ଦୁନିଆର ଏହି ଦେଶ ଗୁଡିକରେ ପିରିୟଡ଼କୁ ନେଇ ଭିନ୍ନ ଭିନ୍ନ ମାନ୍ୟତା ରହିଛି …. ..

ଦୁନିଆର ଏହି ଦେଶ ଗୁଡିକରେ ପିରିୟଡ଼କୁ ନେଇ ଭିନ୍ନ ଭିନ୍ନ ମାନ୍ୟତା ରହିଛି …. ..

ଦୁନିଆର ଏହି ଦେଶ ଗୁଡିକରେ ପିରିୟଡ଼କୁ ନେଇ ଭିନ୍ନ ଭିନ୍ନ ମାନ୍ୟତା ରହିଛି । ପଢିବା ପରେ ରୋମ ଟାଙ୍କୁରି ଉଠିବ ।

ପିରିୟଡ଼ ଅର୍ଥାତ ଋତୁସ୍ରାବ ପ୍ରତିଟି ମହିଳାଙ୍କ ନିମନ୍ତେ ଜୀବନ ଚକ୍ରର ଏକ ମହତ୍ୱପୂର୍ଣ୍ଣ ନିୟମ ଅଟେ । ଏହାର ପୀଡା ସହ ପ୍ରତିଟି ମହିଳା ପରିଚିତ ଅଟନ୍ତି । ବର୍ତ୍ତମାନ ସମୟରେ ଋତୁସ୍ରାବକୁ ନେଇ ଗଣ ମାଧ୍ୟମରେ ଖୋଲାଖୋଲି ଚର୍ଚ୍ଚା ହେଉଛି । ଆଜି ମଧ୍ୟ ଦୁନିଆରେ ଅନେକ ଦେଶରେ ପିରିୟଡ଼କୁ ନେଇ ଅନ୍ଧ ବିଶ୍ୱାସ ରହିଛି ।

ଆସନ୍ତୁ ଜାଣିବେ ବିଭିନ୍ନ ଦେଶରେ ଋତୁସ୍ରାବକୁ ନେଇ ମହିଳାଙ୍କୁ କେଉଁ ସବୁ ଅନ୍ଧ ବିଶ୍ୱାସ ଦେଇ ଗତି କରିବା ପାଇଁ ପଡିଥାଏ ।

ଇଶ୍ରାଏଲ

ଏହି ଦେଶରେ ଯେତେବେଳେ କୌଣସି ଯୁବତୀଙ୍କୁ ପ୍ରଥମ ଥର ଋତୁସ୍ରାବ ହୋଇଥାଏ ତେବେ ସେହି ଯୁବତୀଙ୍କ ଗାଲରେ ଲୋକେ ଚାପୁଡ଼ା ମାରିଥାନ୍ତି । ଏହା ପଛରେ ଅନ୍ଧ ବିଶ୍ୱାସ ରହିଛି ଯେ ଯଦି କୌଣସି ଯୁବତୀଙ୍କ ପ୍ରଥମ ଥର ଋତୁସ୍ରାବ ହୁଏ ଏବଂ ସେହି ଯୁବତୀଙ୍କୁ ଗାଲରେ ଚାପୁଡ଼ା ମରାଯାଏ ତେବେ ସେହି ଯୁବତୀ ଜୀବନ ତମାମ ସୁନ୍ଦରୀ ହୋଇଥାନ୍ତି । ଇଶ୍ରାଏଲରେ ଅନ୍ୟ ଏକ ମାନ୍ୟତା ରହିଛି ଯଦି କୌଣସି ଯୁବତୀ କିମ୍ବା ମହିଳା ଋତୁସ୍ରାବ ସମୟରେ ଗରମ ପାଣିରେ ସ୍ନାନ କରନ୍ତି ତେବେ ସେହି ଯୁବତୀ କିମ୍ବା ମହିଳାଙ୍କୁ ଋତୁସ୍ରାବ ସମସ୍ୟା ଦେଖାଯାଇଥାଏ ।

ଭାରତ

ଭାରତରେ ଯେତେବେଳେ କୌଣସି ଯୁବତୀଙ୍କୁ ପ୍ରଥମଥର ଋତୁସ୍ରାବ ହୋଇଥାଏ ତେବେ ସେହି ଯୁବତୀ ନିଜର ଋତୁସ୍ରାବ ରକ୍ତକୁ ନିଜ ମୁହଁରେ ବୋଳିଥାନ୍ତି ଏହା ପଛର ମାନ୍ୟତା ଏହା ଯେ, ଏହିପରି କରିବା ଫଳରେ ଯୁବତୀଙ୍କ ମୁହଁ ସଫା ହୋଇଥାଏ ।

ଦକ୍ଷିଣ ଆଫ୍ରିକା

ଏଠାରେ କୌଣସି ଯୁବତୀଙ୍କୁ ପ୍ରଥମ ଥର ଋତୁସ୍ରାବ ହେଲେ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଯୁବତୀଙ୍କୁ ଚାଦରରେ ମୁଣ୍ଡରୁ ଗୋଡ଼ ପର୍ଯ୍ୟନ୍ତ ଘୋଡାଇ ରଖାଯାଇଥାଏ ।

ଆଫଗାନିସ୍ତାନ

ଏଠାରେ ମହିଳାଙ୍କୁ ଋତୁସ୍ରାବ ହେବେ ସ୍ନାନ କରିବା ପାଇଁ ବାରଣ ରହିଛି । ଏହା ପଛର ମାନ୍ୟତା ଏହା ଯେ ଋତୁସ୍ରାବ ସମୟରେ ସ୍ନାନ କରିବା ଫଳରେ ମହିଳା ମାନେ ବାଞ୍ଝ ହୋଇଥାନ୍ତି ।

ନେପାଳ

ନେପାଳରେ ମହିଳାଙ୍କୁ ଋତୁସ୍ରାବ ସମୟରେ ମନ୍ଦିର ଯିବା ପାଇଁ ନିଷେଧ ରହିଛି । ଋତୁସ୍ରାବ ସମୟରେ ମହିଳାମାନେ ଅଶୁଦ୍ଧ ହୋଇଥାନ୍ତି । ଏହି ଦେଶରେ ମହିଳାଙ୍କୁ ଋତୁସ୍ରାବ ହେବେ ନିଜ ଘରେ ରହିବା ନିଷେଧ ରହିଛି । ଏହାସହ ଋତୁସ୍ରାବ ସମୟରେ ମହିଳାମାନେ ନିଜ ପରିବାରର କୌଣସି ସଦସ୍ୟଙ୍କୁ ସ୍ପର୍ଶ ମଧ୍ୟ କରିବା ନିଷେଧ ରହିଛି ।

ଜାପାନ

ଜାପାନରେ ମାନ୍ୟତା ରହିଛି ଯେତେବେଳେ କୌଣସି ମହିଳାଙ୍କୁ ଋତୁସ୍ରାବ ହୋଇଥାଏ ତେବେ ସେହି ସମୟରେ ସେହି ମହିଳାଙ୍କ ମୁଖର ସ୍ୱାଦ ବିଗିଢି ଯାଇଥାଏ ତେଣୁ ଜାପାନର ପ୍ରସିଦ୍ଧ ଖାଦ୍ୟ ସୁଶୀ ପ୍ରସ୍ତୁତ କରିବା ପାଇଁ ମହିଳାଙ୍କୁ ବାରଣ କରାଯାଇଥାଏ ।

ଆମେରିକା

ଏଠାରେ ଋତୁସ୍ରାବରେ ପୀଡିତ ମହିଳା ଅଶୁଦ୍ଧ ହୋଇଥାନ୍ତି କାରଣ ଏହି ସମୟରେ ମହିଳା ମାନେ ସ୍ନାନ କରିନଥାନ୍ତି । ଯଦି କୌଣସି ମହିଳା ଋତୁସ୍ରାବ ସମୟରେ ପ୍ୟାଡ଼ କିମ୍ବା କପଡା ବଦଳରେ ଟାମ୍ପନ୍ସ ବ୍ୟବହାର କରିଥାନ୍ତି ତେବେ ଏହା ତା’ର ହାଇମେନକୁ ଭାଙ୍ଗେ ଏବଂ ତା’ର କୁମାରୀତ୍ୱକୁ ସମାପ୍ତ କରିଥାଏ । ଜଣେ ଝିଅର ଋତୁସ୍ରାବ ଆରମ୍ଭ ନହେବା ପର୍ଯ୍ୟନ୍ତ, ସେ ନିଜ କେଶକୁ ଧୋଇବା ଉଚିତ୍ ନୁହେଁ । ଭାରତ ପରି ଆମେରିକାରେ ମଧ୍ୟ ବିଶ୍ୱାସ କରାଯାଏ ଯେ ଯଦି କୌଣସି ଯୁବତୀ ଋତୁସ୍ରାବ ସମୟରେ ଆଚାର ପ୍ରସ୍ତୁତି ନିମନ୍ତେ ବ୍ୟବହୃତ ଜିନିଷ ସ୍ପର୍ଶ କରେ, ତେବେ ଏହା ନଷ୍ଟ ହୋଇଯାଏ ।

Leave a Reply

Your email address will not be published. Required fields are marked *