ଆପଣଙ୍କ ଏହି ସମସ୍ତ ଭୁଲ୍ ହେତୁ ଦେଖାଦେଇଥାଏ କେଶ ଝଡ଼ିବା ସମସ୍ୟା ! ଏହିପରି ଭାବରେ କେଶ ଝଡ଼ିବାରୁ ପାଆନ୍ତୁ ରକ୍ଷା…

ଆପଣଙ୍କ ଏହି ସମସ୍ତ ଭୁଲ୍ ହେତୁ ଦେଖାଦେଇଥାଏ କେଶ ଝଡ଼ିବା ସମସ୍ୟା ! ଏହିପରି ଭାବରେ କେଶ ଝଡ଼ିବାରୁ ପାଆନ୍ତୁ ରକ୍ଷା…

ବର୍ତ୍ତମାନ ଦିନ ମାନଙ୍କରେ କେଶ ଝଡ଼ିବା ସମସ୍ୟା ଏକ ସାଧାରଣ ଘଟଣା ହୋଇଗଲାଣି । ପ୍ରାୟତଃ ଆମେ ଶୁଣିବାକୁ ପାଇଥାଉ କି ବୟସ ବଢ଼ିବା ସଙ୍ଗେ ସଙ୍ଗେ କେଶ ଝଡିବା ସମସ୍ୟା ଆରମ୍ଭ ହୋଇଥାଏ । କିନ୍ତୁ ବର୍ତ୍ତମାନ ଏହିପରି ନୁହେଁ, ଆପଣ ଦେଖିବେ କି ଛୋଟ ପିଲା ମାନଙ୍କ ଠାରୁ ଆରମ୍ଭ କରି ଯୁବକ-ଯୁବତୀ ମାନଙ୍କର ମଧ୍ୟ କେଶ ଝଡ଼ିବା ସମସ୍ୟା ଦେଖା ଦେଉଛି । କମ୍ ବୟସରେ ପୁଅ ଏବଂ ଝିଅ ମାନଙ୍କ ମଧ୍ୟରେ କେଶ ଝଡିବା ସମସ୍ୟା ଦେଖିବାକୁ ମିଳୁଛି । କିନ୍ତୁ ଏହିସବୁ ପଛର ମୁଖ୍ୟ କାରଣ ହେଉଛି ଆମର ଜୀବନଶୈଳୀ । ଅର୍ଥାତ ଆମେ ଆମର ଦୈନନ୍ଦିନ ଜୀବନରେ ଏହିପରି କିଛି ତ୍ରୁଟି କରିଥାଉ ଯାହା ଦ୍ୱାରା କେଶ ଝଡ଼ିବାର ସମସ୍ୟା ଦେଖା ଦେଇଥାଏ । ତଥାପି ପ୍ରଦୂଷଣ ମଧ୍ୟ କେଶ ଝଡ଼ିବାର ଏକ ପ୍ରମୁଖ କାରଣ ଅଟେ । କିନ୍ତୁ ଯଥାସମ୍ଭବ ଦୈନନ୍ଦିନ କାର୍ଯ୍ୟରେ ଭୁଲ୍ କରିବା ଠାରୁ ନିବୃତ ରହିବା ଉଚିତ । ଏହି ସବୁ ନିମ୍ନସ୍ଥରେ ଉଲ୍ଲେଖ ହେଇଛି କେଶ ଝଡ଼ିବାର ପ୍ରମୁଖ କାରଣ:

କେଶକୁ ସଫା ନରଖିବା

ଆମେ ପ୍ରାୟତଃ ଲୋକମାନଙ୍କୁ ଏହା କହୁଥିବାର ଶୁଣିଥାଉ କି ପ୍ରତିଦିନ ଶାମ୍ପୁ କରିବା ଉଚିତ୍ ନୁହେଁ, ଅଧିକ ଶାମ୍ପୁ ବ୍ୟବହାର କରିବା ଦ୍ୱାରା କେଶ ଝଡ଼ିବାରେ ଲାଗିଥାଏ । କିନ୍ତୁ ପ୍ରକୃତ କଥା ଏହା ହେଉଛି କି ଯଦି ଆପଣ ପ୍ରତିଦିନ କେଶକୁ ସଫା ରଖନ୍ତି ନାହିଁ ତେବେ ମଇଳା ହେତୁ କେଶ ଝଡ଼ିବାର ସମସ୍ୟା ଦେଖା ଦେଇଥାଏ । ବିଶେଷକରି ଅତ୍ୟଧିକ ଗରମରେ ଝାଳ ଆସିବା ହେତୁ କେଶ ଶୀଘ୍ର ମଇଳା ହୋଇ ଯାଇଥାଏ, ଯାହାକୁ ନିୟମିତ ନଧୋଇବା କାରଣରୁ କେଶ ଝଡ଼ିଥାଏ । ଏଥିପାଇଁ ନିଜ କେଶକୁ ପ୍ରତିଦିନ ଧୋଇ ଦିଅନ୍ତୁ ।

ଖାଦ୍ୟରେ ପ୍ରୋଟିନର ଅନ୍ତର୍ଭୂକ୍ତ ନକରିବା

ଏହିପରି ଅନେକ ଶାମ୍ପୁର ବ୍ରାଣ୍ଡ ଅଛି ଯେଉଁମାନେ ନିଜ ଶାମ୍ପୁରେ ପ୍ରୋଟିନର ଉପସ୍ଥିତିକୁ ନେଇ ଦାବି କରିଥାନ୍ତି । ଏହି ସମ୍ବନ୍ଧରେ ଆମେ ଶାମ୍ପୁ ପ୍ରତି ଧ୍ୟାନ ଦେଇଥାଉ କିନ୍ତୁ ଆମର ଖାଦ୍ୟର ଡାଇଟ୍ ଉପରେ ଆଦୌ ଦୃଷ୍ଟି ଦେଇ ନଥାଉ । ଏହି କଥାର ବିଶେଷ ଧ୍ୟାନ ରଖନ୍ତୁ କି ଆପଣଙ୍କୁ କେବଳ ଆପଣଙ୍କ ଖାଦ୍ୟରୁ ପ୍ରୋଟିନ୍ ମିଳିଥାଏ ବରଂ ଶାମ୍ପୁରୁ ନୁହେଁ । ତେଣୁ ସୁସ୍ଥ କେଶ ପାଇଁ ସ୍ଵାସ୍ତ୍ୟକର ଖାଦ୍ୟର ସେବନ କରନ୍ତୁ । ଆପଣଙ୍କ ଖାଦ୍ୟରେ ଫଳ, ପନିପରିବା, ଜୁସ୍, ଡାଲିକୁ ନିଶ୍ଚିତ ଭାବରେ ଅନ୍ତର୍ଭୂକ୍ତ କରନ୍ତୁ ।

ତେଲର ବ୍ୟବହାର ନକରିବା

ଏହିପରି ଅନେକ ଲୋକ ଅଛନ୍ତି ଯେଉଁ ମାନେ ନିଜ କେଶରେ ଅତିରିକ୍ତ ରାସାୟନିକ ଜିନିଷ ବ୍ୟବହାର କରିଥାନ୍ତି କିନ୍ତୁ ପ୍ରାକୃତିକ ଜିନିଷର ବ୍ୟବହାର କରିନଥାନ୍ତି । ନିଜ କେଶରେ ତେଲର ବ୍ୟବହାର କରନ୍ତୁ । ଉତ୍ତର ଭାରତରେ ସୋରିଷ ତେଲ ସର୍ବାଧିକ ଉତ୍ପନ୍ନ ହୋଇଥାଏ, ତେଣୁ ଉତ୍ତର ଭାରତର ଲୋକମାନେ ନିଜ କେଶରେ ସୋରିଷ ତେଲର ବ୍ୟବହାର କରିଥାନ୍ତି । କାରଣ ଏଠାରେ ଆପଣଙ୍କୁ ଶୁଦ୍ଧ ତେଲ ଉପଲବ୍ଧ ହୋଇପାରିବ ।

କେଶରେ ‘କଣ୍ଡିସନର୍’ର ବ୍ୟବହାର

ଅନେକ ଲୋକଙ୍କ ଏହି ଧାରଣା ଥାଏ କି କଣ୍ଡିସନର୍ କେଶକୁ ଦୁର୍ବଳ କରି ଦେଇଥାଏ ଏବଂ ଏହି କାରଣରୁ କେଶ ଝଡ଼ିବାରେ ଲାଗିଥାଏ । କିନ୍ତୁ କଣ୍ଡିସନର୍ କେଶରେ ଚମକ ଆଣିଥାଏ ଏବଂ କେଶକୁ ନରମ ମଧ୍ୟ କରିଥାଏ । କିନ୍ତୁ ଏହା ମଧ୍ୟ ମନେରଖିବା ଜରୁରୀ କି ଆପଣଙ୍କ କେଶରେ କଣ୍ଡିସନର୍ କେବେ ମଧ୍ୟ ପ୍ରୟୋଗ କରନ୍ତୁ ନାହିଁ । ଏହା ସହିତ ଦୀର୍ଘ ସମୟ ପର୍ଯ୍ୟନ୍ତ ଏହାକୁ କେଶରେ ରଖନ୍ତୁ ନାହିଁ । କଣ୍ଡିସନର୍ ପ୍ରୟୋଗ କରିବାର ୧ ମିନିଟ୍ ପରେ କେଶକୁ ଧୋଇ ଦିଅନ୍ତୁ ।

ଓଦା କେଶକୁ ପାନିଆରେ କୁଣ୍ଡାଇବା

ଯଦି ଆପଣ ମଧ୍ୟ ସେହି ଲୋକମାନଙ୍କ ମଧ୍ୟରେ ଅଛନ୍ତି ଯେଉଁମାନେ ଶୀଘ୍ରରେ ଓଦା କେଶକୁ ପାନିଆରେ କୁଣ୍ଡାଇଥାନ୍ତି । ତେବେ ଆଜିଠାରୁ ସାବଧାନ ହୋଇଯାଆନ୍ତୁ । ଓଦା କେଶକୁ ପାନିଆରେ କୁଣ୍ଡାଇବା ଦ୍ୱାରା ଅଧିକ କେଶ ଝଡ଼ିଥାଏ । ତେଣୁ ପ୍ରଥମେ କେଶକୁ ଶୁଖାନ୍ତୁ ଏବଂ ପରବର୍ତ୍ତୀ ସମୟରେ କେଶକୁ କୁଣ୍ଡାନ୍ତୁ ।

କେଶରେ ରାସାୟନିକ ଜିନିଷର ବ୍ୟବହାର

କେଶକୁ ଷ୍ଟାଇଲିସ୍ କରିବା ପାଇଁ ପୁରୁଷମାନେ ଜେଲ୍ ବ୍ୟବହାର କରୁଥିବା ବେଳେ ମହିଳାମାନେ ହେୟାର୍ ସ୍ପ୍ରେ, ଷ୍ଟ୍ରେଟନର୍ କର୍ଲର୍ ଭଳି ମେସିନ୍ ବ୍ୟବହାର କରିଥାନ୍ତି । ଯଥାସମ୍ଭବ ଏହି ଜିନିଷ ଗୁଡିକରୁ ନିଜକୁ ଦୂରେଇ ରୁହନ୍ତୁ । କାରଣ ଏହି ଜିନିଷ ଗୁଡ଼ିକର ବ୍ୟବହାର ଦ୍ୱାରା କେଶ ଝଡ଼ିବାର ସମ୍ଭାବନା ବଢ଼ି ଯାଇଥାଏ ।

Leave a Reply

Your email address will not be published. Required fields are marked *