କଥା କଥାରେ ମିଛ କହିଥାନ୍ତି ଏହି ଝିଅ ମାନେ, ଭଲ ଭାବେ ଏମାନଙ୍କ ପରିଚୟ ଜାଣି ରଖନ୍ତୁ ! ନଚେତ୍ ଧୋକାର ଶିକାର ହୋଇପାରନ୍ତି…

କଥା କଥାରେ ମିଛ କହିଥାନ୍ତି ଏହି ଝିଅ ମାନେ, ଭଲ ଭାବେ ଏମାନଙ୍କ ପରିଚୟ ଜାଣି ରଖନ୍ତୁ ! ନଚେତ୍ ଧୋକାର ଶିକାର ହୋଇପାରନ୍ତି…

ମିଛ ଯେତେ ଛୋଟ କିମ୍ବା ବଡ ହେଉନା କାହିଁକି, ଏହାର ସମୟସୀମା ଅଧିକ ହୋଇ ନଥାଏ । ଯଦି ଆପଣ କାହାକୁ ମିଛ କୁହନ୍ତି ତେବେ ତାହା ଭବିଷ୍ୟତରେ କେବେ ନା କେବେ ନିଶ୍ଚୟ ଧରା ପଡିଯିବ । କୌଣସି ମଧ୍ୟ ମିଛ ଦୀର୍ଘ ସମୟ ପର୍ଯ୍ୟନ୍ତ ଲୁଚି ରହି ନଥାଏ । କିନ୍ତୁ ଏହା ସତ୍ତ୍ୱେ ମଧ୍ୟ କିଛି ଲୋକ ଏହିପରି ଅଛନ୍ତି ଯେଉଁମାନେ ମିଛ କହିବାରେ ଆଦୌ ଦ୍ୱିଧା ପ୍ରକାଶ କରନ୍ତି ନାହିଁ । ଯଦି ଜଣେ ପୁଅ ମିଛ କୁହେ ତେବେ ତାଙ୍କୁ ସହଜରେ ଧରା ଯାଇ ପାରିବ କିନ୍ତୁ ଏହି ମିଛ ଯଦି ଜଣେ ଝିଅ ପୁଅକୁ କୁହେ ତେବେ ସେ ଏହି ମିଛକୁ ଧରିବାକୁ ସକ୍ଷମ ହୋଇପାରି ନଥାନ୍ତି । ପୁଅ ମାନଙ୍କ ମନରେ ଝିଅ ମାନଙ୍କ ପାଇଁ ଏକ କୋମଳ ଦୃଷ୍ଟିକୋଣ ରହିଥାଏ । ଏହିପରି ପରିସ୍ଥିତିରେ ସେ ତାଙ୍କ ମିଥ୍ୟାକୁ ଲକ୍ଷ୍ୟ କରିପାରି ନଥାନ୍ତି । ଏହା ବ୍ୟତୀତ ଏହିପରି ମଧ୍ୟ କିଛି ଝିଅ ଅଛନ୍ତି ଯେଉଁ ମାନେ ଏତେ ପରିଷ୍କାର ଭାବରେ ମିଛ କୁହନ୍ତି ଯେ ଭଲ ଭଲ ପିଲା ମାନେ ମଧ୍ୟ ସେମାନଙ୍କ ମିଥ୍ୟାକୁ ଧରିବାରେ ଅସମର୍ଥ ଅଟନ୍ତି ।

ଏହି ବିଷୟକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ ଏହିପରି କିଛି ରାଶି ବିଷୟରେ କହିବାକୁ ଯାଉଛୁ ଯେଉଁ ଜାତକର ୭୫ ପ୍ରତିଶତ ଝିଅମାନେ ମିଥ୍ୟା କହିବାରେ ପାରଙ୍ଗମ ଅଟନ୍ତି । ଏହି ଝିଅମାନେ ଭିନ୍ନ ଭିନ୍ନ କାରଣରୁ ସାମ୍ନା ବ୍ୟକ୍ତିଙ୍କୁ ମିଛ କହିଥାନ୍ତି । ଏମାନଙ୍କ ମିଛ କହିବାର କଳା ଏତେ ମାତ୍ରାରେ ଭଲ ହୋଇଥାଏ ଯେ ଲୋକମାନେ ତାଙ୍କ କଥାକୁ ସହଜରେ ବିଶ୍ୱାସ କରି ଦିଅନ୍ତି । ତେବେ ଆସନ୍ତୁ ସେହି ରାଶି ଗୁଡ଼ିକ ବିଷୟରେ ଜାଣିବା ।

ଏହି ରାଶିର ଝିଅମାନେ ବହୁତ ସ୍ପଷ୍ଟ ଭାବରେ ମିଛ କୁହନ୍ତି

ମେଷ ରାଶି:

ଏହି ରାଶିର ଝିଅମାନେ ବହୁତ ଚତୁର ଏବଂ ଦୁଷ୍ଟ ସ୍ଵଭାବର ହୋଇଥାନ୍ତି । ଯେତେବେଳେ ମଧ୍ୟ ସେମାନଙ୍କୁ କୌଣସି ଅସୁବିଧାରୁ ବାହାରିବାକୁ ଥିବ କିମ୍ବା ଅନ୍ୟ ମାନଙ୍କ ଦ୍ୱାରା ସେମାନଙ୍କର କିଛି କାମ ହାସଲ କରିବାକୁ ଥିବ, ସେତେବେଳେ ସେମାନେ ମିଥ୍ୟାର ଆଶ୍ରୟ ନେଇଥାନ୍ତି । ସେମାନଙ୍କର ସବୁଠାରୁ ବିଶେଷ କଥା ଏହିକି ଯେ ସେମାନେ ଅଭିନୟ କରିବାରେ ବହୁତ ପାରଦର୍ଶୀ ହୋଇଥାନ୍ତି । ଏହି କାରଣ ହେତୁ ଯେତେବେଳେ ସେମାନଙ୍କ ସାମ୍ନାରେ ଥିବା ବ୍ୟକ୍ତିଙ୍କୁ ମିଛ କୁହନ୍ତି ସେତେବେଳେ ତାହା ସତ୍ୟ ପରି ମନେହୁଏ । ଏହି ଝିଅ ମାନଙ୍କର ମିଛକୁ ଧରିବା ଅତ୍ୟନ୍ତ କଷ୍ଟକର କାର୍ଯ୍ୟ ହୋଇଥାଏ ଯାହା ସମସ୍ତଙ୍କ ପକ୍ଷେ ସମ୍ଭବପର ନୁହେଁ ।

ସିଂହ ରାଶି:

ଏହି ରାଶିର ଝିଅମାନେ ମିଥ୍ୟା କହିବାରେ ପାରଙ୍ଗମ ଅଟନ୍ତି । ସେମାନେ ଏହା ଦେଖନ୍ତି ନାହିଁ କିମ୍ବା ଭାବି ନଥାନ୍ତି କି ତାଙ୍କ ମିଛର ପରିଣାମ ଭବିଷ୍ୟତରେ କ’ଣ ପରିଣାମ ହେବ । ସିଂହ ରାଶି ବିଶିଷ୍ଟ ଝିଅ ମାନଙ୍କୁ ମିଛ କହିବା ପାଇଁ କୌଣସି ପଶ୍ଚାତାପ ମଧ୍ୟ ଅନୁଭବ ହୋଇନଥାଏ । ସେମାନେ ନିଜ ଭୁଲରୁ କେବେ ମଧ୍ୟ କୌଣସି ଶିକ୍ଷା ଲାଭ କରନ୍ତି ନାହିଁ ଏବଂ ଯେଉଁ ଠାରେ ଆବଶ୍ୟକ ପଡେ ସେମାନେ କଠୋରତା ସହିତ ମିଛ କହିଥାନ୍ତି ।

ବୃଷ ରାଶି:

ଏହି ରାଶି ବିଶିଷ୍ଟ ଝିଅମାନେ ମିଛ କୁହନ୍ତି, କିନ୍ତୁ କିଛି ଭଲ କାରଣ ପାଇଁ ମିଛ କହିଥାନ୍ତି । ଯଦି କିଛି ମିଥ୍ୟା କହିବା ଦ୍ୱାରା ସାମ୍ନା ବ୍ୟକ୍ତିର ଭଲ ହୋଇଥାଏ କିମ୍ବା ତାଙ୍କ ମୁହଁରେ ହସ ଫୁଟିଥାଏ ତେବେ ଏହି ଝିଅମାନେ ମିଛ କହିଥାନ୍ତି । ସାମ୍ନା ବ୍ୟକ୍ତିଙ୍କୁ ଦୁଃଖ ହେବା ପାଇଁ ସେମାନେ କଦାପି ମିଛ କୁହନ୍ତି ନାହିଁ ବରଂ ସାମ୍ନା ବ୍ୟକ୍ତିର ମନ କିଛି ସମୟ ପାଇଁ ଖୁସି ହେବା ପାଇଁ ମିଛ କହିଥାନ୍ତି ।

ମୀନ ରାଶି:

ଏହି ରାଶିର ଝିଅମାନେ ଜୀବନରେ ଆଗକୁ ବଢ଼ିବା ପାଇଁ ଏବଂ ସଫଳତା ପାଇବା ପାଇଁ ମିଛ କହିଥାନ୍ତି । ସେମାନେ ଏହି ମିଛ କହିବାରେ ଏତେ ପାରଙ୍ଗମ ଯେ ବଡ଼ ବଡ଼ ବ୍ୟକ୍ତିମାନେ ମଧ୍ୟ ଏହାକୁ ଜାଣିପାରନ୍ତି ନାହିଁ । ମିଛ କହିବା ସେମାନଙ୍କ କଳା ନୁହେଁ ବରଂ ଏହି ମିଛ ସେମାନଙ୍କ ଜୀବନରେ ଅନେକ ଲାଭ ମଧ୍ୟ ଦେଇଥାଏ ।

Leave a Reply

Your email address will not be published. Required fields are marked *