକୁ ଜଣେ ଭଲ ଅଭିନେତା ଭାବରେ ପ୍ରମାଣିତ କରିପାରି ନଥିଲେ । ଅଫତାଭ ଏବେ ମଲ୍ଟିଷ୍ଟାରର ଫିଲ୍ମରେ ହିଁ ଦେଖା ଯାଆନ୍ତି ।

ଡ଼ିନୋ ମୋରିଆ :-

newstrend

୧୯୯୯ରେ ‘ ପ୍ୟାର୍ ମେ କଭୀ କଭୀ’ରେ ଡୀନୋ ମୋରିଆ ବଲିଉଡ଼ ଜଗତରେ ପାଦ ରଖିଥିଲେ । ଏହି ଫିଲ୍ମରେ ତାଙ୍କୁ ଖୁବ୍ ଭଲପାଇବା ମିଳିଥିଲା । ଏହା ପରେ ୨୦୦୨ରେ ରାଜ୍ ଫିଲ୍ମରେ ଡ଼ିନୋ ମୋରିଆଙ୍କ ଅଭିନୟ ସମସ୍ତଙ୍କୁ ଖୁବ୍ ପସନ୍ଦ ଆସିଥିଲା । ଏହି ଫିଲ୍ମର ସଫଳତା ଡ଼ିନୋଙ୍କୁ ତାରକା ବନାଇ ଦେଇଥିଲା କିନ୍ତୁ ଏହା ପରେ ଡ଼ିନୋଙ୍କ ଆଉ ଫିଲ୍ମ ଦର୍ଶକଙ୍କ ମନକୁ ଛୁଇଁ ପାରିନଥିଲା । ଦର୍ଶକ ମାନେ ମଧ୍ୟ ତାଙ୍କୁ ଭୁଲି ଯାଇଥିଲେ । ଡ଼ିନୋ ଏବେ କେବେ କେବେ ସପର୍ଟିଂ ଭୂମିକାରେ ଅଭିନୟ କରୁଥିବାର ଦେଖା ଯାଉଛନ୍ତି ।

ଫରଦିନ୍ ଖାନ୍ :-

newstrend

୧୯୯୮ରେ ଫିଲ୍ମ ‘ ପ୍ରେମ୍ ଅଗନ୍ ‘ରୁ ଫରଦିନ୍ ଖାନ୍ ନିଜର କ୍ୟାରିଅରର ଆରମ୍ଭ କରିଥିଲେ । ଏହି ଫିଲ୍ମ ତାଙ୍କୁ ବେଷ୍ଟ ଡେବ୍ୟୁ ଫିଲ୍ମଫେୟାର ଆୱାର୍ଡ଼ ଦେଇଥିଲା । ଏହା ପରେ ଫରଦିନ୍ ଫିଲ୍ମ’ ଜଙ୍ଗଲ ‘ରେ ଲୋକଲୋଚନକୁ ଆସିଥିଲେ । ଏହି ଫିଲ୍ମ ବହୁତ ହିଟ୍ ହୋଇଥିଲା । ଏହା ପରେ ଫରଦିନଙ୍କ ଫିଲ୍ମ ‘ନୋ ଏଣ୍ଟ୍ରି ‘ ମଧ୍ୟ ଖୁବ୍ ହିଟ୍ ହୋଇଥିଲା । କିନ୍ତୁ କେତେକ ଫ୍ଲପ୍ ଫିଲ୍ମ ପରେ ସେ ସପର୍ଟିଂ ଅଭିନେତା ଭାବରେ ଦେଖାଯିବାକୁ ଲାଗିଲେ । ବର୍ତ୍ତମାନ ସେ ଏହି ଫିଲ୍ମ ଦୁନିଆରୁ ଦୂରରେ ଲଣ୍ଡନରେ ରହି ନିଜର ଜୀବନ ବିତାଇବାକୁ ଲାଗିଛନ୍ତି ।

ରାହୁଲ ରାୟ :-

newstrend

୯୦ ଦଶକର ହ୍ୟାଣ୍ଡସମ୍ ଅଭିନେତା ରାହୁଲ ରାୟ ନିଜର ପ୍ରଥମ ଫିଲ୍ମ ‘ଆଶିକି’ରୁ ହିଁ ବଲିଉଡ଼ର ସୁପର ଷ୍ଟାର ହୋଇଯାଇଥିଲେ । ତାଙ୍କର ସଫଳତା ଦେଖି ଲୋକ ଭାବୁଥିଲେ ଯେ ବଲିଉଡ଼ ଇଣ୍ଡଷ୍ଟ୍ରିକୁ ଏକ ନୂତନ ତାରକା ମିଳିଯାଇଛନ୍ତି । କିନ୍ତୁ ରାହୁଲଙ୍କର ସବୁ ଫିଲ୍ମ ପରଦାରେ ହିଟ୍ ହୋଇପାରି ନଥିଲା ଏବଂ ସେ ମଧ୍ୟ ସପର୍ଟିଂ ଅଭିନେତା ଭାବରେ କାମ କରିବାକୁ ପଡିଥିଲା । ରାହୁଲ ‘ବିଗ୍ ବୋସ୍’ର ପ୍ରଥମ ସିଜନର ବିଜେତା ଥିଲେ । ବର୍ତ୍ତମାନ ସେ ଫିଲ୍ମ ଦୁନିଆରୁ ଦୂରରେ ରହି ନିଜର ଜୀବନ ବିତାଉଛନ୍ତି ।

Leave a Reply

Your email address will not be published. Required fields are marked *