ଗର୍ଭାବସ୍ଥା ସମୟରେ ବଲିଉଡର ଏହି ଅଭିନେତ୍ରୀମାନେ ଏପରି ଦେଖାଯାଉଥିଲେ ! ପରବର୍ତ୍ତୀ ସମୟରେ ଏହିପରି ନିଜକୁ କରିଥିଲେ ଫିଟ୍ ।

ବଲିଉଡ ଅଭିନେତ୍ରୀମାନଙ୍କ ବିଷୟରେ କହିବାକୁ ଗଲେ, ଗୋଟିଏ ପକ୍ଷରେ ଅଭିନେତ୍ରୀ ମାନଙ୍କର ସୌନ୍ଦର୍ଯ୍ୟ ଉପରେ ସମସ୍ତେ ଚକିତ ହୁଅନ୍ତି କିନ୍ତୁ ଅନ୍ୟପକ୍ଷରେ କହିବାକୁ ଗଲେ ବୟସ ବଢିବା ସହିତ ସୌନ୍ଦର୍ଯ୍ୟ ହ୍ରାସ ପାଇଥାଏ । ହେଲେ ବଲିଉଡ ଅଭିନେତ୍ରୀମାନଙ୍କ ସହିତ ଏହି ଫର୍ମୁଲା ବୋଧହୁଏ କାର୍ଯ୍ୟକାରୀ ହେଉ ନାହିଁ । କାରଣ ବୟସ ବଢିବା ସହିତ ସେମାନେ ଅତ୍ୟାଧିକ ଆକର୍ଷଣୀୟ ଦେଖାଯାନ୍ତି । ଏହା କେବଳ ସୌନ୍ଦର୍ଯ୍ୟ ବିଷୟରେ ନୁହେଁ, ପ୍ରତ୍ୟେକ କ୍ଷେତ୍ରରେ ଏପରି କି ଏହି ଅଭିନେତ୍ରୀମାନେ ସର୍ବଦା ଦେଖିବାକୁ ସମାନ ଦେଖାଯାଇଥାନ୍ତି । ଗର୍ଭଧାରଣ ବିଷୟରେ କହିବାକୁ ଗଲେ, ଆଜିକାଲି ଝିଅମାନେ ମାଆ ହେବାକୁ ଇଚ୍ଛା ପ୍ରକାଶ କରନ୍ତି ନାହିଁ । କାରଣ ବିବାହ ପରେ ସେମାନଙ୍କର ସୌନ୍ଦର୍ଯ୍ୟ ସମ୍ପୂର୍ଣ୍ଣ ରୂପେ ବଦଳିଯାଏ । କିନ୍ତୁ ବଲିଉଡ ଅଭିନେତ୍ରୀମାନଙ୍କ ସହିତ ଏହିପରି କିଛି ଘଟିନଥାଏ । ମାଆ ହେବ ସତ୍ତ୍ୱେ ମଧ୍ୟ ସେମାନଙ୍କ ସୌନ୍ଦର୍ଯ୍ୟରେ କୌଣସି ଫରକ୍ ଆସିନାହିଁ ।

ଏହି ବଲିଉଡର ଅଭିନେତ୍ରୀମାନେ ଗର୍ଭାବସ୍ଥାରେ ଏହିପରି ଦେଖାଯାଉଥିଲେ :-

କରୀନା କପୁର ଗର୍ଭାବସ୍ଥାରେ ଏପରି ଦେଖାଯାଉଥିଲେ :-

Google

କରୀନା କପୁରଙ୍କ ବିଷୟରେ କହିବାକୁ ଗଲେ, ତୈମୁର ଜନ୍ମ ହେବା ପୂର୍ବରୁ ଅର୍ଥାତ କାରୀନା ଗର୍ଭାବସ୍ଥା ସମୟରେ ତାଙ୍କର ଓଜନ ବଢିଯାଇଥିଲା, କିନ୍ତୁ ତୈମୁର ଜନ୍ମ ହେବାର ମାତ୍ର ୧୪ ମାସ ପରେ କରୀନା ନିଜକୁ ପୂର୍ବପରି ଫିଟ୍ କରିଦେଇଥିଲେ । କରୀନାଙ୍କ ବ୍ୟତୀତ ଅନ୍ୟ ଅନେକ ବଲିଉଡ ଅଭିନେତ୍ରୀ ଅଛନ୍ତି; ଯେଉଁମାନେ ସେମାନଙ୍କର ଗର୍ଭଧାରଣ ପରେ ଏପରି ଏକ ମେକ୍ଓଭର୍ କରିଥିଲେ ଯେ, ସେମାନଙ୍କୁ ଦେଖିଲେ କୁହାଯାଇପାରିବ ନାହିଁ ସେମାନଙ୍କର ଓଜନ ପୂର୍ବେ ବଢିଯାଇଥିଲା । ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ :

ଗର୍ଭାବସ୍ଥାରେ ଐଶ୍ୱର୍ଯ୍ୟା ରାୟ ଏପରି ଦେଖାଯାଉଥିଲେ :-

Google

ଐଶ୍ୱର୍ଯ୍ୟା ରାୟଙ୍କ ବିଷୟରେ କହିବାକୁ ଗଲେ ସେ ୨୦୦୭ ମସିହାରେ ଫିଲ୍ମ ‘ଗୁରୁ’ ପରେ ଅଭିଷେକଙ୍କୁ ବିବାହ କରିଥିଲେ । ବିବାହର ଚାରି ବର୍ଷ ପରେ ଆରାଧ୍ୟା ଅର୍ଥାତ ୨୦୧୧ରେ ଆରାଧ୍ୟା ଜନ୍ମଗ୍ରହଣ କରିଥିଲେ, ସେହି ସମୟରେ ଐଶ୍ୱର୍ଯ୍ୟାଙ୍କର ଓଜନ ଅତ୍ୟଧିକ ମାତ୍ରାରେ ବୃଦ୍ଧି ହୋଇଥିଲା କିନ୍ତୁ ଚଳଚ୍ଚିତ୍ରକୁ ଫେରିବା ପାଇଁ ଐଶ୍ୱର୍ଯ୍ୟା ଶୀଘ୍ର ତାଙ୍କର ଓଜନ ହ୍ରାସ କରିଥିଲେ ।

ଗର୍ଭାବସ୍ଥାରେ ରାନୀ ମୁଖାର୍ଜୀ ଏପରି ଦେଖାଯାଉଥିଲେ :-

Google

ବଲିଉଡରେ ଅନେକ ହିଟ୍ ଫିଲ୍ମ ଦେବା ପରେ ରାନୀ ମୁଖାର୍ଜୀ, ଆଦିତ୍ୟ ଚୋପ୍ରାଙ୍କୁ ୨୦୧୪ରେ ବିବାହ କରିଥିଲେ । ତାଙ୍କ ଝିଅ ଆଦିରା ବିବାହର ମାତ୍ର ଗୋଟିଏ ବର୍ଷ ପରେ ଜନ୍ମ ଗ୍ରହଣ କରିଥିଲେ । ରାନୀ ଗର୍ଭଧାରଣ ସମୟରେ ତାଙ୍କର ଓଜନ ବୃଦ୍ଧି ପାଇଥିଲା କିନ୍ତୁ ଫିଲ୍ମ “ହିଚିକି”ରେ ସେ ଠିକ୍ ପୂର୍ବ ପରି ଦେଖାଯାଉଥିଲେ ।

ଗର୍ଭାବସ୍ଥାରେ ଶିଳ୍ପା ଶେଟ୍ଟୀ ଏପରି ଦେଖାଯାଉଥିଲେ :-

Google

୪୫ ବର୍ଷ ବୟସରେ ଶିଳ୍ପା ତାଙ୍କ କ୍ୟାରିୟରର ପ୍ରଥମ ଦିନରେ ଯେତିକି ଫିଟ୍ ଦେଖାଯାଉଥିଲେ ଆଜି ମଧ୍ୟ ସେହିପରି ହିଁ ଦେଖାବାକୁ । ସୁଦାରତାରେ କୌଣସି ପ୍ରକାର ଊଣା ଥିବାର ଜଣାପଡୁ ନାହିଁ । ୨୦୦୯ରେ ଶିଳ୍ପା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ବିବାହ କରିଥିଲେ ଏବଂ ତିନି ବର୍ଷ ପରେ ସେ ଏକ ପୁତ୍ର ସନ୍ତାନ ଭିଭାନଙ୍କୁ ଜନ୍ମ ଦେଇଥିଲେ । ତାଙ୍କର ପୁଅ ଭିଭାନଙ୍କ ଜନ୍ମ ପୂର୍ବରୁ ଶିଲ୍ପାଙ୍କ ଓଜନ ବୃଦ୍ଧି ପାଇଥିଲା କିନ୍ତୁ ଶିଳ୍ପା ଓଜନ ହ୍ରାସ କରିବା ନିମନ୍ତେ ବ୍ୟାୟମ ଯୋଗସନ କରୁଥିଲେ ।

ଗର୍ଭାବସ୍ଥାରେ କାଜଲ ଏପରି ଦେଖାଯାଉଥିଲେ :-

Google

ବଲିଉଡରେ ଅଭିନୟ କରି ସମସ୍ତଙ୍କୁ ପାଗଳ କରିଥିବା କାଜଲ ୧୯୯୯ରେ ଅଜୟ ଦେବଗନଙ୍କୁ ବିବାହ କରିଥିଲେ । ତିନି ବର୍ଷର ବିବାହ ପରେ, ସେ ୨୦୧୦ରେ ଝିଅ ନ୍ୟାସା ଏବଂ ପୁଅ ଯୁଗାଙ୍କୁ ଜନ୍ମ ଦେଇଥିଲେ । ଦୁଇଥର ମାଆ ହୋଇଥିଲେ ମଧ୍ୟ ସେ ନିଜକୁ ବହୁତ ଫିଟ୍ ରଖିପାରିଛନ୍ତି ।

ଗର୍ଭାବସ୍ଥାରେ ଲାରା ଦତ୍ତା ଏପରି ଦେଖାଯାଉଥିଲେ :-

Google

ଲାରା ଦତ୍ତା ୨୦୧୧ରେ ଟେନିସ୍ ଖେଳାଳି ମହେଶ ଭୂପତିଙ୍କୁ ବିବାହ କରିଥିଲେ । ବିବାହର ଏକ ବର୍ଷ ପରେ ସେ ଝିଅ ସାଇରାଙ୍କୁ ଜନ୍ମ ଦେଇଥିଲେ । ଗୋଟିଏ ବର୍ଷ ମଧ୍ୟରେ, ଲାରା ନିଜକୁ ଫିଟ୍ କରିଥିଲେ ଏବଂ ୨୦୧୩ରେ ଫିଲ୍ମ “ଡେଭିଡ”ରେ ଅଭିନୟ କରିଥିଲେ ।

ଗର୍ଭାବସ୍ଥାରେ ମନ୍ଦିରା ବେଦୀ ଏପରି ଦେଖାଯାଉଥିଲେ :-

Google

ମାନ୍ଦିରାଙ୍କ ଫିଟନେସ୍ ମାମଲାରେ କାହାଠାରୁ ମାଧ୍ୟ କମ୍ ନୁହଁନ୍ତି । ୪୮ ବର୍ଷ ବୟସରେ ମାନ୍ଦିରାଙ୍କୁ ଦେଖିଲେ ତାଙ୍କ ବୟସ ଅନୁମାନ କରିବା ବହୁତ କଷ୍ଟକର ହେବ । ମାନ୍ଦିରାଙ୍କର ଦୁଇଟି ସନ୍ତାନ ଅଛନ୍ତି । ୪୮ ବର୍ଷ ବର୍ଷୀୟ ମନ୍ଦିରା ଦୁଇ ଥର ଗର୍ଭବତୀ ହୋଇ ମଧ୍ୟ ନିଜକୁ ବହୁତ ଫିଟ୍ ରଖିପାରିଛନ୍ତି ।

ଗର୍ଭାବସ୍ଥାରେ ଅମୃତା ଆରୋରା ଏପରି ଦେଖାଯାଉଥିଲେ :-

Google

ଅମୃତା ଆରୋରାଙ୍କର ମଧ୍ୟ ଗର୍ଭଧାରଣ ପରେ ନିଜ ଶରୀରର ଓଜନ ବହୁତ ବୃଦ୍ଧି ପାଇଥିଲା କିନ୍ତୁ ସେ ଶୀଘ୍ର ଜିମ୍ ଏବଂ ଯୋଗ କରି ନିଜକୁ ଫିଟ୍ କରିଦେଇଥିଲେ ।

ଗର୍ଭାବସ୍ଥାରେ ଜେନେଲିଆ ଏହିପରି ଦେଖାଯାଉଥିଲେ-:

Google

ଜେନେଲିଆ ରିତେଶ ଦେଶମୁଖଙ୍କୁ ବିବାହ କରିବା ପରେ ବଲିଉଡରୁ ସେ ବିଦାୟ ନେଇଥିଲେ । ଜେନେଲିଆ ଦୁଇ ପୁଅର ମାଆ କିନ୍ତୁ ତାଙ୍କୁ ଦେଖିଲେ ଆପଣ ଏହା ଅନୁମାନ କରିପାରିବେ ନାହିଁ । ଜେନେଲିଆ ତାଙ୍କ ଚଳଚ୍ଚିତ୍ର “ଜାନେ ତୁ ୟା ଜାନେ ନା”ରେ ଯେତିକି ଫିଟ୍ ଏବଂ ସୁନ୍ଦର ଦେଖା ଯାଉଥିଲେ ବର୍ତ୍ତମାନ ମଧ୍ୟ ସେତିକି ଫିଟ୍ ଦେଖାଯାଉଛନ୍ତି ।

ଗର୍ଭାବସ୍ଥାରେ ସୋହା ଅଲି ଖାନ୍ ଏପରି ଦେଖାଯାଉଥିଲେ :-

Google

ଗର୍ଭାବସ୍ଥାରେ ସୋହାଙ୍କର ମଧ୍ୟ ବହୁତ ଓଜନ ବୃଦ୍ଧି ପାଇଥିଲା କିନ୍ତୁ ସେ ଶୀଘ୍ର ପୁର୍ବପରି ନିଜକୁ ଫିଟ୍ କରିଦେଇଥିଲେ ।

Be the first to comment

Leave a Reply

Your email address will not be published.


*