ଏହି କଳାକାରଙ୍କ ନିକଟରେ ରହିଛି କୋଟି କୋଟି ଟଙ୍କାର ସମ୍ପତ୍ତି ! ଶାହରୁଖଙ୍କ ଠାରୁ ଆରମ୍ଭ କରି ଅମିତାଭ ପର୍ଯ୍ୟନ୍ତ ଏମାନେ ଅଟନ୍ତି ୫ଟି ସବୁଠାରୁ ଧନୀ ଅଭିନେତା…

ଏହି କଳାକାରଙ୍କ ନିକଟରେ ରହିଛି କୋଟି କୋଟି ଟଙ୍କାର ସମ୍ପତ୍ତି ! ଶାହରୁଖଙ୍କ ଠାରୁ ଆରମ୍ଭ କରି ଅମିତାଭ ପର୍ଯ୍ୟନ୍ତ ଏମାନେ ଅଟନ୍ତି ୫ଟି ସବୁଠାରୁ ଧନୀ ଅଭିନେତା…

ସମୟ ସହିତ ବଲିଉଡ଼ରେ ମଧ୍ୟ ଅନେକ ପରିବର୍ତ୍ତନ ଦେଖାଦେଇଛି । ଆଜି କୌଣସି ଫିଲ୍ମର ବଜେଟ୍ ୧୦୦ କୋଟି ପାଖାପାଖି ଥାଏ ଏବଂ ବଡ଼ ବଡ଼ କଳାକାର ମାନଙ୍କ ଚଳଚ୍ଚିତ୍ର ଖୁବ୍ ସହଜରେ ୨୦୦ ରୁ ୨୫୦ କୋଟି ଟଙ୍କାର ବ୍ୟବସାୟ କରେ । ସେପଟେ ବଡ଼ ସୁପରଷ୍ଟାର୍ ବର୍ତ୍ତମାନ ଗୋଟିଏ ଚଳଚ୍ଚିତ୍ର ପାଇଁ ୧୦୦ କୋଟି ଟଙ୍କାର ଭାରୀ ଫୀସ୍ ମଧ୍ୟ ଚାର୍ଜ କରିବାକୁ ଲାଗିଛନ୍ତି ଏବଂ ଅଧିକାଂଶ ସମୟରେ ଫ୍ୟାନ୍ସ ମାନଙ୍କ ମନରେ ଏହି ପ୍ରଶ୍ନ ଉଠେ ଯେ କେଉଁ କଳାକାରଙ୍କ ନିକଟରେ ସବୁଠାରୁ ଅଧିକ ଟଙ୍କା ଅଛି । ଏମିତିରେ ଆସନ୍ତୁ ଆଜି ଆପଣଙ୍କୁ ହିନ୍ଦୀ ସିନେମାର ୫ଟି ସବୁଠାରୁ ଧନୀ କଳାକାରଙ୍କ ସହ ପରିଚିତ କରାଇବୁ ।

୧. ଶାହରୁଖ୍ ଖାଁ

ଶାହରୁଖ୍ ଖାଁ ବଲିଉଡ଼ର ସବୁଠାରୁ ଧନୀ ଅଭିନେତା ଅଟନ୍ତି । ଏଥିସହିତ ଶାହରୁଖ୍ ଦୁନିଆର ସବୁଠାରୁ ଧନୀ ଅଭିନେତା ମଧ୍ୟରେ ନିଜ ସ୍ଥାନ ଅଧିକାର କରିଛନ୍ତି । ଶାହରୁଖ୍ ଗତ ୨୮ ବର୍ଷରୁ ହିନ୍ଦୀ ସିନେମାରେ କାମ କରୁଛନ୍ତି । ତାଙ୍କ ପାଖରେ କୋଟି କୋଟି ଟଙ୍କାର ସମ୍ପତ୍ତି ରହିଛି । ତାଙ୍କ ସମ୍ପତ୍ତି ବିଷୟରେ ଆଲୋଚନା କରିବା ତେବେ ତାଙ୍କର ମୋଟ ନେଟୱର୍ଥ ୪୩୦୦ କୋଟି ଟଙ୍କା ଅଟେ ।

୨. ଅମିତାଭ ବଚ୍ଚନ

ମହାନାୟକ ଅମିତାଭ ବଚ୍ଚନ ସମ୍ପତ୍ତି ଅର୍ଜନ କରିଥିବା ମାମଲାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ସେ ବଲିଉଡ଼ର ଦ୍ୱିତୀୟ ଧନୀ କଳାକାର ଅଟନ୍ତି । ବଲିଉଡ଼ର ଶାହନଶା, ବିଗ୍-ବି, ଏଙ୍ଗରି ୟଙ୍ଗ ମ୍ୟାନ୍ ଓ ଯୁଗର ମହାନାୟକ ଭଳି ବିଶେଷ ନାମ ଗୁଡ଼ିକରେ ପରିଚିତ ଅମିତାଭ ବଚ୍ଚନ ୫୨ ବର୍ଷରୁ ବଲିଉଡ଼ରୁ କାମ କରୁଛନ୍ତି । ତାଙ୍କର ମୋଟ ନେଟୱର୍ଥ ୨୮୭୬ କୋଟି ଟଙ୍କା ଅଟେ ।

୩. ଅକ୍ଷୟ କୁମାର୍

ବଲିଉଡ଼ ଖିଲାଡ଼ି ଅର୍ଥାତ ଅଭିନେତା ଅକ୍ଷୟ କୁମାର୍ ହିନ୍ଦୀ ସିନେମାର ତୃତୀୟ ଧନୀ କଳାକାର ଅଟନ୍ତି । ୧୯୯୧ରେ ଚଳଚ୍ଚିତ୍ର ‘ସୌଗନ୍ଧ’ରୁ ଅକ୍ଷୟଙ୍କ ଫିଲ୍ମୀ କ୍ୟାରିୟରର ଶୁଭାରମ୍ଭ ହୋଇଥିଲା । ସେ ଗତ ୩୦ ବର୍ଷରୁ ହିନ୍ଦୀ ସିନେମାରେ ରାଜ କରୁଛନ୍ତି । ଅକ୍ଷୟ ଟଙ୍କା ଅର୍ଜନ କରିବା ମାମଲାରେ ମଧ୍ୟ ବହୁତ ଆଗରେ ଅଛନ୍ତି । ଜଣାଇଦେଉଛୁ ଯେ, ‘ଖିଲାଡ଼ି କୁମାର’ଙ୍କ ମୋଟ ନେଟୱର୍ଥ ୨୦୦୦ କୋଟି ଟଙ୍କା ଅଟେ ।

୪. ସଲମାନ୍ ଖାଁ

ଅଭିନେତା ସଲମାନ୍ ଖାଁ ବଲିଉଡ଼ର ସବୁଠାରୁ ଧନୀ ଅଭିନେତା ମଧ୍ୟରୁ ଚତୁର୍ଥ ସ୍ଥାନରେ ଅଛନ୍ତି । ୧୯୮୯ରେ ଚଳଚ୍ଚିତ୍ର ‘ମେନେ ପ୍ୟାର୍ କିୟା’ରୁ ନିଜ ‘ଫିଲ୍ମୀ କ୍ୟାରିୟର୍’ର ଶୁଭାରମ୍ଭ କରିଥିବା ସଲମାନ୍ ଏହି ୩୨ ବର୍ଷ ମଧ୍ୟରେ ସୁନାମ ଅର୍ଜନ କରିବା ସଙ୍ଗେ ସଙ୍ଗେ ଖୁବ୍ ଧନ ସମ୍ପତ୍ତି ମଧ୍ୟ ଅର୍ଜନ କରିଛନ୍ତି । ତାଙ୍କର ମୋଟ ନେଟୱର୍ଥ ୧୮୬୮ କୋଟି ଟଙ୍କା ଅଟେ ।

୫. ଆମୀର୍ ଖାଁ

ମିଷ୍ଟର୍ ପରଫେକଶନିଷ୍ଟ ନାମରେ ପରିଚିତ ଅଭିନେତା ଆମୀର୍ ଖାଁଙ୍କୁ ସୂଚୀରେ ପଞ୍ଚମ ଓ ଶେଷ ସ୍ଥାନ ଦିଆଯାଇଛି । ଅଭିନେତା ଆମୀର୍ ଖାଁ ଗତ ୩୩ ବର୍ଷରୁ ହିନ୍ଦୀ ସିନେମା ସହ ଜଡ଼ିତ ଅଛନ୍ତି । ଆମୀର୍ ଖାଁ ବଲିଉଡ଼ରେ ୧୯୮୮ରେ ଡେବ୍ୟୁ କରୁଥିଲେ । ତାଙ୍କର ପ୍ରଥମ ଚଳଚ୍ଚିତ୍ର ‘କୟାମତ୍ ସେ କୟାମତ୍ ତକ୍’ ଥିଲା, ଯେଉଁଥିରୁ ସେ ଜୁହି ଚାୱଲା ବିପକ୍ଷରେ ଥିଲେ । ବର୍ଷରେ ଗୋଟିଏ ଚଳଚ୍ଚିତ୍ର ମୁକ୍ତିଲାଭ କରୁଥିବା ଆମୀର୍ ଖାଁଙ୍କ ପାଖରେ ମୋଟ ୧୦୭୮ କୋଟି ଟଙ୍କାର ନେଟୱର୍ଥ ଅଛି ।

Leave a Reply

Your email address will not be published. Required fields are marked *