ଏମାନେ ଅଟନ୍ତି ସଞ୍ଜୟ ଦତ୍ତଙ୍କ ତିନୋଟି ସୁନ୍ଦରୀ ସ୍ତ୍ରୀ । ଫଟୋ ଦେଖି ଆପଣଙ୍କ ହୋଶ୍ ଉଡ଼ିଯିବ !

ଏମାନେ ଅଟନ୍ତି ସଞ୍ଜୟ ଦତ୍ତଙ୍କ ତିନୋଟି ସୁନ୍ଦରୀ ସ୍ତ୍ରୀ । ଫଟୋ ଦେଖି ଆପଣଙ୍କ ହୋଶ୍ ଉଡ଼ିଯିବ !

ସଞ୍ଜୟ ଦତ୍ତ ହିନ୍ଦୀ ସିନେମା ଜଗତରେ ନିଜର ଦମଦାର ଅଭିନୟ ଓ ନିଜର ଅଫେୟାର ଗୁଡ଼ିକ ପାଇଁ ଜଣାଶୁଣା । ସେ ଜଣେ ପ୍ରସିଦ୍ଧ ଅଭିନେତା ଓ ନିର୍ମାତା ଅଟନ୍ତି । ଲୋକମାନେ ତାଙ୍କୁ ପ୍ରେମରେ ସଞ୍ଜୁ ବାବା, ଡେଡ଼ଲୀ ଦତ୍ତ, ମୁନ୍ନା ଭାଇ ଡାକନ୍ତି । ସଞ୍ଜୟ ଦତ୍ତଙ୍କ ଜନ୍ମ ପ୍ରସିଦ୍ଧ ଅଭିନେତା ଓ ଅଭିନେତ୍ରୀ ସୁନୀଲ ଦତ୍ତ ଓ ନର୍ଗିସଙ୍କ ଘରେ ହୋଇଥିଲା । ତାଙ୍କ ପିତା ସୁନୀଲ ଦତ୍ତ ଓ ମାତା ନର୍ଗିସ୍ ହିନ୍ଦୀ ଚଳଚ୍ଚିତ୍ର ଜଗତର ଜଣେ ଜଣେ ଉତ୍ତମ କଳାକାର ଏବଂ ସେମାନେ ଅନେକ ସୁପରହିଟ୍ ଚଳଚ୍ଚିତ୍ର ଦେଇଛନ୍ତି । ସେମାନେ ପାଖାପାଖି ସମସ୍ତ ଶୈଳୀର ଚଳଚ୍ଚିତ୍ରରେ କାମ କରିଛନ୍ତି । ତାହା ଏକ୍ସନ୍, କମେଡି ହେଉ କିମ୍ବା ରୋମାନ୍ସ ହେଉ । ସଞ୍ଜୟ ଦତ୍ତଙ୍କ ଚାଲିବା ଶୈଳୀରୁ ଲୋକମାନେ ଆଜି ମଧ୍ୟ ଦିୱାନା ଅଟନ୍ତି ।

google

ସଞ୍ଜୟ ଦତ୍ତଙ୍କ ବ୍ୟକ୍ତିଗତ ଜୀବନ ସବୁବେଳେ ଦୁଃଖସୁଖରେ ଭରପୂର ରହିଆସିଛି । ତାହା ତାଙ୍କ ବିବାଦିତ ମାମଲା ହେଉ କିମ୍ବା ତାଙ୍କ ବିବାହ ମାମଲା । ସଞ୍ଜୟ ଦତ୍ତଙ୍କ ତିନୋଟି ବିବାହ ହୋଇଛି, ଅର୍ଥାତ ସେ ତିନି ଜଣଙ୍କୁ ବାହା ହୋଇଛନ୍ତି, ତାଙ୍କ ପ୍ରଥମ ସ୍ତ୍ରୀଙ୍କ ଠାରୁ ତାଙ୍କର ଗୋଟିଏ ଝିଅ ଅଛି ତ୍ରିଶଳା ଓ ତାଙ୍କ ତୃତୀୟ ସ୍ତ୍ରୀ ମାନ୍ୟତା ଦତ୍ତଙ୍କ ଦୁଇଟି ଯାଆଁଳା ସନ୍ତାନ ଅଛନ୍ତି । ସଞ୍ଜୟଙ୍କ ନାମ ଅନେକ ହିରୋଇନ ମାନଙ୍କ ସହ ମଧ୍ୟ ଜଡ଼ିତ ହୋଇଥିଲା ।

ସଞ୍ଜୟ ଦତ୍ତଙ୍କ ପ୍ରଥମ ପତ୍ନୀ

google

ପ୍ରଥମ ସ୍ତ୍ରୀ ରିଚା ଶର୍ମା ଓ ସଞ୍ଜୟ ଦତ୍ତଙ୍କ ଦେଖା ଏକ ଚଳଚ୍ଚିତ୍ରର ମୂହୁର୍ତ୍ତରେ ହୋଇଥିଲା । ସଞ୍ଜୟ ଯେତେବେଳେ ରିଚାଙ୍କ ଫଟୋ ଲୋକଲ ମେଗାଜିନରେ ଦେଖିଥିଲେ, ତେବେଠାରୁ ସେ ତାଙ୍କ ଦିୱାନା ହୋଇଯାଇଥିଲେ । ଯେତେବେଳେ ରିଚା ୧୯୮୭ରେ ଚଳଚ୍ଚିତ୍ର ‘ଆଗ୍ ହି ଆଗ୍’ର ଶୁଟିଂ କରୁଥିଲେ, ସେତେବେଳେ ସଞ୍ଜୟ ତାଙ୍କୁ ପ୍ରପୋଜ୍ କରିଥିଲେ । କିନ୍ତୁ ରିଚା ସେହି ସମୟରେ କୌଣସି ଉତ୍ତର ଦେଇ ପାରିନଥିଲେ । କିନ୍ତୁ ସଞ୍ଜୟ ବାରମ୍ବାର ତାଙ୍କୁ ଉତ୍ତର ଦେବା ପାଇଁ ଫୋନ୍ କରୁଥିଲେ । ଶେଷରେ ରିଚା ତାଙ୍କୁ ହଁ କହିଦେଲେ । ଦୁହିଁଙ୍କ ବିବାହ ୧୯୮୭ ମସିହାରେ ହୋଇଥିଲା । ୧୯୮୮ରେ ତାଙ୍କ ଝିଅ ତ୍ରିଶଳା ଜନ୍ମ ହେଲେ । ଝିଅ ଜନ୍ମର ଦୁଇ ବର୍ଷ ପରେ ଜଣାପଡ଼ିଲା ଯେ ରିଚାଙ୍କୁ ବ୍ରେନ୍ ଟ୍ୟୁମର ଅଛି । ୧୯୯୬ ମସିହାରେ ରିଚାଙ୍କ ନିଧନ ହୋଇଗଲା । ତାଙ୍କ ଝିଅ ତ୍ରିଶଳା ତାଙ୍କ ଆଇ ଅଜାଙ୍କ ସହିତ ୟୁଏସ ବା ଆମେରିକାରେ ରୁହନ୍ତି ।

ସଞ୍ଜୟ ଦତ୍ତଙ୍କ ଦ୍ୱିତୀୟ ପତ୍ନୀ

google

ଏହା ପରେ ସଞ୍ଜୟ ୧୯୯୮ ମସିହାରେ ରିୟା ପିଲ୍ଲେଙ୍କୁ ଦ୍ୱିତୀୟ ବିବାହ କଲେ । କୁହାଯାଏ ଯେ ସଞ୍ଜୟ ରିୟାଙ୍କୁ ବହୁତ ଭଲ ପାଉଥିଲେ କିନ୍ତୁ ବିବାହ ସଫଳ ହୋଇପାରିଲା ନାହିଁ । ୨୦୦୫ରେ ଦୁହେଁ ଅଲଗା ହୋଇଗଲେ । ସଞ୍ଜୟ ଦତ୍ତ ରିୟାଙ୍କ ଶପିଙ୍ଗ ଓ ମୋବାଇଲ ବିଲର ଖର୍ଚ୍ଚ ତେବେ ଯାଏ ଉଠାଇଲେ ଯେତେବେଳେ ଯାଏ ତାଙ୍କର ଛାଡ଼ପତ୍ର ହୋଇନଥିଲା । ୨୦୦୨ ମସିହାରେ ସଞ୍ଜୟଙ୍କ ନାମ ଯୋଡାଗଲା ତାଙ୍କ ଚଳଚ୍ଚିତ୍ର ‘କାଣ୍ଟେ’ର ହିରୋଇନ ନାଦୀୟ ଦୁରାନିଙ୍କ ସହିତ । କୁହାଯାଏ ଯେ ନଦୀୟାଙ୍କ ପାଇଁ ରିୟା ଓ ସଞ୍ଜୟଙ୍କ ଛାଡ଼ପତ୍ର ହୋଇଥିଲା । ଯଦିଓ ଏହି ପ୍ରେମ ସମ୍ପର୍କ କିଛି ସମୟ ପର୍ଯ୍ୟନ୍ତ ଚାଲିଥିଲା ପରେ ଦୁହିଁଙ୍କ ବ୍ରେକ୍ ଅପ୍ ହୋଇଗଲା ।

ସଞ୍ଜୟ ଦତ୍ତଙ୍କ ତୃତୀୟ ପତ୍ନୀ

google

ତା’ପରେ ୭ ଫେବ୍ରୁଆରୀ ୨୦୦୮ ମସିହାରେ ସଞ୍ଜୟ ତୃତୀୟ ବିବାହ କଲେ । ସଞ୍ଜୟ ଦତ୍ତଙ୍କ ତୃତୀୟ ସ୍ତ୍ରୀଙ୍କ ନାମ ମାନ୍ୟତା ଦତ୍ତ ଅଟେ । ଦୁହେଁ ଗୋଆରେ ବିବାହ କରିଥିଲେ । ୨୧ ଅକ୍ଟୋବର ୨୦୧୦ ମସିହାରେ ସଞ୍ଜୟ ଦୁଇଟି ଯାଆଁଳା ଶିଶୁର ପିତା ହେଲେ । ତାଙ୍କ ପୁଅର ନାମ ଶହରାନ୍ ଓ ଝିଅର ନାମ ଇକରା ଅଟେ । ମାନ୍ୟତାଙ୍କ ପ୍ରକୃତ ନାମ ଦିଲନବାଜ ଶେଖ ଅଟେ । ସେ ବଲିଉଡ଼ର କିଛି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ବର୍ତ୍ତମାନ ସେ ସଞ୍ଜୟଙ୍କ ପ୍ରଡକ୍ସନ ହାଉସ୍ ସମ୍ଭାଳନ୍ତି ।

Leave a Reply

Your email address will not be published. Required fields are marked *