ଏହି ସେଲିବ୍ରିଟିମାନେ ଚାହୁଁନଥିଲେ ଛାଡପତ୍ର କିନ୍ତୁ ସ୍ତ୍ରୀ’ମାନଙ୍କୁ ବୁଝାଇବା ସତ୍ୱେ ମଧ୍ୟ ଭାଙ୍ଗିଦେଲେ ସମ୍ପର୍କ !

ଏହି ସେଲିବ୍ରିଟିମାନେ ଚାହୁଁନଥିଲେ ଛାଡପତ୍ର କିନ୍ତୁ ସ୍ତ୍ରୀ’ମାନଙ୍କୁ ବୁଝାଇବା ସତ୍ୱେ ମଧ୍ୟ ଭାଙ୍ଗିଦେଲେ ସମ୍ପର୍କ !

ବଲିଉଡ ଇଣ୍ଡଷ୍ଟ୍ରିର ଚିକ୍-ମିକ୍ ଦୁନିଆରେ କାହାର ସ୍ୱପ୍ନ ସାକାର ହେବ ଏବଂ କାହାର ସ୍ୱପ୍ନ ଭାଙ୍ଗିଯିବ ତାହା କହିବା ଅତ୍ୟନ୍ତ କଷ୍ଟକର । ଏହି ଇଣ୍ଡଷ୍ଟ୍ରି ବିଷୟରେ ପ୍ରତିଦିନ କିଛି ନା କିଛି ନୂତନ ଖବର ଶୁଣିବାକୁ ମିଳେ । ବଲିଉଡ ସେଲିବ୍ରିଟି ଏବଂ ତାଙ୍କ ଛାଡପତ୍ରର କାହାଣୀ ପ୍ରାୟତ ହେଡଲାଇନରେ ଥାଏ । ଯଦିଓ ଆମେ ପରଦାରେ ସେଲିବ୍ରିଟିମାନଙ୍କୁ ଦେଖି ଭାବିଥାଉ ଯେ ସେମାନଙ୍କ ଜୀବନ ଖୁସିରେ ପୁର୍ଣ୍ଣ ହୋଇଥିବ କାରଣ ସେମାନେ ପରଦାରେ ଖୁସି ଦେଖାଯାଆନ୍ତି କିନ୍ତୁ ଏହା ଆଦୌ ସତ୍ୟ ନୁହେଁ ।

ବଲିଉଡ ସେଲିବ୍ରିଟିମାନଙ୍କ ଜୀବନ ମଧ୍ୟ ସାଧାରଣ ଜନତାଙ୍କ ପରି । ସେମାନଙ୍କ ଜୀବନରେ ମଧ୍ୟ ଉତ୍ଥାନପତନ ରହିଛି । ଆଜି ଆମେ ଆପଣଙ୍କୁ ବଲିଉଡର କିଛି ଏପରି ସେଲିବ୍ରିଟିମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ଇଛା ନଥିବା ସତ୍ୱେ ମଧ୍ୟ ନିଜ ପତ୍ନୀଙ୍କଠାରୁ ଛାଡପତ୍ର ନେବାକୁ ବାଧ୍ୟ ହୋଇଥିଲେ । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ସେଲିବ୍ରିଟିମାନଙ୍କ ନାମ ଏହି ତାଲିକାରେ ଅନ୍ତର୍ଭୂକ୍ତ ହୋଇଛି ।

ହ୍ରିତିକ୍ ରୋଶନ୍ ଏବଂ ସୁଜାନେ ଖାନ୍

ହ୍ରିତିକ୍ ରୋଶନ୍ ଏପରି ଜଣେ ଅଭିନେତା ଯିଏ ନିଜର ଅଭିନୟ ଏବଂ ସୌନ୍ଦର୍ଯ୍ୟ ଉଭୟଙ୍କ ପାଇଁ ଦର୍ଶକଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ । ୨୦୦୦ ମସିହାରେ ହ୍ରିତିକ୍ ରୋଶନ୍ ସୁଜାନେ ଖାନଙ୍କୁ ବିବାହ କରିଥିଲେ କିନ୍ତୁ ସେମାନଙ୍କର ସମ୍ପର୍କ ବେଶି ଦିନ ତିଷ୍ଠି ପାରିଲା ନାହିଁ । ୨୦୧୪ ମସିହାରେ ଦୁହିଁଙ୍କର ଛାଡପତ୍ର ହୋଇଗଲା । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ସୁଜାନେ ପ୍ରଥମେ ଛାଡପତ୍ର ପାଇଁ ଆବେଦନ କରିଥିଲେ । ହ୍ରିତିକ୍ ରୋଶନ୍ ତାଙ୍କ ପତ୍ନୀ ସୁଜାନେ ଖାନଙ୍କୁ ମନାଇବା ପାଇଁ ଯଥାସମ୍ଭବ ଚେଷ୍ଟା କରିଥିଲେ କିନ୍ତୁ କୌଣସି ସୁଫଳ ମିଳିନଥିଲା । ସେ ନିଜ ବିବାହକୁ ରକ୍ଷା କରିବାରେ ସଫଳ ହୋଇପାରିଲେ ନାହିଁ ।

ସଞ୍ଜୟ ଦତ୍ତ ଏବଂ ରିୟା ପିଲ୍ଲଇ

ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ହେଉଛନ୍ତି ଏପରି ଜଣେ କଳାକାର ଯିଏ ତାଙ୍କ ଅଭିନୟ ଦ୍ୱାରା ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟ ଜିତିଛନ୍ତି । ସେ ବଲିଉଡରେ ଅନେକ ସୁପରହିଟ୍ ଫିଲ୍ମ ଦେଇଛନ୍ତି ଏବଂ ଲୋକମାନେ ତାଙ୍କ ଅଭିନୟର ଦିୱାନା ଅଟନ୍ତି । ଅଭିନେତା ସଞ୍ଜୟ ଦତ୍ତ ୧୯୯୯ ମସିହା ଫେବ୍ରୁଆରୀ ୧୪ ତାରିଖରେ ରିୟା ପିଲ୍ଲଇଙ୍କୁ ବିବାହ କରିଥିଲେ । ଯେତେବେଳେ ସଞ୍ଜୟ ଦତ୍ତ କଠିନ ପରିସ୍ଥିତି ଦେଇ ଗତି କରୁଥିଲେ ସେତେବେଳେ ମଧ୍ୟ ରିୟା ପିଲ୍ଲଇ ତାଙ୍କ ସହିତ ଥିଲେ । ସଞ୍ଜୟ ଦତ୍ତ ନିଜ ବିବାହକୁ ବଞ୍ଚାଇବା ପାଇଁ ସମସ୍ତ ପ୍ରଚେଷ୍ଟା କରିଥିଲେ କିନ୍ତୁ ଶେଷରେ ରିୟା ସଞ୍ଜୟ ଦତ୍ତଙ୍କୁ ଛାଡପତ୍ର ଦେଇ ତାଙ୍କୁ ଛାଡି ଚାଲିଯାଇଥିଲେ ।

ଫରହାନ୍ ଅଖତର୍ ଏବଂ ଅଧୁନା

ଫରହାନ୍ ଅଖତର୍ ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ପ୍ରତିଭାବାନ କଳାକାର ଅଟନ୍ତି ଏବଂ ତାଙ୍କର ବିଭିନ୍ନ କ୍ଷେତ୍ରରେ ଉତ୍କୃଷ୍ଟ ପ୍ରତିଭା ରହିଛି । ନିଜର କଠିନ ପରିଶ୍ରମ ଦ୍ୱାରା ଫରହାନ୍ ଅଖତର୍ ନିଜକୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରତିଷ୍ଠିତ କରିପାରିଛନ୍ତି । ଜଣେ ଭଲ ଅଭିନେତା ହେବା ସହିତ ଫରହାନ୍ ଜଣେ ସଫଳ ନିର୍ମାତା ଏବଂ ନିର୍ଦ୍ଦେଶକ । ଫରହାନ୍ ଅଖତରଙ୍କ ବିବାହ ସେଲିବ୍ରିଟି ହେୟାର୍ ଷ୍ଟାଇଲିଷ୍ଟ ଅଧୁନା ଅଖତରଙ୍କ ସହ ହୋଇଥିଲା କିନ୍ତୁ ବିବାହର ୧୫ବର୍ଷ ପରେ ଉଭୟଙ୍କ ମଧ୍ୟରେ ଛାଡପତ୍ର ହୋଇଯାଇଥିଲା । ଏହି ଦମ୍ପତିଙ୍କର ଦୁଇଟି ଝିଅ ଅଛନ୍ତି ଯେଉଁମାନେ ନିଜ ମା’ଙ୍କ ସହିତ ରୁହନ୍ତି । କୁହାଯାଏ ଯେ ଫରହାନ୍ ଅଖତରଙ୍କ ପତ୍ନୀ ଅଧୁନା ପ୍ରଥମେ ଛାଡପତ୍ର ପାଇଁ ପଦକ୍ଷେପ ନେଇଥିଲେ ।

ଅରବାଜ୍ ଖାନ୍ ଏବଂ ମଲାଇକା ଆରୋରା

ଅଭିନେତା ଅରବାଜ୍ ଖାନ୍ ଏବଂ ଅଭିନେତ୍ରୀ ମଲାଇକା ଆରୋରା ପ୍ରାୟ ୪ବର୍ଷ ଧରି ପରସ୍ପରକୁ ଡେଟ୍ କରିବା ପରେ ବିବାହ କରିଥିଲେ କିନ୍ତୁ ୨୦୧୭ ମସିହାରେ ସେମାନଙ୍କର ୧୮ବର୍ଷର ସମ୍ପର୍କ ଭାଙ୍ଗିଯାଇଥିଲା । ଅଭିନେତ୍ରୀ ମଲାଇକା ଆରୋରା ଅରବାଜ୍ ଖାନଙ୍କଠାରୁ ଛାଡପତ୍ର ନେଇ ତାଙ୍କଠାରୁ ଦୂରେଇ ଯାଇଥିଲେ । କୁହାଯାଏ ଯେ ଅରବାଜ୍ ଖାନ୍ ତାଙ୍କ ଛାଡପତ୍ରକୁ ରୋକିବା ପାଇଁ ବହୁତ ଚେଷ୍ଟା କରିଥିଲେ କିନ୍ତୁ ସମସ୍ତ ଉଦ୍ୟମ ବିଫଳ ହୋଇଥିଲା । ମଲାଇକା ଆରୋରା ନିଷ୍ପତ୍ତି ନେଇସାରିଥିଲେ ଯେ ସେ ଅରବାଜଙ୍କଠାରୁ ଛାଡପତ୍ର ନେବେ ଏବଂ ଶେଷରେ ସେୟା ଘଟିଥିଲା ।

ମନୋଜ୍ ତିୱାରୀ ଏବଂ ରାନୀ

ଜଣାଶୁଣା ଭୋଜପୁରୀ ଗାୟକ ମନୋଜ୍ ତିୱାରୀ ୨୦୧୨ ମସିହାରେ ତାଙ୍କର ପ୍ରଥମ ପତ୍ନୀ ରାନୀଙ୍କଠାରୁ ଛାଡପତ୍ର ନେଇଥିଲେ । ସାକ୍ଷାତକାରରେ ମନୋଜ୍ ତିୱାରୀ କହିଥିଲେ ଯେ ସେ ନିଜ ପତ୍ନୀଙ୍କଠାରୁ ଅଲଗା ହେବାକୁ ଚାହୁଁନଥିଲେ । ସେ କେବେ ଭାବି ମଧ୍ୟ ନଥିଲେ ଯେ ସେ ନିଜ ପତ୍ନୀଙ୍କୁ ଛାଡପତ୍ର ଦେବେ । ସେ ନିଜ ବିବାହକୁ ବଞ୍ଚାଇବା ପାଇଁ ବହୁତ ଚେଷ୍ଟା କରିଥିଲେ କିନ୍ତୁ ତାଙ୍କ ପତ୍ନୀ ଛାଡପତ୍ର ପାଇଁ ଜିଦ୍ ଧରିଥିଲେ । ଯେତେବେଳେ ସମସ୍ତ ଚେଷ୍ଟା ସତ୍ତ୍ୱେ ତାଙ୍କ ପତ୍ନୀ ରାଜି ହେଲେ ନାହିଁ ଶେଷରେ ୨୦୧୩ ମସିହାରେ ଉଭୟ ଆଇନଗତ ଭାବରେ ଅଲଗା ହୋଇଯାଇଥିଲେ ।

Leave a Reply

Your email address will not be published. Required fields are marked *