ବିବାହ ନ କରି ଗୋଟିଏ ହିଁ ବେଡ୍-ରୁମରେ ରହୁଥିଲେ ଏହି କଳାକାରମାନେ । ୫ ନମ୍ବର ପ୍ରେମୀ ବୟସରେ ୧୮ ବର୍ଷ ବଡ଼ !

ବିବାହ ନ କରି ଗୋଟିଏ ହିଁ ବେଡ୍-ରୁମରେ ରହୁଥିଲେ ଏହି କଳାକାରମାନେ । ୫ ନମ୍ବର ପ୍ରେମୀ ବୟସରେ ୧୮ ବର୍ଷ ବଡ଼ !

ବଲିଉଡ଼ ଦୁନିଆ ଗ୍ଲେମର୍ସ ଏବଂ ବୋଲଡ଼ନେସରେ ଭରି ରହିଛି । ଏଠାରେ ପ୍ରାୟ ସବୁଦିନ ଅଭିନେତା ମାନଙ୍କର ଏବଂ ଅଭିନେତ୍ରୀଙ୍କର ଅଫେୟାର ଏବଂ ବ୍ରେକଅପର ଖବର ମଧ୍ୟ ଆସିଥାଏ । ସାଧାରଣତଃ ଯେତେବେଳେ ଜଣେ ପୁଅ ଏବଂ ଝିଅ ବିବାହ କରନ୍ତି ସେତେବେଳେ ସେମାନେ ଦାମ୍ପତ୍ତି ଭାବରେ ସାଙ୍ଗରେ ରହନ୍ତି । କିନ୍ତୁ ଆଜିକାର ଆଧୁନିକ ଯୁଗରେ ‘ ଲିଭ୍ ଇନ ରିଲେସନଶିପ୍ ‘ର କଂସେପ୍ଟ ମଧ୍ୟ ରହିଛି । ଅର୍ଥାତ ପୁଅ ଏବଂ ଝିଅ ବିବାହ ନକରିଲେ ମଧ୍ୟ ସେମାନେ ଚାହିଁଲେ ଉଭୟଙ୍କ ସହମତି ଦ୍ଵାରା ଗୋଟିଏ ଘରେ ରହି ପାରିବେ । ସାଧାରଣତଃ ଲୋକମାନେ ଏପରି ଦୁଇଟି କାରଣ ଯୋଗୁଁ କରିଥାନ୍ତି । ପ୍ରଥମତଃ କିଛି ଲୋକ ବିବାହ ପୂର୍ବରୁ ନିଜ ପାର୍ଟନରଙ୍କ ବିଷୟରେ ଭଲଭାବରେ ଜାଣିବା ପାଇଁ ଏପରି କରିଥାନ୍ତି କିମ୍ବା ତାଙ୍କୁ ବିବାହରେ କୌଣସି ଇଚ୍ଛା ନଥାଏ ଏବଂ ପ୍ରେମରେ ସେମାନେ ସବୁଦିନ ପାଇଁ ସାଥିରେ ରହିବାକୁ ଚାହାନ୍ତି । ଆଜି ଆମେ ଆପଣଙ୍କୁ ବଲିଉଡ଼ର ସେହି କଳାକାରଙ୍କ ବିଷୟରେ କହିବୁ ଯେଉଁମାନେ ବିନା ବିବାହରେ ପରସ୍ପର ସହିତ ଗୋଟିଏ ରୁମରେ ରହୁଥିଲେ । ଅର୍ଥାତ ସେମାନେ ଲିଭ୍ ଇନ ରିଲେସନଶିପରେ ରହୁଥିଲେ ।

ରଣବୀର କପୂର ଏବଂ କ୍ୟାଟ୍ରିନା କୈଫ :-

newstrend

‘ ଅଜବ ପ୍ରେମ କୀ ଗଜବ କାହାନୀ ‘ ଫିଲ୍ମ ସମୟରେ କ୍ୟାଟ୍ରିନା ଏବଂ ରଣବୀରଙ୍କ ଲୋଭ ଷ୍ଟୋରୀ ଆରମ୍ଭ ହୋଇଥିଲା । ତାଙ୍କ ପ୍ରେମ ଖୁବ୍ ଗଭୀର ଥିଲା । ଏପରିକି ସେମାନଙ୍କର ବିବାହର ଖବର ମଧ୍ୟ ଆସିବାରେ ଲାଗିଥିଲା । ଏହି ଦୁଇ ଷ୍ଟାର ପ୍ରଥମେ ସାଙ୍ଗରେ ଲିଭ୍ ଇନରେ ରହିବାକୁ ନିଷ୍ପତ୍ତି ନେଇଥିଲେ । ସେମାନେ ବାନ୍ଦ୍ରାର ଏକ ଫ୍ଲାଟରେ ଏକ ସାଙ୍ଗରେ ରହୁଥିଲେ । କେବଳ ଏତିକି ନୁହେଁ ରଣବୀର ନିଜ ପାଇଁ ଏବଂ କ୍ୟାଟ୍ରିନାଙ୍କ ପାଇଁ ଏକ ଘର ମଧ୍ୟ କିଣିଥିଲେ । କିନ୍ତୁ ପରେ ଦୁହିଁଙ୍କର କିଛି କାରଣ ବଶତଃ ବ୍ରେକଅପପ୍ ହୋଇଯାଇଥିଲା ।

ସୁଶାନ୍ତ ସିଂହ ରାଜପୁତ ଏବଂ ଆଙ୍କିତା ଲୋଖାଣ୍ଡେ : –

newstrend

ସୁଶାନ୍ତ ଏବଂ ଆଙ୍କିତା ଦୁହେଁ ଟିଭି ଧାରାବାହିକରେ ସାଙ୍ଗରେ କାମ କରୁଥିଲେ । ସେହି ସମାୟରେ ଦୁହିଁଙ୍କ ସମ୍ପର୍କରେ ଏତେ ନିବିଡ଼ତା ଆସିଥିଲା ଯେ ସେମାନେ ଲିଭ୍ ଇନ ରିଲେଶନରେ ମଧ୍ୟ ରହିଥିଲେ । ସେ ଦୁହିଁଙ୍କ ବିବାହ ଖବର ମଧ୍ୟ ଶୁଣିବାକୁ ମିଳୁଥିଲା । କିନ୍ତୁ କିଛି କାରଣ ବଶତଃ ସେ ଦୁହିଁଙ୍କର ବ୍ରେକଅପ୍ ହୋଇ ଯାଇଥିଲା ।

ଜୋନ୍ ଆବ୍ରାହମ ଏବଂ ବିପାଷା ବସୁ :-

newstrend

ଜୋନ୍ ଆବ୍ରାହମ ଏବଂ ବିପାଷାଙ୍କ ଯୋଡି ବୋଲ୍ଡ ଇଣ୍ଡଷ୍ଟ୍ରିରେ ଖୁବ୍ ଲୋକପ୍ରିୟ ହୋଇଥିଲା । ଏମାନଙ୍କର ଦୀର୍ଘ ସମୟ ପାଇଁ ଏହି ଅଫେୟାର ଚାଲିଥିଲା । କିନ୍ତୁ କୌଣସି କାରଣରୁ ଦୁହିଁଙ୍କ ମଧ୍ୟରେ ଦୂରତା ବଢ଼ିଲା ଏବଂ ବ୍ରେକଅପ୍ ହୋଇଯାଇଥିଲା । ଜୋନ୍ ପ୍ରିୟା ରୁଞ୍ଚାଳଙ୍କୁ ବିବାହ କରିଥିଲେ ଏବଂ ବିପାଷା କରଣ ସିଂହ ଗ୍ରୋଭରଙ୍କୁ ବିବାହ କରିଛନ୍ତି ।

ଅଭୟ ଦେୱାଲ ଏବଂ ପ୍ରୀତି ଦେଶାଇ :-

newstrend

୪୨ ବାର୍ଷିୟ ଅଭୟ ଏପର୍ଯ୍ୟନ୍ତ କୁଆଁରା ଅଛନ୍ତି । କିନ୍ତୁ ସେ ମଧ୍ୟ ଲିଭ୍ ଇନ ରିଲେଶନଆର ମଜା ନେଇ ସାରିଛନ୍ତି । ତାଙ୍କର ଲିଭ୍ ଇନ ନ୍ୟୁୟର୍କରେ ୨୦୧୧ରେ ପ୍ରୀତିଦେଶାଇଙ୍କ ସହିତ ଥିଲା । କିଛି ସମୟ ପରେ ସେମାନଙ୍କର ବ୍ରେକଅପ୍ ହୋଇ ଯାଇଥିଲା ।

ରାହୁଲ ଦେବ ଏବଂ ମୁଗ୍ଧା ଗୋଡ଼ସେ :-

newstrend

ରାହୁଲ ଏବଂ ମୁଗ୍ଧାଙ୍କ ମଧ୍ୟରେ ୧୮ବର୍ଷ ବୟସର ଅନ୍ତର ରହିଛି । ଏହା ସତ୍ଵେ ମଧ୍ୟ ଦୁହେଁଙ୍କ ମଧ୍ୟରେ କେବଳ ପ୍ରେମ ନୁହେଁ ବରଂ ସେମାନେ ଲିଭ୍ ଇନରେ ମଧ୍ୟ ରହିଛନ୍ତି । ଏପର୍ଯ୍ୟନ୍ତ ଏମାନେ ତାଙ୍କ ସମ୍ପର୍କକୁ କୌଣସି ନାମ ଦେଇ ନାହାନ୍ତି ।

Leave a Reply

Your email address will not be published. Required fields are marked *