ସ୍ଵାମୀଙ୍କ ସାମ୍ନାରେ ବୁଢ଼ୀ ନଜର ଆସନ୍ତି ବଲିଉଡ଼ର ଏହି ଅଭିନେତ୍ରୀ ମାନେ । ୨ ନମ୍ବର ଅଟନ୍ତି ନିଜ ସ୍ଵାମୀ ଠାରୁ ୧୦ ବର୍ଷ ବଡ଼ !

ସ୍ଵାମୀଙ୍କ ସାମ୍ନାରେ ବୁଢ଼ୀ ନଜର ଆସନ୍ତି ବଲିଉଡ଼ର ଏହି ଅଭିନେତ୍ରୀ ମାନେ । ୨ ନମ୍ବର ଅଟନ୍ତି ନିଜ ସ୍ଵାମୀ ଠାରୁ ୧୦ ବର୍ଷ ବଡ଼ !

ବୟସର ସୀମା ହେଉ କି ଜନ୍ମର ବନ୍ଧନ ହେଉ ‘ ଗୀତର ଏହି ଲାଇନ କିଛି ଲୋକଙ୍କ ପାଇଁ ସମ୍ପୂର୍ଣ୍ଣ ସଠିକ୍ ଅଟେ । ଯେତେବେଳେ ମଣିଷକୁ ପ୍ରେମ ହୋଇଥାଏ ସେତେବେଳେ ତାକୁ ଜାତି – ପତି, ଛୋଟ – ବଡ଼ କିଛି ଦେଖା ଯାଇନଥାଏ ଏବଂ ନା ହିଁ ଏହି କଥାର ଫରକ୍ ପଡ଼ିଥାଏ ଯେ ସାମ୍ନା ଲୋକର ବୟସ କେତେ । ଏହିପରି ଆଜିକାର ଏହି ବିଷୟରେ ଆମେ ଆପଣଙ୍କୁ କିଛି ଏପରି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ନିଜ ଠାରୁ କମ୍ ବୟସର ବ୍ୟକ୍ତିଙ୍କୁ ନିଜର ଜୀବନସାଥୀ ଭାବରେ ବାଛିଛନ୍ତି ।

ପ୍ରିୟଙ୍କା ଚୋପଡ଼ା :-

newstrend

ଦେଶୀ ଗାର୍ଲ ପ୍ରିୟଙ୍କା ଚୋପଡ଼ା ଆମେରିକୀୟ ଗାୟକ ନିକ ଜୋନାସଙ୍କୁ ବିବାହ କରିଛନ୍ତି । ଗତ ବର୍ଷ ଦୁହିଁଙ୍କ ବିବାହ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଥିଲା । ନିକ୍ ଜୋନାସ୍ ପ୍ରିୟଙ୍କାଙ୍କ ଠାରୁ ୧୦ ବର୍ଷର ସାନ ଅଟନ୍ତି । ଯେଉଁଠି ପ୍ରିୟଙ୍କା ୩୬ ବର୍ଷୀୟ ଅଟନ୍ତି ସେଠାରେ ନିକ୍ ମାତ୍ର ୨୬ ବର୍ଷୀୟ ଅଟନ୍ତି । ଯେତେବେଳେ ଦୁହିଁଙ୍କ ବିବାହ ହୋଇଥିଲା ସେତେବେଳେ ଲୋକମାନେ ତାଙ୍କ ମଧ୍ୟରେ ଥିବା ବୟସର ପାର୍ଥକ୍ୟକୁ ନେଇ ମଜାକ୍ ଉଡ଼ାଇଥିଲେ କିନ୍ତୁ ସେ ଦୁହିଁଙ୍କ ଉପରେ ଏହି କଥାର କୌଣସି ପ୍ରଭାବ ପଡ଼ି ନଥିଲା ଏବଂ ଆଜି ସେମାନେ ସୁଖରେ ଜୀବନ ବିତାଉଛନ୍ତି ।

ଅମୃତା ସିଂହ :-

newstrend

ସୈଫ ଅଲୀ ଖାନ୍ ବଲିଉଡ଼ର ଛୋଟ ନବାବ୍ ଭାବରେ ଜଣା ଯାଆନ୍ତି । ଯେପରିକି ଆମେ ସମସ୍ତେ ଜାଣିଛୁ ଯେ ସୈଫଙ୍କର ପ୍ରଥମ ବିବାହ ଅଭିନେତ୍ରୀ ଅମୃତା ସିଂହଙ୍କ ସହିତ ହୋଇଥିଲା । ସେମାନେ ଏହି ବିବାହ ସମସ୍ତଙ୍କ ଠାରୁ ଦୂରରେ ଗୁପ୍ତ ଭାବରେ କରିଥିଲେ । ତାଙ୍କର ଏହି ବିବାହ କାରଣରୁ ଘର ଲୋକ ରାଗି ଯାଇଥିଲେ କାରଣ ଅମୃତା ସିଂହ ସୈଫଙ୍କ ଠାରୁ ବହୁତ ବଡ଼ ଥିଲେ । ଅମୃତା ସିଂହଙ୍କ ସହିତ ବିବାହ ସମୟରେ ସୈଫ କେବଳ ୨୧ ବର୍ଷୀୟ ଥିଲେ । ଅମୃତା ବୟସରେ ସୈଫ ଅଲୀଙ୍କ ଠାରୁ ୧୩ ବର୍ଷର ବଡ଼ ଥିଲେ ଅର୍ଥାତ ଯେତେବେଳେ ସେମାନଙ୍କ ବିବାହ ହୋଇଥିଲା ସେତେବେଳେ ଅମୃତା ୩୪ ବର୍ଷୀୟ ଥିଲେ । କିନ୍ତୁ ବର୍ତ୍ତମାନ ଦୁହିଁଙ୍କର ଛାଡ଼ପତ୍ର ହୋଇ ସାରିଛି ।

ଐଶ୍ୱର୍ଯ୍ୟା ରାୟ :-

newstrend

୨୦୦୭ରେ ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟାଙ୍କ ବିବାହ ହୋଇଥିଲା । ଐଶ୍ୱର୍ଯ୍ୟା ଅଭିଷେକଙ୍କ ଠାରୁ ୨ ବର୍ଷର ବଡ଼ ଅଟନ୍ତି । ଐଶ୍ୱର୍ଯ୍ୟାଙ୍କ ବୟସ ୪୫ ବର୍ଷ ଯେଉଁଠି ଅଭିଷେକ ୪୩ ବର୍ଷୀୟ ଅଟନ୍ତି । ଏହା ସତ୍ୱେ ମଧ୍ୟ ଦୁହିଁଙ୍କ ମଧ୍ୟରେ ଅନେକ କିଛି ବୁଝାମଣା ରହିଛି ଏବଂ ଦୁହେଁ ଖୁବ୍ ଖୁସିରେ ଜୀବନ ବିତାଉଛନ୍ତି । ହୁଏତ ଦୁହିଁଙ୍କ ବୟସ ମଧ୍ୟରେ ଏତେ ଅଧିକ ପାର୍ଥକ୍ୟ ନାହିଁ ତଥାପି ସେମାନଙ୍କ ବିବାହ ସମୟରେ ଲୋକମାନେ ତାଙ୍କର ଉପହାସ କରିଥିଲେ ।

ଅର୍ଚ୍ଚନା ପୂରନ୍ ସିଂହ :-

newstrend

ଅର୍ଚ୍ଚନା ପୂରନ୍ ସିଂହ ବଲିଉଡ଼ର ଜଣେ ଜଣାଶୁଣା ଅଭିନେତ୍ରୀ ଅଟନ୍ତି ଯିଏ ଅନେକ ହିଟ୍ ଫିଲ୍ମରେ ଅଭିନୟ କରିଛନ୍ତି ଏବଂ ନିଜର ପ୍ରତିଭା ଦ୍ଵାରା ଦର୍ଶକଙ୍କର ଭରପୁର୍ ମନୋରଞ୍ଜନ କରିଛନ୍ତି । ଆପଣଙ୍କ ଜାଣିବା ପାଇଁ କହି ରଖୁଛୁ ଯେ ଅର୍ଚ୍ଚନା ପୂରନ୍ ସିଂହ ନିଜ ଠାରୁ ୭ ବର୍ଷର ସାନ ପରମୀତ ସେଟ୍ଟୀଙ୍କୁ ବିବାହ କରିଥିଲେ । ବୟସର ବ୍ୟବଧାନ ନିଶ୍ଚିତ ଭାବରେ ଅଧିକ ଅଟେ କିନ୍ତୁ ଦୁହିଁଙ୍କ ମଧ୍ୟରେ ଖୁବ୍ ଗଭୀର ପ୍ରେମ ରହିଛି ।

ନମ୍ରତା ଶିରୋଡ଼କର :-

google

ନମ୍ରତା ଶିରୋଡକର ଗୋଟିଏ ସମୟରେ ବଲିଉଡ଼ର ହିଟ୍ ଅଭିନେତ୍ରୀ ଥିଲେ । ନମ୍ରତା ‘ କଚ୍ଚେ ଧାଗେ ‘ ଏବଂ ‘ ବାସ୍ତବ ‘ ଭଳି ସୁପରହିଟ୍ ଫିଲ୍ମରେ କାମ କରିଛନ୍ତି । ମିସ୍ ଇଣ୍ଡିଆ ରହିଥିବା ନମ୍ରତା ଶିରୋଡକର ନିଜ ଫିଲ୍ମ କ୍ୟାରିଅରର ଆରମ୍ଭ ୧୯୯୮ରେ ଆସିଥିବା ଫିଲ୍ମ ‘ ଜବ୍ ପ୍ୟାର୍ କିସୀସେ ହୋତା ହେ ‘ ଠାରୁ କରିଥିଲେ । ଶେଷ ଥର ପାଇଁ ସେ ୨୦୦୪ ଆସିଥିବା ଫିଲ୍ମ ‘ ରୋକ୍ ସକେ ତୋ ରୋକ୍ ଲୋ ‘ରେ ନେରେଟର ଭୂମିକାରେ ନଜର ଆସିଥିଲେ । ନମ୍ରତା ସାଉଥର ସୁପରଷ୍ଟାର ମହେଶ ବାବୁଙ୍କୁ ବିବାହ କରିଛନ୍ତି ଯିଏ ନମ୍ରତାଙ୍କ ଠାରୁ ୪ ବର୍ଷର ସାନ ଅଟନ୍ତି ।

Leave a Reply

Your email address will not be published. Required fields are marked *