ଏହି ଭାରତୀୟ କ୍ରିକେଟ ଖେଳାଳିମାନେ IPLରେ ମାରିଛନ୍ତି ସବୁଠାରୁ ଅଧିକ ଛକା ! ପ୍ରଥମ ସ୍ଥାନରେ ଅଛନ୍ତି ଆମ ସମସ୍ତଙ୍କ ପ୍ରିୟ…

ଏହି ଭାରତୀୟ କ୍ରିକେଟ ଖେଳାଳିମାନେ IPLରେ ମାରିଛନ୍ତି ସବୁଠାରୁ ଅଧିକ ଛକା ! ପ୍ରଥମ ସ୍ଥାନରେ ଅଛନ୍ତି ଆମ ସମସ୍ତଙ୍କ ପ୍ରିୟ…

ଦୁନିଆର ସବୁଠାରୁ ରୋମାଞ୍ଚକର ତଥା ଲୋକପ୍ରିୟ କ୍ରିକେଟ ଲିଗ୍ ଅର୍ଥାତ “ଆଇପିଏଲ୍”ର ୧୩ତମ ସିଜନ ୧୯ ସେପ୍ଟେମ୍ବର ଠାରୁ ଆରମ୍ଭ ହେବାକୁ ଯାଉଛି । ଆଜ୍ଞା ହଁ, ଆଇପିଏଲର ରୋମାଞ୍ଚ ପୁଣି ଥରେ ମୁଣ୍ଡରେ ଚଢ଼ିବ । ତଥାପି ଆଇପିଏଲ ଆରମ୍ଭ ହେବାକୁ ବର୍ତ୍ତମାନ ୧ ମାସ ଠାରୁ ମଧ୍ୟ ଅଧିକ ସମୟ ରହିଛି । ଏହିପରି ସ୍ଥଳରେ ଆମେ ଏହି ଅନୁଛେଦ ମାଧ୍ୟମରେ ସେହି ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ବିଷୟରେ ଜାଣିବା, ଯେଉଁମାନେ ଆଇପିଏଲ ଇତିହାସରେ ସର୍ବାଧିକ ଛକା ମାରିଛନ୍ତି । ଆସନ୍ତୁ ଜାଣିବା ଶେଷରେ କେଉଁମାନେ ଅଟନ୍ତି ସେହି ବ୍ୟାଟ୍ସମ୍ୟାନ ।

Google

ଦର୍ଶକମାନଙ୍କ ଦ୍ୱାରା ଭରପୂର ହୋଇଥିବା ଷ୍ଟାଡିୟମରେ ଯଦି କୌଣସି ଭାରତୀୟ ଖେଳାଳି ଛକା ମାରିଥାନ୍ତି, ତେବେ ଦର୍ଶକ ମାନଙ୍କ ଉତ୍ସାହ ଏବଂ ରୋମାଞ୍ଚ ଦ୍ୱିଗୁଣିତ ହୋଇଯାଇଥାଏ । ଏଠାରେ ଆମେ ଭାରତୀୟ ଖେଳାଳିଙ୍କ ବିଷୟରେ ଏଥିପାଇଁ କହୁଛୁ କାରଣ, ଆଇପିଏଲ ଭାରତର ପ୍ରତିଭାଶାଳୀ କ୍ରିକେଟର ମାନଙ୍କ ପାଇଁ ଗୋଟିଏ ଉତ୍ତମ ପ୍ଲାଟଫର୍ମ ଅଟେ । ତେଣୁ ସେହି ଭାରତୀୟ ଖେଳାଳିମାନଙ୍କ ବିଷୟରେ କଥାବାର୍ତ୍ତା କରିବା ଯେଉଁମାନେ ଆଇପିଏଲ ମଞ୍ଚରେ ସବୁଠାରୁ ଅଧିକ ଛକା ମାରିଛନ୍ତି ଏବଂ ନିଜ ଫ୍ୟାନ ଓ ପ୍ରଶଂସକମାନଙ୍କ ହୃଦୟ ଜିତିଛନ୍ତି । ଏହି ତାଲିକାରେ ଆମେ ୫ ଜଣ ବ୍ୟାଟ୍ସମ୍ୟାନଙ୍କୁ ସାମିଲ କରିଛୁ । ଆସନ୍ତୁ ଜାଣିବା ପ୍ରଥମ ସ୍ଥାନରେ କିଏ ଅଛନ୍ତି ?

୫) ୟୂସୁଫ ପଠାନ :

Google

ଆଇପିଏଲର ପ୍ରଥନ ସିଜନ (୨୦୦୮)ର ବିଜୟୀ ଦଳ (ରାଜସ୍ଥାନ ରୟାଲସ୍)ର ପ୍ରମୁଖ ଭୂମିକାରେ ଥିବା ୟୂସୁଫ ପଠାନ ଏହି ତାଲିକାରେ ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି । ଆପଣଙ୍କୁ କହିରଖୁଛୁ ଯେ, ରାଜସ୍ଥାନ ରୟାଲସ୍ କୁ ଆଇପିଏଲ ଟ୍ରଫି ଜିତାଇବାରେ ୟୂସୁଫ ପଠାନ ପ୍ରମୁଖ ଭାବେ ଯୋଗଦାନ ଦେଇଥିଲେ । ସେ ତାଙ୍କ ଆଇପିଏଲ କ୍ୟାରିୟରରେ ୧୭୪ ମ୍ୟାଚ ଖେଳି ୧୫୮ ଛକା ମାରିଛନ୍ତି ।

୪) ବିରାଟ କୋହଲୀ :

Google

ଭାରତୀୟ ଦଳର ଅଧିନାୟକ ତଥା ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ସମ୍ଭାଳୁଥିବା ପ୍ରସିଦ୍ଧ ଏବଂ ଲୋକପ୍ରିୟ ଖେଳାଳି ବିରାଟ କୋହଲୀଙ୍କ ଦଳ ଆଇପିଏଲରେ କିଛି ଭଲ ପ୍ରଦର୍ଶନ କରିନାହିଁ । କିନ୍ତୁ ଜଣେ ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲୀ ତାଙ୍କ ଖେଳକୁ ବହୁତ ଭଲ ଭାବେ ପ୍ରଦର୍ଶନ କରିଛନ୍ତି । ସୁଯୋଗ ମିଳିବା ମାତ୍ରେ ହିଁ ସେ ବଲ୍ କୁ ଆକାଶ ମାର୍ଗ ଭ୍ରମଣରେ ପଠାଇବାକୁ ଭୁଲନ୍ତି ନାହିଁ । ତେଣୁ ବିରାଟ କୋହଲୀ ଆଇପିଏଲର ୧୭୭ ମ୍ୟାଚରେ ୧୯୦ ଛକା ମାରିଛନ୍ତି । ଏହା ସହିତ ଏହି ତାଲିକାରେ ସେ ଚତୁର୍ଥ ସ୍ଥାନରେ ଅଛନ୍ତି ।

୩) ସୁରେଶ ରୈନା :

Google

ଭାରତୀୟ କ୍ରିକେଟ୍ ଦଳର ମଧ୍ୟମ ଅର୍ଡର ବ୍ୟାଟ୍ସମ୍ୟାନ୍ ତଥା ଦୁନିଆର ସର୍ବୋତ୍ତମ ଫିଲ୍ଡର୍ ସୁରେଶ ରୈନା ଆଇପିଏଲର ଚେନ୍ନାଇ ସୁପର୍ କିଙ୍ଗ୍ସର ଜଣେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଅଟନ୍ତି । ସେ ଚେନ୍ନାଇ ତରଫରୁ ଖେଳୁଥିବା ସହ ୧୯୩ଟି ମ୍ୟାଚରେ ୧୯୪ଟି ଛକା ମାରିବାର ରେକର୍ଡ ସୃଷ୍ଟି କରିଛନ୍ତି । ଆପଣଙ୍କୁ ଜଣାଇ ଦେଉଛୁ ଯେ, ସୁରେଶ ରୈନାଙ୍କୁ ମିଷ୍ଟର ଆଇପିଏଲର ସଂଜ୍ଞା ମଧ୍ୟ ଦିଆଯାଇଛି ।

୨) ରୋହିତ ଶର୍ମା :

Google

ମୁମ୍ବାଇ ଇଣ୍ଡିଆନ୍ସକୁ ୪ଥର ଆଇପିଏଲ ଟାଇଟଲ୍ ଜିତାଇଥିବା ଅଧିନାୟକ ଏବଂ ଭାରତୀୟ ଦଳର ଓପନର୍ ରୋହିତ ଶର୍ମାଙ୍କ ଦ୍ରୁତ ଗତିରେ ଖେଳ ସହିତ ଆପଣ ପରିଚିତ ଥିବେ । ଆପଣଙ୍କୁ କହିରଖୁଛୁ ଯେ, ଦିନିକିଆ ମ୍ୟାଚରେ ୩ଥର ଦ୍ୱିଶତକ ହାସଲ କରିବାର ବିଶ୍ୱ ରେକର୍ଡ ମଧ୍ୟ ଅଛି । ଆଇପିଏଲରେ ସର୍ବାଧିକ ଛକା ମାରିଥିବା ଖେଳାଳି ମାନଙ୍କ ତାଲିକାରେ ତାଙ୍କ ନାମ କିପରି ବାହାର ହୋଇପାରିବ ? କ୍ରିକେଟ ଦୁନିଆରେ ହିଟ୍-ମ୍ୟାନ ଭାବରେ ପ୍ରସିଦ୍ଧି ଲାଭ କରିଥିବା ରୋହିତ ୧୮୮ ମ୍ୟାଚରେ ୧୯୪ଟି ଛକା ମାରିଛନ୍ତି ।

୧) ମହେନ୍ଦ୍ର ସିଂହ ଧୋନୀ :

Google

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏବଂ ବିଶ୍ୱର ନମ୍ବର ୱାନ୍ ଫିନିସର୍ ମହେନ୍ଦ୍ର ସିଂହ ଧୋନୀ ଏହି ତାଲିକାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଆଜ୍ଞା ହଁ, ଧୋନୀଙ୍କ ବ୍ୟାଟ୍ ରେ ଆଇପିଏଲ ଇତିହାସରେ ସର୍ବାଧିକ ଛକା ବର୍ଷା ହୋଇଛି । କହିରଖୁଛୁ ଯେ, ସେ ୧୯୦ଟି ମ୍ୟାଚରେ ୨୦୯ ଥର ବଲ୍ ଆକାଶ ମାର୍ଗକୁ ପଠାଇଛନ୍ତି । ତେଣୁ ସେ ଏହି ତାଲିକାରେ ପ୍ରଥମ ନମ୍ବର ଖେଳାଳି ଅଟନ୍ତି । ମାହୀ ଲମ୍ବା ଲମ୍ବା ଛକା ମାରିବା ପାଇଁ ବିଶ୍ୱ ପ୍ରସିଦ୍ଧ ଖେଳାଳି ଅଟନ୍ତି । ଏହା ବ୍ୟତୀତ ଧୋନୀଙ୍କୁ ଆଇପିଏଲ ଇତିହାସର ସବୁଠାରୁ ସଫଳ ଅଧିନାୟକ କୁହାଯାଇଥାଏ ।

Leave a Reply

Your email address will not be published. Required fields are marked *