LICର ଏହି ଯୋଜନା ବିଷୟରେ ଜାଣିଛନ୍ତି କି :- ଥରେ ମାତ୍ର ଟଙ୍କା ଦେବାକୁ ପଡ଼ିବ ! ପରବର୍ତ୍ତୀ ସମୟରେ ପ୍ରତିମାସରେ ପାଇବେ ୪ ହଜାର ଟଙ୍କା ମାସିକ…

LICର ଏହି ଯୋଜନା ବିଷୟରେ ଜାଣିଛନ୍ତି କି :- ଥରେ ମାତ୍ର ଟଙ୍କା ଦେବାକୁ ପଡ଼ିବ ! ପରବର୍ତ୍ତୀ ସମୟରେ ପ୍ରତିମାସରେ ପାଇବେ ୪ ହଜାର ଟଙ୍କା ମାସିକ…

ବୃଦ୍ଧତ୍ୱ ଆସିବା ମାତ୍ରେ ବ୍ୟକ୍ତିଙ୍କ କାର୍ଯ୍ୟ କରିବା କ୍ଷମତା କମ୍ ହୋଇଯାଏ । ଏମିତିରେ ନିଜର ଅନ୍ତିମ ସମୟରେ ତାଙ୍କୁ ଜୀଇଁବା ପାଇଁ ଅନ୍ୟ କାହା ଉପରେ ନିର୍ଭର ହେବାକୁ ପଡ଼େ । କିଛି ପୁରାତନ ସରକାରୀ କର୍ମଚାରୀଙ୍କୁ ପେନସନ୍ ମଧ୍ୟ ମିଳେ, କିନ୍ତୁ ବର୍ତ୍ତମାନ ଏହି ସିଷ୍ଟମ୍ ମଧ୍ୟ ବନ୍ଦ ହୋଇଗଲାଣି । ପରେ ବେସରକାରୀ ଚାକିରୀ କରୁଥିବା ଲୋକଙ୍କ ପାଇଁ ମଧ୍ୟ ପେନସନର ଅସୁବିଧା ରହେ । ଏମିତିରେ ଆପଣ LICର ଜୀବନ ଅକ୍ଷୟ ପ୍ଲାନ୍ ନେଇପାରିବେ ।

LICର ଜୀବନ ଅକ୍ଷୟ ପ୍ଲାନରୁ ଆପଣଙ୍କୁ ଜୀବନଯାକ ପେନସନ୍ ମିଳିବ । ଭାରତୀୟ ଜୀବନ ବୀମା ନିଗମ (LIC) ଦ୍ୱାରା ଜାରି କରାଯାଇଥିବା ଏହି ୱାନ୍ ଟାଇମ୍ ଇଂଭେସମେଣ୍ଟ ପ୍ଲାନରେ ଆପଣଙ୍କୁ ଥରେ ପୁଞ୍ଜି ବିନିଯୋଗ କରିବାକୁ ପଡ଼ିବ ଏବଂ ପରେ ଆପଣଙ୍କୁ ଜୀବନଯାକ ପେନସନ୍ ମିଳୁଥିବ ।

LICର ଜୀବନ ଅକ୍ଷୟ ପଲିସିରେ ଯଦି ଆପଣ ଥରେ ନିବେଶ କରନ୍ତି ତେବେ ଆପଣଙ୍କୁ ଲାଇଫ୍ ଟାଇମ୍ ୪ ହଜାର ଟଙ୍କା ମିଳିବ । ଏଥିପାଇଁ ଆପଣଙ୍କୁ ନିଜ ଜୀବନ ଅକ୍ଷୟ ପ୍ଲାନରେ ୧ ଲକ୍ଷ ଟଙ୍କାର ସିଙ୍ଗଲ୍ ପ୍ରିମିୟମ୍ ଦେବାକୁ ପଡ଼ିବ । ସେମିତିରେ ଏଥିରେ ଆଉ ୧୦ଟି ଭିନ୍ନ ଭିନ୍ନ ବିକଳ୍ପ ମଧ୍ୟ ମିଳିବ । ଏଥିରେ ଯଦି ଆପଣ ଏନ୍ୟୁଟି ପେବଲ୍ ଫର୍ ଲାଇଫ୍ ଏଟ୍ ଏ ୟୁନିଫର୍ମ ରେଟର ବିକଳ୍ପ ଚୟନ କରିବେ ତେବେ ଆପଣଙ୍କୁ ଜୀବନଯାକ ମାସକୁ ଚାରି ହଜାର ଟଙ୍କା ପେନସନ୍ ମିଳିବ ।

ଏହି ପ୍ଲାନରେ ଆପଣ ବାର୍ଷିକ ଆଧାରରେ ମଧ୍ୟ ପେନସନ୍ ନେଇପାରିବେ । ଏଥିରେ ଆପଣଙ୍କୁ ପ୍ରତିବର୍ଷ ୫୭,୬୪୦ ଟଙ୍କା ମିଳିବ । ଯଦି ଆପଣ ଏହାକୁ ଛଅ ମାସ ଆଧାରରେ ନେବାକୁ ଚାହଁନ୍ତି ତେବେ ୨୮,୨୬୦ ମିଳିବ ଓ ସେପଟେ ତିନି ମାସ ଆଧାରରେ ଟଙ୍କା ନେବାରୁ ୧୩,୯୮୦ ଟଙ୍କା ଆପଣଙ୍କ ଖାତାରେ ଜମା ହେବ । ଏହି ଆଧାରରେ ମାସର ପେନସନ୍ ନେବା ଫଳରେ ଆପଣଙ୍କ ପ୍ରତି ମାସରେ ୪,୬୩୦ ଟଙ୍କା ଦିଆଯିବ ।

ଜୀବନ ଅକ୍ଷୟ ପଲିସିରେ ନିବେଶ କରିବା ପାଇଁ ଆପଣଙ୍କ ବୟସ ୩୦ ବର୍ଷରୁ ୮୫ ବର୍ଷ ହେବା ଦରକାର । ଏହି ଯୋଜନାରେ ବାର୍ଷିକ, ଛଅ ମାସିକ, ତ୍ରିମାସିକ କିମ୍ବା ପ୍ରତି ମାସରେ ପେନସନ୍ ନେବା ବ୍ୟତୀତ ଆହୁରି ଲାଭ ମଧ୍ୟ ମିଳିବ । ଯେପରିକି ଆଉ ଏକ ବଡ଼ ଲାଭ ହେଉଛି ଯେ ପଲିସି ନେବାର ମାତ୍ର ତିନି ମାସ ପରେ ଆପଣ ଋଣ ନେବା ପାଇଁ ଏପ୍ଲାଇ କରିପାରିବେ । ଏହି ଯୋଜନା ଆପଣ ଅନଲାଇନ୍ କିମ୍ବା ଅଫଲାଇନ୍ ଉଭୟ ମାଧ୍ୟମରେ କରିପାରିବେ ।

ବର୍ତ୍ତମାନ ଆପଣ ମାନଙ୍କ ମଧ୍ୟରୁ ଅନେକଗୁଡ଼ିଏ ମନରେ ଏହି ପ୍ରଶ୍ନ ଉଠେ ଯେ ଏହି ଯୋଜନାରେ କେତେ ସମୟ ପର୍ଯ୍ୟନ୍ତ ପେନସନ୍ ମିଳିବ । ବାସ୍ତବରେ ଏହି ଯୋଜନା ପଲିସି ଧାରକକୁ ଜୀବନଯାକ ଟଙ୍କା ଦେବା ପ୍ରତିଶ୍ରୁତି ଦିଏ କିନ୍ତୁ ପଲିସିଧାରକଙ୍କ ନିଧନ ହୋଇଗଲେ ଟଙ୍କା ଆସିବା ବନ୍ଦ ହୋଇଯିବ । ଅର୍ଥାତ ଯେତେବେଳେ ଯାଏ ପଲିସି ଧାରକ ଜୀବିତ ରହିବ ସେତେବେଳେ ଯାଏ ତାକୁ ପେନସନ୍ ମିଳୁଥିବ ।

ତେବେ ଆଉ ବିଳମ୍ବ କାହିଁକି ? ଆଜି ହିଁ LIC ଅଫିସ୍ ଯାଆନ୍ତୁ ଓ ଏହି ଯୋଜନା କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *