ଏହି ସାଉଥ ଇଣ୍ଡିଆନ କଳାକାର ମାନଙ୍କ ଧୂମ୍ ଧାମରେ ହୋଇଥିଲା ନିର୍ବନ୍ଧ କିନ୍ତୁ ବିବାହ ହେବା ପୂର୍ବରୁ ଭାଙ୍ଗିଯାଇଥିଲା ସମ୍ପର୍କ !

ଏହି ସାଉଥ ଇଣ୍ଡିଆନ କଳାକାର ମାନଙ୍କ ଧୂମ୍ ଧାମରେ ହୋଇଥିଲା ନିର୍ବନ୍ଧ କିନ୍ତୁ ବିବାହ ହେବା ପୂର୍ବରୁ ଭାଙ୍ଗିଯାଇଥିଲା ସମ୍ପର୍କ !

ବାହାଘର ସମସ୍ତଙ୍କ ଜୀବନରେ ସବୁଠାରୁ ଖୁବ୍ ସୁନ୍ଦର ସମ୍ପର୍କ ଅଟେ । ଏହା ଏକ ଏପରି ସମ୍ପର୍କ ଅଟେ, ଯାହା ଦୁହିଁଙ୍କ ମଧ୍ୟରେ ବିଶ୍ୱାସ ରହିବା ବଡ ଜିନିଷ ଅଟେ। ପରିସ୍ଥିତି ଯେପରି ହେଉ ନା କାହିଁକି, ଦୁହେଁ ଦୁହିଁଙ୍କ ପାଇଁ ଠିଆ ହେବା ଦରକାର । ଏହା ପରେ ମଧ୍ୟ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ । କିଛି ସମ୍ପର୍କ ବାହାଘର ପରେ ଛାଡପତ୍ରର ରୂପ ନେଇ ଭାଙ୍ଗି ଯାଉଛି ଓ ଅନ୍ୟ କିଛି ସମ୍ପର୍କ ଏପରି ମଧ୍ୟ ଥାଏ, ଯାହା ନିର୍ବନ୍ଧର ରୂପ ନିଏ,କିନ୍ତୁ ବାହାଘର ହେବା ପୂର୍ବରୁ ଭାଙ୍ଗିଯାଇଥାଏ । ଏଠାରେ ଆମେ ଆପଣଂକୁ କିଛି ଏପରି ଦକ୍ଷିଣ ଭାରତୀୟ ଫିଲ୍ମ କଳାକାର ମାନକ ବିଷୟରେ କହିବୁ, ଯାହା ନିର୍ବନ୍ଧ ବହୁତ ଧୁମଧାମରେ ହୁଏ, କିନ୍ତୁ ଏମାନଙ୍କ ସମ୍ପର୍କ ବାହାଘର ପର୍ଯ୍ୟନ୍ତ ଯିବା ଆଗରୁ ଭାଙ୍ଗିଯାଏ । ଏହା ଆଗରୁ ହିଁ ଏମାନଙ୍କ ସମ୍ପର୍କ ଭାଙ୍ଗି ଯାଏ ଓ ଏମାନେ ଅଲଗା ହୋଇଯାଆନ୍ତି ।

ରଶ୍ମିକା ମନ୍ଦନା ଓ ରକ୍ଷିତ୍ ସେଟ୍ଟୀ :-

newstrend

୨୦୧୭ ମସିହାରେ ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଦନା ନିର୍ବନ୍ଧ ରକ୍ଷିତ୍ ସେଟ୍ଟୀଙ୍କ ସହ ହୋଇଥିଲା । ଏହି ନିର୍ବନ୍ଧର ଫୋଟୋ ଖୁବ୍ ଭାଇରାଲ ହୋଇଥିଲା ।ଏହା ଦେଖିଲା ପରେ ଜଣା ଯାଉଥିଲା କି ଏମାନଙ୍କ ନିର୍ବନ୍ଧ ବହୁତ ଧୂମଧାମରେ ହୋଇଛି ଓ ଏମାନେ ବହୁତ ଖୁସି ଅଛନ୍ତି । ବର୍ତ୍ତମାନ ଯେତେବେଳେ ତାଙ୍କ ପ୍ରଶଂସକ ଏମାନଙ୍କ ବାହାଘରକୁ ଅନେଇ ବସିଥିଲେ, ସେତେବେଳେ ଅଚାନକ ଗୋଟିଏ ବର୍ଷ ପରେ ୧୦୧୮ରେ ସେମାନଙ୍କ ସମ୍ପର୍କ ଭାଙ୍ଗି ଯାଇଥିବା ଖବର ଆସିଥିଲା । କନ୍ନଡ଼ ଫିଲ୍ମ କିରିକ୍ ପାର୍ଟିରେ ଦୁହେଁ କାମ କରିଥିଲେ । ଶୁଣା ଯାଉଥିଲା କି ଦୁହିଁଙ୍କ ପରିବାର ଲୋକଙ୍କ ପାଇଁ ବାହାଘର ଭାଙ୍ଗି ଯାଇଥିଲା ।

ଅଖିଲ ଅକ୍କିନେନି ଏବଂ ଶ୍ରୀୟା ଭୁପାଳ:-

newstrend

ଅଖିଲ ଅକ୍କିନେନି, ଯିଏକି ଦକ୍ଷିଣ ଭାରତୀୟ ଫିଲ୍ମର ସୁପରଷ୍ଟାର ନାଗାର୍ଜୁନଙ୍କ ପୁଅ ଅଟନ୍ତି । ପ୍ରସିଦ୍ଧ ଫେସନ୍ ଡ଼ିଜାଇନର ଶ୍ରୀୟା ଭୁପାଳଙ୍କ ସହ ତାଙ୍କର ନିର୍ବନ୍ଧ ୨୦୧୭ ମସିହାରେ ହୋଇଥିଲା । ଏମାନଙ୍କ ବାହାଘରକୁ ନେଇ କୁହାଯାଉଥିଲା କି ଏମାନେ ଇଟାଲୀରେ ବିବାହ କରିବେ । ବାହାଘରର ସବୁ ପ୍ରକାରର ବନ୍ଦୋବସ୍ତ ହୋଇସାରିଥିଲା । କିନ୍ତୁ ପରେ ଅଚାନକ ଜଣା ପଡିଲା କି ଏମାନଙ୍କ ରାସ୍ତା ଅଲଗା ହୋଇସାରିଛି । ଜଣା ଯାଉଛି କି ନିର୍ବନ୍ଧର କିଛି ମାସ ପରେ ଦୁହେଁ କୋଣସି ଏକ ବିଷୟକୁ ନେଇ କଳହ ହୋଇଥିଲା । ଝଗଡା ଦୁହିଁଙ୍କ ମଧ୍ୟରେ ଏତେ ବଢିଗଲା ଯେ ଦୁହେଁ ଅଲଗା ହେବାକୁ ଚାହିଁଲେ । ଏହି ସମ୍ପର୍କ ବାହାଘର ପର୍ଯ୍ୟନ୍ତ ଗଲା ନାହିଁ । ପରେ ଏକ ବିଜନେସ୍ ମ୍ୟାନ ସହ ଶ୍ରୀୟା ଭୁପାଲଙ୍କ ବାହାଘର ହୋଇଥିଲା ।

ସନମ୍ ସେଟ୍ଟୀ ଏବଂ ଥରସନ୍ ଥିୟାଗରାଜ:-

newstrend

ଥରସନ୍ ଥିୟାଗରାଜ ତାମିଲ ଫିଲ୍ମର ଜଣା ଶୁଣା ଚେହେରା ଅଟନ୍ତି । ସେ ବିଗ୍ ବୋସ୍ ତାମିଲର ସିଜନ ୩ରେ ଅଂଶ ଗ୍ରହଣ କରିଥିଲେ । ଦକ୍ଷିଣ ଭାରତୀୟ ଅଭିନେତ୍ରୀ ସନମ୍ ସେଟ୍ଟୀଙ୍କୁ ଥରସନ୍ ଭଲ ପାଉଥିଲେ । ସେ ନିଜର ଏହି ସମ୍ପର୍କକୁ ମୋହର ଲଗେଇ ଏହି ଶୋ’କୁ ଯିବା ପୂର୍ବରୁ ସେ ନିର୍ବନ୍ଧ କରିଥିଲେ । ଯେତେବେଳେ ଶୋ ସରିଲା ଜଣାପଡିଲା କି ଦୁହିଁଙ୍କ ସମ୍ପର୍କ ଭାଙ୍ଗି ଯାଇଛି । ସନମ୍ ସେଟ୍ଟୀ ଥରସନଙ୍କ ଉପରେ ଉତ୍ତପୀଡାର ଆରୋପ ଲଗାଇଥିଲେ। ଏହା ପରେ ଥରସନ୍ ବହୁତ ସଫା ଭାବେ ଏହାକୁ ଖଣ୍ଡନ କରିଥିଲେ ଓ କହିଲେ କି ନିର୍ବନ୍ଧ ଭାଙ୍ଗିବାର କାରଣ କେବଳ ସନମଙ୍କ ପେଶାଗତ ଆକାଂକ୍ଷାକୁ ନେଇ ଭାଙ୍ଗିଛି ।

ତୃଷା କୃଷ୍ଣନ ଏବଂ ବରୁଣ ମାନିୟନ୍:-

newstrend

ଦକ୍ଷିଣ ଭାରତୀୟ ଫିଲ୍ମର ଲୋକପ୍ରିୟ ଅଭିନେତ୍ରୀ ତୃଷା କୃଷ୍ଣନଙ୍କ ରାଣା ଦଂଗୁବାତୀ ସହ ସମ୍ପର୍କ ଭାଙ୍ଗିବା ଖବର ବହୁତ ଚର୍ଚ୍ଚାରେ ଥିଲା, କିନ୍ତୁ ଏହି ସମ୍ପର୍କ ପରେ ସେ ଡେରି ନ କରି ବରୁଣ ମାନିୟନ୍ ସହ ତୃଷା ନିର୍ବନ୍ଧ କରିଥିଲେ । ସେତିକି ନୁହଁ ବାହାଘର ପାଇଁ ମଧ୍ୟ ଭରପୁର ପ୍ରସ୍ତୁତ କରିଥିଲେ । ବହୁତ କମ୍ ଲୋକଙ୍କ ଉପସ୍ଥାନରେ ନିର୍ବନ୍ଧ ହୋଇଥିଲା । ଏହି ଫୋଟୋ ସୋସିଆଲ ମେଡିଆରେ ଖୁବ୍ ଭାଇରାଲ ହୋଇଥିଲା । ବିବାହ ପାଇଁ କେବଳ ୨ମାସ ଥିଲା ଅଚାନକ ତୃଷା ବରୁଣ ସହ ନିଜର ସମ୍ପର୍କ ଭାଙ୍ଗି ଦେଇଥିଲେ । ଏହିପରି ଭାବରେ ବିବାହର ୩ମାସ ବେଳକୁ ସେମାନଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା ।

ବିଶାଳ ଏବଂ ଅନିଶା ଅଲ୍ଲା ରେଡ୍ଡୀ:-

newstrend

ବିଶାଳ ଭିଲେନ ଫିଲ୍ମ ପାଇଁ ବହୁତ ଚର୍ଚ୍ଚିତ ଅଟନ୍ତି । ତାଙ୍କ ନିର୍ବନ୍ଧ ଅନିଶା ଅହ୍ଲା ରେଡ୍ଡୀ ସହ ହୋଇଥିଲା, କିନ୍ତୁ ଏମାନଙ୍କ ନିର୍ବନ୍ଧ କେବଳ ୬ମାସ ହୋଇଥିଲା । ତା’ପରେ ଏପରି କିଛି ଖବର ସାମ୍ନାକୁ ଆସିଥିଲା କି ଦୁହେଁ ଅଲଗା ହୋଇଗଲେ । ଅଧିକାରୀ ରୂପେରେ ଏ ଦୁହେଁ କିଛି କାରଣ କହୁନଥିଲେ । ଯେତେବେଳେ ଖବର ନିଆଁ ଭଳି ଜଳିବାରେ ଲାଗିଲା ସେତେବେଳେ ଅନିଶା ତାଙ୍କ ଇଂସ୍ଟଗ୍ରାମରୁ ନିଜର ନିର୍ବନ୍ଧ ଫୋଟୋକୁ ହଟାଇ ଦେଇଥିଲେ । ଦୁହିଁଙ୍କ ବିବାହ ଚେନ୍ନାଇରେ ହେବ ବୋଲି ଖବର ଆସିଥିଲା । ଏହି ଭଳି ବିନା କାରଣରୁ ଅନିଶା ଓ ବିଶାଳଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା । ଫିଲ୍ମ ଅର୍ଜୁନ ରେଡ୍ଡୀରେ ଅନିଶା ଆଲ୍ଲା ରେଡ୍ଡୀଙ୍କ ଭୂମିକାକୁ ଲୋକ ବହୁତ ପସନ୍ଦ କରିଥିଲେ ।

Leave a Reply

Your email address will not be published. Required fields are marked *