ଏହି ଏହି ଖାଦ୍ୟ ଗୁଡିକ ଗର୍ଭବତୀ ମହିଳା ଖାଇବା ଦ୍ୱାରା ଶିଶୁ ଚତୁର ହୋଇ ଜନ୍ମ ହୋଇଥାନ୍ତି ।

ଏହି ଏହି ଖାଦ୍ୟ ଗୁଡିକ ଗର୍ଭବତୀ ମହିଳା ଖାଇବା ଦ୍ୱାରା ଶିଶୁ ଚତୁର ହୋଇ ଜନ୍ମ ହୋଇଥାନ୍ତି ।

ଗର୍ଭବତୀ ମହିଳା ମାନେ ନିଜ ସ୍ୱାସ୍ଥ୍ୟର ବହୁତ ଯତ୍ନ ନେଇଥାନ୍ତି ଯାହାଫଳରେ ଜନ୍ମ ହୋଇଥିବା ଶିଶୁ ସ୍ୱାସ୍ଥ୍ୟବାନ ହୋଇ ଜନ୍ମ ହୋଇଥାଏ । ଗର୍ଭ ଧାରଣ ପରେ ଗର୍ଭବତୀ ମହିଳାଙ୍କୁ ନିଜ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବା ସହ ଭିଟାମିନ ଯୁକ୍ତ ବଟିକା ଖାଇବା ଉଚିତ । ଏକ ରିପୋର୍ଟ ଅନୁସାରେ ଆମ ଦେଶରେ ପ୍ରତି ବର୍ଷ ଦୁଇ କୋଟି ସତୁରି ହଜାର ମହିଳା ଗର୍ଭବତୀ ହୋଇଥାନ୍ତି ଏବଂ ପ୍ରାୟତଃ ମହିଳାଙ୍କ କ୍ଷେତ୍ରରେ ରକ୍ତ ଅଭାବ ଦେଖାଯାଇଥାଏ ଯାହାଫଳରେ ଜନ୍ମ ହେବା ପାଇଁ ଥିବା ଶିଶୁର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ । ଯେତେବେଳେ କୌଣସି ମହିଳା ଗର୍ଭ ଧାରଣ କରିଥାନ୍ତି ତେବେ ଡାକ୍ତର ସେହି ମହିଳାଙ୍କୁ ଫ୍ଲୋରିକ ଏସିଡ ଯୁକ୍ତ ବଟିକା ଖାଇବା ପାଇଁ ଦେଇଥାନ୍ତି ଯାହାଫଳରେ ଗର୍ଭ ଧାରଣ କରିଥିବା ମହିଳାଙ୍କ ମଧ୍ୟରେ ରକ୍ତର ଅଭାବ ଦେଖାଯାଇନଥାଏ ।

ପ୍ରତିଟି ଗର୍ଭବତୀ ମହିଳାଙ୍କ ଆଶା ରହିଥାଏ ନିଜର ଜନ୍ମ ହେବା ପାଇଁ ଶିଶୁ ମାନସିକ ସ୍ତରରେ ସ୍ୱାସ୍ଥ୍ୟବାନ ଏବଂ ବୁଦ୍ଧିମାନ ହୋଇ ଜନ୍ମ ଲାଭ କରୁ ।ବୁଦ୍ଧିମାନ ଶିଶୁ ଜନ୍ମ ପାଇଁ ପ୍ରତିଟି ଗର୍ଭବତୀ ମହିଳା ନିମ୍ନରେ ପ୍ରଦତ୍ତ ଖାଦ୍ୟ ସୂଚୀ ଆପଣାନ୍ତୁ ଯାହାଫଳରେ ଜନ୍ମ ହେବା ପାଇଁ ଥିବା ଶିଶୁର ମସ୍ତିସ୍କର ଭଲ ରୂପରେ ବିକାଶ ହୋଇପାରିବ ଏବଂ ଶିଶୁ ବୁଦ୍ଧିମାନ ହୋଇ ଜନ୍ମ ହେବ ।

ପିସ୍ତା ବାଦାମ ଖାଆନ୍ତୁ

ଗର୍ଭ ଧାରଣ କରିଥିବା ପ୍ରତିଟି ମହିଳା ପିସ୍ତା ବାଦାମ ସେବନ କରନ୍ତୁ ।ପିସ୍ତା ବାଦାମ ସେବନ କରିବା ଫଳରେ ଗର୍ଭରେ ବୃଦ୍ଧି ହେଉଥିବା ଶିଶୁର ମସ୍ତିସ୍କର ବିକାଶ ହୋଇଥାଏ । ପ୍ରତିଦିନ ରାତ୍ର ସମୟରେ ଶୋଇବା ପୂର୍ବରୁ ଗୋଟିଏ ପିସ୍ତା ବାଦାମକୁ ପାଣିରେ ଭିଯାଇ ଦିଅନ୍ତୁ ଏବଂ ସକାଳେ ସେହି ପିସ୍ତା ବାଦାମକୁ ସେବନ କରନ୍ତୁ ।ଅଷ୍ଟମ ସପ୍ତାହରେ ପିସ୍ତା ବାଦାମକୁ ଖୀରରେ ପକାଇ ସେବନ କରିବା ଆରମ୍ଭ କରିଦିଅନ୍ତୁ । ପିସ୍ତା ବାଦାମରେ ମିଳୁଥିବା ତତ୍ୱ ମସ୍ତିସ୍କ ନିମନ୍ତେ ଲାଭଦାୟକ ଅଟେ ଏବଂ ପିସ୍ତା ବାଦାମ ସେବନ ଫଳରେ ମସ୍ତିସ୍କର ବିକାଶ ହୋଇଥାଏ ।

ମାଛ

ମାଛ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ହିତକାରକ ଅଟେ ଏବଂ ଗର୍ଭବତୀ ମହିଳା ମାଛ ଖାଇବା ଫଳରେ ଗର୍ଭରେ ବଢୁଥିବା ଶିଶୁର ମସ୍ତିସ୍କର ବିକାଶ ହୋଇଥାଏ । ଏହି କାରଣରୁ ଗର୍ଭବତୀ ମହିଳା ସପ୍ତାହରେ ଥରେ ନିଜ ଖାଦ୍ୟରେ ମାଛ ସାମିଲ କରନ୍ତୁ ।

ଭିଟାମିନ ବି କମ୍ପ୍ଲେକ୍ସ

ଗର୍ଭବତୀ ମହିଳାଙ୍କୁ ଭିଟାମିନ ବି କମ୍ପ୍ଲେକ୍ସ ଯୁକ୍ତ ଖାଦ୍ୟ ଗ୍ରହଣ କରିବା ନିହାତି ଆବଶ୍ୟକ ଅଟେ । ଭିଟାମିନ ବି କମ୍ପ୍ଲେକ୍ସ ଯୁକ୍ତ ଖାଦ୍ୟ ଖାଇବା ଫଳରେ ଶିଶୁର ମସ୍ତିସ୍କର ବିକାଶ ହେବା ସହ ଶିଶୁର ନେତ୍ର ,ଜିଭ ଏବଂ ଶରୀରର ଅନ୍ୟ ଅଙ୍ଗର ମଧ୍ୟ ବିକାଶ ହୋଇଥାଏ । ବିଲାତି ବାଇଗଣ, ଅନ୍ନ ,ଅଙ୍ଗୁର ଇତ୍ୟାଦିରେ ଭରପୂର ଭିଟାମିନ ବି କମ୍ପ୍ଲେକ୍ସ ରହିଥାଏ ଏହି କାରଣରୁ ନିଜ ଖାଦ୍ୟ ସୂଚୀରେ ଏହି ସବୁ ଖାଦ୍ୟ ସାମିଲ କରନ୍ତୁ ।

ସବୁଜ ପନିପରିବା

ସବୁଜ ପନିପରିବାରେ ପୋଷକ ତତ୍ୱ ଭରପୁର ରହିଥାଏ ।ସବୁଜ ପନିପରିବା ଖାଦ୍ୟରେ ସାମିଲ କରିବା ଫଳରେ ଗର୍ଭସ୍ଥ ଶିଶୁର ମସ୍ତିସ୍କ ଏବଂ ସ୍ନାୟୁତନ୍ତ୍ରର ବିକାଶ ହୋଇଥାଏ । ସବୁଜ ପନିପରିବା ବ୍ୟତୀତ ସୁପ ମଧ୍ୟ ଗ୍ରହଣ କରନ୍ତୁ ।

ଦୁଗ୍ଧ

ଗର୍ଭବତୀ ମହିଳାଙ୍କୁ ପ୍ରତିଦିନ ଦୁଇଥର ଦୁଗ୍ଧ ସେବନ ନିମନ୍ତେ ଡାକ୍ତର ପରାମର୍ଶ ଦେଇଥାନ୍ତି । ଦୁଗ୍ଧ ସେବନ ସହ ଗର୍ଭବତୀ ମହିଳା ପନିର ଏବଂ ଦହି ମଧ୍ୟ ସେବନ କରିବା ଉଚିତ । ଏହି ଜିନିଷ ଗୁଡିକ ଖାଇବା ଫଳରେ ଶିଶୁର ଉଚିତ ବିକାଶ ହୋଇଥାଏ ଏବଂ ଶିଶୁ ସ୍ୱାସ୍ଥ୍ୟବାନ ଏବଂ ବୁଦ୍ଧିମାନ ହୋଇ ଜନ୍ମ ଗ୍ରହଣ କରିଥାଏ । ଗର୍ଭ ଧାରଣର ଅଷ୍ଟମ ସପ୍ତାହରେ ଦୁଗ୍ଧରେ ପିସ୍ତା ବାଦମ ପକାଇ ପାନ କରିବା ଫଳରେ ପ୍ରସବ ସମୟରେ ପ୍ରସବ ପୀଡା କମ ହୋଇଥାଏ ।

Leave a Reply

Your email address will not be published. Required fields are marked *