ଏହି ୭ ଜଣ ଅଭିନେତ୍ରୀ ବିବାହ ପୂର୍ବରୁ ହିଁ ଗର୍ଭବତୀ ହୋଇ ଯାଇଥିଲେ । ଏହି ତାଲିକାରେ ଅନେକ ପ୍ରସିଦ୍ଧ ଅଭିନେତ୍ରୀଙ୍କ ନାମ ରହିଛି ।

ବିବାହ ପୂର୍ବରୁ ଏହି ଅଭନେତ୍ରୀମାନେ ଗର୍ଭବତୀ ହୋଇଥିବା ଜାଣି ମଧ୍ୟ ସେମାନଙ୍କର ଭାବି ସ୍ଵାମୀ ଏହି ଅଭିନେତ୍ରୀମାନଙ୍କୁ ନିଜର ପତ୍ନୀ ରୂପେ ସ୍ଵୀକାର କରିଥିଲେ । ଯେଉଁ ମହିଳାମାନଙ୍କୁ ମାଆ ହେବାର ସୁଖପ୍ରାପ୍ତି ହୁଏ, ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏକ ଶିଶୁ ଜନ୍ମ ହେବା ପରେ ଘରଲୋକେ ଖୁସି ପାଳନ କରନ୍ତି । କିନ୍ତୁ ଭାବନ୍ତୁ; ଯଦି ସ୍ଵାମୀକୁ ଜଣା ପଡିବ ଯେ, ତାର ପତ୍ନୀ ବିବାହ ପୂର୍ବରୁ ଗର୍ଭବତୀ ଅଟେ ! ତେବେ ତା’ଉପରେ କଣ ବିତିବ ? ସତ କଥା ଯେ, ଏହି କଥା ଜାଣିବା ପରେ ସ୍ବାମୀଙ୍କୁ ନିଶ୍ଚିତ ରୂପରେ ଖରାପ ଲାଗିବା ଏବଂ ପତ୍ନୀଙ୍କ ପ୍ରତି ସ୍ଵାମୀ ମନରେ ଥିବା ପ୍ରେମଭାବ ମଧ୍ୟ କମିଯିବ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ବଲିଉଡରେ ଏପରି ଅଭିନେତ୍ରୀମାନେ ଅଛନ୍ତି; ଯେଉଁମାନେ ବିବାହ ପୂର୍ବରୁ ନିଜ ପ୍ରେମିକଙ୍କ ଦ୍ଵାରା ଗର୍ଭବତୀ ହୋଇଛନ୍ତି । ଏହା ଛଡା ସେମାନଙ୍କର ବିବାହ ପ୍ରସିଦ୍ଧ ଲୋକଙ୍କ ସହ ହୋଇଛି ଏବଂ ସେମାନେ ସୁଖମୟ ଜୀବନ ଅତିବାହିତ କରୁଛନ୍ତି । ଆଶ୍ଚର୍ଯ୍ୟର କଥା ଏହା ଯେ, ସେମାନଙ୍କର ଭାବି ସ୍ଵାମୀ ସତ୍ୟ ଜାଣି ମଧ୍ୟ ସେମାନଙ୍କୁ ଗ୍ରହଣ କରିଥିଲେ ।

ମହିମା ଚୌଧୁରୀ :

ବଲିଉଡର ଏକ ସୁପରଷ୍ଟାର ଭାବରେ ପାଦ ରଖିଥିବା ତାରକା ମହିମା ଚୌଧୁରୀ ବର୍ତ୍ତମାନ ଲାଇମ ଲାଇଟରୁ ଦୂରରେ ଅଛନ୍ତି କିନ୍ତୁ ଏକ ସମୟ ଥିଲା ଯେତେବେଳେ ମହିମା ଚୌଧୁରୀଙ୍କ ସହ ବାଦ ବିବାଦର ଏକ ଘନିଷ୍ଟ ସମ୍ପର୍କ ଥିଲା । କେବେ ସୁଭାଷ ଘାଇଙ୍କ ସହ ସମ୍ପର୍କ ବିଛେଦ କରିଥିବା କାରଣରୁ ତ ପୁଣି କେବେ କଳାଧନ ରଖି ଥିବାରୁ ଯୋଗୁଁ । ଆପଣଙ୍କୁ ଜଣାଇ ଦେଉଛୁ ଯେ, ଏହି କଳା ଧନ ଥିବା କାରଣରୁ ମହିମା ଚୌଧୁରୀ ଜେଲ ଯାଇଥିଲେ । ହେଲେ ସୀମା ଡେଇଁ ଗଲେ ଯେବେ ସେ ନିଜ ପ୍ରେମିକ ବାମ୍ବୀ ମୁଖାର୍ଜୀଙ୍କ ସହ ଏକ ବ୍ୟକ୍ତିଗତ ଅନୁଷ୍ଠାନରେ ଲୁଚି-ଲୁଚି ବିବାହ କରିଥିଲେ । ବିବାହର କିଛି ମାସ ପରେ ସେ ନିଜର ଗର୍ଭବତୀ ହେବାର ଖବର ମିଡ଼ିଆକୁ କହିଲେ । ବିବାହ ପୂର୍ବରୁ ସେ ଗର୍ଭବତୀ ହୋଇଥିଲେ ବୋଲି କୁହାଯାଏ ଏବଂ ସେ ଶୀଘ୍ର-ଶିଘ୍ର ନିଜ ପ୍ରେମିକଙ୍କ ସହ ବିବାହ କରିଥିଲେ ।

ଶ୍ରୀଦେବୀ :

ନିଜର ଅନେକ ଫିଲ୍ମରେ ନିଜର ଅଭିନୟରେ ଦର୍ଶକଙ୍କୁ ମୁଗ୍ଧ କରିଥିବା ହୱା-ହାୱାଇ ଗାର୍ଲ ଶ୍ରୀଦେବୀ ନିଜର ସମୟର ଲୋକପ୍ରିୟ ଏବଂ ସାହାସି ତାରକା ଥଲେ । କିନ୍ତୁ କଣ ଆପଣ ମାନେ ଜାଣିଛନ୍ତି କି, ଶ୍ରୀଦେବୀ ବଲିଉଡର ଏପରି ଜଣେ ତାରକା ଯିଏ କି ବିବାହ ପୂର୍ବରୁ ଗର୍ଭବତୀ ହେବାର ଖବର ମିଡ଼ିଆକୁ ଦେଇଥିଲେ । ଫିଲ୍ମ “ରୂପ କି ରାଣୀ ଚୋରୋ କା ରାଜା”ର ଶୁଟିଂ ସମୟରେ ଶ୍ରୀଦେବୀ ଏବଂ ବୋନି କପୁରଙ୍କ ଦୁହେଁଙ୍କ ପରସ୍ପର ବହୁତ ନିକଟବର୍ତ୍ତି ହୋଇଥିଲେ । ଯେତେବେଳେ ଶ୍ରୀଦେବୀଙ୍କର ଗର୍ଭବତୀ ହେବାର ଖବର ସାମ୍ନାକୁ ଆସିଲା ସେହି ସମୟରେ ବୋନି କପୁର ବିବାହିତ ଥିଲେ । କିନ୍ତୁ ସେ ନିଜ ପତ୍ନୀ ମୋନା କପୁରଙ୍କୁ ଛାଡ଼ପତ୍ର ଦେଇ ୧୯୯୬ ମସିହାରେ ଶ୍ରୀଦେବୀଙ୍କ ସହ ବିବାହ କରିଥିଲେ । ବିବାହର କିଛି ମାସ ପରେ ଶ୍ରୀଦେବୀ ନିଜର ବଡ଼ ପୁତ୍ରୀ ଜାହ୍ନବୀ କପୁରଙ୍କୁ ଜନ୍ମ ଦେଲେ ।

ସେଲିନା ଜେଟଲୀ :

ମିସ ଇଣ୍ଡିଆ ସେଲିନା ଜେଟଲି ବିବାହ ପୂର୍ବରୁ ନିଜର ପ୍ରେମିକଙ୍କ ଦ୍ଵାରା ଗର୍ଭବତୀ ହୋଇଥିଲେ ଏଥିପାଇଁ ସେ ଗର୍ଭପାତର ସହାୟତା ନେଲେ । ଏହାପରେ ସେ ପିଟର ହଗଙ୍କୁ ଡେଟ କରିଲେ ଏବଂ ତାଙ୍କ ସହ ବିବାହ କରିଥିଲେ । ସୂଚନା ଆନୁଯାୟୀ ପିଟରଙ୍କୁ ପୂର୍ବରୁ ଜଣାଥିଲା ଯେ, ସାଲିନା ଗର୍ଭବତୀ ଅଛନ୍ତି । ଏହା ଜାଣି ମଧ୍ୟ ପିଟର ସାଲିନାଙ୍କୁ ବିବାହ କରିଥିଲେ । ପିଟରଙ୍କ ଦୁବାଇରେ ହୋଟେଲ ବ୍ୟବସାୟ ଅଛି ଏବଂ ସାଲିନା ମଧ୍ୟ ତାଙ୍କ ସହ ଅବ୍ରାଡରେ ରହୁଛନ୍ତି ।

କୋଙ୍କଣ ସେନ ଶର୍ମା :

କୋଙ୍କଣ ସେନ ଶର୍ମା ବଲିଉଡ ଏବଂ ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ପ୍ରତିଷ୍ଠିତ କଳାକାର ଅଟନ୍ତି । ଖବର ଅନୁସାରେ, ରଣବିର ଶୋରିଙ୍କୁ ବିବାହ କରିବା ପୂର୍ବରୁ ସେ ଅନ୍ୟ କାହାକୁ ଡେଟ କରୁଥିଲେ ଏବଂ ପୂର୍ବ ପ୍ରେମିକ ଦ୍ଵାରା ଗର୍ଭବତୀ ହୋଇଥିଲେ । ତା’ପରେ ସେ ରଣବିର ଶୋରିଙ୍କୁ ଡେଟ କଲେ ଏବଂ ସେ ତାଙ୍କ ଦ୍ଵାରା ମଧ୍ୟ ଗର୍ଭବତୀ ହୋଇଥିଲେ । ସେଥିପାଇଁ ସେମାନେ ଶୀଘ୍ର ବିବାହ କରିଥିଲେ । ଆଜି ସେମାନେ ସମ୍ପୂର୍ଣ୍ଣ ରୂପରେ ଅଲଗା ହୋଇ ଯାଇଛନ୍ତି ଏବଂ କୋଙ୍କଣ ନିଜେ ଏକୁଟିଆ ନିଜ ପୁତ୍ରର ଭୋରଣ ପୋଷଣ କରୁଛନ୍ତି ।

ସାରିକା :

ଏପରି କିଛି କାହାଣୀ ଅଭନେତ୍ରୀ ସାରିକାଙ୍କର ଅଛି । କମଲ ହାସନଙ୍କ ପ୍ରେମରେ ପଡିବା ପୂର୍ବରୁ ସେ ଅନ୍ୟ କାହା ଶିଶୁର ମାଆ ହୋଇ ସାରିଥିଲେ । କିନ୍ତୁ ପରିସ୍ଥିତିକୁ ଦେଖି ସେ ଗର୍ଭପାତର ସହାୟତା ନେଇଥିଲେ । ସାରିକା ଗର୍ଭବତୀ ଅଛନ୍ତି ବୋଲି ଜାଣି କମଲ ହାସନ ତାଙ୍କୁ ବିବାହ କରିଥିଲେ ଏବଂ ପରେ ତାଙ୍କର ଦୁଇଟି ପୁତ୍ରୀ ଜନ୍ମ ହୋଇଥିଲା । ଖବର ଅନୁସାରେ, ବିବାହ ପୂର୍ବରୁ ସେ କମଲ ହାସନଙ୍କ ଦ୍ଵାରା ଗର୍ଭବତୀ ହୋଇଥିଲେ, ତେଣୁ ସେମାନେ ଗୁପ୍ତରେ ବିବାହ କରିଥିଲ ।

ନୀନା ଗୁପ୍ତା :

୧୯୮୦ରେ ୱେଷ୍ଟ ଇଣ୍ଡିଜର କ୍ରିକେଟ ଖେଳାଳି ବିବିୟନ ରିଚର୍ଡ କେରିବୀୟନ ଦଳ ସହ ଇଣ୍ଡିଆ ବୁଲିବାକୁ ଆସିଥିଲେ । ସେହି ସମୟରେ ଏକ ଉତ୍ସବରେ ନିନା ଗୁପ୍ତା ଏବଂ ବିବିୟନ ରିଚର୍ଡଙ୍କର ସାକ୍ଷାତ ପରସ୍ପର ସହ ହୋଇଥିଲା । ଏହି ସାକ୍ଷାତକୁ ପ୍ରେମରେ ପରିଣତ ହେବା ପାଇଁ ବେଶି ଦିନ ଲାଗିନଥିଲା । ସେମାନେ ପ୍ରେମରେ ଏପରି ବୁଡି ଗଲେ ଯେ, ବିବିୟନ ବିବାହିତ ବୋଲି ସେ ଭୁଲି ଗଲେ । ଏହି ଅବୈଧ ସମ୍ପର୍କ ଫଳରେ ନୀନା ଗର୍ଭବତୀ ହୋଇ ଯାଇଥିଲେ । କିନ୍ତୁ ବିବିୟନ, ନିନାଙ୍କ ସହ ବିବାହ କରି ପାରିଲେ ନାହିଁ ଏବଂ ନୀନା ନିଜେ ଏକୁଟିଆ ନିଜର ପୁତ୍ରୀ ମଶାବାଙ୍କ ଭରଣ ପୋଷଣ କରିଲେ ।

ଅମୃତା ଅରୋଡା :

ବର୍ତ୍ତମାନ ବଲିଉଡର ଅଭିନେତ୍ରୀ ଅମୃତା ଅରୋଡାଙ୍କ ବିଷୟରେ ଜାଣିବା । ସେ ଅଭିନେତ୍ରୀ ମଲାଇକା ଅରୋଡାଙ୍କର ଛୋଟ ଭଉଣୀ ଅଟନ୍ତି । ଅମୃତା ଅରୋଡା ୨୦୦୯ରେ ବ୍ୟବସାୟୀ ସକିଲ ଲଦାକଙ୍କୁ ବିବାହ କରିଥିଲେ । ଖବର ଅନୁସାରେ, ଅମୃତାଙ୍କ ବିଷୟରେ କୁହାଯାଉଛି ଯେ ସେ ମଧ୍ୟ ବିବାହ ପୂର୍ବରୁ ଗର୍ଭବତୀ ହୋଇଥିଲେ । ବିବାହ ପରେ ସେ ଶୀଘ୍ର ଘୋଷଣା କରିଥିଲେ ଯେ, ସେ ମାଆ ହେବାକୁ ଯାଉଛନ୍ତି । ଏହି କାହାଣୀରେ ଟ୍ଵିଷ୍ଟ ଏହା ଯେ, ସେ ଅନ୍ୟ କାହାରୀ ଠାରୁ ନୁହଁ ବରଂ ନିଜ ଭାବିପତି ସକିଲଙ୍କ ଦ୍ଵାରା ବିବାହ ପୂର୍ବରୁ ଗର୍ଭବତୀ ହୋଇଥିଲେ ।

Be the first to comment

Leave a Reply

Your email address will not be published.


*