ବଲିଉଡ଼ର ଏହି ୭ଟି ଭୟଙ୍କର ‘ଖଳନାୟକ’ଙ୍କ ସ୍ତ୍ରୀ ମାନେ ଅଟନ୍ତି ଖୁବ୍ ସୁନ୍ଦରୀ ଏବଂ ହଟ୍ କିନ୍ତୁ ଲାଇମଲାଇଟ ଠାରୁ ରୁହନ୍ତି ଦୂରେଇ ।

ବଲିଉଡ଼ର ଏହି ୭ଟି ଭୟଙ୍କର ‘ଖଳନାୟକ’ଙ୍କ ସ୍ତ୍ରୀ ମାନେ ଅଟନ୍ତି ଖୁବ୍ ସୁନ୍ଦରୀ ଏବଂ ହଟ୍ କିନ୍ତୁ ଲାଇମଲାଇଟ ଠାରୁ ରୁହନ୍ତି ଦୂରେଇ ।

ହିନ୍ଦୀ ସିନେମାର କିଛି ଏପରି କଳାକାର ଅଛନ୍ତି ଯେଉଁମାନେ ଚଳଚ୍ଚିତ୍ରରେ ସର୍ବଦା ନିଜର ଖଳନାୟକ ଭୂମିକା ଓ ଲୁକ୍ ପାଇଁ ଜଣାଶୁଣା ଅଟନ୍ତି । ଏହି କଳାକାର ମାନେ ଅନେକ ଥର ଚଳଚ୍ଚିତ୍ରରେ ଅଭିନୟ ମାମଲାରେ ହିରୋ ଉପରେ ମଧ୍ୟ ଭାରୀ ପଡ଼ନ୍ତି । ଏହା ବ୍ୟତୀତ ବଲିଉଡ଼ର ଖଳନାୟକ ନିଜ ବ୍ୟକ୍ତିଗତ ଜୀବନ କାରଣରୁ ବହୁତ ଚର୍ଚ୍ଚାରେ ରୁହନ୍ତି, କିନ୍ତୁ କଣ ଆପଣ ବଲିଉଡ଼ ଚଳଚ୍ଚିତ୍ରରେ ଖଳନାୟକର ଭୂମିକାରେ ଅଭିନୟ କରୁଥିବା ଅଭିନେତା ମାନଙ୍କ ସ୍ତ୍ରୀ ମାନଙ୍କୁ ଦେଖିଛନ୍ତି କିମ୍ବା ତାଙ୍କ ବିଷୟରେ କିଛି ଜାଣିଛନ୍ତି କି ? ଯଦି ନୁହେଁ ତେବେ ଆଜି ଆମେ ଆପଣଙ୍କୁ ବଲିଉଡ଼ର ଖଳନାୟକଙ୍କ ସ୍ତ୍ରୀ ମାନଙ୍କ ସହିତ ପରିଚିତ କରାଇବୁ ।

ଶିବାଙ୍ଗୀ କପୂର

google

ଶିବାଙ୍ଗୀ କପୂର ବଲିଉଡ଼ର ପ୍ରସିଦ୍ଧ ଖଳନାୟକ ମାନଙ୍କ ମଧ୍ୟରୁ ଜଣେ ଅଭିନେତା ଶକ୍ତି କପୂରଙ୍କ ସ୍ତ୍ରୀ ଅଟନ୍ତି । ଶିବାଙ୍ଗୀ କପୂର ବଲିଉଡ଼ର ସୁନ୍ଦରୀ ଓ ପ୍ରସିଦ୍ଧ ଅଭିନେତ୍ରୀ ପଦ୍ମିନୀ କୋଲ୍ହାପୁରୀଙ୍କ ଭଉଣୀ ଅଟନ୍ତି । ଶକ୍ତି କପୂର ଓ ଶିବାଙ୍ଗୀ ୧୯୮୨ରେ ବିବାହ କରିଥିଲେ ।

କଶୀଶ୍

google

ଅଭିନେତା ଗୁଳସନ ଗ୍ରୋବର ଓ ତାଙ୍କ ଅଭିନୟ ବିଷୟରେ ସମସ୍ତଙ୍କୁ ଜଣା । ଗୁଳସନ ଦୁଇଥର ବିବାହ କରିଥିଲେ, କିନ୍ତୁ ତାଙ୍କର ଦୁଇଟି ବିବାହ ଅଧିକ ଦିନ ଧରି ଚାଲିପାରିନଥିଲା । ଏହା ପରେ ସେ ବର୍ତ୍ତମାନ ସିଙ୍ଗଲ ଅଛନ୍ତି । ଗୁଳସନ ଗ୍ରୋବରଙ୍କ ଦ୍ୱିତୀୟ ପତ୍ନୀଙ୍କ ନାମ କଶୀଶ୍ ଥିଲା ଯାହାକୁ ସେ ୨୦୦୧ ମସିହାରେ ବିବାହ କରିଥିଲେ, କିନ୍ତୁ ଏକ ବର୍ଷ ପରେ କଶୀଶ୍ ଓ ଗୁଳସନ ଗ୍ରୋବରଙ୍କ ଛାଡ଼ପତ୍ର ହୋଇଯାଇଥିଲା ।

ଗବା

google

ଏହି ପ୍ରସିଦ୍ଧ ଅଭିନେତା ଡେନୀ ଡେଙ୍ଗଜୋପ୍ପାଙ୍କ ପତ୍ନୀ ଅଟନ୍ତି । ଡେଙ୍ଗଜୋପ୍ପା ‘ଅଗ୍ନିପଥ’, ‘ହମ୍’, ‘ସନମ୍ ବେବେଫା’, ‘ଖୁଦା ଗବାହ’ , ‘ଘାତକ’, ‘ବେବି’ ସହିତ ପାଖାପାଖି ୧୯୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ଚଳଚ୍ଚିତ୍ରରେ ସେ ଖଳନାୟକ ଭାବେ ଭୂମିକା ନିର୍ବାହ କରିଥିଲେ । ଡେନୀ ଡେଙ୍ଗଜୋପ୍ପା ୧୯୯୦ରେ ଗବାଙ୍କ ସହିତ ବିବାହ କରିଥିଲେ ।

କିରନ୍ ଖେର୍

google

କିରନ୍ ଖେର୍ ବଲିଉଡ଼ର ପ୍ରସିଦ୍ଧ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ ଅଟନ୍ତି । ସେ ଅଭିନେତା ଅନୁପମ୍ ଖେରଙ୍କୁ ୧୯୮୫ରେ ବିବାହ କରିଥିଲେ । ଆପଣଙ୍କୁ ସୁଚାଇଦେଉଛୁ ଯେ ଅନୁପମ୍ ଖେର୍ ଚଳଚ୍ଚିତ୍ରରୁ ନିଜର ଭିନ୍ନ ଭିନ୍ନ ଭୂମିକାରେ ଅଭିନୟ କରି ଲୋକଙ୍କ ହୃଦୟ ଜିଣିଛନ୍ତି । ସେ ଅନେକ ଗୁଡିଏ ଚଳଚ୍ଚିତ୍ରରେ ଭୟଙ୍କର ଖଳନାୟକ ଭୂମିକାରେ ଅଭିନୟ କରିଛନ୍ତି ।

ପୋନୀ ରାଜ୍

google

ପୋନୀ ସାଉଥ ଓ ବଲିଉଡ଼ର ଜଣେ ପ୍ରସିଦ୍ଧ ଓ ଜଣାଶୁଣା ଖଳନାୟକ ପ୍ରକାଶ ରାଜଙ୍କ ପତ୍ନୀ ଅଟନ୍ତି । ପ୍ରକାଶ ରାଜ୍ ବଲିଉଡ଼ ଚାଳକ ‘ସିଙ୍ଘମ୍’, ‘ୱାଣ୍ଟେଡ’, ଓ ‘ଦବଙ୍ଗ ୨’ରେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ ଓ ଦର୍ଶକଙ୍କ ହୃଦୟ ଜିଣିଥିଲେ । ପ୍ରକାଶ ରାଜ୍ ଓ ପୋନୀଙ୍କ ବୟସ ମଧ୍ୟରେ ପାଖାପାଖି ୧୨ ବର୍ଷର ଅନ୍ତର ରହିଛି । ଏ ଦୁହେଁ ୨୦୧୦ ମସିହାରେ ବିବାହ କରିଥିଲେ ।

ରେଣୁକା ଶହାଣେ

google

ରେଣୁକା ବଲିଉଡ଼ର ପ୍ରସିଦ୍ଧ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ ଅଟନ୍ତି । ରେଣୁକା ଶହାଣେ ପ୍ରସିଦ୍ଧ ଅଭିନେତା ଆଶୁତୋଷ ରାଣାଙ୍କ ସହ ବିବାହ କରିଛନ୍ତି । ଆଶୁତୋଷ ରାଣା ବଲିଉଡ଼ର ଅନେକଗୁଡ଼ିଏ ଚଳଚ୍ଚିତ୍ରରେ ଖଳନାୟକ ଭାବେ ବଡ଼ ପରଦାରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।

ନିଲମ୍ ସିଂହ

google

ନିଲମ୍ ଛୋଟ ଓ ବଡ଼ ପରଦାର ଜଣେ ଚର୍ଚ୍ଚିତ ଅଭିନେତା ରୋନିତ୍ ରଏଙ୍କ ସ୍ତ୍ରୀ ଅଟନ୍ତି । ରୋନିତ୍ ରଏ ଅନେକ ଗୁଡିଏ ଚଳଚ୍ଚିତ୍ରରେ ଖଳନାୟକ ଭାବେ ଖୁବ୍ ନାମ ଅର୍ଜନ କରିଛନ୍ତି । ରୋନିତ୍ ରଏ ଓ ନିଲମ୍ ସିଂହ ୨୦୦୩ ମସିହାରେ ବିବାହ କରିଥିଲେ ।

Leave a Reply

Your email address will not be published. Required fields are marked *