ଆପଣଙ୍କ ହାତ ପାପୁଲିରେ ଯଦି ଅଛି ଏହି ରେଖା ତେବେ କୃପା ବର୍ଷା ହେବ ମାତା ଲକ୍ଷ୍ମୀଙ୍କର ଏବଂ ଆପଣ ହେବେ ଭାଗ୍ୟଶାଳୀ !

ଆପଣଙ୍କ ହାତ ପାପୁଲିରେ ଯଦି ଅଛି ଏହି ରେଖା ତେବେ କୃପା ବର୍ଷା ହେବ ମାତା ଲକ୍ଷ୍ମୀଙ୍କର ଏବଂ ଆପଣ ହେବେ ଭାଗ୍ୟଶାଳୀ !

ହସ୍ତରେଖା ଶାସ୍ତ୍ର ଏକ ଏପରି ବିଦ୍ୟା ଅଟେ ଯାହା ସାହାଯ୍ୟରେ ବ୍ୟକ୍ତି ନିଜର ହାତ ପାପୁଲିରେ ଥିବା ଶୁଭ ଚିହ୍ନ ବିଷୟରେ ତଥ୍ୟ ହାସଲ କରିପାରେ । ବାସ୍ତବରେ ଆମ ହାତ ପାପୁଲିରେ ଏପରି ଅନେକ ଚିହ୍ନ ରହିଛି ଯାହା ଭାଗ୍ୟଶାଳୀ ହେବାର ସଙ୍କେତ ଦେଇଥାଏ । ହାତରେ ଥିବା ଏହି ଚିହ୍ନ ଆମ ଜୀବନକୁ ପ୍ରଭାବିତ କରିଥାଏ । ଏହାକୁ ଦେଖି ଜୀବନର ଦଶା ଏବଂ ଦିଗର ସହଜରେ ଅନୁମାନ କରାଯାଇ ପାରିବ । ଆଜି ଆମେ ଆପଣଙ୍କୁ ହାତ ପାପୁଲିରେ ଥିବା କିଛି ଶୁଭ ଚିହ୍ନ ବିଷୟରେ ସୂଚନା ଦେବାକୁ ଯାଉଛୁ । ଯଦି ଏହି ପ୍ରକାରର ଚିହ୍ନ ଆପଣଙ୍କ ହାତରେ ଥାଏ ତେବେ ଆପଣ ଅତ୍ୟନ୍ତ ଭାଗ୍ୟଶାଳୀ ଅଟନ୍ତି ଏବଂ ଆପଣଙ୍କ ଜୀବନରେ ସବୁ ପ୍ରକାରର ସୁଖ ସୁବିଧା ପରିପୂର୍ଣ୍ଣ ରହିବ ।

୧. ଶନି ପର୍ବତ :-

ଶନି ପର୍ବତ ହାତ ପାପୁଲିରେ ତ୍ରିଭୁଜ ଆକାର ଭଳି ନଜର ଆସିଥାଏ । ଯଦି କୌଣସି ବ୍ୟକ୍ତିଙ୍କର ହାତରେ ଶନି ପର୍ବତ ରହିଥାଏ ତେବେ ସେହି ବ୍ୟକ୍ତି ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି । ତାଙ୍କୁ ଜୀବନରେ କେବେବି ଧନର ଅଭାବ ହୋଇ ନଥାଏ । ଏପରି ଲୋକଙ୍କ ଉପରେ ମାତା ଲକ୍ଷ୍ମୀଙ୍କ କୃପା ସବୁବେଳେ ବଜାୟ ରହିଥାଏ । ଏହି ଲୋକଙ୍କୁ ଖୁବ୍ ମାନସମ୍ମାନ ମଧ୍ୟ ମିଳିଥାଏ ।

୨. ଗୁରୁ ପର୍ବତ :-

ଯଦି ଆପଣଙ୍କ ହାତ ପାପୁଲିରେ ଜୀବନ ରେଖାରୁ ବାହାରି କୌଣସି ରେଖା ଗୁରୁ ପର୍ବତରେ ଯାଇ ମିଶି ଯାଏ ତେବେ ଏହି କାରଣରୁ ଆପଣଙ୍କୁ ନିଜ ଜୀବନରେ ସବୁ ସୁଖ ସୁବିଧା ପ୍ରାପ୍ତି ହୋଇଥାଏ ।

୩. ଗୁରୁ ପର୍ବତରେ ହୋଇଥିବା ବର୍ଗ ଚିହ୍ନ :-

ହସ୍ତରେଖା ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତିଙ୍କ ହାତ ପାପୁଲିରେ ଗୁରୁ ପର୍ବତରେ ବର୍ଗ ଚିହ୍ନ ତିଆରି ହୋଇଥାଏ ତେବେ ଏପରି ଲୋକ ଭାଗ୍ୟଶାଳୀ ହୋଇଥାନ୍ତି ଏବଂ ତାଙ୍କୁ ଧନ ଲାଭ ମିଳିବାର ଯୋଗ ହୋଇଥାଏ ।

୪. ଚନ୍ଦ୍ର ପର୍ବତ :-

ଯଦି ହାତ ପାପୁଲିରେ ଚନ୍ଦ୍ର ପର୍ବତ ରେଖା ବାହାରି ଶନି ପର୍ବତରେ ଯାଇ ମିଶି ଯାଏ ତେବେ ଏପରି ବ୍ୟକ୍ତିଙ୍କୁ ଧନ ଲାଭ ହୋଇଥାଏ । ଏହି ପ୍ରକାରର ବ୍ୟକ୍ତି ଧନ ସମ୍ପଦ ସଞ୍ଚୟ କରିବାରେ ସଫଳ ରହନ୍ତି ।

୫. ମସ୍ତିଷ୍କ ରେଖା :-

ଯେଉଁ ଲୋକଙ୍କ ହାତ ପାପୁଲିରେ ମସ୍ତିଷ୍କ ରେଖାରୁ ବାହାରି ଶନି ପର୍ବତରେ ଯାଇ ଯୋଡ଼ି ଥାଏ ତେବେ ସେହି ଲୋକଙ୍କୁ ୩୫ ବର୍ଷ ବୟସ ପରେ ବିଶେଷ ସଫଳତା ମିଳିବାର ଅଧିକ ସମ୍ଭାବନା ଥାଏ ।

୬. ଅନାମିକା ଏବଂ ମଧ୍ୟମା ଆଙ୍ଗୁଠିରେ ବର୍ଗ ଚିହ୍ନ :-

ଯେଉଁ ଲୋକଙ୍କ ଅନାମିକା ଏବଂ ମଧ୍ୟମା ଆଙ୍ଗୁଠିରେ ବର୍ଗ ଚିହ୍ନ ତିଆରି ହୋଇଥାଏ ତେବେ ଏପରି ଲୋକ ଖୁବ୍ ଭାଗ୍ୟଶାଳୀ ହୋଇଥାନ୍ତି କାରଣ ଏମାନଙ୍କୁ ନିଜ ଜୀବନରେ କେବେବି ଧନର ଅଭାବ ଅନୁଭୂତ ହୋଇ ନଥାଏ । ଏପରି ଲୋକଙ୍କୁ ହଠାତ୍ ଧନ ପ୍ରାପ୍ତିର ଯୋଗ ରହିଥାଏ ।

୭. ସୂର୍ଯ୍ୟ ପର୍ବତ :-

ଯଦି କୌଣସି ବ୍ୟକ୍ତିର ହାତ ପାପୁଲିରେ ସୂର୍ଯ୍ୟ ପର୍ବତ ରେଖା, ହୃଦୟ ରେଖା ଏବଂ ଭାଗ୍ୟ ରେଖା ମିଶି ତ୍ରିଭୁଜ ଭଳି ଆକୃତି ତିଆରି ହୋଇଥାଏ ତେବେ ଏହି କାରଣରୁ ହଠାତ୍ ଧନ ଲାଭ ମିଳିବାର ଯୋଗ ହୋଇଥାଏ ।

୮. ଜୀବନ ରେଖା ଶେଷ ସ୍ଥାନରେ ବର୍ଗ ଚିହ୍ନ :-

ଯେଉଁ ଲୋକଙ୍କ ଜୀବନ ରେଖା ଯେଉଁଠି ସମାପ୍ତ ହୋଇଥାଏ ଯଦି ସେଠାରେ ବର୍ଗର ଚିହ୍ନ ତିଆରି ହୋଇଥାଏ ତେବେ ଏପରି ଲୋକ ଜୀବନରେ ଖୁବ୍ ସଫଳତା ହାସଲ କରିଥାନ୍ତି ।

୯. ତର୍ଜନୀ ଆଙ୍ଗୁଠି ଏବଂ କନିଷ୍ଠ ଆଙ୍ଗୁଠି ସମାନ ରହିବା :-

ହସ୍ତରେଖା ବିଜ୍ଞାନ ଅନୁସାରେ ଯଦି କୌଣସି ବ୍ୟକ୍ତିଙ୍କର କନିଷ୍ଠ ଆଙ୍ଗୁଠି ଏବଂ ତର୍ଜନୀ ଆଙ୍ଗୁଠି ସମାନ ଥାଏ ତେବେ ଏପରି ବ୍ୟକ୍ତି ଭାଗ୍ୟଶାଳୀ ହୋଇଥାନ୍ତି ।

୧୦.ମଣିବନ୍ଦୀ

ହସ୍ତରେଖା ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତି ମଣୀବନ୍ଧ ରେଖା ଠାରୁ ଆରମ୍ଭ ହୋଇ ସିଧା ସବୁଠାରୁ ଛୋଟ ଆଙ୍ଗୁଠି ପର୍ଯ୍ୟନ୍ତ ପହଞ୍ଚି ଥାଏ ତେବେ ଧନ ଲାଭ ହୋଇଥାଏ ।

Leave a Reply

Your email address will not be published. Required fields are marked *