ଅନ୍ୟର ଅମଙ୍ଗଳ ଚିନ୍ତା କରିବାରେ ସର୍ବଦା ଆଗରେ ଥାଆନ୍ତି ଏହି ବ୍ୟକ୍ତିମାନେ ! ଏହି ତିନୋଟି ଅକ୍ଷରରେ ଆରମ୍ଭ ହୁଏ ଏମାନଙ୍କ ନାମ…

ଅନ୍ୟର ଅମଙ୍ଗଳ ଚିନ୍ତା କରିବାରେ ସର୍ବଦା ଆଗରେ ଥାଆନ୍ତି ଏହି ବ୍ୟକ୍ତିମାନେ ! ଏହି ତିନୋଟି ଅକ୍ଷରରେ ଆରମ୍ଭ ହୁଏ ଏମାନଙ୍କ ନାମ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏପରି କିଛି କଥା ଅଛି, ଯାହାର ଆମ ଜୀବନ ଉପରେ ପ୍ରଭାବ ପଡିଥାଏ । ଆଜିକାର ସମୟରେ ଏପରି ଖୁବ କମ୍ ଲୋକ ଅଛନ୍ତି; ଯାହାଙ୍କ ପେଟରେ କିଛି ମଧ୍ୟ କଥା ଲୁଚି ରହେ ନାହିଁ । ଅଧିକାଂଶ ସମୟରେ ଦେଖାଯାଏ ଯେ, ଲୋକମାନେ କାହା ସମ୍ମୁଖରେ ଅନ୍ୟ କାହା ବିଷୟରେ ଖରାପ କଥା କୁହନ୍ତି କିମ୍ବା ତାଙ୍କ ଅମଙ୍ଗଳ ଚିନ୍ତା କରନ୍ତି ଯାହାକି ଠିକ ନୁହେଁ । ଏମିତିରେ ତ ଅନ୍ୟର ଅମଙ୍ଗଳ ଚିନ୍ତା କରିବା ଲୋକ ଦୁନିଆରେ ଅନେକ ଥାଆନ୍ତି କିନ୍ତୁ ସେମାନଙ୍କୁ ଆମେ ଚିହ୍ନି ପାରୁନାହୁଁ । ଯଦିଓ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଯାହାଙ୍କ ନାମ H, N ଓ L ଅକ୍ଷରରେ ଆରମ୍ଭ ହୋଇଥାଏ, ଏପରି ଲୋକମାନେ ଅନ୍ୟ କାହାର ଅମଙ୍ଗଳ ଚିନ୍ତା କରିବାରେ ମାହୀର ହୋଇଥାନ୍ତି । ଆସନ୍ତୁ ଏହିଶ୍ରେଣୀରେ ଅନ୍ତର୍ଭୁକ୍ତ ଥିବା ବ୍ୟକ୍ତିନାକ ସ୍ଵଭାବ ବିଷୟରେ :

H ଅକ୍ଷର ଥିବା ବ୍ୟକ୍ତି…

ଯେଉଁଲୋକଙ୍କ ନାମ ଇଂରାଜୀର H ଅକ୍ଷରରେ ଆରମ୍ଭ ହୋଇଥାଏ; ସେହି ଲୋକମାନେ ଖୁବ୍ ବୁଦ୍ଧିମାନ ହୋଇଥାନ୍ତି । ଏପରି ଲୋକମାନେ ସବୁ ସମୟରେ ଖୁବ୍ ମଜାରେ ରହିବାକୁ ପସନ୍ଦ କରନ୍ତି ଏବଂ ଏପରି ଲୋକମାନେ ବିଶେଷ କରି ଚଞ୍ଚଳ ସ୍ଵଭାବର ହୋଇଥାନ୍ତି । କିନ୍ତୁ ଅନ୍ୟର ଅମଙ୍ଗଳ ଚିନ୍ତା କରିବାରେ ଏମାନେ ସର୍ବଦା ଆଗରେ ଥାଆନ୍ତି । କୁହାଯାଏ ଯେ, H ଅକ୍ଷରରେ ନାମ ଆରମ୍ଭ ହେଉଥିବା ବ୍ୟକ୍ତିମାନେ ଅନ୍ୟର ବ୍ୟକ୍ତିଙ୍କ ଭୁଲ୍ ଖୋଜିବାରେ ବହୁତ ଆଗରେ ଥାଆନ୍ତି । କୁହାଯାଏ ଯେ, ଏମାନଙ୍କୁ ଯେତେ ବୁଝାଇଲେ ମଧ୍ୟ ଏମାନେ ଲୋକଙ୍କ ଅମଙ୍ଗଳ ଚିନ୍ତା କରିବା ଆଦୌ ଛାଡ଼ନ୍ତି ନାହିଁ ।

L ଅକ୍ଷର ଥିବା ବ୍ୟକ୍ତି…

ଯେଉଁ ଲୋକଙ୍କ ନାମ ଇଂରାଜୀ ଅକ୍ଷର Lରେ ଆରମ୍ଭ ହୋଇଥାଏ, ସେହି ଲୋକମାନଙ୍କ ସ୍ଵଭାବ ବହୁତ ଭଲ ହୋଇଥାଏ । ଏପରି ଲୋକମାନେ ଜୀବନକୁ ଖୋଲାଖୋଲି ଭାବେ ବହୁତ ଖୁସିରେ ଅତିବାହିତ କରିବାକୁ ପସନ୍ଦ କରନ୍ତି । ଏହି ଲୋକମାନେ ନିଜ ପରିବାରର ସଦସ୍ୟଙ୍କ ସହ ଖୁବ୍ ମିଳାମିଶା କରିଥାନ୍ତି ଏବଂ ସେମାନେ ପରିବାରର ସମସ୍ତ ସଦସ୍ୟଙ୍କ ପ୍ରତି ଏକ ବିଶେଷ ପ୍ରକାର ସ୍ନେହ କରିଥାନ୍ତି, ଯଦିଓ ଖରାପ ଚିନ୍ତା କରିବାରେ ଏମାନେ କାହାଠାରୁ କମ୍ ନୁହଁନ୍ତି । କୁହାଯାଏ ଯେ, ଯଦି ଥରେ ଏମାନେ କାହା ଉପରେ କ୍ରୋଧିତ ହୋଇଥାନ୍ତି, ତେବେ ସର୍ବଦା ସେହି ବ୍ୟକ୍ତିର ପ୍ରତିଟି ଭୁଲକୁ ପରକ୍ଷୀଥାନ୍ତି । ଏମାନେ ପ୍ରାୟତଃ ନିଜ ସ୍ଵଭାବ ଓ ବ୍ୟବହାର ଠାରୁ ଅନ୍ୟମାନଙ୍କୁ ତଳକୁ ଖସେଇବାକୁ ଚେଷ୍ଟା କରିଥାନ୍ତି ।

N ଅକ୍ଷରର ବ୍ୟକ୍ତି ବିଶେଷ…

ବର୍ତ୍ତମାନ ଆଲୋଚନା କରିବା N ଅକ୍ଷର ଥିବା ବ୍ୟକ୍ତି ବିଶେଷଙ୍କ ବିଷୟରେ । ଯେଉଁ ଲୋକମାନଙ୍କ ନାମ ଇଂରାଜୀ ଅକ୍ଷର Nରୁ ଆରମ୍ଭ ହୋଇଥାଏ, ସେହି ବ୍ୟକ୍ତି ବହୁତ ବିନ୍ଦାସ୍ ସ୍ୱଭାବର ହୋଇଥାନ୍ତି । ଏମାନେ ମଧ୍ୟ ନିଜ ଜୀବନକୁ ଖୁବ୍ ଆରାମରେ ଅତିବାହିତ କରନ୍ତି ଏବଂ ପ୍ରାୟତଃ ନିଜ କାମରେ ବ୍ୟସ୍ତ ରହିଥାନ୍ତି । ବାହାର ଦୁନିଆରେ କଣ ଚାଲୁଛି ଏହା ବିଷୟରେ ଅଧିକ ହସ୍ତକ୍ଷେପ କରନ୍ତି ନାହିଁ । ଏମାନେ ବହୁତ ସ୍ପଷ୍ଟ ବ୍ୟକ୍ତା ହୋଇଥାନ୍ତି ଏବଂ ଏହା ଫଳରେ ଏପରି ଲୋକମାନେ କାହାର ଅମଙ୍ଗଳ ଚିନ୍ତା କରିବାରେ ପଛରେ ପଡନ୍ତି ନାହିଁ । ଯଦିଓ ଏମାନେ କାହା ସମ୍ମୁଖରେ କାହାକୁ କିଛି ଖରାପ କୁହନ୍ତି ନାହିଁ । ଯାହା କିଛି କୁହନ୍ତି ତାହା ବ୍ୟକ୍ତିର ପଛପଟେ ଲୁଚି ଛପି କୁହନ୍ତି ।

Leave a Reply

Your email address will not be published. Required fields are marked *