ପାକିସ୍ତାନୀ ଲୋକଙ୍କ ହୃଦୟରେ ରାଜ୍ କରନ୍ତି ଏହି ସୁନ୍ଦର ଅଭିନେତ୍ରୀ ମାନେ । କିଛି ଭାରତରେ ମଧ୍ୟ ନାମ ଏବଂ ଲୋକପ୍ରିୟତା ହାସଲ କରିଛନ୍ତି ।

ପାକିସ୍ତାନୀ ଲୋକଙ୍କ ହୃଦୟରେ ରାଜ୍ କରନ୍ତି ଏହି ସୁନ୍ଦର ଅଭିନେତ୍ରୀ ମାନେ । କିଛି ଭାରତରେ ମଧ୍ୟ ନାମ ଏବଂ ଲୋକପ୍ରିୟତା ହାସଲ କରିଛନ୍ତି ।

ଯେପରି ବଲିଉଡ଼ ଅଭିନେତ୍ରୀ ମାନଙ୍କ ଫ୍ୟାନ୍ ଫୋଲୋଇଂ ଅଛନ୍ତି, ସେହିଭଳି ପାକିସ୍ତାନରେ ମଧ୍ୟ କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ସେଠାକାର ଦର୍ଶକଙ୍କ ମନରେ ରାଜ୍ କରନ୍ତି । ସେମାନେ ସାଧାରଣତଃ ନିଜ କ୍ୟାରିଅରର ପ୍ରାରମ୍ଭ ପାକିସ୍ତାନର ଫିଲ୍ମ ଏବଂ ଟିଭି ଶୋ”ରୁ କରିଛନ୍ତି କିନ୍ତୁ ଭାରତରେ ମଧ୍ୟ ନାମ ଏବଂ ଲୋକପ୍ରିୟତା ହାସଲ କରିଛନ୍ତି । ତେଣୁ ଚାଲନ୍ତୁ ଜାଣିବା ଯେ କିଏ ଅଟନ୍ତି ସେହି ଅଭିନେତ୍ରୀ ମାନେ ।

ମାହିରା ଖାନ୍ :-

google

ଶାହରୁଖ ଖାନଙ୍କ ଫିଲ୍ମ “ରଈସ”ରେ ନଜର ଆସିଥିବା ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନ୍ ପାକିସ୍ତାନ ଖୁବ୍ ପ୍ରସିଦ୍ଧ । ମାହିରା ଖାନ୍ ନିଜର କ୍ୟାରିଅରର ପ୍ରାରମ୍ଭ ୨୦୧୧ ରେ ପାକିସ୍ତାନୀ ଫିଲ୍ମ “ବୋଲ୍”ରୁ କରିଥିଲେ । ତା’ପରେ ମାହିରା ଅନେକ ଟିଭି ସିରିଏଲରେ କାମ କରିଥିଲେ ଏବଂ ସେ ପାକିସ୍ତାନୀ ଫିଲ୍ମ ଇଣ୍ଡଷ୍ଟ୍ରିର ଏକ ଲୋକପ୍ରିୟ ଚେହେରା ହୋଇଯାଇଥିଲେ । ମାହିରା ଖାନ୍ ନିଜ ଘର ଲୋକଙ୍କ ବିରୋଧରେ ଯାଇ ଅଲୀ ଅକ୍ସାରୀଙ୍କୁ ପ୍ରେମ ବିବାହ କରିଥିଲେ । କିନ୍ତୁ ଏହି ସମ୍ପର୍କ ଅଧିକ ଦିନ ପର୍ଯ୍ୟନ୍ତ ତିଷ୍ଠି ପାରିନଥିଲା ଏବଂ ୨୦୧୫ ରେ ସମ୍ପର୍କ ଭାଙ୍ଗି ଯାଇଥିଲା । ମାହିରାଙ୍କର ବର୍ତ୍ତମାନ ଜଣେ ୧୧ ବର୍ଷୀୟ ପୁଅ ମଧ୍ୟ ଅଛି ।

ସବା କମର :-

google

ସବା କମରଙ୍କ ନାମ ପାକିସ୍ତାନର ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରେ ରହିଥାଏ । ସବା ବଲିଉଡ଼ରେ ଇରଫାନ୍ ଖାନଙ୍କ ସହିତ ‘ “ହିନ୍ଦୀ ମିଡିୟମ୍”ରେ ନଜର ଆସିଥିଲେ । ସବା ପାକିସ୍ତାନର ଟୋପ୍ ଅଭିନେତ୍ରୀଙ୍କ ମଧ୍ୟରେ ଜଣେ ଅଟନ୍ତି ଏବଂ ଫୀସ୍ ମାମଲାରେ ସେ ଖୁବ୍ ଆଗରେ ଥାଆନ୍ତି ।

ବୀନା ମଲିକ୍ :-

google

ବୀନା ମଲିକ୍ ଭାରତୀୟ ଫିଲ୍ମର ମଧ୍ୟ ଏକ ଅଂଶ ରହି ସାରିଛନ୍ତି । ଗଲୀ ଗଲୀ ମେ ଚୋର ହେ, ଦାଲ୍ ମେ କୁଛ କାଲା ହେ, ଜିନ୍ଦେଗୀ ୫୦ – ୫୦, ସୁପର ମୋଡ଼ଲ୍ ଭଳି ଅନେକ ଫିଲ୍ମ କରିସାରିଛନ୍ତି । ବିନା ନିଜ କ୍ୟାରିଅରର ଆରମ୍ଭ ଟିଭି ହୋସ୍ଟରୁ କରିଥିଲେ । ସେ ଅନେକ ଆୱାର୍ଡ ଶୋ’ରେ ମଧ୍ୟ ହୋସ୍ଟ କରିଛନ୍ତି ।

ମାୱରା ହୋକେନ୍ :-

google

ମାୱରା ହୋକେନ୍ ନିଜର କ୍ୟାରିଅର ଥିଏଟର ଆର୍ଟିସ୍ଟ ରୂପରେ ଆରମ୍ଭ କରିଥିଲେ । ପୁଣି କିଛି ଦିନ ପରେ ତାଙ୍କର ସୌନ୍ଦର୍ଯ୍ୟ ଯୋଗୁଁ ତାଙ୍କ ନାମ ପାକିସ୍ତାନ ବ୍ୟତୀତ ଏସିଆର ସବୁଠାରୁ ସୁନ୍ଦର ମହିଳାଙ୍କ ନାମ ମଧ୍ୟରେ ସ୍ଥାନିତ ହୋଇଯାଇଥିଲା । ବଲିଉଡ଼ର ଫିଲ୍ମ “ସନମ ତେରୀ କସମ୍”ରେ ମଧ୍ୟ ସେ କାମ କରିଛନ୍ତି ।

Leave a Reply

Your email address will not be published. Required fields are marked *