ମାତୃଦିବସ ୨୦୨୧ :- ବଲିଉଡର ଏହି ଅଭିନେତ୍ରୀମାନେ ସେମାନଙ୍କ ମା’ଙ୍କ ପରି ଦେଖାଯାନ୍ତି ! ତେବେ ଆସନ୍ତୁ ଜାଣିବା ସେହି ଅଭିନେତ୍ରୀଙ୍କ ବିଷୟରେ…

ମାତୃଦିବସ ୨୦୨୧ :- ବଲିଉଡର ଏହି ଅଭିନେତ୍ରୀମାନେ ସେମାନଙ୍କ ମା’ଙ୍କ ପରି ଦେଖାଯାନ୍ତି ! ତେବେ ଆସନ୍ତୁ ଜାଣିବା ସେହି ଅଭିନେତ୍ରୀଙ୍କ ବିଷୟରେ…

ଆଜି ବଲିଉଡରେ ଏପରି ଅନେକ ଅଭିନେତ୍ରୀ ଅଛନ୍ତି, ଯେଉଁମାନଙ୍କର ମା’ ମଧ୍ୟ ସିନେମାର ଦିଗଜ ଅଭିନେତ୍ରୀ ଥିଲେ । ନିଜ ମା’ଙ୍କ ଏହିପରି ଅଭିନେତ୍ରୀମାନେ ମଧ୍ୟ ଅଭିନୟରେ ନାମ ଅର୍ଜନ କରୁଛନ୍ତି । ବଲିଉଡରେ ଅନେକ ଅଭିନେତ୍ରୀ ଅଛନ୍ତି, ଯେଉଁମାନଙ୍କୁ ଦେଖିଲେ ସେମାନଙ୍କ ମମିଙ୍କର ଝଲକ ଦେଖାଯାଏ । ସେ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କପୁର ହୁଅନ୍ତୁ କିମ୍ବା ଅମୃତା ସିଂଙ୍କ ଝିଅ ସାରା ଅଲ୍ଲି ଖାନ ହୁଅନ୍ତୁ । ଚାଲନ୍ତୁ ଦେଖିବା କିଛି ଏପରି ମା’-ଝିଅଙ୍କ ଯୋଡି ।

ସାରା ଅଲ୍ଲି ଖାନ-ଅମୃତା ସିଂ :

ବଲିଉଡ ଅଭିନେତ୍ରୀ ସାରା ଅଲ୍ଲି ଖାନ ତାଙ୍କ ମା’ ଅମୃତା ସିଂଙ୍କ କପି । ସାରା ପ୍ରାୟତଃ ତାଙ୍କ ମା’ଙ୍କ ସହିତ ଫଟୋ ସେୟାର କରନ୍ତି, ଯାହା ଏହି ସତ୍ୟର ସାକ୍ଷ୍ୟ ଦେଇଥାଏ । ସାରା ଏହା କହୁଥିବାର ମଧ୍ୟ ନଜର ଆସିଛନ୍ତି ଯେ, ମୋତେ ଅମୃତା ସିଂଙ୍କ ଝିଅ ହିଁ କୁହନ୍ତୁ । କେବଳ ଚେହେରା ଏବଂ ରୂପରେ ନୁହେଁ, ବ୍ୟକ୍ତିତ୍ୱରେ ମଧ୍ୟ ସାରା ମା’ ଅମୃତାଙ୍କ ପରି ।

ଜାହ୍ନବୀ କପୁର-ଶ୍ରୀଦେବୀ :

ଧଡକ୍ ଗାର୍ଲ ଜାହ୍ନବୀ କପୁରଙ୍କ ଠାରେ ତାଙ୍କ ମା’ ଏବଂ ଅଭିନେତ୍ରୀ ଶ୍ରୀଦେବୀଙ୍କ ଝଲକ ସ୍ପଷ୍ଟ ଦେଖାଯାଏ । ଶ୍ରୀଦେବୀ ଯେପରି ସୁନ୍ଦର ଏବଂ ବଡ଼ ବଡ଼ ଆଖିରେ ସମସ୍ତଙ୍କ ହୃଦୟରେ ରାଜ କରୁଥିଲେ, ଜାହ୍ନବୀ ମଧ୍ୟ ନିଜ ଆଖିରେ ସମସ୍ତଙ୍କୁ ଆକର୍ଷିତ କରୁଛନ୍ତି । ଯେତେବେଳେ ବି ସେ ନିଜ ମମିଙ୍କର ସାରିପିନ୍ଧନ୍ତି, ସେ ଠିକ ଶ୍ରୀଦେବୀଙ୍କ ପରି ଲାଗନ୍ତି ।

ଟ୍ୱିଙ୍କଲ ଖାନ୍ନା-ଡିମ୍ପଲ କପାଡିଆ :

ସୁପରଷ୍ଟାର ରାଜେଶ ଖାନ୍ନା ଏବଂ ଡିମ୍ପଲ କାପାଡିଆଙ୍କ ଝିଅ ଟ୍ୱିଙ୍କଲ ଖାନ୍ନା ମଧ୍ୟ ଷ୍ଟାଇଲ ମାମଲାରେ ଆଗରେ ରୁହନ୍ତି । ୪୬ ବର୍ଷିୟ ଟ୍ୱିଙ୍କଲଙ୍କ ଠାରେ ଡିମ୍ପଲଙ୍କ ଝଲକ ସ୍ପଷ୍ଟ ଦେଖାଯାଏ । ବୟସର ଏହି ପର୍ଯ୍ୟାୟରେ ମଧ୍ୟ ଡିମ୍ପଲଙ୍କ ସୌନ୍ଦର୍ଯ୍ୟ ଅକ୍ଷୁର୍ଣ୍ଣ ରହିଛି । ମା’ ଏବଂ ଝିଅଙ୍କର ଏହି ଯୋଡି ସଂପୂର୍ଣ୍ଣ ଷ୍ଟାଇଲିସ୍ ।

ଆଲିଆ ଭଟ୍ଟ ଓ ସୋନି ରାଜଦାନ :

ଆଲିଆ ଭଟ୍ଟ ବଲିଉଡର ସୁନ୍ଦର ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ । ସେ ତାଙ୍କ ମା’ ସୋନି ରାଜଦାନଙ୍କ ଠାରୁ ସୌନ୍ଦର୍ଯ୍ୟ ପାଇଛନ୍ତି । ସୋନିଙ୍କର ବୟସ ୬୪ ବର୍ଷ କିନ୍ତୁ ତାଙ୍କର ସୌନ୍ଦର୍ଯ୍ୟ ଆଜି ମଧ୍ୟ ସେହିପରି ରହିଛି । ଆଲିଆଙ୍କ ପରି ତାଙ୍କ ମା’ ସୋନି ମଧ୍ୟ ବହୁତ ଷ୍ଟାଇଲିସ ।

ଆଲାୟା ଓ ପୂଜା ବେଦୀ :

ପୂଜା ବେଦୀ “ଜୋ ଜିତା ୱ ସିକନ୍ଦର” ସହିତ ତାଙ୍କ ଅଭିନୟ ଜୀବନ ଆରମ୍ଭ କରିଥିଲେ । ସେ ଜଣେ ଅଭିନେତ୍ରୀ, ଆଙ୍କର ଏବଂ ସିଙ୍ଗଲ ମା’ ମଧ୍ୟ । ପୂଜା ତାଙ୍କ କିଶୋରୀ ଝିଅ ଆଲାୟା ଫର୍ନିଚର୍ୱାଲାଙ୍କ ସହିତ ଅତି ନିକଟତର । ଉଭୟ ମା’ ଏବଂ ଝିଅ ସେମାନଙ୍କ ଫ୍ୟାଶନେବଲ ଷ୍ଟାଇଲ ପାଇଁ ସର୍ବଦା ଚର୍ଚ୍ଚାରେ ରୁହନ୍ତି ।

ସୋହା ଅଲ୍ଲି ଖାନ ଓ ଶର୍ମିଲା ଟାଗୋର :

ଖାନ ପରିବାର ହେଉଛି ବଲିଉଡର ରାଜ ପରିବାର । ସୋହା ଅଲ୍ଲି ଖାନ ତାଙ୍କ ମା’ ଶର୍ମିଲା ଟାଗୋରଙ୍କ ପରି ବହୁତ ସୁନ୍ଦର । ରାମ୍ପ ଶୋ’ ହେଉ କିମ୍ବା ବିବାହ କିମ୍ବା ବ୍ରାଣ୍ଡ ବିଜ୍ଞାପନରେ ସେମାନେ ସର୍ବଦା ବହୁତ ସୁନ୍ଦର ଦେଖାଯାନ୍ତି । ବୟସର ଏହି ପର୍ଯ୍ୟାୟରେ ମଧ୍ୟ ଶର୍ମିଲାଙ୍କ ସୁନ୍ଦରତା ଜାରି ରହିଛି ।

କରିସ୍ମା କପୁର ଓ ବବିତା କପୁର :

ଶ୍ରେଷ୍ଠ ଅଭିନେତ୍ରୀ କରିସ୍ମା କପୁର ଦୀର୍ଘ ସମୟ ଧରି ବଡ ପରଦାରୁ ଦୂରରେ ଥିଲେ ମଧ୍ୟ ସୋସିଆଲ ମିଡିଆରେ ବହୁତ ସକ୍ରିୟ । କରିସ୍ମା ତାଙ୍କ ମା’ ବବିତାଙ୍କ ସହ ଅନେକ ଫଟୋ ସେୟାର କରିଛନ୍ତି । ଫଟୋରୁ ଅନୁମାନ କରିବା ସହଜ ଯେ, କରିସ୍ମା ମା’ ବବିତାଙ୍କ ଠାରୁ ଏହି ସୁନ୍ଦର ଆଖି ପାଇଛନ୍ତି ।

କାଜୋଲ ଓ ତନୁଜା :

ବଲିଉଡ ଅଭିନେତ୍ରୀ କାଜୋଲଙ୍କ ବ୍ୟକ୍ତିତ୍ୱ ସମସ୍ତଙ୍କୁ ଆକର୍ଷିତ କରିଥାଏ । ସେ ଏହି ବ୍ୟକ୍ତିତ୍ୱ ଅନ୍ୟ କାହାଠାରୁ ନୁହେଁ ବରଂ ତାଙ୍କ ମା’ ଏବଂ ଅଭିନେତ୍ରୀ ତନୁଜାଙ୍କ ଠାରୁ ପାଇଛନ୍ତି । କାଜୋଲ ତାଙ୍କ ମା’ ତନୁଜାଙ୍କ ସହ ଅତି ନିକଟତର ।

Leave a Reply

Your email address will not be published. Required fields are marked *