ଏମାନେ ହେଉଛନ୍ତି ୫ଜଣ ଭାରତୀୟ କ୍ରିକେଟରଙ୍କ ସୁନ୍ଦରୀ ଗାର୍ଲଫ୍ରେଣ୍ଡ ! କେହି ସଚିନ୍ ତ ଆଉ କିଏ ଶେଟ୍ଟୀଙ୍କ ଝିଅକୁ କରୁଛନ୍ତି ଡେଟ୍…

ଏମାନେ ହେଉଛନ୍ତି ୫ଜଣ ଭାରତୀୟ କ୍ରିକେଟରଙ୍କ ସୁନ୍ଦରୀ ଗାର୍ଲଫ୍ରେଣ୍ଡ ! କେହି ସଚିନ୍ ତ ଆଉ କିଏ ଶେଟ୍ଟୀଙ୍କ ଝିଅକୁ କରୁଛନ୍ତି ଡେଟ୍…

ଆଜିକାର ସମୟରେ ଏପରି କିଛି ଭାରତୀୟ କ୍ରିକେଟର୍ ଅଛନ୍ତି ଯାହାକୁ ଭାରତୀୟ ‘କ୍ରିକେଟ୍’ର ଭବିଷ୍ୟତ କୁହାଯାଉଛି । ଏହି କ୍ରିକେଟର୍ ନିଜ ଖେଳ ସହିତ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଚର୍ଚ୍ଚାରେ ରୁହନ୍ତି । ଆସନ୍ତୁ ଆଜି ଆମେ ଆପଣଙ୍କୁ ଭାରତର କିଛି ଯୁବ କ୍ରିକେଟରଙ୍କ ପ୍ରେମିକା ମାନଙ୍କ ବିଷୟରେ କହିବାକୁ ଯାଉଛୁ…

୧. ଶୁଭମନ୍ ଗିଲ୍

ଅନେକ ଥର ଏପରି ଖବର ମିଳିଛି ଯେ ସଲାମୀ କ୍ରିକେଟର୍ ଶୁଭମନ୍ ଗିଲ୍ କ୍ରିକେଟର୍ ମାନଙ୍କ ଭଗବାନ କୁହାଯାଉଥିବା ଦିଗଜ୍ଜ ସଚିନ୍ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କୁ ଡେଟ୍ କରୁଛନ୍ତି । ଅନ୍ତଃରାଷ୍ଟ୍ରୀୟ କ୍ରିକେଟରେ ଭାରତ ତରଫରୁ ପଦାର୍ପଣ କରିଥିବା ଶୁଭମନ୍ ଗିଲ୍ ଇଣ୍ଡିଆନ୍ ପ୍ରିମିୟର୍ ଲିଗରେ କୋଲକାତା ନାଇଟ୍ ରାଇଡରସ୍ ତରଫରୁ ଖେଳନ୍ତି ।

IPL ୨୦୨୦ ସମୟରେ ଦୁହିଁଙ୍କ ଅଫେୟାର୍ ଆରମ୍ଭ ହୋଇଥିଲା । ଏହି ସମୟରେ ସାରା କେକେଆର୍ ଓ ‘ମୁମ୍ବାଇ ଇଣ୍ଡିଆନ୍ସ’ର ମ୍ୟାଚ ସ୍କ୍ରିନ ଶଟ୍ ନିଜର ଅଧିକାରୀକ ଇଂଷ୍ଟାଗ୍ରାମ୍ ଆକାଉଣ୍ଟ ଷ୍ଟୋରୀରେ ସେୟାର୍ କରିଥିଲେ । ଫୋଟ ସଙ୍ଗେ ସଙ୍ଗେ ସାରା ଏକ ହାର୍ଟ ଇମୋଜି ମଧ୍ୟ ଦେଇଥିଲେ ।

୨. କେଏଲ୍ ରାହୁଲ୍

ଏହି ଖବର ମଧ୍ୟ ଗତ ଦୀର୍ଘ ସମୟରୁ ଚର୍ଚ୍ଚାର ବିଷୟ ପାଲଟିଛି ଯେ ଭାରତୀୟ କ୍ରିକେଟ୍ ଦଳର ସଲାମୀ ବ୍ୟାଟ୍ସ ମ୍ୟାନ୍ ଓ IPL ଦଳର ପଞ୍ଜାବ କିଗସର୍ କପ୍ତାନ୍ କେଏଲ୍ ରାହୁଲ୍ ବଲିଉଡ଼ର ଜଣାଶୁଣା ଅଭିନେତା ସୁନୀଲ୍ ଶେଟ୍ଟୀଙ୍କୁ ଡେଟ୍ କରୁଛନ୍ତି । ଦୁହେଁ ଅନେକ ଥର ଏକାଠି ନଜର ଆସିଛନ୍ତି ଓ ଦୁହିଁଙ୍କ ଫୋଟଗୁଡିକ ସୋସିଆଲ୍ ମିଡିଆରେ ମଧ୍ୟ ଭାଇରଲ୍ ହୁଏ ।

୧୮ ଏପ୍ରିଲ୍ ୨୦୨୦କୁ କେଏଲ୍ ରାହୁଲଙ୍କ ଜନ୍ମଦିନ ଅବସରରେ ଆଥିୟା ଦ୍ୱାରା ତାଙ୍କୁ ନିଜ ସୋସିଆଲ୍ ମିଡ଼ିଆ ଆକାଉଣ୍ଟରୁ ଏକ ଫୋଟ ମାଧ୍ୟମରେ ଅଭିନନ୍ଦନ ଜଣାଯାଇଥିଲା । ଫୋଟରେ ଦୁହେଁ ପରସ୍ପରର ଖୁବ୍ ନିକଟରେ ଥିଲେ । ଆଥିୟା ଫୋଟ ସେୟାର୍ କରି ଲେଖିଥିଲେ ଯେ, ‘ହେପି ବର୍ଥ ଡେ ମାଇ ପର୍ସନ୍ ।’ ଏହି କେପ୍ସନ୍ ଯୋଗୁଁ ସମସ୍ତଙ୍କ ଧ୍ୟାନ ଆକର୍ଷିତ ହୋଇଥିଲା ।

୩. ଋଷଭ୍ ପନ୍ତ

ଭାରତୀୟ କ୍ରିକେଟର୍ ଆଗାମୀ କଳାକାର ଋଷଭ୍ ପନ୍ତ ସୁନ୍ଦରୀ ଇଶା ନେଗିଙ୍କ ପ୍ରେମରେ ପାଗଳ ଅଛନ୍ତି । IPL ୨୦୨୧ରେ ‘ଦିଲ୍ଲୀ କେପିଟାଲସ୍’ର କପ୍ତାନୀ କରୁଥିବା ଋଷଭ୍ ପନ୍ତ ଦୁନିଆ ସମ୍ମୁଖରେ ନିଜ ଭଲପାଇବା ସ୍ୱୀକାର କରି ନେଇଛନ୍ତି । ୨୦୧୯ରେ ସେ ନିଜ ସମ୍ପର୍କକୁ ସାର୍ବଜନୀକ କରିଥିଲେ ।

ପନ୍ତ ୧୬ ଜାନୁଆରୀ ୨୦୧୯କୁ ଏକ ଫୋଟ ସେୟାର୍ କରିଥିଲେ, ଯେଉଁଥିରେ ସେ ଇଶାଙ୍କ ସହ ନଜର ଆସିଥିଲେ । ଋଷଭ କେପ୍ସନରେ ଲେଖିଥିଲେ ଯେ, ‘ମୁଁ କେବଳ ଆପଣଙ୍କୁ ଖୁସିରେ ରଖିବାକୁ ଚାହୁଁ । କାରଣ ଆପଣ ଖୁସିରେ ରହିଲେ ମୁଁ ମଧ୍ୟ ଖୁସିରେ ରହେ ।’ ସେପଟେ ଇଶା ଏହାର ଉତ୍ତର ଦେଇ ଲେଖିଛନ୍ତି ଯେ, ‘ମୋର ବ୍ୟକ୍ତି, ମୋର ଆତ୍ମା, ମୋର ସବୁଠାରୁ ଭଲ ବନ୍ଧୁ, ମୋ ଜୀବନର ଭଲପାଇବା, ଋଷଭ୍ ପନ୍ତ ।

୪. ପୃଥ୍ବୀ ଶା

ପୃଥ୍ବୀ ଶା ଭାରତୀୟ କ୍ରିକେଟ୍ ଦଳ ପାଇଁ ପଦାର୍ପଣ କରି ସାରିଛନ୍ତି, ଯେବେକି IPLରେ ସେ ‘ଦିଲ୍ଲୀ କେପିଟାଲସ୍’ର ଅଂଶ ବିଶେଷ ଅଟନ୍ତି ଓ ସେ ଆରମ୍ଭରେ ବ୍ୟାଟିଂ କରନ୍ତି । ୨୧ ବର୍ଷୀୟ ପୃଥ୍ବୀ ଶା ନିଜର ଉତ୍ତମ ଖେଳ ପାଇଁ ଜଣାଶୁଣା ।

ଅନେକଗୁଡ଼ିଏ ମିଡ଼ିଆ ରିପୋର୍ଟରେ ଏହାର ଦାବି କରାଯାଇଛି ଯେ, ପୃଥ୍ବୀ ଟିଭି ଅଭିନେତ୍ରୀ ପ୍ରାଚୀ ସିଂହଙ୍କୁ ଡେଟ୍ କରୁଛନ୍ତି । ପ୍ରାଚୀ IPL ୨୦୨୦ ସମୟରେ ନିଜ ଇଂଷ୍ଟାଗ୍ରାମ୍ ଷ୍ଟୋରୀରେ ଏକ ପୋଷ୍ଟ ସେୟାର୍ କରି ନିଜ ଓ ପୃଥ୍ବୀଙ୍କ ଅଫେୟାର୍ ବିଷୟରେ ଜଣାଇଥିଲେ । ପୋଷ୍ଟରେ ପୃଥ୍ବୀ ଶାଙ୍କୁ ‘ମ୍ୟାନ୍ ଅଫ୍ ଦ ମ୍ୟାଚ୍’ ଦେଖାଯାଇଥିଲା । ଜଣାଇଦେଉଛୁ ଯେ, ପ୍ରାଚୀ ଟିଭି ଧାରାବାହିକ ‘ଉଡାନ୍’ରେ ମଧ୍ୟ ନଜର ଆସିଥିଲେ ।

୫. ଇଶାନ୍ କିଶନ୍

ନିକଟରେ ଯେତେବେଳେ ଭାରତୀୟ କ୍ରିକେଟ୍ ଦଳ ଇଂଲଣ୍ଡ ବିରୁଦ୍ଧରେ ଟି-୨୦ ସିରିଜ୍ ଖେଳୁଥିଲା, ସେତେବେଳେ ଇଶାନ୍ କିଶନ୍ ନିଜର ଡେବ୍ୟୁ କରିଥିଲେ । ସେପଟେ IPLରେ କିଶନ୍ ମୁମ୍ବାଇ ଇଣ୍ଡିଆନ୍ସର ଅଂଶବିଶେଷ ଥିଲେ । ସେ ମୁମ୍ବାଇ ପାଇଁ ମଧ୍ୟକ୍ରମରେ ବ୍ୟାଟିଂ କରନ୍ତି । ବ୍ୟାଟିଂ ସଙ୍ଗେ ସଙ୍ଗେ ସେ ବିକେଟ୍ କିପିଙ୍ଗ ମଧ୍ୟ କରନ୍ତି ।

ଇଶାନଙ୍କ ନାମ ମଡେଲ୍ ଆଦିତି ହୁଣ୍ଡିଆଙ୍କ ସହ ଜଡ଼ିତ ହୋଇଛି । ଅଧିକାଂଶ ସମୟରେ ସୋସିଆଲ୍ ମିଡିଆରେ ଇଶାନ୍ ଓ ଆଦିତିଙ୍କ ସହିତ ଫୋଟ ଦେଖାଯାଏ । IPL ୨୦୨୦ରେ ଯେତେବେଳେ ଇଶାନ୍ ୫୮ ବଲରେ ୯୯ ରନ୍ ସଂଗ୍ରହ କରିଥିଲେ, ସେତେବେଳେ ଆଦିତି ନିଜ ଇଂଷ୍ଟା ଷ୍ଟୋରୀରେ ଏକ ଫୋଟ ସେୟାର୍ କରିଥିଲେ ଏବଂ ସେଥିରେ ଲେଖାଯାଇଥିଲା, ‘ମୁଁ ଆପଣଙ୍କ ପାଇଁ ଗର୍ବିତ ଅନୁଭବ କରୁଛି ବେବି ।’

Leave a Reply

Your email address will not be published. Required fields are marked *