ବଲିଉଡ଼ର ନାମୀଦାମୀ ଏହି ଅଭିନେତ୍ରୀମାନେ ଅଟନ୍ତି ସାବତ ମାଁ ! ଜଣେ ତ’ ଚାରୋଟି ଶିଶୁର ବାପାଙ୍କୁ କରିଥିଲେ ବିବାହ…

ବଲିଉଡ଼ର ନାମୀଦାମୀ ଏହି ଅଭିନେତ୍ରୀମାନେ ଅଟନ୍ତି ସାବତ ମାଁ ! ଜଣେ ତ’ ଚାରୋଟି ଶିଶୁର ବାପାଙ୍କୁ କରିଥିଲେ ବିବାହ…

ବଲିଉଡ଼ କଳାକାରମାନେ ଏକରୁ ଅଧିକ ଥର ପ୍ରେମରେ ପଡ଼ିବା କିମ୍ବା ବିବାହ କରିବା କୌଣସି ନୂଆ କଥା ନୁହେଁ । ଇଣ୍ଡଷ୍ଟ୍ରିରେ ଏପରି କିଛି ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ବିବାହିତ ବ୍ୟକ୍ତିକୁ ଭଲପାଇଲେ ଓ ବିବାହ କରିନେଲେ । ବିବାହିତ ବ୍ୟକ୍ତିଙ୍କ ପ୍ରେମରେ ଏହି ଅଭିନେତ୍ରୀମାନେ ଏପରି ଦିୱାନା ହେଲେ ଯେ ‘ସାବତ ମାଁ’ ହେବା ମଧ୍ୟ ଏମାନଙ୍କୁ ମଞ୍ଜୁର ଥିଲା । ବିବାହର ତୁରନ୍ତ ପରେ ଏହି ଅଭିନେତ୍ରୀ ମାନଙ୍କୁ ‘ସାବତ ମାଁ’ର ଟେଗ୍ ମିଳିଥିଲା । ଯଦିଓ ଏହି ଅଭିନେତ୍ରୀମାନେ ସମାଜ ସମ୍ମୁଖରେ ‘ସାବତ ମାଁ’ର ଛବିକୁ ପରିବର୍ତ୍ତିତ କରି ଦେଇଥିଲେ ।

ଦିୟା ମିର୍ଜା

ବଲିଉଡ଼ର ‘ଷ୍ଟେପ୍ ମମ୍ ବା ସାବତ ମାଁ’ ସୂଚୀରେ ନୂତନ ଆଗମନ ହୋଇଛି ଅଭିନେତ୍ରୀ ଦିୟା ମିର୍ଜାଙ୍କ । ଦିୟା ମିର୍ଜା ୧୫ ଫେବୃୟାରୀଙ୍କୁ ମୁମ୍ବାଇରେ ଅବସ୍ଥିତ ବ୍ୟବସାୟୀ ବୈଭବ ରେଖୀଙ୍କୁ ବିବାହ କରିଛନ୍ତି । ବୈଭବ ଓ ଦିୟା ଉଭୟଙ୍କ ଏହା ଦ୍ୱିତୀୟ ବିବାହ ଅଟେ । ଦିୟା ପ୍ରଥମ ବିବାହ ସାହିଲ୍ ସାଂଘାଙ୍କ ସହିତ କରିଥିଲେ, ପ୍ରଥମ ବିବାହରୁ ଦିୟାଙ୍କ କୌଣସି ଛୁଆ ନାହାଁନ୍ତି । ଯେବେକି ବୈଭବ ରେଖୀ ଜଣେ ଝିଅର ପିତା ଅଟନ୍ତି । ନିଜ ସାବତ ମାଁ ସମାୟରାଙ୍କ ସହିତ ଦିୟା ବହୁତ ଭଲ ସମ୍ପର୍କ ରଖନ୍ତି । ଆପଣ ଏହି ଫୋଟକୁ ଦେଖି ବୁଝିପାରିବେ । ନବବଧୂ ଦିୟାଙ୍କ ସ୍ୱାଗତ ସମାୟରା ସବୁଠାରୁ ଆଗରେ ରହି କରିଥିଲେ ।

କରିନା କପୂର୍ ଖାଁ

କରିନା କପୂର୍ ଖାଁ ବୟସରେ ୧୧ ବର୍ଷ ବଡ଼ ଅଭିନେତା ସୈଫ୍ ଅଲି ଖାଁଙ୍କୁ ବିବାହ କରିଛନ୍ତି । ଦୁଇଟି ଛୁଆର ମାଁ’ ହୋଇଗଲେଣି କରିନା, ସୈଫଙ୍କ ଆଗରୁ ଦୁଇଟି ସନ୍ତାନ ସାରା ଅଲି ଖାଁ ଓ ଇବ୍ରାହିମ୍ ଅଲି ଖାଁଙ୍କ ସାବତ ମାଁ ଅଟନ୍ତି । ସାରା ଓ ଇବ୍ରାହିମଙ୍କ ସହ କରିନା ବନ୍ଧୁତାର ସମ୍ପର୍କ ରଖିଛନ୍ତି । କରିନା ସାରାଙ୍କ ଠାରୁ ୧୫ ବର୍ଷ ବଡ଼ ଅଟନ୍ତି । ଏମିତିରେ ସାରା କରିନାଙ୍କୁ ସାବତ ମାଁ ନୁହେଁ ବରଂ ଜଣେ ଭଲ ବନ୍ଧୁ ମାନନ୍ତି । ଏହି ବନ୍ଧୁତାକୁ କରିନା ମଧ୍ୟ ଖୁବ୍ ଭଲ ଭାବରେ ନିଭାନ୍ତି ।

ଶିଳ୍ପା ଶେଟ୍ଟୀ

ଶିଳ୍ପା ଶେଟ୍ଟୀ ମଧ୍ୟ ଜଣେ ସାବତ ମାଁ ଅଟନ୍ତି । ନିଜ ଶୈଳୀରୁ ୟୁପି ବିହାର ଲୁଟୁଥିବା ଶିଳ୍ପାଙ୍କ ଉପରେ ଯେତେବେଳେ NRI ବ୍ୟବସାୟୀ ରାଜ୍ କୁନ୍ଦ୍ରା ଦିୱାନା ହେଲେ ସେତେବେଳେ ରାଜ୍ ବିବାହିତ ଥିବା ସଙ୍ଗେ ସଙ୍ଗେ ଜଣେ ଝିଅର ପିତା ମଧ୍ୟ ଥିଲେ । ଯଦିଓ, ରାଜ୍ ଓ କବିତାଙ୍କ ଛାଡ଼ପତ୍ର ବହୁତ ତିକ୍ତତାର ସହିତ ଆରମ୍ଭ ହୋଇଥିଲା । ଏହି କାରଣରୁ ରାଜ୍ କୁନ୍ଦ୍ରାଙ୍କ ପ୍ରଥମ ଝିଅ ଓ ଶିଳ୍ପାଙ୍କ ମଧ୍ୟରେ କୌଣସି ସମ୍ପର୍କ ନଜର ଆସେ ନାହିଁ । ରାଜଙ୍କ ପ୍ରଥମ ସ୍ତ୍ରୀ କବିତା ଓ ଝିଅ ଏକ ଅଚିହ୍ନା ଅଜଣା ଭାବେ ଜୀବନଯାପନ କରୁଛନ୍ତି, ଯେବେକି ଶିଳ୍ପାଙ୍କ ଦୁଇଟି ସନ୍ତାନ ବୀୟାନ୍ ଓ ସମିଷା ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଷ୍ଟାର୍ କିଡ୍ସ ଅଟନ୍ତି ।

ଶ୍ରୀଦେବୀ

ବଲିଉଡ଼ର ପ୍ରଥମ ସୁପରଷ୍ଟାର୍ ପଦ ହାସଲ କରିଥିବା ଶ୍ରୀଦେବୀଙ୍କୁ ‘ହୋମ୍ ବ୍ରେକର୍’ ଓ ‘ଷ୍ଟେପ୍ ମମସ୍’ ଭଳି ଟେଗ୍ ସବୁ ମିଳିଛି । ବିବାହିତା ଓ ଦୁଇଟି ଶିଶୁର ପିତା ବୋନୀ କପୂର୍ ପ୍ରଥମ ସ୍ତ୍ରୀ ମୋନା କପୂରଙ୍କୁ ଛାଡପତ୍ର ଦେଇ ଶ୍ରୀଦେବୀଙ୍କୁ ବିବାହ କରିଥିଲେ । ଶ୍ରୀଦେବୀଙ୍କୁ ତାଙ୍କ ସାବତ ପୁଅଝିଅ ଅର୍ଜୁନ୍ ଓ ଅଂଶୁଲା ନିଜର ସାବତ ମାଁ ଭାବେ ଗ୍ରହଣ କରିଥିଲେ । ଅର୍ଜୁନ୍, ଅଂଶୁଲା ଓ ଶ୍ରୀଦେବୀଙ୍କ ମଧ୍ୟରେ ସର୍ବଦା ଦୂରତା ନଜର ଆସୁଥିଲା । ଯଦିଓ ଶ୍ରୀଦେବୀଙ୍କ ନିଧନ ପରେ ଅର୍ଜୁନ୍ କପୂର୍ ନିଜର ଦୁଇଟି ଛୋଟ ଭଉଣୀ ଜାହ୍ନବୀ ଓ ଖୁସିଙ୍କୁ ସମ୍ଭାଳିଲେ । ଅର୍ଜୁନ୍ ଅଂଶୁଲାଙ୍କ ଭଳି ଜାହ୍ନବୀ ଓ ଖୁସିଙ୍କୁ ମଧ୍ୟ ସ୍ନେହ ପ୍ରେମ ଦେଖାନ୍ତି ।

ହେମା ମାଲିନୀ

ଧର୍ମେନ୍ଦ୍ରଙ୍କୁ ବିବାହ କରିବା ପରେ ହେମା ମାଳିନୀ ଚାରୋଟି ଶିଶୁର ସାବତ ହୋଇଗଲେ । ଆଶ୍ଚର୍ଯ୍ୟ ଜନକ ବିଷୟଟି ଏହିକିଯେ ହେମା ମାଳିନୀ ଧର୍ମେନ୍ଦ୍ରଙ୍କ ବଡ଼ ପୁଅ ସନୀ ଦେଓଲଙ୍କୁ କେବଳ ୯ ବର୍ଷ ବଡ଼ ଅଟନ୍ତି । ଧର୍ମେନ୍ଦ୍ରଙ୍କ ପ୍ରଥମ ସ୍ତ୍ରୀ ପ୍ରକାଶ କୌର୍ ଓ ତାଙ୍କର ଚାରୋଟି ଶିଶୁ ହେମା ମାଳିନୀଙ୍କୁ କେବେ ମଧ୍ୟ ନିଜ ମାଁ ଭାବେ ଗ୍ରହଣ କରିନଥିଲେ । ଧର୍ମେନ୍ଦ୍ରଙ୍କ ଉଭୟ ପରିବାର ମଧ୍ୟରେ ଦୂରତା ଆଜି ପର୍ଯ୍ୟନ୍ତ ଜାରି ରହିଛି ।

ଶବାନା ଆଜମୀ

ଶବାନା ଆଜମୀ ପ୍ରସିଦ୍ଧ ଲେଖକ ଜାବେଦ୍ ଅଖତରଙ୍କ ଦ୍ୱିତୀୟ ପତ୍ନୀ ଅଟନ୍ତି, ଏବଂ ତାଙ୍କ ସନ୍ତାନ ଫରହାନ୍ ଅଖତର୍ ଓ ଜୋୟା ଅଖତରଙ୍କ ସାବତ ମାଁ ଅଟନ୍ତି । ଶବାନା ଆଜମୀଙ୍କ ନିଜର ସନ୍ତାନ ନାହାଁନ୍ତି । କିନ୍ତୁ ଫରହାନ୍ ଏବଂ ଜୋୟା ଶବାନାଙ୍କୁ ଏହି ଭାବ କେବେ ଅନୁଭବ ହେବାକୁ ଦିଅନ୍ତୁ ନାହିଁ ।

ଫରାହ ନାଜ୍

ଗତ ଯୁଗର ଅଭିନେତ୍ରୀ ଫରହା ନାଜ୍ ବର୍ତ୍ତମାନ ‘ଲାଇମ୍-ଲାଇଟ୍’ରୁ ଦୂରେଇ ରୁହନ୍ତି । ବିନ୍ଦୁ ଦାରା ସିଂହଙ୍କ ସହ ଛାଡ଼ପତ୍ର ପରେ ଫରହା ନାଜ୍ ଅଭିନେତା ସୁମିତ ସହଗଲଙ୍କୁ ବିବାହ କରିଥିଲେ । ବିନ୍ଦୁଙ୍କ ସହିତ ବିବାହ କରିବା ପରେ ଫରାହ ପୁଅ ଫତେହ ସିଂହ ରନ୍ଧବାଙ୍କ ମାଁ ହୋଇଥିଲେ । ଯେବେକି ସୁମିତ ସହଗଲ ମଧ୍ୟ ଜଣେ ଝିଅର ପିତା ଥିଲେ । ଫରହାଙ୍କ ସାବତ ଝିଅର ନାମ ସାୟଶା ସହଗଲ ଥିଲା । ସାୟଶା ସହଗଲ ଦକ୍ଷିଣ ଚଳଚ୍ଚିତ୍ର ଜଗତର ଜଣେ ଜଣାଶୁଣା ଅଭିନେତ୍ରୀ ଅଟନ୍ତି ।

Leave a Reply

Your email address will not be published. Required fields are marked *