ସ୍ୱାମୀଙ୍କ ପୂର୍ବରୁ ପ୍ରେମୀକଙ୍କ ଠାରୁ ଗର୍ଭବତୀ ହୋଇଥିଲେ ଏହି ଅଭିନେତ୍ରୀ ଗଣ ! ସତ ଜାଣିବା ପରେ ମଧ୍ୟ ସ୍ୱାମୀ ମାନେ ଧରିଥିଲେ ହାତ ।

ସ୍ୱାମୀଙ୍କ ପୂର୍ବରୁ ପ୍ରେମୀକଙ୍କ ଠାରୁ ଗର୍ଭବତୀ ହୋଇଥିଲେ ଏହି ଅଭିନେତ୍ରୀ ଗଣ ! ସତ ଜାଣିବା ପରେ ମଧ୍ୟ ସ୍ୱାମୀ ମାନେ ଧରିଥିଲେ ହାତ ।

ଭାଗ୍ୟଶାଳୀ ହୋଇଥାନ୍ତି ସେହି ମହିଳା ମାନେ ଯାହାଙ୍କୁ ମାଆ ହେବାର ସୁଖ ପ୍ରାପ୍ତ ହୋଇଥାଏ । ଜଣେ ଶିଶୁ ଜନ୍ମ ଗ୍ରହଣ କରିବା ପରେ ସମସ୍ତ ଘର ଲୋକେ ଖୁସି ହୁଅନ୍ତି । ଏହିପରି ସମୟରେ ପିତାଙ୍କ ଖୁସି କହିଲେ ନସରେ । କିନ୍ତୁ ଟିକେ ଭାବନ୍ତୁ ସେହି ସମୟରେ ଏକ ପିତାକୁ କଣ ଲାଗିବ ଯେତେବେଳେ ସେ ଜାଣିଥାଏ ଯେ ତାହା ସ୍ତ୍ରୀ ପୂର୍ବରୁ ମଧ୍ୟ ଗର୍ଭବତୀ ହୋଇସାରିଛି । ନିଶ୍ଚିତ ଭାବେ ତାକୁ ଖରାପ ଲାଗିବ । କିନ୍ତୁ ଏପରି କେବଳ ସାଧାରଣ ଲୋକଙ୍କ ସହ ହୋଇଥାଏ କଳାକାର ମାନଙ୍କ ସହ ନୁହେଁ । କିନ୍ତୁ ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିପାରେ ଯେ ବଲିଉଡ଼ରେ ଏପରି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବିବାହ ପୂର୍ବରୁ ନିଜ ପ୍ରେମିକଙ୍କ ଠାରୁ ଗର୍ଭବତୀ ହୋଇସାରିଛନ୍ତି । ଏହା ସତ୍ତ୍ୱେ ତାଙ୍କ ବିବାହ ପ୍ରସିଦ୍ଧ ଲୋକଙ୍କ ସହ ହୋଇଛି ଏବଂ ସେମାନେ ଖୁସିରେ ଜୀବନଯାପନ କରୁଛନ୍ତି । ଆଶ୍ଚର୍ଯ୍ୟଜନକ ବିଷୟଟି ଏହାଯେ ସତ ଜାଣି ମଧ୍ୟ ସ୍ୱାମୀ ମାନେ ତାଙ୍କୁ ଛାଡିନଥିଲେ ।

ସେଲିନା ଜେଟଲି

newstrend

ମିସ୍ ଇଣ୍ଡିଆ ସେଲିନା ଜେଟଲି ବିବାହ ପୂର୍ବରୁ ନିଜ ପ୍ରେମିକଙ୍କ ଠାରୁ ଗର୍ଭବତୀ ହୋଇଥିଲେ । ଏଥିପାଇଁ ସେ ଗର୍ଭପାତ କରାଇଥିଲେ । ଏହାପରେ ସେ ପିଟର ହଗଙ୍କୁ ଡେଟ୍ କଲେ ଏବଂ ତାଙ୍କୁ ବିବାହ କଲେ । ରିପୋର୍ଟ ଅନୁଯାୟୀ ପିଟରଙ୍କୁ ଆଗରୁ ହିଁ ସେଲିନାଙ୍କ ଗର୍ଭଧାରଣ ବିଷୟରେ ଜଣାଥିଲା । ଏହା ସତ୍ତ୍ୱେ ସେ ସେଲିନାଙ୍କ ସହିତ ବିବାହ କରିଥିଲେ । ଜଣାଇଦେଉଛୁ ଯେ, ପିଟରଙ୍କ ଦୁବାଇରେ ହୋଟେଲ ବ୍ୟବସାୟ ରହିଛି । ସେଲିନା ବର୍ତ୍ତମାନ ନିଜ ସ୍ୱାମୀଙ୍କ ସହିତ ଅବ୍ରଡ଼ରେ ଅଛନ୍ତି ।

କୋଙ୍କଣା ଶର୍ମା

newstrend

କୋଙ୍କଣା ସେନ୍ ଶର୍ମା ବଲିଉଡ଼ ଓ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ପ୍ରସିଦ୍ଧ କଳାକାର ଅଟନ୍ତି । ସୂତ୍ରରୁ ଜଣାପଡ଼ିଛି ଯେ ରଣବୀର ଶୋରୀଙ୍କୁ ବିବାହ କରିବା ପୂର୍ବରୁ କୋଙ୍କଣା ଅନ୍ୟ କାହାକୁ ଡେଟ୍ କରୁଥିଲେ ଏବଂ ସେ ତାଙ୍କ ଠାରୁ ଗର୍ଭବତୀ ହୋଇଯାଇଥିଲେ । ଯଦିଓ ପରେ ଦୁହେଁ ବିବାହ କରିଥିଲେ । ବର୍ତ୍ତମାନ ଦୁହିଁଙ୍କ ଛାଡପତ୍ର ହୋଇସାରିଛି ଓ କୋଙ୍କଣା ଏକୁଟିଆ ରହି ନିଜ ପୁଅର ଲାଳନପାଳନ କରୁଛନ୍ତି ।

ସାରିକା

newstrend

ଏପରି କିଛି କାହାଣୀ ରହିଛି ସାରିକାଙ୍କ । କମଲ ହାସନଙ୍କ ପ୍ରେମରେ ପଡ଼ିବା ପୂର୍ବରୁ ସେ ଆଉ କାହା ଛୁଆର ମାଁ ହେବାକୁ ଯାଉଥିଲେ କିନ୍ତୁ ପରିସ୍ଥିତିକୁ ଦେଖି ସେ ଗର୍ଭପାତ କରିବା ପାଇଁ ଚିନ୍ତା କଲେ । ଏହା ଜାଣି ମଧ୍ୟ କମଲ ହାସନ ତାଙ୍କ ସହିତ ବିବାହ କଲେ ଓ ପରେ ଯାଇ ତାଙ୍କର ଦୁଇଟି ଝିଅ ଜନ୍ମ ହେଲେ । ଖବର ଏହା ମଧ୍ୟ ଆସୁଥିଲା ଯେ ବିବାହ ପୂର୍ବରୁ ମଧ୍ୟ ସାରିକା କମଲ ହାସନଙ୍କ ଠାରୁ ଗର୍ଭବତୀ ହୋଇଯାଇଥିଲେ ତେଣୁ ଦୁହେଁ ଶୀଘ୍ରତାର ସହିତ ବିବାହ କରିନେଲେ ।

ଅମୃତା ଅରୋଡ଼ା

newstrend

ବର୍ତ୍ତମାନ ନମ୍ବର ଆସେ ବଲିଉଡ଼ ଅଭିନେତ୍ରୀ ଅମୃତା ଅରୋଡ଼ାଙ୍କ । ଅମୃତା ଅରୋଡ଼ା ଅଭିନେତ୍ରୀ ମଲାଇକା ଅରୋଡ଼ାଙ୍କ ଛୋଟ ଭଉଣୀ ଅଟନ୍ତି । ଅମୃତା ଅରୋଡ଼ା ୨୦୦୯ ମସିହାରେ ବ୍ୟବସାୟୀ ଶକିଲ ଲଦାକଙ୍କ ସହିତ ବିବାହ କରିଥିଲେ । ଖବର ଅନୁଯାୟୀ ଅମୃତା ବିଷୟରେ ମଧ୍ୟ କୁହାଯାଏ ଯେ ସେ ବାହାଘର ପୁର୍ବରୁ ମଧ୍ୟ ଗର୍ଭବତୀ ହୋଇଯାଇଥିଲେ । ବିବାହ ପରେ ସେ ତୁରନ୍ତ ଘୋଷଣା କରିଦେଇଥିଲେ ଯେ ସେ ମାଁ ହେବାକୁ ଯାଉଛନ୍ତି । ଏହି କାହାଣୀରେ ଏକ ଟ୍ଵିଷ୍ଟ ଏହାଯେ ବିବାହ ପୂର୍ବରୁ ଅମୃତା ଆଉ କାହାଠାରୁ ନୁହେଁ ବରଂ ନିଜ ହେବାକୁ ଥିବା ସ୍ୱାମୀ ଠାରୁ ଗର୍ଭବତୀ ହୋଇଥିଲେ ।

Leave a Reply

Your email address will not be published. Required fields are marked *