ପେଟ ସମ୍ବନ୍ଧୀତ ସମସ୍ୟା ପାଇଁ ରାମବାଣ ସ୍ୱରୂପ ଅଟେ ଏହି ଘରୋଇ ଉପଚା । କୋଷ୍ଠକାଠିନ୍ୟ, ପେଟବ୍ୟଥା ଏବଂ ଗ୍ୟାସରୁ ତୁରନ୍ତ ମିଳିଥାଏ ମୁକ୍ତି !

ପେଟ ସମ୍ବନ୍ଧୀତ ସମସ୍ୟା ପାଇଁ ରାମବାଣ ସ୍ୱରୂପ ଅଟେ ଏହି ଘରୋଇ ଉପଚା । କୋଷ୍ଠକାଠିନ୍ୟ, ପେଟବ୍ୟଥା ଏବଂ ଗ୍ୟାସରୁ ତୁରନ୍ତ ମିଳିଥାଏ ମୁକ୍ତି !

ଆଜିକାଲିର ସମୟରେ ପେଟ ସମ୍ବନ୍ଧୀତ ସମସ୍ୟା ପ୍ରାୟ ବଢ଼ିବାରେ ଲାଗିଛି । ଜୀବନଶୈଳୀରେ ପରିବର୍ତ୍ତନ ଏବଂ ଭୁଲ୍ ଖାଦ୍ୟ ପାନୀୟର ଅଭ୍ୟାସ କାରଣରୁ ପେଟ ସମ୍ବନ୍ଧୀତ ସମସ୍ୟା ହେବାରେ ଲାଗିଥାଏ । କୋଷ୍ଠକାଠିନ୍ୟ, ପେଟବ୍ୟଥା ଏବଂ ଗ୍ୟାସ୍ ଭଳି ସମସ୍ୟା କାରଣରୁ ଅନେକ ଲୋକ ଚିନ୍ତିତ ରହନ୍ତି । ଆଜି ଆମେ ଆପଣଙ୍କୁ କିଛି ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହାଦ୍ଵାରା ଆପଣଙ୍କର ଏହି ସମସ୍ୟା ଦୂର ହୋଇଯିବ ଏବଂ ଆପଣଙ୍କୁ ଆରାମ ମିଳିବ ।

ଲବଙ୍ଗ :-

google

ଲବଙ୍ଗ ଆଣ୍ଟିମାଇକ୍ରୋବିୟଲର ଗୁଣରେ ଭରପୁର ଥାଏ । ଲବଙ୍ଗର ସେବନ କରିବା ଦ୍ଵାରା ପେଟ ସମ୍ବନ୍ଧୀତ ସମସ୍ୟାରୁ ଆରାମ ମିଳିଥାଏ । ଲବଙ୍ଗର ସେବନ ପେଟ ପାଇଁ ଖୁବ୍ ଲାଭକାରୀ ହୋଇଥାଏ । ଯଦି ଆପଣଙ୍କୁ ପେଟରେ ଇନଫେକ୍ସନ ଅଛି କିମ୍ବା ପାଚନ ସମ୍ବନ୍ଧୀତ କୌଣସି ସମସ୍ୟା ରହିଛି ତେବେ ଆପଣଙ୍କୁ ଲବଙ୍ଗ ସେବନ କରିବା ନିହାତି ଆବଶ୍ୟକ । ଲବଙ୍ଗର ସେବନ ଦ୍ଵାରା ପାଚନ ତନ୍ତ୍ର ମଜବୁତ ହୋଇଥାଏ ।

କଦଳୀ :-

google

କଦଳୀ ସ୍ଵାସ୍ଥ୍ୟ ପାଇଁ ଖୁବ୍ ଗୁଣକାରୀ ହୋଇଥାଏ । ଯଦି ଆପଣଙ୍କୁ ପେଟ ସମ୍ବନ୍ଧୀତ କୌଣସି ସମସ୍ୟା ରହିଛି ତେବେ ଆପଣଙ୍କୁ କଦଳୀ ସେବନ କରିବା ଉଚିତ୍ । କଦଳୀ ସେବନ କରିବା ଦ୍ଵାରା କୋଷ୍ଠକାଠିନ୍ୟ, ପେଟବ୍ୟଥା ଏବଂ ଗ୍ୟାସର ସମସ୍ୟା ହୋଇନଥାଏ । ଲୁଜ୍ ମୋଶନରେ କଦଳୀ ସେବନ କରିବା ଲାଭଦାୟକ ହୋଇଥାଏ । ଯଦି ପେଟରେ ଇନଫେକ୍ସନ ରହିଛି ତେବେ କଦଳୀ ସେବନ କରନ୍ତୁ । କଦଳୀ ସେବନ କରିବା ଦ୍ଵାରା ପେଟରେ ହୋଇଥିବା ଇନଫେକ୍ସନକୁ ଦୂର କରାଯାଇପାରିବ ।

ଅଦା :-

google

ଅଦାରେ ଅନେକ ଔଷଧୀୟ ଗୁଣ ରହିଥାଏ । ପେଟ ସମ୍ବନ୍ଧୀତ କୌଣସି ସମସ୍ୟା ପାଇଁ ଅଦା ସେବନ ଅଧିକ ଲାଭଦାୟକ ହୋଇଥାଏ । ଅଦାର ଛୋଟ ଖଣ୍ଡ, ଅଳ୍ପ ଗୋଲମରିଚ ଏବଂ ଏକ ଚିମୁଟା ହିଙ୍ଗୁକୁ ପେଷି ସେବନ କରିବା ଦ୍ଵାରା ପେଟ ସମ୍ବନ୍ଧୀତ ସମସ୍ୟାରୁ ମୁକ୍ତି ମିଲଥାଏ ।

ହଳଦୀ :-

google

ହଳଦୀ ସ୍ଵାସ୍ଥ୍ୟ ପାଇଁ ଗୁଣକାରୀ ହୋଇଥାଏ । ହଳଦୀ ପେଟର ଇନଫେକ୍ସନକୁ ଦୂର କରିବାରେ ସହାୟକ ହୋଇଥାଏ । ଏକ ଚାମଚ ହଳଦୀରେ ଦୁଇ ଚାମଚ ମହୁ ମିଶାଇ ସେବନ କରିବା ଦ୍ଵାରା ପେଟ ସମ୍ବନ୍ଧୀତ ସମସ୍ୟାରୁ ଆରାମ ମିଳିଥାଏ ।

Leave a Reply

Your email address will not be published. Required fields are marked *