ଟିଭି ଜଗତର ଏହି ଅଭିନେତ୍ରୀଙ୍କୁ ରହିଛି ବାଇକ୍ ଚଳାଇବାର ରୁଚି ! ଜାଣନ୍ତୁ ଏମାନଙ୍କ ମଧ୍ୟରୁ କେତେକଙ୍କ ପାଖରେ ଅଛି ଦାମି ଗାଡ଼ି…

ଟିଭି ଜଗତର ଏହି ଅଭିନେତ୍ରୀଙ୍କୁ ରହିଛି ବାଇକ୍ ଚଳାଇବାର ରୁଚି ! ଜାଣନ୍ତୁ ଏମାନଙ୍କ ମଧ୍ୟରୁ କେତେକଙ୍କ ପାଖରେ ଅଛି ଦାମି ଗାଡ଼ି…

ଆମେ ପ୍ରାୟତଃ ଟିଭିରେ କୌଣସି ସିରିଏଲ୍ କୁ ଦେଖି ଏପରି ଭାବିଥାଉ ଯେ ଏହି ଅଭିନେତା କିମ୍ବା ଅଭିନେତ୍ରୀ ଏହିଭଳି ନିଜର ଜୀବନ ବିତାଉଥିବେ । ଯଦି କେହି ନେଗେଟିଭ ଚରିତ୍ରରେ ଅଭିନୟ କରୁଛି ତେବେ ତାଙ୍କ ଜୀବନ ସେହିଭଳି ହୋଇଥିବ । ପୁଣି ଯଦି କେହି ଅଭିନେତ୍ରୀ ସୁଶୀଳ ଏବଂ ସରଳ ତେବେ ଲାଗିଥାଏ ଯେ ସେ ନିଜ ବାସ୍ତବ ଜୀବନରେ ମଧ୍ୟ ଏହିପରି କିଛି ହୋଇଥିବେ । କିନ୍ତୁ ଏମାନଙ୍କ ବାସ୍ତବ ଜୀବନ ଆମ ଭାବନା ଠାରୁ ସମ୍ପୂର୍ଣ୍ଣ ଅଲଗା ହୋଇଥାଏ । ଏହି ଅଭିନେତ୍ରୀମାନେ ନିଜ ବାସ୍ତବ ଜୀବନରେ ଖୁବ୍ ବୋଲ୍ଡ ଏବଂ ଷ୍ଟାଇଲିସ୍ ହୋଇଥାନ୍ତି । ଏହା ସହିତ କେତେକଙ୍କୁ ବାଇକ୍ ଚଳାଇବାରେ ମଧ୍ୟ ଖୁବ୍ ଆଗ୍ରହ ରହିଥାଏ ।

ଏହି କିଛିଦିନ ପୂର୍ବରୁ ଟିଭି ସିରିଏଲ୍ କଳାକାର ‘ମେହତା କା ଉଲଟା ଚଷମା’ରେ ରୋଶନ୍ ସୋଢ଼ିଙ୍କ ଚରିତ୍ରରେ କାମ କରୁଥିବା ଅଭିନେତ୍ରୀ ଜେନିଫର୍ ବନସୀୱାଲ୍ ବାଇକ୍ ସହିତ ନିଜର ଏକ ଫୋଟ ସେୟାର୍ କରିଛନ୍ତି । ଏହା ତାଙ୍କୁ ତାଙ୍କ ସ୍ୱାମୀ ଗିଫ୍ଟ କରିଥିଲେ । ଟିଭି ଦୁନିଆରେ ଆହୁରି ମଧ୍ୟ ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁ ମାନଙ୍କୁ ବାଇକ୍ ଚଳାଇବାରେ ଆଗ୍ରହ ରହିଛି ।

ଶୀନା ଦାସ୍ :-

ଟିଭି ଅଭିନେତ୍ରୀ ଶିନା ଦାସ୍ ମଧ୍ୟ ବାଇକ୍ ପାଇଁ ପାଗଳ । ଜାଣିବା କଥା ଏହିକି ଯେ ସେ ନିଜର ଏକ ସିରିଏଲ୍ ପୀୟା ଅଲବେଲା ସେଟରେ ବାଇକ୍ ଚଳାଇବା ଶିଖିଥିଲେ ।

ଶ୍ରଦ୍ଧା ମୁସାଲେ :-

ଅଭିନେତ୍ରୀ ଶ୍ରଦ୍ଧା ମୁସାଲେଙ୍କୁ ସୀଆଇଡିରେ ଦେଖା ଯାଇଥିଲା । ତାଙ୍କୁ ମଧ୍ୟ ବାଇକ୍ ଚଳାଇବା ଖୁବ୍ ପସନ୍ଦ । ତାଙ୍କ ବାଇକ୍ ଚଳାଇବା ଦେଖିଲେ ଆପଣଙ୍କର ହୋସ୍ ଉଡ଼ିଯିବ ।

ସୁରଭି ଚନ୍ଦନା :-

ସୁରଭି ଚନ୍ଦନା ଅଭିନୟ ଦୁନିଆର ଏକ ବଡ଼ ନାମ ଅଟେ । ସେ ନାଗିନ୍ ଶୋ’ରୁ ଅଧିକ ଚର୍ଚ୍ଚାକୁ ଆସିଥିଲେ । ସୁରଭିଙ୍କ ଇଚ୍ଛା ମଧ୍ୟ ତାଙ୍କ ଭଳି ଖୁବ୍ ଷ୍ଟାଇଲିସ୍ ଅଟେ । ତାଙ୍କୁ ବଡ଼ ଏବଂ ଭାରି ସ୍ପର୍ଟସ୍ ବାଇକ୍ ଚଳାଇବା ପସନ୍ଦ ଅଟେ ।

ଅନୁଶା ଦାଣ୍ଡେକର୍ :-

ଶିବାନୀ ଦାଣ୍ଡେକରଙ୍କ ଭଉଣୀ ଏବଂ ବୀଜେ ଅନୁଷା ଦାଣ୍ଡେକର୍ ମଧ୍ୟ ଅତ୍ୟନ୍ତ ସୁନ୍ଦର ଅଟନ୍ତି । ତାଙ୍କୁ ମଧ୍ୟ ବିଦେଶୀ ବାଇକ୍ ଚଳାଇବା ଖୁବ୍ ପସନ୍ଦ । ବାଇକ୍ ଚଳାଇବା ପାଇଁ ସେ ପାଗଳ ।

ନିୟା ଶର୍ମା :-

ନିୟା ଶର୍ମା ନିଜର ହୋଟ ଫୋଟ ପାଇଁ ପ୍ରାୟ ଚର୍ଚ୍ଚାରେ ରହିଥାନ୍ତି । କିନ୍ତୁ ନିୟା ଶର୍ମାଙ୍କୁ ବାଇକ୍ ଚଳାଇବା ଖୁବ୍ ରୁଚି ରହିଛି । ନିୟାଙ୍କୁ ବାଇକ୍ ଚଳାଇବାରେ ଦେଖିଲେ ଆପଣ ବିଶ୍ୱାସ କରି ପାରିବେ ନାହିଁ ।

ଆଶା ନେଗୀ :-

ଆଶା ନେଗୀ ଟିଭି ସିରିଏଲ୍ ପବିତ୍ର ରିସ୍ତାରୁ ନିଜର ପରିଚୟ ବନାଇଥିଲେ । ଆଶା ନେଗୀଙ୍କୁ ସାଧାରଣତଃ ଖୁବ୍ ସୁନ୍ଦର ଏବଂ ସରଳ ଅଭିନେତ୍ରୀ ବୋଲି କୁହାଯାଇଥାଏ । ମାତ୍ର ଯେତେବେଳେ ଆପଣ ତାଙ୍କୁ ବାଇକ୍ ଚଳାଇବାରେ ଦେଖିବେ ତେବେ ଆପଣ ତାଙ୍କ ଷ୍ଟାଇଲ୍ ଦେଖି ନିଜକୁ ବିଶ୍ୱାସ କରି ପାରିବେ ନାହିଁ ।

ଏକତା କୌଲ୍ :-

‘ମେରେ ଅଙ୍ଗନେ ମେ’ ସିରିଏଲରେ ନଜର ଆସିଥିବା ଏକତା କୌଲ ନିଜର ସ୍କୁଲ୍ ସମୟରୁ ବାଇକ୍ ଚଳାଉଛନ୍ତି । ଏକତା ଅଭିନେତା ସୁମିତ ବ୍ୟାସଙ୍କୁ ବିବାହ କରିଛନ୍ତି । ଏକତାଙ୍କୁ ଅନେକ ସ୍ଥାନରେ ବାଇକ୍ ଚଳାଇବାର ଦେଖା ଯାଇଛି ।

Leave a Reply

Your email address will not be published. Required fields are marked *