ବଲିଉଡ଼ର ଏହି କଳାକାରମାନେ ନିଜ ଫ୍ୟାନକୁ କରିଥିଲେ ଜୀବନସାଥୀ ! ଖବର ଜାଣି ସମସ୍ତେ ହୋଇଯାଇଥିଲେ ଆଶ୍ଚର୍ଯ୍ୟ ଚକିତ…

ବଲିଉଡ଼ର ଏହି କଳାକାରମାନେ ନିଜ ଫ୍ୟାନକୁ କରିଥିଲେ ଜୀବନସାଥୀ ! ଖବର ଜାଣି ସମସ୍ତେ ହୋଇଯାଇଥିଲେ ଆଶ୍ଚର୍ଯ୍ୟ ଚକିତ…

ବଲିଉଡ଼ ଇଣ୍ଡଷ୍ଟ୍ରିରେ ଅନେକ ଭଲ ଭଲ କଳାକାର ଅଛନ୍ତି, ଯାହାଙ୍କ ପ୍ରଶଂସକଙ୍କ ଅଭାବ ନାହିଁ । ଅଧିକାଂଶ ସମୟରେ ଦେଖାଯାଏ ଯେ ଫ୍ୟାନ୍ସମାନେ ନିଜ ପ୍ରିୟ କଳାକାର ମାନଙ୍କ ଏକ ଝଲକ୍ ପାଇବା ପାଇଁ କିଛି ମଧ୍ୟ କରିବାକୁ ପ୍ରସ୍ତୁତ ହୋଇଯାନ୍ତି । ଏପରି ବହୁତ କଳାକାର ଅଛନ୍ତି ଯାହାଙ୍କ ଘର ବାହାରେ ଫ୍ୟାନ୍ସ ମାନଙ୍କ ଭାରି ଭିଡ଼ ଲାଗିଥାଏ । ନିଜ ପ୍ରିୟ କଳାକାରଙ୍କ ପ୍ରତି ନିଜ ଭଲପାଇବା ଦେଖାଇବା କୌଣସି ସୁଯୋଗ ହାତଛଡା କରନ୍ତି ନାହିଁ । ଏପରି ଅନେକଗୁଡ଼ିଏ ଫ୍ୟାନ୍ସ ଅଛନ୍ତି ଯାହାଙ୍କ ଏହି ସ୍ଵପ୍ନ ଥାଏ କାହିଁକି ନା ଏପରି ହେଉ କି ସେମାନେ ନିଜ ପସନ୍ଦର କଳାକାରଙ୍କ ସହିତ ବିବାହ କରିପାରନ୍ତି । କିନ୍ତୁ ଏସବୁ ଚିନ୍ତା କରିବା ମାତ୍ର ଏକ ସ୍ଵପ୍ନ ଅଟେ । ବାସ୍ତବ ଜୀବନରେ ଏହାର କଳ୍ପନା କରିବା ଅସମ୍ଭବ ଅଟେ ।

ଆଜି ଆମେ ଆପଣଙ୍କୁ ଆମର ଏହି ଲେଖା ମାଧ୍ୟମରେ ବଲିଉଡ଼ର ସେହି କଳାକାରଙ୍କ ବିଷୟରେ ସୁଚାଇବୁ ଯେଉଁମାନେ କି ନିଜର ଫ୍ୟାନମାନଙ୍କ ସହ ବିବାହ କରି ନେଇଥିଲେ । ହଁ ବନ୍ଧୁଗଣ ଶୁଣିବାକୁ ଟିକିଏ ଆଶ୍ଚର୍ଯ୍ୟ ଜନକ ଲାଗୁ ଥାଇପାରେ କିନ୍ତୁ ଏହା ସତ ଅଟେ । ବଲିଉଡ଼ର ଏପରି କିଛି କଳାକାର ଅଛନ୍ତି ଯେଉଁମାନଙ୍କ ଜୀବନସାଥୀ ବିବାହ ପୂର୍ବରୁ ତାଙ୍କର ସବୁଠାରୁ ବଡ଼ ଫ୍ୟାନ୍ ଥିଲେ । ପରେ ସେମାନେ ତାଙ୍କ ସହିତ ସାରା ଜୀବନ ସାଥିରେ ରହିବା ପାଇଁ ବନ୍ଧନ ବାନ୍ଧି ନେଇଥିଲେ । ତେବେ ଚାଲନ୍ତୁ ଜାଣିବା ଏହି ସୂଚୀରେ କିଏ କିଏ ସାମିଲ୍ ଅଛନ୍ତି ।

ଦିଲୀପ୍ କୁମାର୍ ଓ ସାୟରା ବାନୋ

ବଲିଉଡ଼ ଇଣ୍ଡଷ୍ଟ୍ରିର ସବୁଠାରୁ ସୁନ୍ଦର ଯୋଡ଼ି ମଧ୍ୟରୁ ଅନ୍ୟତମ ଅଟେ ଦିଲୀପ୍ କୁମାର୍ ଓ ସାୟରା ବାନୋଙ୍କ ଯୋଡ଼ି । ଆପଣଙ୍କୁ ସୁଚାଇଦେଉଛୁ ଯେ ଦିଲୀପ୍ କୁମାରଙ୍କ ନାମ ମଧୁବାଲାଙ୍କ ସହିତ ମଧ୍ୟ ଯୋଡ଼ା ଯାଇଥିଲା କିନ୍ତୁ ସେ ତାଙ୍କୁ ବିବାହ କରିନଥିଲେ ଏବଂ ଅନ୍ୟପଟେ ସାୟରା ବାନୋ ୧୨ ବର୍ଷର ଥିଲେ ତେବେଠାରୁ ଦିଲୀପ୍ କୁମାରଙ୍କୁ ଭଲ ପାଉଥିଲେ । ଯେତେବେଳେ ସେ ଚଳଚ୍ଚିତ୍ରରେ ଆଗମନ କରିଥିଲେ ସେତେବେଳେ ତାଙ୍କ ସ୍ୱପ୍ନର ରାଜକୁମାର୍ ତାଙ୍କ ସମ୍ମୁଖରେ ଛିଡ଼ା ହୋଇଥିଲେ । ଆପଣଙ୍କୁ ସୁଚାଇଦେଉଛୁ ଯେ ଦିଲୀପ୍ କୁମାରଙ୍କ ସବୁଠାରୁ ବଡ଼ ଫ୍ୟାନ୍ ସାୟରା ମାତ୍ର ୨୨ ବର୍ଷ ବୟସରେ ବିବାହ କରିଥିଲେ । ବିବାହ ସମୟରେ ଦିଲୀପ୍ କୁମାରଙ୍କୁ ୪୪ ବର୍ଷ ହୋଇଥିଲା । ଆଜି ମଧ୍ୟ ଏହି ଯୋଡ଼ି ପରସ୍ପରକୁ ବହୁତ ଭଲ ପାଏ ।

ବିବେକ୍ ଓବରଏ ଏବଂ ପ୍ରିୟଙ୍କା ଅଳବା

ଅଭିନେତା ବିବେକ୍ ଓବରଏଙ୍କ ଜୀବନରେ ଅନେକ ସୁଖ ଦୁଃଖର ସମୟ ଆସିଛି । ଯେତେବେଳେ ଐଶ୍ଚର୍ଯ୍ୟାଙ୍କ ସହିତ ବିବେକଙ୍କ ବ୍ରେକ୍-ଅପ୍ ହୋଇଥିଲା ସେତେବେଳେ ସେ ବହୁତ ଏକୁଟିଆ ହୋଇଯାଇଥିଲେ । ସେତେବେଳେ ତାଙ୍କ ଜୀବନରେ ଏକ ସୁନ୍ଦର ମୋଡ଼ ଆସିଲା ଯେତେବେଳେ ପ୍ରିୟଙ୍କା ଅଳବାଙ୍କ ସହିତ ତାଙ୍କର ବିବାହ ହୋଇଥିଲା । ଆପଣଙ୍କୁ ସୁଚାଇଦେଉଛୁ ଯେ ପ୍ରିୟଙ୍କା ବିବେକ୍ ଓବରଏଙ୍କ ବହୁତ ବଡ଼ ଫ୍ୟାନ୍ ଥିଲେ । ବିବେକଙ୍କ ମାତାପିତା ତାଙ୍କ ଦେଖା ପ୍ରିୟଙ୍କାଙ୍କ ସହିତ କରାଇଥିଲେ ଓ ପ୍ରିୟଙ୍କା ମଧ୍ୟ ବିବେକଙ୍କୁ ଖୁବ୍ ପସନ୍ଦ କରୁଥିଲେ । ଧୀରେ ଧୀରେ ଏ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ସୃଷ୍ଟି ହେଲା ଏବଂ ବନ୍ଧୁତା ପ୍ରେମରେ ପରିବର୍ତ୍ତିତ ହୋଇଗଲା । ଶେଷରେ ଏ ଦୁହେଁ ବିବାହ କରି ନେଲେ ।

ରାଜେଶ୍ ଖାନ୍ନା ଓ ଡିମ୍ପଲ୍ କପାଡିଆ

ଏହି ସୂଚୀରେ ରାଜେଶ୍ ଖାନ୍ନା ଓ ଡିମ୍ପଲ୍ କପଡ଼ିଆଙ୍କ ନାମ ମଧ୍ୟ ସାମିଲ୍ ଅଛି । ଆପଣଙ୍କୁ ସୁଚାଇଦେଉଛୁ ଯେ ୧୯୭୩ରେ ରାଜେଶ୍ ଖାନ୍ନା ଓ ଡିମ୍ପଲ୍ କପଡ଼ିଆ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏ ଦୁହିଁଙ୍କ ଦେଖା ହେଲା ଓ ରାଜେଶ୍ ଖାନ୍ନା ତାଙ୍କ ସମ୍ମୁଖରେ ବିବାହର ପ୍ରସ୍ତାବ ରଖି ଦେଇଥିଲେ । । ସେହି ସମୟରେ ରାଜେଶ୍ ଖାନ୍ନାଙ୍କୁ ପାଇବା ପାଇଁ ଝିଅମାନେ ଦିନରାତି ସ୍ଵପ୍ନ ଦେଖୁଥିଲେ କିନ୍ତୁ ରାଜେଶ୍ ଖାନ୍ନା ଓ ଡିମ୍ପଲଙ୍କ ବିବାହର ଖବର ସାମ୍ନାକୁ ଆସିବା ପରେ ଝିଅ ମାନଙ୍କ ହୃଦୟ ଭାଙ୍ଗି ଯାଇଥିଲା । ବିବାହ ସମୟରେ ଡିମ୍ପଲ୍ ମାତ୍ର ୧୬ ବର୍ଷର ଥିଲେ ଯେବେକି ରାଜେଶ୍ ତାଙ୍କ ଠାରୁ ୧୫ ବର୍ଷ ବଡ଼ ଥିଲେ । କିନ୍ତୁ ଏ ଦୁହିଁଙ୍କ ବିବାହ କିଛି ସମୟ ଚାଲିଥିଲା । ଏହାପରେ ଏ ଦୁହେଁ ଅଲଗା ହୋଇଯାଇଥିଲେ ।

ଜୁହି ଚାୱଲା ଓ ଜୟ ମେହତା

ବଲିଉଡ଼ ଇଣ୍ଡଷ୍ଟ୍ରିର ସୁନ୍ଦରୀ ଅଭିନେତ୍ରୀ ମଧ୍ୟରୁ ଜଣେ ଜୁହି ଚାୱଲାଙ୍କ ନାମ ମଧ୍ୟ ଆସେ । ଆପଣଙ୍କୁ ସୁଚାଇଦେଉଛୁ ଯେ ସେ ନିଜର ସବୁଠାରୁ ବଡ଼ ଫ୍ୟାନ୍ ଓ ବ୍ୟବସାୟୀ ଜୟ ମେହତାଙ୍କୁ ବିବାହ କରିଛନ୍ତି । ତାଙ୍କ ବିବାହର ଖବର ଦୀର୍ଘ ସମୟ ଧରି ଚର୍ଚ୍ଚାର ବିଷୟ ପାଲଟି ଥିଲା ।

ଶିଳ୍ପା ଶେଟ୍ଟୀ ଓ ରାଜ୍ କୁନ୍ଦ୍ରା

ବଲିଉଡ଼ ଇଣ୍ଡଷ୍ଟ୍ରିର କ୍ୟୁଟେଷ୍ଟ କପଲ୍ ମଧ୍ୟରୁ ଜଣେ ଶିଳ୍ପା ଓ ରାଜଙ୍କ ନାମ ମଧ୍ୟ ଆସେ । ଆପଣଙ୍କୁ ସୁଚାଇଦେଉଛୁ ଯେ ରାଜ୍ କୁନ୍ଦ୍ରା ଏକ ବ୍ୟବସାୟୀ ଅଟନ୍ତି ଯାହାଙ୍କୁ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ବହୁତ ପସନ୍ଦ ଥିଲେ । ଖୁବ୍ କମ୍ ଲୋକ ଏହା ଜାଣନ୍ତି ଯେ ଶିଳ୍ପାଙ୍କୁ ବିବାହ କରିବା ପୂର୍ବରୁ ରାଜ୍ ତାଙ୍କ ଫ୍ୟାନ୍ ଥିଲେ ଏବଂ ରାଜ ତାଙ୍କୁ ବିବାହ କରିବା ସ୍ଵପ୍ନ ଦେଖୁଥିଲେ । ଏକ ପର୍ଫ୍ୟୁମ୍ ବ୍ରାଣ୍ଡକୁ ପ୍ରଚାର କରିବା ସମୟରେ ଦୁହିଁଙ୍କ ଦେଖା ଲଣ୍ଡନରେ ହୋଇଥିଲା, ଯାହା ପରେ ଏ ଦୁହିଁଙ୍କ ମଧ୍ୟରେ ଭଲପାଇବା ଆରମ୍ଭ ହୋଇଥିଲା ଏବଂ ଶେଷରେ ଏ ଦୁହେଁ ବିବାହ କରିନେଲେ ।

Leave a Reply

Your email address will not be published. Required fields are marked *