ଏହା ଅଟେ ଭାରତ ପାଇଁ ଜରୁରୀ ଶିକ୍ଷା, ‘US’ର ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଠାରୁ ଜାଣନ୍ତୁ କରୋନା ଭାଇରସର ଦ୍ୱିତୀୟ ଲହରୀ ଠାରୁ କିପରି ମୁକ୍ତି ପାଇବା ?

ଏହା ଅଟେ ଭାରତ ପାଇଁ ଜରୁରୀ ଶିକ୍ଷା, ‘US’ର ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଠାରୁ ଜାଣନ୍ତୁ କରୋନା ଭାଇରସର ଦ୍ୱିତୀୟ ଲହରୀ ଠାରୁ କିପରି ମୁକ୍ତି ପାଇବା ?

‘କରୋନା ଭାଇରସ୍’ରୁ ସବୁଠାରୁ ଅଧିକ ପ୍ରଭାବିତ ଦେଶ ମଧ୍ୟରୁ ଆମେରିକା ମଧ୍ୟ ଏକ ଦେଶ ଅଟେ । ବର୍ତ୍ତମାନ ସୁଦ୍ଧା କରୋନାରୁ ୫.୮୬ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିସାରିଛି । ସେପଟେ ଆମେରିକାରେ କରୋନାର ଦ୍ୱିତୀୟ ଲହରୀରେ ଭାରୀ କ୍ଷତି ସହିବା ପରେ ପରିସ୍ଥିତି ଖୁବ୍ ତୀବ୍ର ଗତିରେ ସାମାନ୍ୟ ହେବାକୁ ଲାଗୁଛି । ଆମେରିକାରେ ସିଡ଼ିସି ଲୋକଙ୍କୁ ଖୋଲା ସ୍ଥାନରେ ମାସ୍କ ଲଗାଇବାକୁ ସୂଚନା ଦେଇଛନ୍ତି । ଏତିକିନୁହେଁ ଆମେରିକା ମଧ୍ୟ ନିଜର ସମସ୍ତ ନାଗରିକ ମାନଙ୍କ ପାଇଁ ଅନିବାର୍ଯ୍ୟ ଓ ମାଗଣା କରୋନା ପ୍ରତିଷେଧକ ଓ ସାର୍ବଜନୀକ ସ୍ଥାନରେ ‘ରେଣ୍ଡମ୍ ଟେଷ୍ଟିଙ୍ଗ’ର ସୁବିଧା ଆପଣେଇଛନ୍ତି । ଆପଣଙ୍କୁ ସୁଚାଇଦେଉଛୁ ଯେ ଆମେରିକା ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନଙ୍କ ଅନୁଯାୟୀ ଯଦି ଭାରତ ମଧ୍ୟ କରୋନା ଉପରେ କାବୁ ପାଇବାକୁ ଚାହଁନ୍ତି ତେବେ ତାକୁ ଏଭଳି ମଡେମ୍ ଆପଣେଇବା ଉଚିତ ।

ମିଡ଼ିଆ ରିପୋର୍ଟ ଅନୁଯାୟୀ ଆମେରିକା ଖୁବ୍ ଦ୍ରୁତ ଗତିରେ ନିଜ ଜନସଂଖ୍ୟାକୁ କରୋନା ପ୍ରତିଷେଧକ ଟୀକା ଦେବାର ରଣନୀତି ଆପଣେଇଲେ ଏବଂ ତିନୋଟି ଭିନ୍ନ ଭିନ୍ନ ପର୍ଯ୍ୟାୟରୁ ଗତି କରିବା ପରେ ବର୍ତ୍ତମାନ ଆମେରିକାରେ ୧୬ ବର୍ଷରୁ ଅଧିକ ବୟସର ଲୋକଙ୍କୁ କରୋନା ପ୍ରତିଷେଧକ ଟୀକାକୁ ବାଧ୍ୟତାମୂଳକ କରିଦିଆଯାଇଛି । ସେପଟେ ଆମେରିକା ମଧ୍ୟ ସମସ୍ତଙ୍କୁ ମାଗଣା ପ୍ରତିଷେଧକ ଟୀକା ଦେବା ପାଇଁ ଘୋଷଣା କରିଛନ୍ତି । ସେପଟେ ଭାରି ଜନସଂଖ୍ୟାକୁ ପ୍ରତିଷେଧକ ଟୀକା ଲଗାଇବା ପରେ ଏଠାରେ ଲୋକଙ୍କୁ କମ୍ ସଂକ୍ରମିତ ହେଉଛି । ଯେଉଁଥିରୁ କୋଭିଡ୍ ପଜିଟିଭ୍ ସଂଖ୍ୟାରେ ଭାରି ହ୍ରାସ ପରିଲକ୍ଷିତ ହୋଇଛି ।

ଡାକ୍ତର ମାନଙ୍କ ଅନୁଯାୟୀ ପ୍ରତିଷେଧକ ଟୀକା ଲଗାଇବା ପରେ ଲୋକଙ୍କୁ ପୁଣିଥରେ କରୋନା ହେବାର ସମ୍ଭାବନା ନାହିଁ ଏବଂ ଯଦି ସଂକ୍ରମଣ ହୋଇଯାଉଛି ତେବେ ଏହା ହାନିକାରକ ଅଟେ । ଆହୁରି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାର ସମ୍ଭାବନା ମଧ୍ୟ ଖୁବ୍ କମ୍ ଅଟେ । ଏହି କାରଣରୁ ବର୍ତ୍ତମାନ ଆମେରିକାରେ କରୋନାରୁ ହେଉଥିବା ମୃତ୍ୟୁ ସଂଖ୍ୟା ହ୍ରାସ ପାଇଛି ।

୨୭ ଘଣ୍ଟା ପ୍ରତିଷେଧକ ଟୀକା ଉପଲବ୍ଧ –

ସୂଚନା ଅନୁଯାୟୀ ଆମେରିକାରେ ୧୬ରୁ ଅଧିକ ବୟସର ଯେକୌଣସି ସ୍ଥାନକୁ ଯାଇ ପ୍ରତିଷେଧକ ଟୀକା ଲଗାଇ ପାରିବେ । ଲୋକମାନେ ନିଜ ସୁବିଧା ଅନୁସାରେ ୨୪ ଘଣ୍ଟା ମଧ୍ୟରେ କେବେମଧ୍ୟ ଯେକୌଣସି ସେଣ୍ଟରକୁ ଯାଇ ମାଗଣାରେ ପ୍ରତିଷେଧକ ଟୀକା ଲଗାଇପାରିବେ । ଯଦିଓ ଯେଉଁ ଲୋକମାନଙ୍କ ବୟସ ୯୦ କିମ୍ବା୧୦୦ ଆୟୁସୀମା ହୋଇଛି, ତାଙ୍କୁ ସଂକ୍ରମଣରୁ ବଞ୍ଚିବା ପାଇଁ ଡାକ୍ତର ଦଳ ତାଙ୍କ ଘରକୁ ଯାଇ ପ୍ରତିଷେଧକ ଟୀକା ଲଗାଉଛନ୍ତି । ଆମେରିକାରେ ଏକ ଦୀର୍ଘ ଧାଡ଼ି ନଥିବା କାରଣରୁ ଲୋକମାନେ ପ୍ରତିଷେଧକ ଟୀକା ଲଗାଇବାରେ ଅଳସୁଆ ହେଉ ନାହାଁନ୍ତି । ଯଦି ଭାରତ ଏପରି ଭାବରେ ସ୍ଥାନ ସ୍ଥାନରେ ମାଗଣା ଏବଂ ଦରକାରୀ ସୁବିଧା ଉପଲବ୍ଧ କରାଏ ତେବେ ଦେଶକୁ କରୋନା ଯୋଗୁଁ ହେଉଥିବା କ୍ଷତିରୁ ରକ୍ଷା ପାଇପାରିବା ।

ମାଗଣା ପ୍ରତିଷେଧକ ଟୀକା ଏବଂ ଟେଷ୍ଟିଙ୍ଗ ନକରାଇବା କ୍ଷତି-

ଜଣାଇଦେଉଛୁ ଯେ ଭାରତରେ କୋଭିଡ ପରୀକ୍ଷା ସରକାରୀ ସ୍ଥାନ ମାନଙ୍କରେ ମାଗଣା ଅଟେ କିନ୍ତୁ ପ୍ରାଇଭେଟ୍ ଲେବ୍ ଏଥିପାଇଁ ଅଧିକ ରକମ ମାଗୁଛନ୍ତି । ଯଦିଓ ଏହି ପ୍ରତିଷେଧକ ଟୀକା ସାଧାରଣ ନାଗରିକଙ୍କୁ କେତେ ଟଙ୍କାରେ ମିଳିବ, ଏହା ବର୍ତ୍ତମାନ ସ୍ପଷ୍ଟ ହୋଇନାହିଁ, କିନ୍ତୁ ଯଦି ଏହାର ମୂଲ୍ୟ ନିଆଯିବ ତେବେ କରୋନାକୁ ରୋକିବା ବହୁତ କଷ୍ଟକର ହୋଇଯିବ ।

କମ୍ପାନୀ ଗୁଡିକୁ ଆର୍ଥିକ ସହଯୋଗ କରନ୍ତୁ ସରକାର –

ବର୍ତ୍ତମାନ କୌଣସି କର୍ମଚାରୀଙ୍କୁ କରୋନା ହୋଇଗଲା ତେବେ ତାକୁ ଘରେ ଆରାମ କରିବା ସମୟରେ ତାଙ୍କ ଚାକିରୀ ରହିବା ଦରକାର ଏବଂ ତାଙ୍କୁ ସମ୍ପୂର୍ଣ୍ଣ ବେତନ ମଧ୍ୟ ମିଳିବା ଦରକାର । ଏହି କଥାର କେନ୍ଦ୍ର ସରକାରକୁ ଯତ୍ନ ରଖିଥିବା କମ୍ପାନୀ ଗୁଡ଼ିକୁ ଆର୍ଥିକ ସହଯୋଗ ଦେବାର ଦରକାର ଅଛି । ଆମେରିକାରେ କରୋନା ଯୋଗୁଁ ନାଗରିକ ରୋଗରେ ପୀଡ଼ିତ ହେବା ଯୋଗୁଁ ଦେଶକୁ ହୋଇଥିବା କ୍ଷତି ଖୁବ୍ କମ୍ ଅଟେ ।

ରେଣ୍ଡମ୍ ଟେଷ୍ଟିଙ୍ଗ ହେବା ଦରକାର –

ସୂଚିତକରିଦେଉଛୁ ଯେ ଆମେରିକାରେ ବ୍ୟାପାରିକ ପ୍ରତିଷ୍ଠାନ ଗୁଡ଼ିକ ଖୋଲିବାକୁ ଲାଗୁଛି । କିନ୍ତୁ ଏମାନଙ୍କ ଠାରେ କୌଣସି ପ୍ରକାର ସଂକ୍ରମଣରୁ ବଞ୍ଚିବା ପାଇଁ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଦଳ ରେଣ୍ଡମ୍ ଆଧାରରେ କମ୍ପାନୀ ଗୁଡ଼ିକୁ ଯାଆନ୍ତି ଏବଂ କରୋନା ପରୀକ୍ଷା ପାଇଁ ନମୁନା ନିଅନ୍ତି । ଏଥିରୁ କରୋନା ଆଗକୁ ବଢ଼ିବା କୌଣସି ସମ୍ଭାବନାକୁ ରୋକିବା ପାଇଁ ଚେଷ୍ଟା କରାଯାଉଛି । ସେପଟେ ଅଫିସ୍ କଚେରୀରେ ସଂକ୍ରମଣରୁ ବଞ୍ଚିବା ପାଇଁ ମାସ୍କ ପିନ୍ଧିବା ବର୍ତ୍ତମାନ ସୁଦ୍ଧା ଜରୁରୀ ଅଟେ । ଏହା ଫଳରେ ସଂକ୍ରମିତ ହେଲେ ମଧ୍ୟ ଏହି ସଂକ୍ରମଣ ଅନ୍ୟ ଲୋକ ପର୍ଯ୍ୟନ୍ତ ପହଞ୍ଚି ପାରୁନାହିଁ ।

Leave a Reply

Your email address will not be published. Required fields are marked *