ଆସନ୍ତା ମାସରେ ଏହି ୪ଟି ଗ୍ରହ କରୁଛନ୍ତି ରାଶି ପରିବର୍ତ୍ତନ ! ଏହି ଉପାୟ କରି ରକ୍ଷା ପାଆନ୍ତୁ ଗ୍ରହ ମାନଙ୍କ ପ୍ରକୋପରୁ…

ଆସନ୍ତା ମାସରେ ଏହି ୪ଟି ଗ୍ରହ କରୁଛନ୍ତି ରାଶି ପରିବର୍ତ୍ତନ ! ଏହି ଉପାୟ କରି ରକ୍ଷା ପାଆନ୍ତୁ ଗ୍ରହ ମାନଙ୍କ ପ୍ରକୋପରୁ…

ଜୁନ୍ ମାସରେ ଅନେକ ଗ୍ରହ ରାଶି ପରିବର୍ତ୍ତନ କରୁଛନ୍ତି । ଗ୍ରହ ମାନଙ୍କର ରାଶି ପରିବର୍ତ୍ତନର ପ୍ରଭାବ ସମସ୍ତ ରାଶି ଉପରେ ଶୁଭ ଏବଂ ଅଶୁଭ ରୂପରେ ପଡିବ । ଜ୍ୟୋତିଷ ମାନଙ୍କର କହିବା ଅନୁଯାୟୀ, ଆସନ୍ତା ମାସରେ ଚାରୋଟି ଗ୍ରହର ଗୋଚର ହେବ । ଯାହାକି ସୂର୍ଯ୍ୟ, ବୁଧ, ଶୁକ୍ର ଏବଂ ମଙ୍ଗଳ ଗ୍ରହ ଅଟନ୍ତି । ତେବେ ଆସନ୍ତୁ ଜାଣିବା ଏହି ଗ୍ରହ ଗୁଡିକ କେଉଁ କେଉଁ ରାଶି ମାନଙ୍କରେ ଗୋଚର କରିବାକୁ ଯାଉଛନ୍ତି ଏବଂ କେତେ ଦିନ ପର୍ଯ୍ୟନ୍ତ ଏହି ରାଶି ଗୁଡିକରେ ରହିବେ ।

୧) ମଙ୍ଗଳର କର୍କଟ ରାଶିରେ ଗୋଚର:-

ମଙ୍ଗଳ ଗ୍ରହକୁ ଗ୍ରହମାନଙ୍କର ସେନାପତି ବୋଲି କୁହାଯାଏ । ୨ ଜୁନ୍ ୨୦୨୧ ଦିନ ଏହି ଗ୍ରହ ମିଥୁନ ରାଶିରୁ କର୍କଟ ରାଶିରେ ପ୍ରବେଶ କରିବ । ଏହି ରାଶିରେ ମଙ୍ଗଳ ୨୦ ଜୁଲାଇ ୨୦୨୧ ପର୍ଯ୍ୟନ୍ତ ରହିବ । କର୍କଟ ଚନ୍ଦ୍ରଙ୍କର ରାଶି ଅଟେ ଏବଂ ଏହାକୁ ମଙ୍ଗଳ ଗ୍ରହର ନୀଚ୍ଚ ରାଶି ଭାବରେ ବିବେଚନା କରାଯାଏ ଏବଂ ନିଜ ନୀଚ୍ଚ ରାଶିରେ ଗ୍ରହ ଦୁର୍ବଳ ହୋଇ ଯାଇଥାଏ ।

କରନ୍ତୁ ଏହି ଉପାୟ:-

ମଙ୍ଗଳ ଗ୍ରହକୁ ନିଜର ଅନୁକୂଳ କରି ରଖିବାପାଇଁ ଲାଲ୍ ରଙ୍ଗର ଜିନିଷ ଶିବଲିଙ୍ଗ ଉପରେ ଅର୍ପଣ କରନ୍ତୁ ।

୨) ବୁଧଗ୍ରହର ବୃଷ ରାଶିରେ ଗୋଚର:-

ବୁଧ ଗ୍ରହକୁ ବୁଦ୍ଧି ଏବଂ ବାଣୀର କାରକ ଭାବରେ ବିବେଚନା କରାଯାଏ । ବୁଧ ଦେବ ୩ ଜୁନ୍ ୨୦୨୧ ଦିନ ନିଜ ବନ୍ଧୁ ଶୁକ୍ରର ରାଶି ବୃଷରେ ପ୍ରବେଶ କରିବେ । ଏହି ରାଶିରେ ବୁଧ ଗ୍ରହ ୭ ଜୁଲାଇ ୨୦୨୧ ପର୍ଯ୍ୟନ୍ତ ରହିବେ । ଏହାପରେ ମିଥୁନ ରାଶିରେ ପ୍ରବେଶ କରିବେ । ଏହି ରାଶିରେ ରାହୁ ପୂର୍ବରୁ ରହିଛନ୍ତି । ବୁଧ ଏହି ରାଶିରେ ପ୍ରବେଶ କରିବା ମାତ୍ରେ ରାହୁର ଅଶୁଭ ପ୍ରଭାବ କମ୍ ହୋଇଯିବ ।

କରନ୍ତୁ ଏହି ଉପାୟ:-

ବୁଧ ଗ୍ରହର ପ୍ରକୋପରୁ ରକ୍ଷା ପାଇବାପାଇଁ ବୁଧବାର ଦିନ ଏହି ଗ୍ରହର କଥା ପଢନ୍ତୁ । କଥା ପଢି ସାରିବା ପରେ ସବୁଜ ରଙ୍ଗର ଜିନିଷ ଦାନ କରନ୍ତୁ । ଯଦି ସମ୍ଭବ ଏହିଦିନ ସବୁଜ ରଙ୍ଗର ପୋଷାକ ପରିଧାନ କରନ୍ତୁ ।

୩) ସୂର୍ଯ୍ୟଗ୍ରହର ମିଥୁନ ରାଶିରେ ଗୋଚର:-

ସୂର୍ଯ୍ୟ ଦେବଙ୍କୁ ଗ୍ରହର ରାଜା ଭାବରେ ବିବେଚନା କରାଯାଏ ଏବଂ ଏହି ଗ୍ରହକୁ ଶକ୍ତି ଏବଂ ସ୍ୱାସ୍ଥ୍ୟର କାରକ ଭାବରେ ବିବେଚନା କରାଯାଏ । ସୂର୍ଯ୍ୟ ଗ୍ରହ ୧୫ ଜୁନ୍ ୨୦୨୧ ଦିନ ବୃଷ ରାଶିରୁ ବାହାରି ମିଥୁନ ରାଶିରେ ପ୍ରବେଶ କରିବେ । ଏହି ରାଶିରେ ୧୬ ଜୁଲାଇ ୨୦୨୧ ପର୍ଯ୍ୟନ୍ତ ରହିବା ପରେ ସୂର୍ଯ୍ୟ ନିଜର ନୀଚ୍ଚ ରାଶି କର୍କଟରେ ପ୍ରବେଶ କରିବେ ।

କରନ୍ତୁ ଏହି ଉପାୟ:-

ରବିବାର ଦିନ ସୂର୍ଯ୍ୟ ଦେବଙ୍କର ପୂଜା କରନ୍ତୁ ଏବଂ ବ୍ରତ ରଖନ୍ତୁ । ଏହା ସହ ଏହିଦିନ ସୂର୍ଯ୍ୟ ଦେବଙ୍କୁ ସକାଳ ସମୟରେ ଅର୍ଘ୍ୟ ଅର୍ପଣ କରନ୍ତୁ ।

୪) ଶୁକ୍ରଗ୍ରହର କର୍କଟ ରାଶିରେ ଗୋଚର:-

ଶୁକ୍ର ଗ୍ରହକୁ ଭୌତିକ ସୁଖର କାରକ ଭାବରେ ବିବେଚନା କରାଯାଏ । ଏହି ଗ୍ରହ ୨୨ ଜୁନ୍ ୨୦୨୧ ଦିନ ମିଥୁନ ରାଶିରୁ କର୍କଟ ରାଶିରେ ଗୋଚର କରିବ । ଏହି ରାଶିରେ ୧୭ ଜୁଲାଇ ୨୦୨୧ ପର୍ଯ୍ୟନ୍ତ ରହିବ ।

କରନ୍ତୁ ଏହି ଉପାୟ:-

ଶୁକ୍ର ଗ୍ରହର ପ୍ରକୋପରୁ ରକ୍ଷା ପାଇବାପାଇଁ ଶୁକ୍ରବାର ଦିନ ଏହି ଗ୍ରହର କଥା ପଢନ୍ତୁ ଏବଂ ଧଳା ରଙ୍ଗର ଜିନିଷ ଗରିବ ଲୋକମାନଙ୍କୁ ଦାନ କରନ୍ତୁ ।

Leave a Reply

Your email address will not be published. Required fields are marked *