କୋଟି କୋଟି ଟଙ୍କା ରୋଜଗାର କରୁଥିବା ଏହି କଳାକାର ମାନେ ମାଗଣାରେ ମଧ୍ୟ କରିଛନ୍ତି ଚଳଚ୍ଚିତ୍ରରେ କାମ ! ଜାଣନ୍ତୁ କଣ ଥିଲା କାରଣ…

କୋଟି କୋଟି ଟଙ୍କା ରୋଜଗାର କରୁଥିବା ଏହି କଳାକାର ମାନେ ମାଗଣାରେ ମଧ୍ୟ କରିଛନ୍ତି ଚଳଚ୍ଚିତ୍ରରେ କାମ ! ଜାଣନ୍ତୁ କଣ ଥିଲା କାରଣ…

ବଲିଉଡ଼ ଇଣ୍ଡଷ୍ଟ୍ରି ଏପରି ଏକ ସ୍ଥାନ ଅଟେ ଯେଉଁଠାରେ ଯେକୌଣସି ବ୍ୟକ୍ତି ନିଜ କ୍ୟାରିୟର୍ ସୃଷ୍ଟି କରିବା ପାଇଁ ସ୍ଵପ୍ନ ଦେଖନ୍ତି । ପ୍ରତିଦିନ ଅନେକଗୁଡିଏ ଲୋକ ଇଣ୍ଡଷ୍ଟ୍ରିକୁ ଆସନ୍ତି କିନ୍ତୁ ସମସ୍ତଙ୍କୁ ସଫଳତା ହାସଲ ହୋଇନଥାଏ । ବଲିଉଡ଼ ଇଣ୍ଡଷ୍ଟ୍ରିକୁ ଆସିବା ଯେତିକି କଠିନ ଅଟେ ଏଥିରେ ତିଷ୍ଠି ରହିବା ତାଠାରୁ ଅଧିକ କଠିନ । ଏପରି ଅନେକ କଳାକାର ଅଛନ୍ତି ଯେଉଁମାନେ କଠିନ ପରିଶ୍ରମ କରନ୍ତି କିନ୍ତୁ ତାଙ୍କୁ ସଫଳତା ମିଳେ ନାହିଁ । ସେପଟେ କିଛି କଳାକାର ନିଜ ପରିଶ୍ରମ ବଳରେ ଆଜି ବଡ଼ ବଡ଼ କଳାକାର ହୋଇ ପାରିଛନ୍ତି ଏବଂ ତାଙ୍କ ପାଖରେ ଅନେକଗୁଡ଼ିଏ ଫିଲ୍ମ ରହିଛି । ଏହି କଳାକାରମାନେ ଗୋଟିଏ ଚଳଚ୍ଚିତ୍ରରେ କାମ କରିବା ପାଇଁ ଏକ ଭଲ ରକମ ନିଅନ୍ତି ।

ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ ସେହି କଳାକାର ମାନଙ୍କ ବିଷୟରେ ସୂଚନା ଦେବାକୁ ଯାଉଛୁ ଯେଉଁମାନେ ଫି’ ବିଷୟରେ ଚିନ୍ତା ନକରି ବନ୍ଧୁତା ପାଇଁ ଚଳଚ୍ଚିତ୍ରରେ ମାଗଣାରେ କାମ କରିଥିଲେ । ତେବେ ଚାଲନ୍ତୁ ଜାଣିବା ଏହି ସୂଚୀରେ କେଉଁ କେଉଁ କଳାକାରଙ୍କ ନାମ ସାମିଲ୍ ରହିଛି ।

କରିନା କପୂର

ବଲିଉଡ଼ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ ମଧ୍ୟରୁ ଜଣେ କରିନା କପୂର୍ ନିଜ ଅଭିନୟ ଓ ସୁନ୍ଦରତା ବଳରେ ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟ ଜିଣି ନେଇଛନ୍ତି । ଆପଣଙ୍କୁ ସୁଚାଇଦେଉଛୁ ଯେ କରିନା କପୂର୍ ଅନେକଗୁଡ଼ିଏ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ଏବଂ ଲୋକମାନେ ତାଙ୍କ ଅଭିନୟକୁ ଖୁବ୍ ପସନ୍ଦ କରନ୍ତି । କରିନା କପୂର୍ ବଲିଉଡ଼ର ସବୁଠାରୁ ବଡ଼ ପରିବାର କପୂର୍ ପରିବାର ସହ ଜଡ଼ିତ ଓ ସେ ନିଜ କଠିନ ପରିଶ୍ରମ ଏବଂ ଅଭିନୟ କ୍ଷମତା ଯୋଗୁଁ ବଲିଉଡ଼ରେ ସୁନାମ ଅର୍ଜନ କରିଛନ୍ତି । ଆପଣଙ୍କୁ ଜଣାଇଦେଉଛୁ ଯେ ଚଳଚ୍ଚିତ୍ର “ବିଲ୍ଲୁ”ରେ ଅଭିନେତ୍ରୀ କରିନା କପୂରଙ୍କ ଏକ ଗୀତ “ମରଜାନୀ ମରଜାନୀ”ରେ ନଜର ଆସିଥିଲେ । ଏହି ଗୀତ ସୁପରହିଟ୍ ହୋଇଥିଲା । କିନ୍ତୁ ବୋଧହୁଏ କାହାକୁ ଏହି କଥା ଜଣାନାହିଁ ଯେ ଏହି ଗୀତକୁ କରିନା ମାଗଣାରେ କରିଥିଲେ ।

ଆମୀର୍ ଖାଁ

ବଲିଉଡ଼ ଇଣ୍ଡଷ୍ଟ୍ରିର ମିଷ୍ଟର୍ ପରଫେକ୍ଟସିନିଷ୍ଟ ରୂପେ ଜଣାଶୁଣା ଅଭିନେତା ଆମୀର୍ ଖାଁ ଓ ଅମୀନ୍ ହାଜି ଏକ ଭଲ ବନ୍ଧୁ ଅଟନ୍ତି । ଆପଣଙ୍କୁ ସୁଚାଇଦେଉଛୁ ଯେ ଚଳଚ୍ଚିତ୍ର “ଲଗାନ୍” ସମୟରୁ ଏ ଦୁହିଁଙ୍କ ବନ୍ଧୁତା ଚାଲି ଆସୁଛି । ଆମୀର୍ ଖାଁ ନିଜ ବନ୍ଧୁ ଅମୀନ ହଜିଙ୍କ ପ୍ରଥମ ଚଳଚ୍ଚିତ୍ରକୁ ନିର୍ଦ୍ଦେଶକ ରୂପେ ସାହାରା ଦେଇଥିଲେ । ଆମୀର୍ ଖାଁ ନିଜ ବନ୍ଧୁର ସାହାଯ୍ୟ ଚଳଚ୍ଚିତ୍ର ନିର୍ମାଣରେ କରିଥିଲେ ଏବଂ ସେ ଏହି ଚଳଚ୍ଚିତ୍ର ପାଇଁ କୌଣସି ଫି’ ନେଇନଥିଲେ ।

ଶାହୀଦ୍ କପୂର୍

ଭାରତୀୟ ବଲିଉଡ଼ ଚଳଚ୍ଚିତ୍ର ଅଭିନେତା ଶାହୀଦ୍ କପୂରଙ୍କୁ ‘ଚକଲେଟି ବଏ’ ନାମରେ ପରିଚିତ । ଜଣେ ଅଭିନେତା ଭାବେ ଶାହୀଦ୍ କପୂର୍ ଅନେକଗୁଡିଏ ଭୂମିକା ବହନ କରିଛନ୍ତି ଏବଂ ତାଙ୍କ ଅଭିନୟକୁ ଦର୍ଶକମାନେ ଖୁବ୍ ପସନ୍ଦ କରିଥିଲେ । ଆପଣଙ୍କୁ ସୁଚାଇଦେଉଛୁ ଯେ ଶାହୀଦ୍ କପୂର୍ ଖୁବ୍ କମ୍ ଚଳଚ୍ଚିତ୍ରରେ ନଜର ଆସିଛନ୍ତି ତାଙ୍କ ଚଳଚ୍ଚିତ୍ର “ହେଦର୍” ସୁପରହିଟ୍ ଚଳଚ୍ଚିତ୍ର ହୋଇଥିଲା । ଆପଣଙ୍କୁ ସୁଚାଇଦେଉଛୁ ଯେ ଏହି ଚଳଚ୍ଚିତ୍ରକରେ କାମ କରିବା ପାଇଁ ଶାହୀଦ୍ କପୂର୍ ମାତ୍ର ୧୧ ଟଙ୍କା ଫି’ ରୂପେ ନେଇଥିଲେ ।

ଫରହାନ ଅଖତର

ବଲିଉଡ଼ ଅଭିନେତା ଫରହାନ ଅଖତର ମିଲଖା ସିଂହଙ୍କ ବାୟୋପିକ “ଭାଗ ମିଲଖା ଭାଗ” ତିଆରି କରିବାକୁ ଖୁବ ପରିଶ୍ରମ କରିଥିଲେ ଏବଂ ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲା । ଲୋକଙ୍କୁ ଏହି ଚଳଚ୍ଚିତ୍ର ବହୁତ ପସନ୍ଦ ଆସିଥିଲା ଏବଂ ଲୋକମାନେ ଫରହାନ ଅଖତରଙ୍କ ଅଭିନୟକୁ ଖୁବ ପ୍ରଶଂସା କରିଥିଲେ । ଆପଣଙ୍କୁ ସୁଚାଇଦେଉଛୁ ଯେ ଏହି ଚଳଚ୍ଚିତ୍ର ପାଇଁ ଫରହାନ ଅଖତର ମାତ୍ର ୧୧ ଟଙ୍କା ଫୀସ ରୂପେ ନେଇଥିଲେ ।

ପ୍ରିୟଙ୍କା ଚୋପଡ଼ା

ପ୍ରିୟଙ୍କା ଚୋପଡ଼ା ଏପରି ଏକ ଅଭିନେତ୍ରୀ ଅଟନ୍ତି ଯିଏ ବଲିଉଡ଼ ସଙ୍ଗେ ସଙ୍ଗେ ହଲିଉଡ଼ରେ ମଧ୍ୟ ଏକ ଭଲ ନାମ ଅର୍ଜନ କରିଥିଲେ। ପ୍ରିୟଙ୍କା ଙ୍କ ପାଖରେ ଆଜି ଧନ ସମ୍ପତ୍ତିର କୌଣସି ଅଭାବ ନାହିଁ । ସେ ଚଳଚ୍ଚିତ୍ର ସଙ୍ଗେ ସଙ୍ଗେ ବ୍ୟବସାୟରେ ମଧ୍ୟ ଭଲ ରୋଜଗାର କରୁଛନ୍ତି । ଆପଣଙ୍କୁ ସୁଚାଇଦେଉଛୁ କେ ଚଳଚ୍ଚିତ୍ର “ବିଲ୍ଲୁ” ର ଏକ ଗୀତ “ଖୁଦାୟା ଖେର” ରେ ଅଭିନୟ କରିବା ପାଇଁ ପ୍ରିୟଙ୍କା ଚୋପଡ଼ାଙ୍କ ଠାରୁ କୌଣସି ଫୀସ ନେଇ ନଥିଲେ । ତାଙ୍କ ଘରକୁ ଚେକ ମଧ୍ୟ ପଠା ଯାଇଥିଲା କିନ୍ତୁ ପ୍ରିୟଙ୍କା ସେହି ଚେକକୁ ଫେରେଇ ଦେଇଥିଲେ ।

Leave a Reply

Your email address will not be published. Required fields are marked *