ଏହା ହେଉଛି ଭାରତର ୩ଟି ସବୁଠାରୁ ମହଙ୍ଗା ବିବାହ ! ନମ୍ବର ୨ ବିବାହରେ ହୋଇଛି ସବୁଠାରୁ ଅଧିକ ଖର୍ଚ୍ଚ, ଖର୍ଚ୍ଚର ପରିମାଣ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଏହା ହେଉଛି ଭାରତର ୩ଟି ସବୁଠାରୁ ମହଙ୍ଗା ବିବାହ ! ନମ୍ବର ୨ ବିବାହରେ ହୋଇଛି ସବୁଠାରୁ ଅଧିକ ଖର୍ଚ୍ଚ, ଖର୍ଚ୍ଚର ପରିମାଣ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ବିବାହ ଏପରି ଏକ ମୁହୂର୍ତ୍ତ ଅଟେ ଯାହାକୁ ପ୍ରାୟ ସମସ୍ତେ ନିଜ ଜୀବନରେ ଅପେକ୍ଷା କରି ରହିଥାନ୍ତି । ପ୍ରତ୍ୟେକ ମନୁଷ୍ୟ ନିଜ ଜୀବନର ଏହି ସୁନ୍ଦର ଏବଂ ସ୍ମରଣୀୟ ସମୟକୁ ବ୍ୟଗ୍ରତାର ସହିତ ଅପେକ୍ଷା କରିଥାନ୍ତି । ସମସ୍ତ ପୁରୁଷ ଓ ମହିଳାଙ୍କ ଜୀବନରେ ବିବାହକୁ ଏକ ମହତ୍ୱପୂର୍ଣ୍ଣ ଅଂଶ ବୋଲି କୁହାଯାଇଛି । ନିଜ ବିବାହକୁ ନେଇ ପ୍ରତ୍ୟେକ ମନୁଷ୍ୟ ଅନେକ ପ୍ରକାରର ସ୍ୱପ୍ନ ମନରେ ସଜାଇଥାନ୍ତି । ମାତା ପିତା ମଧ୍ୟ ନିଜ ପିଲାଙ୍କ ବିବାହକୁ ସ୍ମରଣୀୟ କରିବା ପାଇଁ ନିଜ ତରଫରୁ କୌଣସି ଅଭାବ ରଖି ନଥାନ୍ତି । ସାଧାରଣ ମଣିଷଙ୍କ ବିବାହର ବଜେଟ ପୂର୍ବରୁ ହିଁ ସ୍ଥିରକୃତ କରି ଚଲାଯାଇଥାଏ, କିନ୍ତୁ ଆମେ ଯଦି ସେଲିବ୍ରିଟି ଏବଂ ବ୍ୟବସାୟୀଙ୍କ ବିଷୟରେ କହିବୁ, ତେବେ ତାଙ୍କ ପାଖରେ ଟଙ୍କା ପଇସାର କୌଣସି ଅଭାବ ନଥାଏ । ତାଙ୍କ ପାଖରେ ଅଧିକ ଟଙ୍କା ଥିବା କାରଣରୁ ବିବାହ କିମ୍ବା ଅନ୍ୟ ଉତ୍ସବରେ ମଧ୍ୟ ଟଙ୍କାକୁ ପାଣି ଭଳି ବୁହାଇ ଦିଅନ୍ତି । ଆଜି ଆମେ ଆପଣଙ୍କୁ ଭାରତର ଏପରି କିଛି ବିବାହ ବିଷୟରେ କହିବୁ ଯାହା ସବୁଠାରୁ ଅଧିକ ଖର୍ଚ୍ଚ କରାଯାଇଥିବା ବିବାହ ଅଟେ । ସେହିସବୁ ବିବାହରେ କୋଟି କୋଟି ଟଙ୍କାର ଖର୍ଚ୍ଚ କରାଯାଇଥିଲା ଏବଂ ଏହି କାରଣରୁ ଏସବୁ ବିବାହ ଗୁଡ଼ିକ ଚର୍ଚ୍ଚାକୁ ଆସିଥିଲା ।

୧) ଶିଳ୍ପା ଶେଟ୍ଟୀ ଏବଂ ରାଜ କୁନ୍ଦ୍ରାଙ୍କ ବିବାହ :-

Google

ବୋଲିଉଡ଼ର ସବୁଠାରୁ ପ୍ରସିଦ୍ଧ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କୁ କିଏ ବା ଜାଣିନାହିଁ । ଶିଳ୍ପା ଶେଟ୍ଟୀ ନଭେମ୍ବର ୨୨, ୨୦୦୯ରେ ରାଜ କୁନ୍ଦ୍ରାଙ୍କୁ ବିବାହ କରିଥିଲେ । ରାଜ କୁନ୍ଦ୍ରା ଜଣେ ସଫଳ ଏବଂ ଧନୀ ବ୍ୟବସାୟୀ ଥିଲେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ୨୦୦୪ରେ ରାଜ କୁନ୍ଦ୍ରାଙ୍କୁ ବ୍ରିଟେନର ୧୯୮ ଜଣ ସବୁଠାରୁ ଧନୀ ଲୋକଙ୍କ ସୂଚୀରେ ସ୍ଥାନ ମିଳିଥିଲା । ଶିଳ୍ପା ଶେଟ୍ଟୀ ଏବଂ ରାଜ କୁନ୍ଦ୍ରାଙ୍କ ବିବାହ ଚର୍ଚ୍ଚାକୁ ଆସିଥିଲା । ଏହି ଦୁହିଁଙ୍କ ବିବାହରେ ପାଣି ଭଳି ଟଙ୍କା ଖର୍ଚ୍ଚ ହୋଇଥିଲା, ଯେଉଁଥିପାଇଁ ଉଭୟ ବିବାହକୁ ବଲିଉଡର ସବୁଠୁ ଦାମୀ ବିବାହରେ ଅନ୍ତର୍ଭୁକ୍ତ କରାଯାଇଛି । ଖବର ଅନୁସାରେ, ଏପରି କୁହାଯାଏ ଯେ ଅଧିକାଂଶ ଅର୍ଥ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ହୀରା ଏବଂ ନୀଳମ ଅଳଙ୍କାରରେ ଖର୍ଚ୍ଚ ହୋଇଥିଲା । ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ନିର୍ବନ୍ଧ ମୁଦି ୫ କୋଟି ଟଙ୍କାର ଥିଲା । ଯଦି ଆମେ ତାଙ୍କ ବିବାହର ମୋଟ ଖର୍ଚ୍ଚ ଦେଖିବା ତେବେ ତାହା ପାଖାପାଖି ୫୦ କୋଟି ଟଙ୍କା ହୋଇଯିବ ।

୨) ସହାରା ଇଣ୍ଡିଆ ଗ୍ରୁପର ମାଲିକ ସୁବ୍ରତ ରାୟଙ୍କ ଦୁଇ ପୁଅଙ୍କ ବିବାହ :-

Google

ଭାରତର ସବୁଠାରୁ ମହଙ୍ଗା ବିବାହର ସୂଚୀରେ ଦ୍ଵିତୀୟ ନମ୍ବରରେ ସହାରା ଇଣ୍ଡିଆ ଗ୍ରୁପର ମାଲିକ ସୁବ୍ରତ ରାୟଙ୍କ ଦୁଇ ପୁଅ ଅଛନ୍ତି । ସେମାନଙ୍କ ନାମ ସିମେଣ୍ଟୋ ରାୟ ଏବଂ ସୁଶାନ୍ତୋ ରାୟ ଅଟେ । ତାଙ୍କ ବିବାହରେ ବଡ଼ ବଡ଼ ଅଭିନେତାଙ୍କ ସହିତ ରାଜନେତା ମଧ୍ୟ ସାମିଲ ହୋଇଥିଲେ । ଏମିତିକି କ୍ରିକେଟ ଏବଂ ଖେଳ ଜଗତ ସହିତ ଜଡ଼ିତ ଲୋକମାନେ ମଧ୍ୟ ତାଙ୍କ ବିବାହରେ ଉପସ୍ଥିତ ଥିଲେ । ସୁବ୍ରତ ରାୟଙ୍କ ଦୁଇ ପୁଅଙ୍କ ବିବାହରେ ସବୁଠାରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲା । ଏହା ସବୁଠାରୁ ଅଧିକ ଖର୍ଚ୍ଚ ହୋଇଥିବା ବିବାହ ମାନଙ୍କରୁ ଗୋଟିଏ । ଦୁଇ ପୁଅଙ୍କ ବିବାହ ୨୦୦୪ରେ ଗୋଟିଏ ମଣ୍ଡପରେ ହୋଇଥିଲା ଏବଂ ତାଙ୍କ ବିବାହରେ ମୋଟ ୫୫୨ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ।

୩) ମଲ୍ଲିକା ଏବଂ ସିଦ୍ଧାର୍ଥ ରେଡ୍ଡୀଙ୍କ ବିବାହ :-

Google

ମଲ୍ଲିକା ରେଡ୍ଡୀ ଜୀବୀକେ ଗ୍ରୁପର ମାଲିକ କୃଷ୍ଣ ରେଡ୍ଡୀଙ୍କ ନାତୁଣୀ ଅଟନ୍ତି ଏବଂ ୨୦୧୧ ଜୁନ ମାସରେ ଇନ୍ଦୁ ସମୂହର ମାଲିକ ଇନ୍ଦୁରୀ ଶ୍ୟାମ ପ୍ରସାଦ ରେଡ୍ଡୀଙ୍କ ପୁଅ ସିଦ୍ଧାର୍ଥ ରେଡ୍ଡୀଙ୍କ ସହିତ ତାଙ୍କର ବିବାହ ହୋଇଥିଲା । ସେମାନଙ୍କ ବିବାହରେ ମଧ୍ୟ ପ୍ରଚୁର ଟଙ୍କା ଖର୍ଚ୍ଚ ହୋଇଥିଲା ଓ ଏହି ବିବାହ ସମାରୋହରେ ୫୦୦୦ ଲୋକ ଉପସ୍ଥିତ ଥିଲେ । ମଲ୍ଲିକା ରେଡ୍ଡୀ ଏବଂ ସିଦ୍ଧାର୍ଥ ରେଡ୍ଡୀଙ୍କ ବିବାହ ହାଇଦ୍ରାବାଦରେ ହୋଇଥିଲା ଏବଂ ତାଙ୍କ ବିବାହରେ ମୋଟ ୧୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ବୋଲି କୁହାଯାଏ ।

Leave a Reply

Your email address will not be published. Required fields are marked *