ସେଟରେ ରୋମାନ୍ସରେ ହଜିଯାଇଥିଲେ ଏହି କଳକରମାନେ ! କଟ୍ ପରେ ମଧ୍ୟ କରୁଥିଲେ ଲଗାତାର ଭାବେ…

ସେଟରେ ରୋମାନ୍ସରେ ହଜିଯାଇଥିଲେ ଏହି କଳକରମାନେ ! କଟ୍ ପରେ ମଧ୍ୟ କରୁଥିଲେ ଲଗାତାର ଭାବେ…

ବଲିଉଡ ଚଳଚ୍ଚିତ୍ରରେ ଅଭିନେତାମାନଙ୍କୁ ଅନେକ ଭିନ୍ନ ଭୂମିକାରେ ଅଭିନୟ କରିବାକୁ ପଡେ । ଏହି ଚରିତ୍ରମାନଙ୍କୁ ଜୀବନ୍ତ କରିବା ପାଇଁ ଅଭିନେତାମାନେ କଠିନ ପରିଶ୍ରମ କରିଥାନ୍ତି । ବେଳେବେଳେ ସେମାନେ ଅଭିନୟ ବେଳେ ନିଜ ଚରିତ୍ରରେ ଖୁବ୍ ବୁଡିଯାନ୍ତି । ସେମାନେ ତାଙ୍କ ଅଭିନୟରେ ଏତେ ହଜିଯାଇଥାନ୍ତି ଯେ ତାଙ୍କୁ ନିର୍ଦ୍ଦେଶକଙ୍କ କଟ୍ ମଧ୍ୟ ଶୁଣାଯାଏନାହିଁ । ଆଜି ଆମେ ଆପଣଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିର କିଛି ଏପରି କଳାକାରମାନଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ସୁଟିଂ ସମୟରେ ନିର୍ଦ୍ଦେଶକଙ୍କୁ ଭୁଲି ଯାଇଥିଲେ ଏବଂ କଟ୍ ପରେ ବି ରୋମାନ୍ସ ଜାରିରଖିଥିଲେ । ଏହି ତାଲିକାରେ ଅନେକ ନାମ ଏପରି ଅଛି ଯାହା ଆପଣ କେବେ ଭାବି ମଧ୍ୟ ନଥିବେ ।

୧) ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ଏବଂ ସିଦ୍ଧାର୍ଥ ମଲହୋତ୍ରା

ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ଫିଲ୍ମ ‘ଏ ଜେଣ୍ଟିଲମ୍ୟାନ୍’ରେ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କୁ ଦେଖିବାକୁ ମିଳିଥିଲା । ଏହି ଚଳଚ୍ଚିତ୍ରରେ ଦୁହେଁ ଅନେକ ଅନ୍ତରଙ୍ଗ ଦୃଶ୍ୟର ସୁଟିଂ କରିଥିଲେ । ଏହି ଚଳଚ୍ଚିତ୍ରରେ ଉଭୟଙ୍କୁ ଗୋଟିଏ ଚୁମ୍ବନ ଦୃଶ୍ୟ କରିବାକୁ ପଡିଲା । ଏଥିରେ ଦୁହେଁ ପରସ୍ପର ମଧ୍ୟରେ ଏତେ ହଜି ଯାଇଥିଲେ ଯେ ନିର୍ଦ୍ଦେଶକଙ୍କ କଟ୍ ସତ୍ୱେ ସେମାନେ ପରସ୍ପରକୁ କିସ୍ କରୁଥିଲେ । ପରେ ଟିମ୍ ଦ୍ୱାରା ସେମାନଙ୍କୁ ରୋକା ଯାଇଥିଲା ।

୨) ରଣବୀର୍ କପୁର୍ ଏବଂ ଏଭଲିନ୍ ଶର୍ମା

ରଣବୀର୍ କପୁର୍ ଏବଂ ଏଭଲିନ୍ ଶର୍ମା ଫିଲ୍ମ ‘ୟେ ଜୱାନୀ ହୈ ଦେୱାନୀ’ରେ ଏକାଠି ନଜର ଆସିଥିଲେ । ଏଭଲିନ୍ ଏହି ଚଳଚ୍ଚିତ୍ରରେ ବହୁତ ଛୋଟ ଭୂମିକାରେ ଥିଲେ । ଏହି ଚଳଚ୍ଚିତ୍ରରେ ଏପରି ଏକ ଦୃଶ୍ୟ ଥିଲା ଯେଉଁଥିରେ ରଣବୀରଙ୍କୁ ଏଭଲିନଙ୍କ ପାଦରେ ଏକ ପତ୍ର ସହିତ ଘଷିବାର ଥିଲା । ଏହି ଦୃଶ୍ୟ ସମୟରେ ରଣବୀର୍ ନିଜ ଚରିତ୍ରରେ ଏତେ ହଜିଯାଇଥିଲେ ଯେ ନିର୍ଦ୍ଦେଶକଙ୍କ କଟ୍ ସତ୍ୱେ ମଧ୍ୟ ସେ ଏଭଲିନଙ୍କ ଠାରେ ପତ୍ର ଘଷି ଚାଲିଥିଲେ । ତେବେ ଏହି ଛୋଟ ଭୂମିକାରେ ମଧ୍ୟ ଏଭଲିନ୍ ଶର୍ମା ତାଙ୍କ ଅଭିନୟର ଜଲୱା ଦେଖାଇଦେଇଥିଲେ ।

୩) ଟାଇଗର୍ ଶ୍ରଫ୍ ଏବଂ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍

‘ଫ୍ଲାଇଙ୍ଗ ଜଟ୍’ ଚଳଚ୍ଚିତ୍ରରେ ଟାଇଗର୍ ଶ୍ରଫ୍ ଏବଂ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସ୍ ଏକାଠି ନଜର ଆସିଥିଲେ । ଏହି ଚଳଚ୍ଚିତ୍ର ସମୟରେ ଦୁହେଁ ଏକାଠି ଅନେକ ରୋମାଣ୍ଟିକ୍ ସିନ୍ କରିଥିଲେ । ଏହି ଚଳଚ୍ଚିତ୍ରର ଏକ ଦୃଶ୍ୟ ସମୟରେ ଟାଇଗର୍ ଏବଂ ଜ୍ୟାକଲିନ୍ ପରସ୍ପର ମଧ୍ୟରେ ଏତେ ହଜିଯାଇଥିଲେ ଯେ ନିର୍ଦ୍ଦେଶକଙ୍କ କଟ୍ ମଧ୍ୟ ଶୁଣି ପାରିନଥିଲେ । ସେଥିପାଇଁ ଦୁହେଁ ଦୀର୍ଘ ସମୟ ଧରି ପରସ୍ପରକୁ କିସ୍ କରିଚାଲିଥିଲେ । ଏହି ଫିଲ୍ମର ନିର୍ଦ୍ଦେଶକ ରେମୋ ଡି’ସୁଜା ଏକ ସାକ୍ଷାତକାରରେ ଏହା କହିଥିଲେ ।

୪) ମାଧୁରୀ ଦୀକ୍ଷିତ ଏବଂ ରଣଜିତ

ମାଧୁରୀ ଦୀକ୍ଷିତ ଏବଂ ରଣଜିତଙ୍କ କାହାଣୀ ମଧ୍ୟ ଅତ୍ୟନ୍ତ ମଜାଦାର୍ । ଭିଲେନ୍ ଭୂମିକାରେ ଅଭିନୟ କରୁଥିବା ରଣଜିତ୍ ସିନରେ ଏତେ ହଜି ଯାଇଥିଲେ ଯେ ମାଧୁରୀ ସେଠାରେ ଡ଼ରିଯାଇଥିଲେ । ଫିଲ୍ମ ‘ପ୍ରେମ ପ୍ରତିଜ୍ଞା’ର ସୁଟିଂ ସମୟରେ ରଣଜିତ୍ ଏବଂ ମାଧୁରୀଙ୍କ ମଧ୍ୟରେ ଏକ ବଳାତ୍କାର ଦୃଶ୍ୟର ସୁଟିଂ ହେବାର ଥିଲା । ସୁଟିଂ ସମୟରେ ରଣଜିତ୍ ସିନରେ ଏତେ ବୁଡ଼ି ଯାଇଥିଲେ ଯେ ମାଧୁରୀ ତାଙ୍କୁ ନିଜଠାରୁ ଦୁରେଇ ରହିବାକୁ କହିଥିଲେ । ଏହି ଦୃଶ୍ୟପରେ ସେଟରେ ପରିସ୍ଥିତି ବିଗିଡିଯାଇଥିଲା ।

୫) ବିନୋଦ୍ ଖାନ୍ନା ଏବଂ ଡିମ୍ପଲ୍ କାପାଡିଆ

ବିନୋଦ୍ ଖାନ୍ନା ଏବଂ ଡିମ୍ପଲ୍ କାପାଡିଆଙ୍କ ମଧ୍ୟରେ ମଧ୍ୟ କିଛି ଏହିପରି ଘଟିଥିଲା । ଏକ ଚଳଚ୍ଚିତ୍ରରେ ରୋମାଣ୍ଟିକ୍ ଦୃଶ୍ୟ ସମୟରେ ଅଭିନେତା ବିନୋଦ୍ ଖାନ୍ନାଙ୍କୁ ଅଭିନେତ୍ରୀ ଡିମ୍ପଲ୍ କାପାଡିଆଙ୍କୁ ଚୁମ୍ବନ ଦେବାକୁ ପଡିଲା । ସେଟ୍ ଆରମ୍ଭ ହେବା ମାତ୍ରେ ଦୁହିଁଙ୍କ ମଧ୍ୟରେ ଚୁମ୍ବନ ଦୃଶ୍ୟ ସୁଟିଂ କରାଯାଇଥିଲା । କିନ୍ତୁ ନିର୍ଦ୍ଦେଶକଙ୍କ କଟ୍ ପରେ ମଧ୍ୟ ବିନୋଦ୍ ଅଟକି ନଥିଲେ ଏବଂ ଦୀର୍ଘ ସମୟ ଧରି ଡିମ୍ପଲଙ୍କୁ କିସ୍ କରିଥିଲେ ।

Leave a Reply

Your email address will not be published. Required fields are marked *