ବଲିଉଡର ଏହି ଗାୟକମାନେ କରିଛନ୍ତି ଦ୍ୱିତୀୟ ବିବାହ ! ଜଣଙ୍କ ଦ୍ଵିତୀୟ ବିବାହରେ କରିଥିଲେ ପତ୍ନୀ ବହୁତ ଗଣ୍ଡଗୋଳ…

ବଲିଉଡର ଏହି ଗାୟକମାନେ କରିଛନ୍ତି ଦ୍ୱିତୀୟ ବିବାହ ! ଜଣଙ୍କ ଦ୍ଵିତୀୟ ବିବାହରେ କରିଥିଲେ ପତ୍ନୀ ବହୁତ ଗଣ୍ଡଗୋଳ…

କୁହାଯାଇ ଥାଏ କି ଯୋଡି ଉପରୁ ତିଆରି ହୋଇଥାଏ । ବୋଧହୁଏ ଏହି କାରଣ ହେତୁ ବହୁତ ଚେଷ୍ଟା କରିବା ପରେ ମଧ୍ୟ କିଛି ସମ୍ପର୍କ ଦୀର୍ଘ ସମୟ ପର୍ଯ୍ୟନ୍ତ ତିଷ୍ଠି ପାରି ନଥାଏ । ଏହିପରି କିଛି ଘଟଣା ଚଳଚ୍ଚିତ୍ର କଳାକାର ମାନଙ୍କ ସହିତ ମଧ୍ୟ ହୋଇଥାଏ । ବଲିଉଡରେ ଏହିପରି ଅନେକ ଗାୟକ ଅଛନ୍ତି ଯେଉଁ ମାନେ ଗୋଟିଏ ନୁହେଁ, ଦୁଇଟି ନୁହେଁ ବରଂ ଅନେକ ବିବାହ କରିଛନ୍ତି ।

ହିମେଶ୍ ରେଶମିୟା

ବଲିଉଡ ଗାୟକ ତଥା ଅଭିନେତା ହିମେଶ୍ ରେଶମିୟା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ହିମେଶ୍ ଦୁଇଟି ବିବାହ କରିଛନ୍ତି । ହିମେଶ୍ ୨୦୧୭ ମସିହାରେ ନିଜର ୨୨ ବର୍ଷର ବିବାହ ସମାପ୍ତ କରିବା ସହିତ ନିଜ ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେଇଥିଲେ । ଉଭୟ ପାରସ୍ପରିକ ସହମତିରେ ଏହା କରିଥିଲେ । ଏହାପରେ ୨୦୧୮ ମସିହାରେ ହିମେଶ୍ ତାଙ୍କର ଦୀର୍ଘ ସମୟର ବାନ୍ଧବୀ ସୋନିଆ କପୂରଙ୍କୁ ବିବାହ କରିଥିଲେ ।

ଉଦିତ୍ ନାରାୟଣ

ବଲିଉଡର ଭେଟେରାନ୍ ଗାୟକ ଉଦିତ୍ ନାରାୟଣ କ୍ୟାରିୟର୍ ଆରମ୍ଭ କରିବା ପୂର୍ବରୁ ରଂଜନା ନାମକ ଜଣେ ମହିଳାଙ୍କୁ ବିବାହ କରିଥିଲେ । ମୁମ୍ବାଇ ଆସି ଭଲ ଖ୍ୟାତି ଅର୍ଜନ କରିବା ପରେ ଉଦିତ୍ ଦୀପା ନାମକ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିଥିଲେ । ଦୀପା ନେପାଳର ଥିଲେ ଏବଂ ବଲିଉଡରେ ନାମ କମାଇବା ପାଇଁ ସେ ସଂଘର୍ଷ କରୁଥିଲେ । ଯେତେବେଳେ ପ୍ରଥମ ପତ୍ନୀ ଏହି ବିଷୟରେ ଜାଣିବାକୁ ପାଇଥିଲେ, ସେହି ସମୟରେ ସେ ମଧ୍ୟ ଅନେକ ଗଣ୍ଡଗୋଳ ସୃଷ୍ଟି କରିଥିଲେ । ବର୍ତ୍ତମାନ ଉଦିତ ତାଙ୍କର ଦ୍ୱିତୀୟ ପତ୍ନୀଙ୍କ ସହିତ ରହୁଛନ୍ତି ।

ସୁନିଧି ଚୌହାନ୍

ବଲିଉଡର ପ୍ରସିଦ୍ଧ ଗାୟିକା ସୁନିଧି ଚୌହାନ୍ ମାତ୍ର ୧୮ ବର୍ଷ ବୟସରେ ନିର୍ଦ୍ଦେଶକ ବବି ଖାନଙ୍କୁ ୨୦୦୨ ମସିହାରେ ବିବାହ କରିଥିଲେ । ତେବେ ଏହି ବିବାହ ଦୀର୍ଘ ଦିନ ତିଷ୍ଠି ପାରି ନଥିଲା । ଏହାପରେ ସୁନିଧି ଅନେକ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିବା ହିତେଶଙ୍କୁ ଦ୍ଵିତୀୟ ବିବାହ କରିଥିଲେ । ଵିଶେଷ ସୂତ୍ରରୁ ପ୍ରକାଶିତ ହେଉଛି କି ସୁନିଧି ଏବଂ ତାଙ୍କ ଦ୍ୱିତୀୟ ସ୍ୱାମୀଙ୍କ ମଧ୍ୟରେ ମତଭେଦ ଦେଖାଦେଉଛି ।

କିଶୋର୍ କୁମାର୍-

ଭେଟେରାନ୍ ଗାୟକ କିଶୋର୍ କୁମାର୍ ଗୋଟିଏ ନୁହେଁ, ଦୁଇଟି ନୁହେଁ ବରଂ ଚାରୋଟି ବିବାହ କରିଥିଲେ । କିଶୋର ସର୍ବପ୍ରଥମେ ରୁମା ଗୁହାଙ୍କୁ ବିବାହ କରିଥିଲେ । ଏହାପରେ କିଶୋର କୁମାରଙ୍କ ଜୀବନରେ ମଧୁବାଲା ଆସିଥିଲେ । ଦୁହେଁ ବିବାହ କରିଥିଲେ । ଯେତେବେଳେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଖରାପ ହେବାକୁ ଲାଗିଲା, ସେହି ସମୟରେ କିଶୋର୍ କୁମାର୍ ଯୋଗୀତା ବାଲୀଙ୍କ ପ୍ରେମରେ ପଡ଼ି ଯାଇଥିଲେ ଏବଂ ସେ ତାଙ୍କୁ ବିବାହ କରିଥିଲେ । ଦୁର୍ଭାଗ୍ୟ ବଶତଃ ଯୋଗିତାଙ୍କ ସହିତ ମଧ୍ୟ ତାଙ୍କର ସମ୍ପର୍କ ଦୁଇ ବର୍ଷ ପରେ ଭାଙ୍ଗି ଯାଇଥିଲା । ଏହାପରେ କିଶୋର୍ କୁମାରଙ୍କ ଜୀବନରେ ଲୀନା ଚନ୍ଦାବରକରଙ୍କ ପ୍ରବେଶ ହୋଇଥିଲା । ନିଜ ଠାରୁ ୨୦ ବର୍ଷ ସାନ ଲୀନାଙ୍କୁ କିଶୋର ବିବାହ କରିଥିଲେ ।

ଅରିଜିତ୍ ସିଂ

ନିଜ ସ୍ୱର ହେତୁ ସମସ୍ତଙ୍କ ହୃଦୟରେ ରାଜ୍ କରୁଥିବା ଗାୟକ ଅରିଜିତ୍ ସିଂ ମଧ୍ୟ ଦୁଇଟି ବିବାହ କରିଛନ୍ତି । ଅରିଜିତ୍ ସିଂ ତାଙ୍କ ବାଲ୍ୟ ବନ୍ଧୁ କୋୟାଲ୍ ରାୟଙ୍କୁ ୨୦୧୪ ମସିହା ଜାନୁୟାରୀ ମାସ ୨୦ ତାରିଖରେ ପଶ୍ଚିମବଙ୍ଗର ତାରାପୀଠ ମନ୍ଦିରରେ ବିବାହ କରିଥିଲେ । ଏହା ତାଙ୍କର ଦ୍ୱିତୀୟ ବିବାହ ଥିଲା । ଏହା ପୂର୍ବରୁ ସେ ଏକ ରିଆଲିଟି ଶୋ’ରେ ତାଙ୍କ ସହ-ପ୍ରତିଯୋଗୀଙ୍କୁ ବିବାହ କରିଥିଲେ । ଅରିଜିତଙ୍କ ପତ୍ନୀ କୋୟାଲ୍ ପୂର୍ବରୁ ବିବାହିତ ଥିଲେ । ବୈବାହିକ ଜୀବନରେ ସମସ୍ୟା ହେତୁ କୋୟାଲ୍ ତାଙ୍କ ପ୍ରଥମ ସ୍ୱାମୀଙ୍କୁ ଛାଡପତ୍ର ଦେଇ ଅରିଜିତଙ୍କୁ ବିବାହ କରିଥିଲେ ।

କୁମାର୍ ଶାନୂ

କୁମାର୍ ଶାନୂ ମଧ୍ୟ ଦୁଇଟି ବିବାହ କରିଛନ୍ତି । ସେ ପ୍ରଥମେ ୮୦ ଦଶକରେ ରୀତା ଭଟ୍ଟାଚାର୍ଯ୍ୟଙ୍କୁ ବିବାହ କରିଥିଲେ । ଉଭୟଙ୍କ ବୈବାହିକ ଜୀଵନ ବହୁତ ଭଲରେ ଅତିବାହିତ ହେଉଥିଲା, ଏହି ସମୟରେ କୁମାର୍ ଶାନୂଙ୍କ ନାମ ଅଭିନେତ୍ରୀ ମୀନାକ୍ଷୀ ସେଷାଦ୍ରୀଙ୍କ ସହିତ ଯୋଡ଼ି ହୋଇଥିଲା । ଯେପରି ଏହି ଖବର ରୀତାଙ୍କ ନିକଟରେ ପହଞ୍ଚି ଥିଲା ଦୁହିଁଙ୍କ ଛାଡପତ୍ର ହୋଇ ଯାଇଥିଲା । ୧୯୯୪ ମସିହାରେ କୁମାର୍ ଶାନୂ ସାଲୋନୀଙ୍କୁ ଦ୍ୱିତୀୟ ବିବାହ କରିଥିଲେ । କୁମାର୍ ଶାନୂଙ୍କର ପ୍ରଥମ ପତ୍ନୀଙ୍କ ଠାରୁ ଦୁଇଟି ପୁଅ ଅଛନ୍ତି, ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ‘ଜାନ୍’ ଯିଏକି ବର୍ତ୍ତମାନ ‘ବିଗ୍-ବସ୍’ଙ୍କ ଘରେ ଅଛନ୍ତି ।

ମହମ୍ମଦ୍ ରଫୀ

ଭେଟେରାନ୍ ଗାୟକ ମହମ୍ମଦ ରଫୀଙ୍କ ଜୀବନରେ ମଧ୍ୟ ଦୁଇଜଣ ମହିଳା ଆସିଥିଲେ । କଣ ଆପଣ ଜାଣନ୍ତି କି, ମହମ୍ମଦ ରଫୀ ଖୁବ୍ କମ୍ ବୟସରେ ପ୍ରଥମ ବିବାହ କରିଥିଲେ । ସେ ତାଙ୍କ ବିବାହ ପ୍ରସଙ୍ଗକୁ ସମସ୍ତଙ୍କ ଠାରୁ ଲୁଚାଇ ରଖିଥିଲେ । ଏହି ବିବାହ ବିଷୟରେ କେବଳ ଉଭୟ ପରିବାର ସଦସ୍ୟ ଜାଣିଥିଲେ । ୧୯୪୪ ମସିହାରେ ୨୦ ବର୍ଷ ବୟସରେ ରଫୀ ତାଙ୍କର ଦ୍ୱିତୀୟ ବିବାହ ବିଲକିସଙ୍କ ସହିତ କରିଥିଲେ ।

ଅନୂପ୍ ଜଲୋଟା

ଭଜନ ସମ୍ରାଟ୍ ଏବଂ ଗାୟକ ଅନୂପ୍ ଜଲୋଟା ତିନୋଟି ବିବାହ କରିଛନ୍ତି । ବର୍ତ୍ତମାନ ସମୟରେ ଅନୂପ୍ ଜଲୋଟା ଜସଲୀନ୍ ମଥାରୁଙ୍କ ସହିତ ନିଜ ଚଳଚ୍ଚିତ୍ର ବିଷୟରେ ଅନେକ ହେଡଲାଇନ୍ ପ୍ରସ୍ତୁତ କରୁଛନ୍ତି, କିନ୍ତୁ ତାଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ବହୁତ ଚର୍ଚ୍ଚାର ବିଷୟ ପାଲଟିଛି ।

Leave a Reply

Your email address will not be published. Required fields are marked *