ଯେବେମଧ୍ୟ ଜେଲର ନାମ ଆସେ ତେବେ ସବୁଠାରୁ ପ୍ରଥମେ ଲୋକଙ୍କ ମସ୍ତିଷ୍କରେ ଗୁଣ୍ଡା, ବଦମାସ୍ ଓ ଖରାପ କାର୍ଯ୍ୟ କରୁଥିବା ଲୋକଙ୍କ ଚେହେରା ମୁଖ ସମ୍ମୁଖକୁ ଆସେ । କିନ୍ତୁ ଆଜି ଆମେ ଆପଣଙ୍କୁ ଆପଣଙ୍କ କିଛି ପ୍ରିୟ ବଲିଉଡ଼ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ଜେଲରେ ରାତି କାଟି ସାରିଛନ୍ତି । ସତରେ ଏମାନଙ୍କ ନାମ ଜାଣିବା ପରେ ଆପଣଙ୍କୁ ମଧ୍ୟ ବହୁତ ଆଶ୍ଚର୍ଯ୍ୟ ଲାଗିବ ଯେ ଏତେ ସୁନ୍ଦର ଓ ବଲିଉଡ଼ର ଜେଲ ସହ କଣ ସମ୍ପର୍କ ରହିଛି । ଆସନ୍ତୁ ଆପଣଙ୍କୁ କହିଦେଉଛୁ ଯେ କିଏ ଅଟନ୍ତି ଏହି ଅଭିନେତ୍ରୀ ଯେଉଁମାନଙ୍କୁ ଜେଲ୍ ଯିବାକୁ ପଡ଼ିଛି ।
ମୋନିକା ବେଦୀ

ଅଣ୍ଡରୱାଲର୍ଡ଼ ଡ଼ନ୍ ସଲେମଙ୍କ ପ୍ରେମୀକା ଓ ବଲିଉଡ଼ ଅଭିନେତ୍ରୀ ମୋନିକା ବେଦୀ ମଧ୍ୟ ଚଳଚ୍ଚିତ୍ର ଜଗତର ସେହି ଅଭିନେତ୍ରୀଙ୍କ ସୂଚୀରେ ଆସନ୍ତି ଯେଉଁମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଜେଲରେ ଜୀବନ କାଟିଛନ୍ତି । ଆପଣଙ୍କୁ ସୁଚାଇଦେଉଛୁ ଯେ ଅବୁ ସଲେମଙ୍କୁ ଧରିବା ପରେ ମୋନିକା ବେଦୀଙ୍କୁ ମଧ୍ୟ ଜେଲ୍ ଦଣ୍ଡ ହୋଇଥିଲା ଏବଂ ଅନେକ ବର୍ଷ ଜେଲର ଚାରି କୋଠରୀ ମଧ୍ୟରେ ରହିବା ପରେ ମୋନିକା ବେଦୀଙ୍କୁ ଶେଷରେ ମୁକ୍ତ କରିଦିଆଗଲା ।
ସାନା ଖାନ୍

ବିଗ୍ ବୋସ୍ ଶୋ’ଠାରୁ ଚର୍ଚ୍ଚିତ ହୋଇଥିବା ଅଭିନେତ୍ରୀ ସନା ଖାନ୍ ମଧ୍ୟ ଜେଲ୍ ଯାଇସାରିଛନ୍ତି । ଆପଣଙ୍କୁ ସୁଚାଇଦେଉଛୁ ଯେ ସନା ଦେଖିବାକୁ ଖୁବ୍ ସୁନ୍ଦରୀ ଅଟନ୍ତି ଏବଂ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟର ରାଜ୍ କରନ୍ତି । ସନା ଖାନଙ୍କୁ ମଧ୍ୟ ଜେଲ୍ ଯିବାକୁ ପଡ଼ିଥିଲା ଯେତେବେଳେ ସେ ତାଙ୍କ ପ୍ରେମିକଙ୍କ ସହିତ ମିଶି ଏକ ମିଡ଼ିଆ ରିପୋର୍ଟଙ୍କୁ ଧମକାଇ ଥିଲେ । ଯଦିଓ ଜେଲ୍ ଯିବାର କିଛି ଘଣ୍ଟା ଭିତରେ ତାଙ୍କୁ ଜାମିନ୍ ମିଳିଯାଇଥିଲା କିନ୍ତୁ ଏମାନଙ୍କ ନାମରେ ମଧ୍ୟ ଜେଲ୍ ଯାଇଥିବା ରେକର୍ଡ ରହିଛି ।
ସୋନାଲି ବେନ୍ଦ୍ରେ

ଆପଣଙ୍କୁ ସୋନାଲିଙ୍କ ବିଷୟରେ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ ନିର୍ମା ଗାର୍ଲ ମଧ୍ୟ ଜେଲ୍ ଯାଇସାରିଛନ୍ତି । ଆପଣଙ୍କୁ ସୁଚାଇଦେଉଛୁ ଯେ ଅନ୍ୟ ଅଭିନେତ୍ରୀ ଓ ସୋନାଲିଙ୍କ ଜେଲ୍ ଯିବାରେ ବହୁତ ପାର୍ଥକ୍ୟ ରହିଛି । କାରଣ ବାସ୍ତବ ଜୀବନରେ ସୋନାଲିଙ୍କୁ ସେତେବେଳେ ଜେଲ୍ ଯିବାକୁ ପଡ଼ିଥିଲା ଯେତେବେଳେ ଏକ ଧାର୍ମିକ ଦଳ ସୋନାଲିଙ୍କ ବିରୁଦ୍ଧରେ ଏକ ମ୍ୟାଗେଜିନ୍ କଭର ପେଜରେ ଛପା ଯାଇଥିବା ତାଙ୍କର ଫଟୋ ବିରୋଧରେ ମାମଲା ଦାଖଲ କରିଥିଲେ । ସୂତ୍ର ଅନୁଯାୟୀ ସେହି ସମୟରେ ସୋନାଲିଙ୍କୁ କିଛି ଘଣ୍ଟା ପାଇଁ ଜେଲରେ ରହିବାକୁ ପଡ଼ିଥିଲା କିନ୍ତୁ ପରେ ସୋନାଲିଙ୍କୁ ଜାମିନ୍ ମିଳିଯାଇଥିଲା ।
ମମତା କୁଳକର୍ଣ୍ଣି

ବଲିଉଡ଼ର ୯୦ ଦଶକର ବୋଲ୍ଡ ଅଭିନେତ୍ରୀ ମାନଙ୍କୁ ମଧ୍ୟରୁ ମମତା କୁଳକର୍ଣ୍ଣିଙ୍କ ନାମ ସବୁଠାରୁ ଆଗରେ ଆସେ । ଜଣାଇଦେଉଛୁ ଯେ କରନନ୍ ଅର୍ଜୁନ, ନସିବ ଓ ସବସେ ବଡ଼ା ଖିଲାଡ଼ି ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ମମତା କୁଳକର୍ଣ୍ଣି ମଧ୍ୟ ଜେଲ୍ ଯାଇ ସାରିଛନ୍ତି । ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିପାରେ ଯେ ଏକ ସମୟରେ ହିନ୍ଦୀ ସିନେମାରେ ନିଜ ବୋଲ୍ଡ ଶୈଳୀ ପାଇଁ ପ୍ରସିଦ୍ଧ ଥିବା ଅଭିନେତ୍ରୀ ମମତା କୁଳକର୍ଣ୍ଣିଙ୍କ ଜୀବନ ବର୍ତ୍ତମାନ ଭଗବାନ ଭକ୍ତିରେ ବିତୁଛି । ମମତା କୁଳକର୍ଣ୍ଣିଙ୍କୁ ତାଙ୍କ ସ୍ୱାମୀଙ୍କ ସହିତ ଡ୍ରଗ୍ସ ବ୍ୟବସାୟରେ ହାତ ଥିବା ଯୋଗୁଁ ଦୋଷୀ ଭାବରେ ଜେଲ୍ ଯିବାକୁ ପଡ଼ିଥିଲା ।
ଶ୍ୱେତା ବାସୁ ପ୍ରସାଦ

ଆପଣଙ୍କୁ ସୁଚାଇଦେଉଛୁ ଯେ ଏକ୍ତା କପୂରଙ୍କ ଧାରାବାହିକ କହାନୀ ଘର ଘର କି ଠାରୁ ଶିଶୁ କଳାକାର ଭାବେ ନିଜ ଅଭିନୟ ଜୀବନୀ ଆରମ୍ଭ କରିଥିବା ଶ୍ୱେତାଙ୍କ ଜୀବନରେ ଏପରି ମଧ୍ୟ ସମୟ ଆସିଛି ଯେତେବେଳେ ତାଙ୍କୁ ଦେହ ବ୍ୟାପାରରେ ଲିପ୍ତ ହୋଇଥିବା ଅଭିଯୋଗରେ ଏକ ହୋଟେଲ ରୁମରୁ ତାଙ୍କୁ ଗିରଫ କରାଯାଇଥିଲା ।