ଏମାନେ ହେଉଛନ୍ତି ଟିଭିର ସେହି ୧୦ ଜଣ ଅଭିନେତ୍ରୀ, ଯେଉଁ ମାନଙ୍କର ପ୍ରଥମ ବିବାହ ଅସଫଳ ହୋଇଥିଲା ଏବଂ ସେମାନେ ଦ୍ଵିତୀୟ ବିବାହ କରିଥିଲେ

ଏମାନେ ହେଉଛନ୍ତି ଟିଭିର ସେହି ୧୦ ଜଣ ଅଭିନେତ୍ରୀ, ଯେଉଁ ମାନଙ୍କର ପ୍ରଥମ ବିବାହ ଅସଫଳ ହୋଇଥିଲା ଏବଂ ସେମାନେ ଦ୍ଵିତୀୟ ବିବାହ କରିଥିଲେ

ଫିଲ୍ମ ଏବଂ ଟିଭି ଇଣ୍ଡଷ୍ଟ୍ରିରେ ଯୋଡ଼ି ତିଆରି ମଧ୍ୟ ହୋଇଥାଏ ଏବଂ ବିଗିଡ଼ି ମଧ୍ୟ ଯାଇଥାଏ । ପ୍ରାୟ ଏହି ଟିଭି ଜଗତରେ କାହାରି ବିବାହ ଅନ୍ୟ କାହାରି ବ୍ରେକଅପର ଖବର ଆସିଥାଏ । ଆଜି ଆମେ ଆପଣଙ୍କୁ ଏପରି ୧୦ ଜଣ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନଙ୍କର ପ୍ରଥମ ବିବାହ ସଫଳ ନହେବା କାରଣରୁ ଛାଡ଼ପତ୍ର ହୋଇଥିଲା ଏବଂ ଦ୍ୱିତୀୟ ବିବାହ ହୋଇଥିଲା ।

୧ . ଜେନିଫର ୱିଙ୍ଗେଟ୍

google

ଜେନିଫର ୨୦୧୨ରେ କରନ୍ ସଂହ ଗ୍ରୋବରଙ୍କୁ ବିବାହ କରିଥିଲେ । ଜେନିଫର ଏବଂ କରନ୍ ସିଂହ ଗ୍ରୋବର ‘ ଦିଲ୍ ମିଲ୍ ଗୟେ ‘ ସେଟରୁ ପରସ୍ପରର ନିକଟତର ହୋଇଥିଲେ । ‘ କସୌଟି ଜିନ୍ଦେଗି କୀ ‘ରେ ମଧ୍ୟ ଦୁହେଁ ସାଥୀରେ କାମ କରିଥିଲେ । କରନ୍ ସିଂହ ଗ୍ରୋବର ଜେନିଫରଙ୍କ ପୂର୍ବରୁ ଶ୍ରଦ୍ଧା ନିଗମଙ୍କୁ ବିବାହ କରିଥିଲେ କିନ୍ତୁ ଜେନିଫରଙ୍କୁ ବିବାହ କରିବା ପୂର୍ବରୁ ଶ୍ରଦ୍ଧାଙ୍କୁ ଛାଡ଼ପତ୍ର ଦେଇ ଥିଲେ । କିନ୍ତୁ ତାଙ୍କର ଏହି ଦ୍ଵିତୀୟ ବିବାହ ଅଧିକ ଦିନ ପର୍ଯ୍ୟନ୍ତ ରହି ନଥିଲା । ଏହାପରେ କରଣ ବିପଶା ବସୁଙ୍କୁ ବିବାହ କରିଥିଲେ ।

୨ . ମାନିନୀ ଡେ :-

google

ମାନିନୀ ଡେ ‘ ସଂଜୀବନି ‘ର ଅଭିନେତା ମିହିରଙ୍କୁ ୨୦୦୪ରେ ବିବାହ କରିଥିଲେ କିନ୍ତୁ ଏବେ ଦୁହେଁ ଅଲଗା ହୋଇ ଯାଇଛନ୍ତି । ମାନିନୀ ଡେଙ୍କର ୧୬ ବର୍ଷର ଏହି ବିବାହ ବନ୍ଧନ ଭାଂଗିବା ପଛରେ କାରଣ କଣ ଥିଲା ତାହା ବର୍ତ୍ତମାନ ମଧ୍ୟ କାହାକୁ ଜଣା ନାହିଁ । ମାନିନୀ ଡେଙ୍କ କହିବା କଥା ଯେ ଏହା ତାଙ୍କର ବ୍ୟକ୍ତିଗତ କଥା ଯାହାକୁ ସେ କାହାରି ଆଗରେ ପ୍ରକାଶ କରିବାକୁ ଚାହାନ୍ତି ନାହିଁ ।

୩ . ଅର୍ଚନା ପୂରଣ ସିଂହ :-

google

ନିଜର ହସ ଦ୍ଵାରା ସମସ୍ତଙ୍କ ହୃଦୟକୁ କିଣି ନେଉଥିବା ଅର୍ଚନା ପୂରଣ ସିଂହଙ୍କ ପ୍ରଥମ ବିବାହ ଅସଫଳ ହୋଇଥିଲା । ଯେଉଁ କାରଣରୁ ସେ ଦ୍ଵିତୀୟ ବିବାହ କରିଥିଲେ । ୧୯୯୨ରେ ସେ ପରମୀତ ସେଟ୍ଟିଙ୍କୁ ଦ୍ୱିତୀୟ ବିବାହ କରିଥିଲେ ଏବଂ ତାଙ୍କର ଦୁଇ ସନ୍ତାନ ମଧ୍ୟ ଅଛନ୍ତି । ଅର୍ଚନା ପୂରଣ ସିଂହ ନିଜର ଅଭିନୟ କ୍ୟାରିଅର ମଧ୍ୟରେ ଅନେକ ଫିଲ୍ମରେ କାମ କରିଛନ୍ତି ଯେପରି ଲୋଭ ଷ୍ଟୋରୀ ୨୦୫୦, ମୋହବତେ, କୃଷ, କୁଛ କୁଛ ହୋତା ହେ, ମସ୍ତି ଏବଂ ବୋଲ୍ ବଚ୍ଚନ ।

୪ . ରଶ୍ମୀ ଦେଶାଇ :-

google

‘ ଉତରନ୍ ‘ ଫେମ୍ ରଶ୍ମୀ ଦେଶାଇ ନିଜର କୋ ଷ୍ଟାର ନନ୍ଦିଶ ସିଂହ ସନ୍ଧୁଙ୍କୁ ୨୦୧୨ ମସିହାରେ ବିବାହ କରିଥିଲେ କିନ୍ତୁ ୨ ବର୍ଷ ପରେ ଦୁହେଁ ଅଲଗା ହୋଇ ଯାଇଥିଲେ । ନନ୍ଦିଶଙ୍କର ଅନେକ ଝିଅଙ୍କ ସହିତ ସମ୍ପର୍କ ଥିବାରୁ ତାଙ୍କର ସମ୍ପର୍କ ଭାଙ୍ଗି ଯାଇଥିଲା ଏବଂ ନନ୍ଦିଶ ମଧ୍ୟ ରଶ୍ମୀଙ୍କର ଅଭର ସେଂସିଟିଭ ଗୁଣ ପାଇଁ ବିରକ୍ତ ଥିଲେ । ନିକଟରେ ରଶ୍ମୀ ଦେଶାଇ ବିଗ୍ ବୋସ୍ ୧୩ରେ ନଜର ଆସିଥିଲେ ।

୫ . ଜୂହି ପରମାର :-

google

‘ କୁମ୍ କୁମ୍ ‘ ସିରିଏଲ ଅଭିନେତ୍ରୀ ଜୂହି ପରମାରଙ୍କୁ ଆପଣ ମାନେ ଜାଣିଥିବେ । ତାଙ୍କର ପ୍ରଥମ ବିବାହ ମଧ୍ୟ ଅସଫଳ ରହିଥିଲା । ତାଙ୍କୁ ୨୦୦୯ରେ ଟିଭି ଅଭିନେତା ସଚୀନ ଶ୍ରୋଫ ବିବାହ କରିଥିଲେ କିନ୍ତୁ ୨୦୧୮ରେ ଦୁହିଁଙ୍କ ମଧ୍ୟରେ ଛାଡ଼ପତ୍ର ହୋଇ ଯାଇଥିଲା । ଏହି ଦମ୍ପତ୍ତିଙ୍କର ଏକ ଝିଅ ମଧ୍ୟ ଅଛି ଯାହାର ନାମ ସମାୟରା ଅଟେ । ସ୍ଵାମୀ ସଚୀନ ଶ୍ରୋଫଙ୍କ ଠାରୁ ଅଲଗା ହେବା ପରେ ସେ ନିଜ ଝିଅକୁ ଏକୁଟିଆ ପାଳିଛନ୍ତି ।

୬ . ରେଣୁକା ଶୋହଣେ :-

google

ବଲିଉଡ଼ ଅଭିନେତ୍ରୀ ରେଣୁକା ଶୋହଣେଙ୍କୁ ସଲମାନ ଖାନଙ୍କ ଫିଲ୍ମ ‘ ହମ୍ ଆପକେ ହେ କୌନ୍ ‘ ଖୁବ୍ ଲୋକପ୍ରିୟତା ମିଳିଥିଲା । ରେଣୁକା ମରାଠୀ ଥିଏଟରର ଲେଖକ ନିର୍ଦ୍ଦେଶକ ବିଜୟ କେନକରେଙ୍କୁ ବିବାହ କରିଥିଲେ କିନ୍ତୁ ବିବାହ ପରେ ଦୁହିଁଙ୍କର ଛାଡ଼ପତ୍ର ହୋଇଥିଲା । ଏହାପରେ ରେଣୁକା ଶୋହଣେ ବଲିଉଡ଼ ଅଭିନେତା ଆଶୁତୋଷ ରାଣାଙ୍କୁ ବିବାହ କରିଥିଲେ । ଦୁହିଁଙ୍କ ସାକ୍ଷାତ ନିର୍ଦ୍ଦେଶକ ହଂସଲ ମେହତାଙ୍କର ଏକ ଫିଲ୍ମ ଶୁଟିଂ ସମୟରେ ହୋଇଥିଲା ।

୭ . ଶ୍ଵେତା ତିୱାରୀ :-

google

ଶ୍ଵେତା ତିୱାରୀଙ୍କୁ ଆପଣ ଅନେକ ଟିଭି ସିରିଏଲରେ ଦେଖିଥିବେ । ସେ ଜଣେ ଖୁବ୍ ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି ଯିଏକି ୧୯୯୮ ମସିହାରେ ରାଜା ଚୌଧୁରୀଙ୍କୁ ବିବାହ କରିଥିଲେ କିନ୍ତୁ ୨୦୦୭ରେ ଦୁହିଁଙ୍କର ଛାଡ଼ପତ୍ର ହୋଇ ଯାଇଥିଲା । ତାଙ୍କର ପଲକ ତିୱାରୀ ନାମକ ଝିଅ ମଧ୍ୟ ଅଛି । ରାଜା ଚୌଧୁରୀଙ୍କ ସହିତ ଛାଡ଼ପତ୍ର ହେବାପରେ ଶ୍ଵେତା ତିୱାରୀ ଅଭିନବ କୋହଲୀଙ୍କୁ ବିବାହ କରିଥିଲେ କିନ୍ତୁ କିଛି ଦିନ ପରେ ଦୁହିଁଙ୍କ ମଧ୍ୟରେ ମନମାଳିନ୍ୟର ଖବର ଶୁଣା ଯାଇଥିଲା ।

୮ . ଗୌତମୀ କପୂର :-

google

ଗୌତମୀ କପୂର ଟିଭି ଦୁନିଆ ବ୍ୟତୀତ ଅନେକ ପ୍ରସିଦ୍ଧ ଫିଲ୍ମରେ ଅଭିନୟ କରି ସାରିଛନ୍ତି । ଗୌତମୀ କପୂର ଫୋଟଗ୍ରାଫର ମଧୁର ଶ୍ରୋଫଙ୍କୁ ବିବାହ କରିଥିଲେ କିନ୍ତୁ କିଛି ଦିନ ପରେ ୨୦୦୩ରେ ଗୌତମୀ କପୂର ରାମ କପୂରଙ୍କୁ ବିବାହ କରିଥିଲେ । ଦୁହିଁଙ୍କ ସାକ୍ଷାତ ଏକ ଟିଭି ଶୋ ‘ ଘର ଏକ ମନ୍ଦୀର ‘ରେ ହୋଇଥିଲା । ଦୁହିଁଙ୍କର ଏକ ପୁଅ ଏବଂ ଏକ ଝିଅ ମଧ୍ୟ ଅଛନ୍ତି ।

୯ . ଅଶ୍ୱିନୀ କଲେସକର :-

google

ଅଶ୍ୱିନୀ କଲେସକର ଅନକେ ଟିଭି ଧାରାବାହିକରେ କାମ କରିଛନ୍ତି । ଅଶ୍ୱିନୀ କଲେସକରଙ୍କ ପ୍ରଥମ ବିବାହ ୧୯୯୮ରେ ନିତେଶ ପାଣ୍ଡେୟ ଙ୍କ ସହିତ ହୋଇଥିଲା । କିନ୍ତୁ ତାଙ୍କ ସମ୍ପର୍କ ଅଧିକ ଦିନ ପର୍ଯ୍ୟନ୍ତ ରହି ନଥିଲା । ତାଙ୍କ ବିବାହର ୪ ବର୍ଷ ପରେ ଦୁହିଁଙ୍କ ମଧ୍ୟରେ ଛାଡ଼ପତ୍ର ହୋଇ ଯାଇଥିଲା । ସେ ଟିଭି କଳାକାର ମୁରଲୀ ଶର୍ମାଙ୍କୁ ଦ୍ଵିତୀୟ ବିବାହ କରିଥିଲେ ।

୧୦ . ରୀଙ୍କୁ ଧୱନ :-

google

୨୦୦୦ ମସିହାରେ ଷ୍ଟାର ପ୍ଲସ୍ ଚ୍ୟାନେଲରେ ପ୍ରସାରିତ ହେଉଥିବା ଶୋ ‘ କାହାନୀ ଘର୍ ଘର୍ କୀ ‘ର ଅଭିନେତ୍ରୀ ରୀଙ୍କୁ ଧୱନ ନିଜର କୋ ଷ୍ଟାର କିରନ୍ କରମାକରଙ୍କୁ ବିବାହ କରିଥିଲେ କିନ୍ତୁ ୨୦୧୯ରେ ଦୁହିଁଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିଲା । ଦୁହିଁଙ୍କ ମଧ୍ୟରେ କୌଣସି କାରଣରୁ ସହମତି ରହି ପାରିନଥିଲା । ଦୁହିଁଙ୍କ ମତ ଥିଲା ଯେ ପ୍ରତିଦିନ ଝଗଡ଼ା ଅପେକ୍ଷା ଛାଡ଼ପତ୍ର ନେଇଯିବା ଭଲ । ଦୁହିଁଙ୍କର ଏକ ସନ୍ତାନ ମଧ୍ୟ ଅଛି ।

Leave a Reply

Your email address will not be published. Required fields are marked *