ଲାଇମଲାଇଟ୍ ଠାରୁ ନିଜକୁ ଦୂରରେ ରଖୁଥିବା ବଲିଉଡ଼ ସେଲିବ୍ରିଟିଙ୍କ ଭଉଣୀ ମାନେ ସୁନ୍ଦରତାରେ କାହା ଠାରୁ ମଧ୍ୟ କମ୍ ନୁହଁନ୍ତି !

ଲାଇମଲାଇଟ୍ ଠାରୁ ନିଜକୁ ଦୂରରେ ରଖୁଥିବା ବଲିଉଡ଼ ସେଲିବ୍ରିଟିଙ୍କ ଭଉଣୀ ମାନେ ସୁନ୍ଦରତାରେ କାହା ଠାରୁ ମଧ୍ୟ କମ୍ ନୁହଁନ୍ତି !

ଭାଇ ଭଉଣୀଙ୍କ ସ୍ନେହ ପ୍ରେମର ପର୍ବ ରକ୍ଷାବନ୍ଧନକୁ ଆସିବାକୁ କେବଳ କିଛି ଦିନ ବାକି ଅଛି । ଖଟା ମିଠାରେ ଭରି ରହିଥିବା ସମ୍ପର୍କକୁ ଭାଇ ଭଉଣୀ ଏହି ଦିନ ଖୁବ୍ ସ୍ନେହରେ ପାଳନ କରିଥାନ୍ତି । ସାଧାରଣ ଲୋକଙ୍କ ଭଳି ବଲିଉଡ଼ ସେଲିବ୍ରିଟି ମାନେ ମଧ୍ୟ ନିଜ ଭାଇ ଭଉଣୀଙ୍କ ସହିତ ଏହି ସୁନ୍ଦର ପର୍ବକୁ ପାଳନ କରିଥାନ୍ତି । ଖୁବ୍ ଦୀର୍ଘ ସମୟରୁ ଚାଲି ଆସୁଥିବା ଲକଡାଉନ କାରଣରୁ ଏଥର ଲୋକଙ୍କ ଚେହେରାରେ ହସ ଯେପରି ଉଡ଼ି ଯାଇଛି ଏବଂ ଏହିପରି ସମସ୍ତେ ଖୁବ୍ ଉତ୍ସାହର ସହିତ ରକ୍ଷାବନ୍ଧନକୁ ଅପେକ୍ଷା କରି ରହିଛନ୍ତି । ଇଣ୍ଡଷ୍ଟ୍ରିରେ ଅନେକ ଭାଇ ଭଉଣୀ ଏପରି ଅଛନ୍ତି ଯେଉଁମାନେ ସାଥିରେ କାମ କରନ୍ତି ତାହା ମଧ୍ୟରୁ ଆଉକିଛି ଏପରି ଅଛନ୍ତି ଯେଉଁମାନେ ଲାଇମଲାଇଟ୍ ଠାରୁ ଦୂରରେ ରହନ୍ତି ।

ଋଦ୍ଧିମା କପୂର :-

newstrend

କପୂର ପରିବାରର ଝିଅ ଏବଂ ରଣବୀରଙ୍କ ଭଉଣୀ ରିଦ୍ଧିମା ଫ୍ୟାଶନ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଚେହେରା ଅଟନ୍ତି । ସେ ଜଣେ ଗହଣା ଡିଯାଇନର ଅଟନ୍ତି । କିନ୍ତୁ ରିଦ୍ଧିମା ବଡ଼ ପରଦାରେ କାମ କରନ୍ତି ନାହିଁ, କିନ୍ତୁ ପ୍ରାୟ ଲାଇମଲାଇଟକୁ ଆସିଯାଇଥାନ୍ତି । ପୁଣି ସୌନ୍ଦର୍ଯ୍ୟ ମାମଲାରେ ରିଦ୍ଧିମା କୌଣସି ହିରୋଇନ ଠାରୁ କମ୍ ନୁହନ୍ତି । ରଣବୀର ନିଜ ଭଉଣୀ ରିଦ୍ଧିମାଙ୍କୁ ଖୁବ୍ ଭଲପାଆନ୍ତି ।

ସୁନୈନା ରୋଶନ :-

newstrend

ବଲିଉଡ଼ର ଗ୍ରୀକ୍ ଗୋଡ୍ କାହାଯାଉଥିବା ହ୍ରୀତିକ୍ ରୋଶନଙ୍କ ବଡ଼ ଭଉଣୀ ହେଉଛନ୍ତି ସୁନୈନା ରୋଶନ । ସୁନୈନା ହ୍ରୀତିକଙ୍କୁ ଛୋଟ ଭାଇର ସ୍ନେହ ଏବଂ ଭଲପାଇବା ଦେଇଥାନ୍ତି । ହ୍ରୀତିକ୍ ମଧ୍ୟ ନିଜ ବଡ଼ ଭଉଣୀଙ୍କୁ ବହୁତ ଭଲ ପାଆନ୍ତି । ସୁନୈନା ମଧ୍ୟ ଫିଲ୍ମ ‘ କାଇଟ୍ସ ‘ ଏବଂ ‘ କ୍ରେଜି ୪ ‘ ଫିଲ୍ମର ପ୍ରଯୋଜନା କରି ସାରିଛନ୍ତି ।

ଅଂଶୁଳା କପୂର :-

newstrend

ବଲିଉଡ଼ର ‘ ଗୁଣ୍ଡେ ‘ ଅଭିନେତା ଅର୍ଜୁନ କପୂରଙ୍କ ଭଉଣୀଙ୍କ ନାମ ଅଂଶୁଳା କପୁର ଅଟେ । ଅଂଶୁଳା କଲମ୍ବିଆ ୟୁନିଭରସିଟିରୁ ଗ୍ରାଜୁଏସନ କରିଛନ୍ତି । ଯେଉଁଠି ସମ୍ପୂର୍ଣ୍ଣ କପୂର ପରିବାର ବଲିଉଡ଼ରେ ରାଜତ୍ଵ କରନ୍ତି ସେଠାରେ ଅଂଶୁଳାଙ୍କୁ ଫିଲ୍ମରେ କୌଣସି ଆଗ୍ରହ ନାହିଁ । ସୁନୈନା ଗୁଗଲ ଏମପ୍ଲୟ ମଧ୍ୟ ରହି ସାରିଛନ୍ତି । ଏହାପରେ ସେ ହ୍ରୀତିକ୍ ରୋଶନଙ୍କ HRX ବ୍ରାଣ୍ଡ କମ୍ପାନୀରେ ଅପରେସନ ମ୍ୟାନେଜରର କାମ ମଧ୍ୟ କରିଛନ୍ତି ।

ରିତିକା ସିଂହ :-

newstrend

ବଲିଉଡ଼ର ବାଜିରାଓ ରଣବୀର ସିଂହଙ୍କର ଜଣେ ବଡ଼ ଭଉଣୀ ଅଛନ୍ତି ରିତିକା ସିଂହ । ସେ ଗୃହପାଳିତ ପଶୁକୁ ଅଧିକ ପସନ୍ଦ କରନ୍ତି । ରଣବୀର ଫିଲ୍ମରେ ନାମ କରୁଛନ୍ତି, କିନ୍ତୁ ରିତିକାଙ୍କୁ ଏହି ଇଣ୍ଡଷ୍ଟ୍ରିରେ କୌଣସି ଆଗ୍ରହ ନାହିଁ । ରଣବୀର ନିଜ ଭଉଣୀକୁ ଖୁବ୍ ଭଲପାଆନ୍ତି । ସେମାନଙ୍କ ସମ୍ପର୍କ କିଛି ଏଭଳି ଯେ ସେ ନିଜ ମାଆଙ୍କୁ ବଡ଼ ମାଆ ଏବଂ ଭଉଣୀକୁ ସାନ ମାଆ ବୋଲି କହନ୍ତି ।

ସବା ଅଲୀ ଖାନ୍ :-

newstrend

ସୈଫ ଅଲୀ ଖାନଙ୍କର ଭଉଣୀ ସୋହା ଅଲୀ ଖାନ୍ ଅଟନ୍ତି । ଯିଏ ଜଣେ ଅଭିନେତ୍ରୀ ଅଟନ୍ତି ଏବଂ ସେ ପ୍ରାୟ ଲାଇମଲାଇଟରେ ରହିଥାନ୍ତି । ପୁଣି ତାଙ୍କର ଆଉଜଣେ ଭଉଣୀ ହେଉଛନ୍ତି ସବା ଅଲୀ ଖାନ୍ ଯାହାଙ୍କୁ ଲାଇମଲାଇଟରେ ରହିବା ଆଦୋୖ ପସନ୍ଦ ନୁହେଁ । ସବା ଡାଇମଣ୍ଡ ଗହଣାର ବ୍ୟବସାୟ କରନ୍ତି । କିଛି ବର୍ଷ ପୂର୍ବରୁ ସେ ଏକ ଡାଇମଣ୍ଡ ଚେନ୍ ମଧ୍ୟ ଆରମ୍ଭ କରିଛନ୍ତି ।

ଅର୍ପିତା ଏବଂ ଅଳବିରା :-

newstrend

ସଲମାନ ଖାନଙ୍କର ଦୁଇଟି ଭଉଣୀ ଅଛନ୍ତି । ସାନା ଭଉଣୀ ଅର୍ପିତା ଏବଂ ବଡ଼ ଭଉଣୀ ଅଲବିରା ପରଦା ଠାରୁ ଦୂରରେ ରହନ୍ତି, କିନ୍ତୁ ପ୍ରାୟ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ସଲମାନ ତାଙ୍କ ଭଉଣୀ ମାନଙ୍କୁ ଖୁବ୍ ଭଲପାଆନ୍ତି ଏବଂ ସେମାନଙ୍କ ପାଇଁ ପୋଜିଟିଭ ମଧ୍ୟ ରହନ୍ତି । ଅର୍ପିତା ଏବଂ ଅଲବିରା ଦୁହେଁ ଫିଲ୍ମ ନିର୍ମାତା ଅଟନ୍ତି ।

ମେଘନା ଅବରୋୟ :-

newstrend

ବିବେକ୍ ଅବରୋୟଙ୍କ ଭଉଣୀ ମେଘନା ଅବରୋୟ ମଧ୍ୟ ଲାଇମଲାଇଟ୍ ଠାରୁ ନିଜକୁ ଦୂରେଇ ରଖନ୍ତି । ମେଘନାଙ୍କ ବିବାହ ମୁମ୍ବାଇର ଜଣେ ବିଜନେସ ମ୍ୟାନଙ୍କ ସହିତ ହୋଇଛି । ସେ ଅଧିକାଂଶ ସମୟ ନିଜର ପରିବାର ଲୋକଙ୍କ ସହିତ ବିତାଇବାକୁ ପସନ୍ଦ କରନ୍ତି । ମେଘନାଙ୍କୁ ମଧ୍ୟ ବଲିଉଡ଼ରେ କୌଣସି ଆଗ୍ରହ ନାହିଁ ।

ଅଲକା ଭାଟିୟା :-

newstrend

ଅକ୍ଷୟ କୁମାରଙ୍କ ଭଉଣୀ ଅଲକା ଭାଟିୟା ମଧ୍ୟ ଫିଲ୍ମ ଇଣ୍ଡଷ୍ଟ୍ରି ଠାରୁ ନିଜକୁ ଦୂରେଇ ରଖନ୍ତି । ଅଲକା ଦିଲ୍ଲୀରେ ରହନ୍ତି । ଅଲକା ସେତେବେଳେ ଚର୍ଚ୍ଚାକୁ ଆସିଥିଲେ ଯେତେବେଳେ ସେ ନିଜ ଭାଇଙ୍କ ବିପକ୍ଷରେ ନିଜ ଠାରୁ ୧୫ ବର୍ଷର ବଡ଼ ବିଜନେସ ମ୍ୟାନ ସୁରେନ୍ଦ୍ର ହୀରାନନ୍ଦାନୀଙ୍କୁ ବିବାହ କରିଥିଲେ । କିନ୍ତୁ ପରେ ଅକ୍ଷୟ ଏହି ବିବାହ ପାଇଁ ରାଜି ହୋଇଥିଲେ ।

ଶ୍ଵେତା ବଚ୍ଚନ ନନ୍ଦା :-

newstrend

ବଚ୍ଚନ ପରିବାରର ଏକମାତ୍ର ଝିଅ ଏବଂ ଅଭିଷେକ ବଚ୍ଚନଙ୍କ ଭଉଣୀ ଶ୍ଵେତା ମଧ୍ୟ ଲାଇମଲାଇଟ୍ ଠାରୁ ଦୂରେଇ ରହନ୍ତି । ଶ୍ଵେତାଙ୍କ ବାପା ଘର ପରିବାରରେ ଯେକେହି ମଧ୍ୟ ଫିଲ୍ମ ଇଣ୍ଡଷ୍ଟ୍ରି ସହିତ ଜଡ଼ିତ ଅଟନ୍ତି, କିନ୍ତୁ ଶ୍ଵେତା ଫିଲ୍ମ ଇଣ୍ଡଷ୍ଟ୍ରି ଠାରୁ ଦୂରେଇ ରହନ୍ତି । କିନ୍ତୁ ଶ୍ଵେତା ଅମିତାଭଙ୍କ ସହିତ ଏକ ବିଜ୍ଞାପନରେ ନଜର ଆସିଛନ୍ତି ।

Leave a Reply

Your email address will not be published. Required fields are marked *