ବଲିଉଡ଼ର ଏହି କଳାକାର ମାନେ ରୁହନ୍ତି ନିଶାଦ୍ରବ୍ୟରୁ ଦୂରେଇ, ‘ଡ୍ରଗ୍ସ’ ତ ଦୂରର କଥା ଏମାନେ ମଦକୁ ମଧ୍ୟ କେବେହେଲେ ହାତ ଲଗାଇ ନାହାନ୍ତି !

ବଲିଉଡ଼ର ଜଣାଶୁଣା ଓ ପରିଚିତ ଚେହେରା ଉପରେ ନିଶାଦ୍ରବ୍ୟ ସେବନ କରିଥିବା ଅଭିଯୋଗ ଲାଗିଛି । ‘ଡ୍ରଗ୍ସ ମାମଲା’ ଯୋଗୁଁ ରିୟା ଚକ୍ରବର୍ତ୍ତୀଙ୍କୁ ଜେଲର ଖାଦ୍ୟ ଖାଇବାକୁ ପଡୁଛି । ସେପକ୍ଷରେ ଦୀପିକା ପାଦୁକୋନ, ସାରା ଅଲି ଖାନ୍ ଓ ଶ୍ରଦ୍ଧା କପୂର ଉପରେ ମଧ୍ୟ ଏନସିବି କାର୍ଯ୍ୟବାହୀ କରୁଛି । କୁହାଯାଉଛି ଯେ ଆଉ କିଛି ଦିନ ମଧ୍ୟରେ ବଲିଉଡ଼ର କିଛି ଜଣାଶୁଣା କଳାକାର ମୁଖରୁ ମଧ୍ୟ ପରଦା ହଟିବାକୁ ଯାଉଛି । ଯେଉଁଠାରେ ବଲିଉଡ଼କୁ ଡ୍ରଗ୍ସ ଆରୋପ ଯୋଗୁଁ କାଠଘେରାରେ ଠିଆ କରାଯାଇଛି । ସେପକ୍ଷରେ ଏପରି କିଛି କଳାକାର ଅଛନ୍ତି ଯେଉଁମାନେ ନିଜର ଶୃଙ୍ଖଳିତ ଜୀବନଶୈଳୀ ପାଇଁ ଜଣାଶୁଣା । ଡ୍ରଗ୍ସ ନେବା ଦୂରର କଥା ସେ ଚଳଚ୍ଚିତ୍ର ଜଗତର ପାର୍ଟି ଗୁଡ଼ିକରୁ ମଧ୍ୟ ଦୂରରେ ରୁହନ୍ତି । ଆଜି ଆମେ ଆପଣଙ୍କୁ ସେହି କଳାକାର ମାନଙ୍କ ବିଷୟରେ ଜଣାଇବାକୁ ଯାଉଛୁ ।

ସୁନୀଲ ଶେଟ୍ଟୀ

ବଲିଉଡ଼ର ହିଟ୍ ଏକ୍ସନ ଷ୍ଟାର ସୁନୀଲ ସେଟ୍ଟୀ ଦୀର୍ଘ ସମୟରୁ ଚଳଚ୍ଚିତ୍ର ଜଗତରେ ଅଛନ୍ତି । ଏକ ବ୍ୟବସାୟୀ ଭାବରେ ମଧ୍ୟ ସେ ଖୁବ୍ ସଫଳ ଅଟନ୍ତି । ୫୯ ବର୍ଷୀୟ ସୁନୀଲ ସେଟ୍ଟୀ ନିଜ ଫିଟନେସ୍ ଓ ସ୍ୱାସ୍ଥ୍ୟକୁ ନେଇ ଖୁବ୍ ଚର୍ଚ୍ଚାରେ ରୁହନ୍ତି । ଗତ ତିନି ଦଶକରୁ ସୁନୀଲ ଦ୍ୱାରା ଡ୍ରଗ୍ସ ସେବନକୁ ନେଇ ଏପରି କୌଣସି ଖବର ଆସି ନାହିଁ ।

ଅକ୍ଷୟ କୁମାର

ଖତରୋ କେ ଖିଲାଡ଼ି ଅକ୍ଷୟ କୁମାରଙ୍କୁ ଷ୍ଟଣ୍ଟ ସିନ୍ କରିବାକୁ ପସନ୍ଦ ଲାଗେ କିନ୍ତୁ ତାଙ୍କୁ କୌଣସି ନିଶାଦ୍ରବ୍ୟ କରିବାରେ ରୁଚି ନାହିଁ । ଅକ୍ଷୟ ଏକ ଶୃଙ୍ଖଳିତ ଓ ବ୍ୟବସ୍ଥିତ ଜୀବନଶୈଳୀ ଫୋଲୋ କରନ୍ତି ଏହା କାହାଠାରୁ ଲୁଚି ନାହିଁ । ତାଙ୍କ ଫିଟନେସ ମଧ୍ୟ ଏହାର ପ୍ରମାଣ ଦିଏ । ରାତିରେ ୧୦ଟା ମଧ୍ୟରେ ଶୋଇ ଯାଉଥିବା ଅକ୍ଷୟ ସକାଳୁ ଖୁବଶୀଘ୍ର ଉଠିଯାଆନ୍ତି । ଗୋଟିଏ ସମୟ ରହିଥିବ ଯେତେବେଳେ ଅକ୍ଷୟ ମଦ ଭଳି ନିଶାଦ୍ରବ୍ୟ ସେବନ କରୁଥିଲେ, କିନ୍ତୁ ବର୍ତ୍ତମାନ ଅକ୍ଷୟ ନିଶାଦ୍ରବ୍ୟରୁ ଖୁବ୍ ଦୂରରେ ରୁହନ୍ତି । ଏତିକିନୁହେଁ ସେ ଫିଲ୍ମ ଜଗତର ପାର୍ଟି ଗୁଡ଼ିକରୁ ମଧ୍ୟ ଦୂରେଇ ରୁହନ୍ତି ।

ଜନ୍ ଅବ୍ରହାମ୍

ଜନ୍ ଅବ୍ରହାମ୍ ମଧ୍ୟ ସେହି କଳାକାର ମଧ୍ୟରୁ ଜଣେ ଅଟନ୍ତି ଯିଏ କଣ୍ଟ୍ରୋଭରସିରୁ ଦୂରେଇ ରହିବା ପାଇଁ ଚେଷ୍ଟା କରନ୍ତି । ଜନ୍ ମଧ୍ୟ ଫିଲ୍ମୀ ପାର୍ଟି ଗୁଡ଼ିକୁ ଯିବା ପାଇଁ ପସନ୍ଦ କରନ୍ତି ନାହିଁ । ଜନ୍ ନିଜର ମସ୍କୁଲର ଫିଜିକକୁ ବଜାୟ ରଖିବା ଓ ନିଜ ସ୍ୱାସ୍ଥ୍ୟକୁ କୌଣସି ହାନି ନପହଞ୍ଚାଇବାରେ ବିଶ୍ୱାସ ରଖନ୍ତି । ସେ ଡ୍ରଗ୍ସରୁ ମଧ୍ୟ ଦୂରେଇ ରହିବା ପାଇଁ ଜଣାଶୁଣା ।

ସନୀ ଦେଓଲ

ଜନ୍ ଅବ୍ରହାମ୍ ଭଳି ସନୀ ଦେଓଲ ମଧ୍ୟ ଫିଲ୍ମୀ ପାର୍ଟି ଗୁଡିକରୁ ଦୂରେଇ ରୁହନ୍ତି । ସନୀଙ୍କ ପିତା ଧରମ ଓ ମଦର ସମ୍ପର୍କ ସମସ୍ତଙ୍କୁ ଜଣା । କିନ୍ତୁ ସନୀ ମଦ ଓ ସିଗାରେଟରୁ ଦୂରେଇ ରୁହନ୍ତି । ଏବଂ ଯେତେବେଳେ ସେ ମଦ, ସିଗାରେଟରୁ ଦୂରେଇ ରୁହନ୍ତି ତେବେ ଡ୍ରଗ୍ସ ସେବନ ପ୍ରଶ୍ନ ହିଁ ଉଠେ ନାହିଁ ।

ଅମିତାଭ ବଚ୍ଚନ

ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ଦାବି କରନ୍ତି ଯେ ସେ ନିଜ ଜୀବନରେ କେବେମଧ୍ୟ ମଦକୁ ଛୁଇଁ ନାହାଁନ୍ତି କିମ୍ବା କେବେମଧ୍ୟ ଧୂମ୍ରପାନ କରି ନାହାଁନ୍ତି । ଯଦିଓ କିଛି ଗଷିପ ପତ୍ରିକାରେ ତାଙ୍କ ମଦ ପିଇବା ଅଭ୍ୟାସ ବିଷୟରେ କୁହାଯାଇଛି । କିନ୍ତୁ ଏହା ଶହେ ପ୍ରତିଶତ ସ୍ଥିର ଯେ ବଲିଉଡ଼ର ମେଗାଷ୍ଟାର ଅମିତାଭ ବଚ୍ଚନ ନିଜ ଜୀବନରେ କେବେମଧ୍ୟ ଡ୍ରଗ୍ସକୁ ଛୁଇଁ ନାହାଁନ୍ତି ।

ଆମୀର ଖାନ୍

ଅଭିନେତା ଆମୀର ଖାନ୍ ବଲିଉଡ଼ରେ ଦାବତ ହୋଷ୍ଟ କରିବା ପାଇଁ ଜଣାଶୁଣା । ଆମୀର ଖାନ୍ ମଦ ଓ ନିଶାଦ୍ରବ୍ୟର ସେବନ ମଧ୍ୟ କରନ୍ତି କିନ୍ତୁ ପ୍ରତିବନ୍ଧିତ ଡ୍ରଗ୍ସରୁ ଦୂରରେ ରୁହନ୍ତି ।

Be the first to comment

Leave a Reply

Your email address will not be published.


*