ଏମାନେ ହେଉଛନ୍ତି ଦୁନିଆର ଟୋପ୍ ୫ ଜଣ ସବୁଠାରୁ ସୁନ୍ଦରୀ ମହିଳା କ୍ରିକେଟର । ବିରାଟ ଏବଂ ଜାଡେଜାଙ୍କୁ କରି ସାରିଛନ୍ତି ପ୍ରପୋଜ୍ !

କିଛି ଦିନ ପୂର୍ବରୁ ଇଂଲଣ୍ଡରେ “ମହିଳା କ୍ରିକେଟ୍ ବିଶ୍ଵ କପ”ର ଆୟୋଜନ ହୋଇଥିଲା । ଇଂଲଣ୍ଡରେ ହୋଇଥିବା ଏହି ମହିଳା କ୍ରିକେଟ ବିଶ୍ୱକପ ସମୟରେ କ୍ରିକେଟର ଚର୍ଚ୍ଚା ହୋଇଥିଲା । ତା’ସହିତ ମହିଳା କ୍ରିକେଟରଙ୍କ ସୁନ୍ଦରତା ମଧ୍ୟ ଚର୍ଚ୍ଚାରେ ରହିଥିଲା । ଏପରି ଗୋଟିଏ ସମୟ ଥିଲା ଯେତେବେଳେ କ୍ରିକେଟ ଦୁନିଆରେ ପୁରୁଷଙ୍କ ପ୍ରଶଂସା ହେଉଥିଲା କିନ୍ତୁ ଇଂଲଣ୍ଡରେ ହୋଇଥିବା ଏହି ମହିଳା କ୍ରିକେଟ ବିଶ୍ୱକପ ଦ୍ୱାରା ମହିଳା ମାନେ ନିଜର ପ୍ରତିଭାଶାଳୀ ପ୍ରଦଶନ କରି ସମସ୍ତଙ୍କୁ ଚକିତ କରି ଦେଇଥିଲେ । ବିଶ୍ୱକପ ଜରିଆରେ ମହିଳା ମାନେ ନିଜର କ୍ଷମତା ଦେଖାଇଥିଲେ ଏବଂ ଏହା ପ୍ରମାଣିତ କରି ଦେଇଥିଲେ ଯେ ସେମାନେ କୌଣସି ମାମଲାରେ ପୁରୁଷଙ୍କ ଠାରୁ କମ୍ ନୁହନ୍ତି । କିନ୍ତୁ, ଆଜି ଆମେ ଏହି ମହିଳା କ୍ରିକେଟରଙ୍କ ପ୍ରତିଭା ଏବଂ କ୍ଷମତା ବିଷୟରେ ନୁହେଁ ବରଂ ତାଙ୍କର ସୌନ୍ଦର୍ଯ୍ୟ ବିଷୟରେ କହିବୁ । ଆଜି ଆମେ ଆପଣଙ୍କୁ କିଛି ଏହିପରି ସୁନ୍ଦର ମହିଳା କ୍ରିକେଟରଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ସୌନ୍ଦର୍ଯ୍ୟ ମାମଲାରେ କାହା ଠାରୁ ମଧ୍ୟ କମ୍ ନୁହନ୍ତି ।

ଲୋରା ମାର୍ସ :-

newstrend

ଲୋରା ଏଲେକସେଣ୍ଡ୍ରା ମାର୍ସ ଇଂଲଣ୍ଡର ଖେଳାଳୀ ଅଟନ୍ତି । ଲୋରା ୧୧ବର୍ଷ ବୟସରେ କ୍ରିକେଟ ଖେଳି ଆସୁଛନ୍ତି । ଲୋରା ଅଫ ଜଣେ ସ୍ପିନର ଏବଂ ସେ ଏହି ଖେଳରେ ଏତେ ମାହିର ଯେ ପ୍ରଖ୍ୟାତ କ୍ରିକେଟରଙ୍କୁ ମଧ୍ୟ ହରାଇ ପାରନ୍ତି । ଆପଣଙ୍କୁ କହି ରଖୁଛୁ ଯେ ଲୋରା ୨୦୦୬ ମସିହାରେ ଭାରତ ବିପକ୍ଷରେ ନିଜର ଟେଷ୍ଟ ଡେବ୍ୟୁ କରିଥିଲେ ।

ଏଲିସେ ପେରୀ :-

newstrend

ଏଲିସେ ଏଲେକସେଣ୍ଡ୍ରା ପେରୀ ଅଷ୍ଟ୍ରେଲିଆ ପକ୍ଷରୁ ଖେଳନ୍ତି । ଯେତିକି ଚର୍ଚ୍ଚା ତାଙ୍କ ଖେଳର ହୋଇଥାଏ ସେତିକି ତାଙ୍କ ସୌନ୍ଦର୍ଯ୍ୟର ମଧ୍ୟ । ପେରୀ ୧୬ ବର୍ଷ ବୟସରେ କ୍ରିକେଟ ସହିତ ଫୁଟବଲ ମଧ୍ୟ ଖେଳୁଥିଲେ । ପେରୀ ଅଷ୍ଟ୍ରେଲିଆ ତରଫରୁ ଫୁଟବଲ ଏବଂ କ୍ରିକେଟ ଉଭୟରେ ଇଣ୍ଟରନ୍ୟାସନଲ ସ୍ତରୀୟ ମ୍ୟାଚ୍ ଖେଳିଥିବା ପ୍ରଥମ ଖେଳାଳୀ ଅଟନ୍ତି ।

ମିତାଲୀ ରାଜ୍ :-

newstrend

ମିତାଲୀ ରାଜଙ୍କୁ କିଏ ବା ଜାଣିନାହିଁ । ସେ ଅନେକ ଦିନ ହେବ ଭାରତୀୟ ମହିଳା ଟିମ୍ ପାଇଁ ଖେଳି ଆସୁଛନ୍ତି ଏବଂ ଭାରତର କ୍ୟାପ୍ଟେନ୍ ମଧ୍ୟ ଅଟନ୍ତି । ମିତାଲୀ ମହିଳା ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ସବୁଠାରୁ ଅଧିକ ରନ୍ କରିଥିବା ପ୍ରଥମ କ୍ରିକେଟର ଅଟନ୍ତି । ତାଙ୍କ ପାଇଁ ହିଁ ଭାରତ ଏଥର ଫାଇନାଲରେ ପହଂଚି ଥିଲା ।

ସାରା ଜେନ୍ ଟେଲର :-

newstrend

ସାରାଙ୍କ ସୌନ୍ଦର୍ଯ୍ୟର ଚର୍ଚ୍ଚା ତାଙ୍କ ଖେଳରେ ଅଧିକ ହୋଇଥାଏ । ସାରା ଇଂଲଣ୍ଡ ପାଇଁ ଖେଳନ୍ତି । କିଛି ଦିନ ପୂର୍ବେ ସାରା ଇଂଲଣ୍ଡରେ ହୋଇଥିବା ବିଶ୍ୱକପ ସମୟରେ ହିଁ ସାରା ଙ୍କର ସୌନ୍ଦର୍ଯ୍ୟର ଚର୍ଚ୍ଚା ହୋଇଥିଲା । ୨୦୦୮ରେ ଅଷ୍ଟ୍ରେଲିଆ ବିପକ୍ଷରେ ଡେବ୍ୟୁ କରିଥିବା ସାରା ୨୦୦୯ ରେ ୧୨୦ ରନ୍ କରିଥିଲେ ।

ହୋଲି ଫର୍ଲିଗ୍ :-

ହୋଲି ଫର୍ଲିଗ୍ ଅଷ୍ଟ୍ରେଲିଆ ପାଇଁ ଖେଳନ୍ତି । ହୋଲି ଫର୍ଲିଗ୍ ୨୦୧୩ ରେ ଅଷ୍ଟ୍ରେଲିଆର ମହିଳା ଟିମ୍ ତରଫରୁ ନିଜର ପ୍ରଥମ ଡେବ୍ୟୁ ମ୍ୟାଚ୍ ଖେଳିଥିଲେ । ହୋଲି ଫର୍ଲିଗଙ୍କ ଡାହାଣ ହାତର ମଧ୍ୟମ ଦ୍ରୁତ ଗତିର ବୋଲିଂ ରହିଛି । ୨୦୧୩ରେ ମହିଳା କ୍ରେକେଟ ବିଶ୍ୱକପ ସମୟରେ ହୋଲି ଫର୍ଲିଗ୍ ଖୁବ୍ ସୁନ୍ଦର ପ୍ରଦର୍ଶନ କରି ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ୧୦.୫୫ର ହାରାହାରିରେ ୯ଟି ୱିକେଟ୍ ନେଇଥିଲେ ଏବଂ ଟିମ୍ ପାଇଁ ଭଲ ପ୍ରଦର୍ଶନ କରିଥିଲେ ।

Be the first to comment

Leave a Reply

Your email address will not be published.


*