ଲକଡାଉନରେ ଏହି ଫିଲ୍ମ ଷ୍ଟାରମାନେ କରୁଛନ୍ତି ଚାଷ କାର୍ଯ୍ୟ । ସଲମାନଙ୍କ ଠାରୁ ଆରମ୍ଭ କରି ଜୂହି ପର୍ଯ୍ୟନ୍ତ ନେଉଛନ୍ତି ଚାଷ କାମର ମଜା ।

ଲକଡାଉନରେ ଏହି ଫିଲ୍ମ ଷ୍ଟାରମାନେ କରୁଛନ୍ତି ଚାଷ କାର୍ଯ୍ୟ । ସଲମାନଙ୍କ ଠାରୁ ଆରମ୍ଭ କରି ଜୂହି ପର୍ଯ୍ୟନ୍ତ ନେଉଛନ୍ତି ଚାଷ କାମର ମଜା ।

କରୋନା ସଙ୍କଟ କାରଣରୁ ଦେଶରେ ଲକଡାଉନ ଜାରି କରାଯାଇଛି । ଯାହାଦ୍ଵାରା କରୋନା ଭୂତାଣୁର ସଂକ୍ରମଣକୁ କିଛି ମାତ୍ରାରେ ନିୟନ୍ତ୍ରୀତ କରାଯାଇ ପାରିବ । ଏହି ଲକଡାଉନ ସମୟରେ ବଲିଉଡ଼ ଷ୍ଟାର ଅଲଗା ଅଲଗା ପ୍ରକାରରେ ନିଜର ସମୟ ବିତାଉଥିବାର ଦେଖାଯାଇଛି । ବଲିଉଡ଼ ଷ୍ଟାର ମାନେ ସୋସିଆଲ ମିଡିଆରେ ବାରମ୍ବାର ନିଜର ପୋଷ୍ଟ ଅପଡେଟ୍ କରିଥାନ୍ତି । ଏହି କ୍ରମରେ ସଲମାନ ଖାନଙ୍କ ବ୍ୟତୀତ ଅନେକ ଫିଲ୍ମ ଷ୍ଟାରଙ୍କୁ କୃଷି କାର୍ଯ୍ୟ କରୁଥିବାର ଦେଖାଯାଇଛି । ଆଜି ଆମେ ସେହି ବଲିଉଡ଼ ଷ୍ଟାରଙ୍କ ବିଷୟରେ କହିବୁ ଯେଉଁମାନେ ଏହି ଲକଡାଉନରେ କୃଷି କାର୍ଯ୍ୟ କରୁଥିବାର ଦେଖାଯାଇଛି । ସୋସିଆଲ ମିଡିଆରେ ମଧ୍ୟ ସେମାନଙ୍କର ଫୋଟ ଦେଖାଯାଇଛି ।

ସଲମାନ ଖାନ୍ :-

newstrend

ସଲମାନ ଖାନ୍ ଖୁବ୍ ଭଲଭାବରେ ଲକଡାଉନ ପାଳନ କରୁଥିବାର ଦେଖା ଯାଇଛି । ସେ ପନୱେଲର ଥିବା ନିଜର ଫାର୍ମ ହାଉସରେ ଚାଷ କରୁଥିବାର ଦେଖାଯାଇଛି । ସୋସିଆଲ ମିଡିଆରେ ତାଙ୍କର କୃଷି କାର୍ଯ୍ୟ ସମୟରେରେ ଟ୍ରାକ୍ଟର ଚଳାଉ ଥିବାର ନଜର ଆସିଛନ୍ତି । ସୋସିଆଲ ମିଡିଆରେ ତାଙ୍କର ଯେଉଁ ଫୋଟ ଦେଖିବାକୁ ମିଳିଛି, ସେଥିରେ ସଲମାନ ଖାନଙ୍କର ସମ୍ପୂର୍ଣ୍ଣ ଶରୀରରେ ମାଟି ଲାଗିଥିବାର ଦେଖାଯାଇଛି । ସଲମାନ ଖାନଙ୍କ ଫାର୍ମ ହାଉସରେ ତାଙ୍କ ସହିତ ସମୟ ବିତାଉଥିବା ତାଙ୍କ ଗାର୍ଲଫ୍ରେଣ୍ଡ ଲୁଲିୟା ବନ୍ତୁରଙ୍କ ବିଷୟରେ ମଧ୍ୟ କୁହାଯାଇଛି ଯେ ସେ ଫାର୍ମ ହାଉସରେ ଗଛ ଲଗାଉଥିଲେ ।

ଜୂହି ଚାୱଲା :-

newstrend

ଲକଡାଉନ ସମୟରେ ବଲିଉଡ଼ ଅଭିନେତ୍ରୀ ଜୂହି ଚାୱଲାଙ୍କୁ ମଧ୍ୟ କୃଷି କରୁଥିବାର ଦେଖାଯାଇଛି । ସୋସିଆଲ ମିଡିଆରେ ଜୂହି ଚାୱଲାଙ୍କର ଯେଉଁ ଫୋଟ ସମ୍ନାକୁ ଆସିଛି ସେଥିରେ ତାଙ୍କ ହାତରେ ସ୍ପୁଡ୍ ଦେଖାଯାଇଛି । ଏହିଭଳି ଭାବରେ ଜୂହି ମଧ୍ୟ ଲକଡାଉନରେ ମିଳିଥିବା ସମୟକୁ ଉପଯୋଗ କରିଛନ୍ତି ।

ଜୈକୀ ଶ୍ରୋଫ :-

newstrend

ବଡ଼ ପରଦାରେ ବଲିଉଡ଼ ଅଭିନେତା ଜୈକୀ ଶ୍ରୋଫଙ୍କୁ ଚାଷ କାର୍ଯ୍ୟ କରୁଥିବାର ଦେଖାଯାଇଥାଏ କିନ୍ତୁ ବାସ୍ତବ ଜୀବନରେ ମଧ୍ୟ ଜୈକୀ ଶ୍ରୋଫଙ୍କୁ ଚାଷ କାର୍ଯ୍ୟ କରିବାକୁ ଖୁବ୍ ପସନ୍ଦ ଅଟେ । ଲକଡାଉନ ସମୟରେ ଜୈକୀ ଶ୍ରୋଫ ମଧ୍ୟ ସେହି ବଲିଉଡ଼ ଷ୍ଟାରଙ୍କ ମଧ୍ୟରେ ସାମିଲ ଅଛନ୍ତି, ଯେଉଁମାନେ ଏହି ସମୟକୁ ଚାଷ କାର୍ଯ୍ୟରେ ଉପଯୋଗ କରୁଥିବାର ଦେଖାଯାଇଛନ୍ତି । ଜୈକୀ ଶ୍ରୋଫଙ୍କ ଫାର୍ମ ହାଉସ୍ ମୁମ୍ବାଇ ଏବଂ ପୁଣେ ମଧ୍ୟରେ ସ୍ଥିତ, ଯେଉଁଠି ସେ ନିଜର କୃଷି କାର୍ଯ୍ୟ କରନ୍ତି ।

ଧର୍ମେନ୍ଦ୍ର :-

newstrend

ନିଜ ସମୟରେ ପ୍ରସିଦ୍ଧ ଅଭିନେତା ଧର୍ମେନ୍ଦ୍ରଙ୍କୁ ମଧ୍ୟ ଚାଷ କାର୍ଯ୍ୟ କରିବାର ଖୁବ୍ ପସନ୍ଦ । ବଡ଼ ପରଦାରୁ ଧର୍ମେନ୍ଦ୍ର ଆଜିକାଲି ବହୁତ ଦୂରରେ ଅଛନ୍ତି । ସେ ନିଜ ଫାର୍ମ ହାଉସରେ ପ୍ରାୟ ଅଧିକାଂଶ ସମୟରେ ଚାଷ କାର୍ଯ୍ୟ କରୁଥିବାର ଦେଖାଯାଇଛି । ସେ ସେଠାରେ କେତେବେଳେ ପନିପରିବା ଲଗାଉଥିବାର ଦେଖାଯାଆନ୍ତି ଓ ଅନ୍ୟ କେତେବେଳେ ଫଳ ସହିତ ତାଙ୍କର ଫୋଟ ସମ୍ନାକୁ ଆସିଥାଏ । ତାଙ୍କ ଫୋଟରୁ ଏହା ଜଣାପଡ଼ିଥାଏ ଯେ କୃଷି କାର୍ଯ୍ୟ କରିବା ତାଙ୍କୁ ଖୁବ୍ ପସନ୍ଦ ଅଟେ । ଧର୍ମେନ୍ଦ୍ର ଅର୍ଗୋନିକ ପ୍ରଣାଳୀରେ ମଧ୍ୟ କୃଷି କାର୍ଯ୍ୟ କରନ୍ତି ।

ସାମନ୍ଥା ଅକ୍କୀନେନୀ :-

newstrend

ଦକ୍ଷିଣ ଭାରତୀୟ ଅଭିନେତ୍ରୀ ସାମନ୍ଥା ଅକ୍କୀନେନୀ ଲକଡାଉନ ସମୟରେ ନିଜ ଘରେ ଗାର୍ଡେନିଂ କରୁଥିବାର ଦେଖାଯାଇଛି । ସାମନ୍ଥାଙ୍କୁ କ୍ଷେତରେ ଚାଷ କାର୍ଯ୍ୟ କରୁଥିବାର ମଧ୍ୟ ଦେଖାଯାଇଥିଲା । ତାଙ୍କର ଅନେକ ଫୋଟ ସୋସିଆଲ ମିଡ଼ିଆରେ ମଧ୍ୟ ସମ୍ନାକୁ ଆସିଛି । ଯେଉଁଥିରେ ସେ ଗଛ ଲଗାଉଥିବାର ଦେଖାଯାଇଛି ।

ନୱାଜୁଦ୍ଦୀନ ସିଦ୍ଦୀକୀ :-

newstrend

ବଲିଉଡ଼ରେ ହୁଏତ ନୱାଜୁଦ୍ଦୀନ ସିଦ୍ଦୀକୀ ଖୁବ୍ ପ୍ରସିଦ୍ଧ ହୋଇଯାଇଛନ୍ତି ଏବଂ ବଲିଉଡ଼ର ଚମକୁଥିବା ଷ୍ଟାର ମାନଙ୍କ ମଧ୍ୟରେ ସାମିଲ ହୋଇଯାଇଛନ୍ତି କିନ୍ତୁ ନୱାଜୁଦ୍ଦୀନ ସିଦ୍ଦୀକୀଙ୍କୁ ଚାଷ ଜମିର ଆଗ୍ରହ ରହିଛି । ଯେତେବେଳେ ତାଙ୍କୁ ସମୟ ମିଳିଥାଏ , ସେ ଉତ୍ତରପ୍ରଦେଶରେ ସ୍ଥିତ ନିଜ ଘରକୁ ଆସନ୍ତି ଏବଂ କୃଷି କାର୍ଯ୍ୟରେ ଲାଗି ପଡ଼ନ୍ତି । ନୱାଜୁଦ୍ଦୀନ ସିଦ୍ଦୀକୀ ନିଜ ଜୀବନରେ ୨୫ ବର୍ଷ ପର୍ଯ୍ୟନ୍ତ କୃଷି କାର୍ଯ୍ୟ କରିଛନ୍ତି ।

Leave a Reply

Your email address will not be published. Required fields are marked *