ଏହି ବ୍ୟାଙ୍କ ମାନଙ୍କରେ ମିଳୁଛି ସବୁଠାରୁ ଶସ୍ତା ବ୍ୟକ୍ତିଗତ ଋଣ ! ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇ ପାରିବେ…

ଏହି ବ୍ୟାଙ୍କ ମାନଙ୍କରେ ମିଳୁଛି ସବୁଠାରୁ ଶସ୍ତା ବ୍ୟକ୍ତିଗତ ଋଣ ! ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇ ପାରିବେ…

ବର୍ତ୍ତମାନ ସମୟରେ ବ୍ୟକ୍ତିଗତ ଋଣ କୌଣସି ବଡ଼ କଥା ନୁହେଁ । କୌଣସି ମଧ୍ୟ ବ୍ୟାଙ୍କରୁ ବ୍ୟକ୍ତିଗତ ଋଣ ନେଇ ପାରିବେ । ବ୍ୟାଙ୍କ ମଧ୍ୟ ଧାର୍ଯ୍ୟ ରାଶି ଅନୁସାରେ ସୁଧ ହାର ଲଗାଇ ବ୍ୟକ୍ତିଗତ ଋଣ ଦେଇଥାଏ । ତେବେ ଆସନ୍ତୁ ଆଜିର ଏହି ଆର୍ଟକାଲ୍ ମାଧ୍ୟମରେ ଆମେ ଆପଣଙ୍କୁ ସେହି ସମସ୍ତ ବ୍ୟାଙ୍କ ଗୁଡିକ ବିଷୟରେ ସୂଚନା ଦେବାକୁ ଯାଉଛୁ ଯେଉଁମାନେ ବହୁତ କମ୍ ସୁଧ ହାରରେ ବ୍ୟକ୍ତିଗତ ଋଣ ଦେଉଛନ୍ତି ।

କରୋନା ମାହାମରୀ ସମୟରେ ଲୋକମାନଙ୍କୁ ଅନେକ ଟଙ୍କାର ଆବଶ୍ୟକତା ପଡିଥାଏ । ପ୍ରଥମତଃ ଲୋକମାନେ ନିଜ ସଞ୍ଚିତ ରାଶିକୁ ବ୍ୟବହାର କରିବା ଆରମ୍ଭ କରିଥାନ୍ତି, ସେହି ଟଙ୍କା ଶେଷ ହେବାପରେ ସେମାନେ ନିଜ ସୁନା-ଗହଣା ବିକ୍ରି କରି ଏବଂ ଶେଷରେ ବ୍ୟକ୍ତିଗତ ଋଣ ମଧ୍ୟ ନେଇଥାନ୍ତି । ଅପରପକ୍ଷେ ସରକାର ଏବଂ RBI ମଧ୍ୟ ସାଧାରଣ ଲୋକ ଏବଂ ଅତ୍ୟାବଶ୍ୟକ ଥିବା ବ୍ୟକ୍ତି ମାନଙ୍କୁ ବ୍ୟକ୍ତିଗତ ଋଣ ଦେବା ନିମନ୍ତେ ସମସ୍ତ ବ୍ୟାଙ୍କ ଗୁଡିକୁ ପ୍ରୋତ୍ସାହିତ କରିଛନ୍ତି । ଯାହା ଦ୍ୱାରା ଲୋକ ମାନଙ୍କ କ୍ରୟରେ ବୃଦ୍ଧି ହୋଇପାରିବ ଏବଂ ମିତଵ୍ୟୟତାରେ ମଧ୍ୟ ବୃଦ୍ଧି ହୋଇପାରିବ ।

ଏହି ସମୟ ମଧ୍ୟରେ ଅନେକ ବ୍ୟାଙ୍କ ଗୁଡିକ କୋଟି କୋଟି ଟଙ୍କା ଋଣ ଦେଇଛନ୍ତି ଏବଂ ବର୍ତ୍ତମାନ ମଧ୍ୟ ଦେଉଛନ୍ତି । ଅନେକ ବ୍ୟାଙ୍କ ମାନଙ୍କ ପକ୍ଷରୁ ବ୍ୟକ୍ତିଗତ ଋଣ ଦେବାରେ ହ୍ରାସ ମଧ୍ୟ କରିଛନ୍ତି । ଅର୍ଥାତ୍ ଅତି କମ୍ ରୁ କମ୍ ସୁଧ ହାରରେ ବ୍ୟକ୍ତିଗତ ଋଣ ଦେବା ପାଇଁ ପ୍ରୋତ୍ସାହନ କରାଯାଉଛି । ଆଜିର ଏହି ଆର୍ଟକାଲ୍ ମଧ୍ୟରେ ଆମେ ସେହି ସମସ୍ତ ବ୍ୟାଙ୍କ ଗୁଡିକ ବିଷୟରେ ସୂଚନା ଦେବୁ ଯେଉଁ ମାନେ ଦେଶରେ ଲୋକମାନଙ୍କୁ ସବୁଠାରୁ ଶସ୍ତା ବ୍ୟକ୍ତିଗତ ଋଣ ଦେଉଛନ୍ତି । ଯେଉଁ ମାନଙ୍କ ସୁଧ ହାର ବହୁତ କମ୍ ଅଟେ । ଯେଉଁଥିରେ ସରକାରୀ ବ୍ୟାଙ୍କ ଗୁଡିକ ସହିତ କିଛି ଘରୋଇ ବ୍ୟାଙ୍କ ମଧ୍ୟ ସାମିଲ୍ ଅଛନ୍ତି ।

SBI ଏବଂ ଏଚଏସବୀସୀ ବ୍ୟାଙ୍କ ମାନଙ୍କ ସୁଧ ହାର:- ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ୨୦ ଲକ୍ଷ ପର୍ଯ୍ୟନ୍ତ ବ୍ୟକ୍ତିଗତ ଋଣ ଉପରେ ବାର୍ଷିକ ୯.୬୦ରୁ ନେଇ ୧୩.୮୫ ପ୍ରତିଶତ ସୁଧ ନେଉଛି । ଅପରପକ୍ଷେ ଏଚଏସବୀସୀ ବ୍ୟାଙ୍କ ୩୦ ଲକ୍ଷ ପର୍ଯ୍ୟନ୍ତ ବ୍ୟକ୍ତିଗତ ଋଣ ଉପରେ ବାର୍ଷିକ ୯.୭୫ରୁ ନେଇ ୧୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ଆଦାୟ କରୁଛି ।

ସିଟୀ ବ୍ୟାଙ୍କ ଏବଂ ବ୍ୟାଙ୍କ ଅଫ୍ ବରୋଦା:- ସିଟୀ ବ୍ୟାଙ୍କ ବ୍ୟକ୍ତିଗତ ଋଣ ଉପରେ ବାର୍ଷିକ ୯.୯୯ ପ୍ରତିଶତରୁ ନେଇ ୧୬.୪୯ ପ୍ରତିଶତ ସୁଧ ଆଦାୟ କରୁଛି । ଏହା ସମୟରେ ବ୍ୟାଙ୍କରୁ ୫୦୦୦୦୦ରୁ ନେଇ ୩୦ ଲକ୍ଷ ପର୍ଯ୍ୟନ୍ତ ଋଣ ନିଆ ଯାଇପାରିବ । ଯଦି ବ୍ୟାଙ୍କ ଅଫ୍ ବରୋଦାର କଥାବାର୍ତ୍ତା କରାଯାଏ ତେବେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟକ୍ତିଗତ ଋଣ ଉପରେ ବାର୍ଷିକ ୧୦ ନେଇ ୧୫.୬୦ ପ୍ରତିଶତ ସୁଧ ଆଦାୟ କରାଯାଉଛି ।

ଫେଡେରାଲ୍ ବ୍ୟାଙ୍କ ଏବଂ ଆଈଡୀଏଫସୀ ଫର୍ଷ୍ଟ ବ୍ୟାଙ୍କ:- ପ୍ରଥମରେ ଯଦି ଫେଡେରାଲ୍ ବ୍ୟାଙ୍କର କଥାବାର୍ତ୍ତା କରାଯାଏ ତେବେ, ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟକ୍ତିଗତ ଋଣ ଉପରେ ବାର୍ଷିକ ୧୦.୪୯ ନେଇ ୧୭.୯୯ ପ୍ରତିଶତ ସୁଧ ଆଦାୟ କରାଯାଉଛି । ଯେତେବେଳେକି ଆଈଡୀଏଫସୀ ଫର୍ଷ୍ଟ ବ୍ୟାଙ୍କ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟକ୍ତିଗତ ଋଣ ଉପରେ ବାର୍ଷିକ ୧୦.୪୯ ପ୍ରତିଶତରୁ ଆରମ୍ଭ ହୋଇଥାଏ । ଅଧିକ ସୀମାର ସୂଚନା ହାସଲ ହୋଇନଥାଏ ।

ଏଚଡୀଏଫସୀ ଏବଂ ଆଈସୀଆଈସୀଆଈ ବ୍ୟାଙ୍କର ସୁଧ:- ଦେଶର ସର୍ବବୃହତ ଘରୋଇ ଏଚଡୀଏଫସୀ ବ୍ୟାଙ୍କ ୫୦୦୦୦୦ରୁ ନେଇ ୪୦ ଲକ୍ଷ ପର୍ଯ୍ୟନ୍ତ ବ୍ୟକ୍ତିଗତ ଋଣ ଉପରେ ବାର୍ଷିକ ୧୦.୫୦ ନେଇ ୨୧ ପ୍ରତିଶତ ସୁଧ ନେଇଥାଏ । ଯେତେବେଳେକି ଦେଶର ଦ୍ଵିତୀୟ ସର୍ବବୃହତ ଘରୋଇ ବ୍ୟାଙ୍କ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟକ୍ତିଗତ ଋଣ ଉପରେ ବାର୍ଷିକ ୧୦.୫୦ ନେଇ ୧୯ ପ୍ରତିଶତ ସୁଧ ନେଇଥାଏ ।

କୋଟାକ ମହିନ୍ଦ୍ରା ବ୍ୟାଙ୍କ ଏବଂ ଟାଟା କ୍ୟାପିଟାଲ୍ ଏତିକି ମାତ୍ରାରେ ସୁଧ ନିଅନ୍ତି:- କୋଟାକ୍ ମହିନ୍ଦ୍ରା ବ୍ୟାଙ୍କର ଯଦି କଥା କୁହାଯାଏ ତେବେ ୫୦୦୦୦୦ରୁ ନେଇ ୨୦ ଲକ୍ଷ ପର୍ଯ୍ୟନ୍ତ ବ୍ୟକ୍ତିଗତ ଋଣ ଉପରେ ବାର୍ଷିକ ୧୦.୭୫ ନେଇ ୨୪ ପ୍ରତିଶତ ସୁଧ ଦର୍ଶା ଯାଇଥାଏ । ଅପରପକ୍ଷରେ ଏନବୀଏସଫସୀ ଟାଟା କ୍ୟାପିଟାଲ୍ ୭୫୦୦୦ରୁ ନେଇ ୨୫ ଲକ୍ଷ ଟଙ୍କା ବ୍ୟକ୍ତିଗତ ଋଣ ଉପରେ ୧୦.୯୯ ପ୍ରତିଶତ ସୁଧ ଆରମ୍ଭ ହୋଇଯାଇଥାଏ ।

ଏକ୍ସିସ୍ ବ୍ୟାଙ୍କ ଏବଂ ବଜାଜ ଫିନସର୍ଵର ସୁଧ ହାର:- ପ୍ରଥମେ ଯଦି ଏକ୍ସିସ୍ ବ୍ୟାଙ୍କର କଥା କୁହାଯାଏ ତେବେ ୧୫ ଲକ୍ଷ ଟଙ୍କାପର୍ଯ୍ୟନ୍ତ ବ୍ୟକ୍ତିଗତ ଋଣ ଉପରେ ବାର୍ଷିକ ୧୨ରୁ ନେଇ ୨୧ ପ୍ରତିଶତ ପର୍ଯ୍ୟନ୍ତ ସୁଧ ଆଦାୟ କରୁଛି । ଯେତେବେଳେ କି ଏନବୀଏସଫସୀ ବଜାଜ ଫିନସର୍ଵ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟକ୍ତିଗତ ଋଣ ଉପରେ ପ୍ରାରମ୍ଭିକ ସୁଧ ହାର ବାର୍ଷିକ ୧୩ ପ୍ରତିଶତ ଲଗାଇଥାଏ ।

Leave a Reply

Your email address will not be published. Required fields are marked *