ବଲିଉଡ଼ରେ ଅଧିକ ସଫଳତା ହାସଲ କରିବା ପରେ ଦୁନିଆରୁ ବିଦାୟ ନେଇଥିଲେ ଏହି ଅଭିନେତ୍ରୀମାନେ !

ବଲିଉଡ଼ରେ ଅଧିକ ସଫଳତା ହାସଲ କରିବା ପରେ ଦୁନିଆରୁ ବିଦାୟ ନେଇଥିଲେ ଏହି ଅଭିନେତ୍ରୀମାନେ !

ବଲିଉଡ଼ ଅଭିନେତ୍ରୀ ମାନଙ୍କ ଆକସ୍ମିକ ମୃତ୍ୟୁ, ଦିବ୍ୟା ଭାରତୀ, ପରବିନ ବବି, ମଧୁବାଲା, ମୀନା କୁମାରୀ, ସ୍ମିତା ପାଟିଲ,
ଇତ୍ୟାଦି ଅଟନ୍ତି :-

ହିନ୍ଦୀ ସିନେମାରେ ଆପଣମାନେ ଅନେକଗୁଡ଼ିଏ ସୁନ୍ଦରୀ ଅଭିନେତ୍ରୀଙ୍କୁ ଦେଖିଥିବେ । ଯାହାଙ୍କ ଫିଲ୍ମୀ କ୍ୟାରିୟର୍ ହେଉ କିମ୍ବା ବ୍ୟକ୍ତିଗତ ଜୀବନ ହେଉ ସମସ୍ତ ଅଂଶରେ ଜଣେ ସଫଳ ମହିଳା ଅଟନ୍ତି । କିନ୍ତୁ ହିନ୍ଦୀ ସିନେମାର ଏପରି କିଛି ଅଭିନେତ୍ରୀ ଅଛନ୍ତି ଯାହାଙ୍କ ଫିଲ୍ମୀ କ୍ୟାରିୟର୍ ବହୁତ ଭଲ ଥିଲା, କିନ୍ତୁ ତାଙ୍କୁ ବହୁତ ଭୟାନକ ମୃତ୍ୟୁ ମିଳିଲା । ଆଜି ଆମେ ଆପଣଙ୍କୁ ଏପରି କିଛି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କ ମୃତ୍ୟୁ ସମସ୍ତଙ୍କୁ ଚକିତ କରି ଦେଇଥିଲା ।

ଦିବ୍ୟା ଭାରତୀ

ହିନ୍ଦୀ ସିନେମାର ବହୁତ ସୁନ୍ଦରୀ ଅଭିନେତ୍ରୀ ଦିବ୍ୟା ଭାରତୀଙ୍କ ବିଷୟରେ ଆଲୋଚନା କରିବା ତେବେ ଦିବ୍ୟା ଏପରି ଅଭିନେତ୍ରୀ ଅଟନ୍ତି ଯିଏ ଖୁବ୍ କମ୍ ବୟସରେ ବଲିଉଡ଼ରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଦିବ୍ୟା ପରଦାରେ ଗୋଟିଏ ପରେ ଗୋଟିଏ ହିଟ୍ ଚଳଚ୍ଚିତ୍ର ଦେଇଥିଲେ ଏବଂ ସ୍ଥାପିତ ହିରୋଇନ ମାନଙ୍କୁ ଟକ୍କର୍ ଦେଇଥିଲେ । ମାତ୍ର ୩ ବର୍ଷ ମଧ୍ୟରେ ସେ ୨୦ଟି ଚଳଚ୍ଚିତ୍ର କରି ଖୁବ୍ ନାମ ଅର୍ଜନ କରିଥିଲେ । କିନ୍ତୁ ୫ ଏପ୍ରିଲ୍ ୧୯୯୩କୁ ମୁମ୍ବାଇର ବରଶୋବାର ଏକ ଅପାର୍ଟମେଣ୍ଟର ୫ ମହଲାରୁ ଖସି ପଡ଼ି ଦିବ୍ୟାଙ୍କ ମୃତ୍ୟୁ ହୋଇଯାଇଥିଲା । ତାଙ୍କ ମୃତ୍ୟୁର ରହସ୍ୟ ଆଜି ପର୍ଯ୍ୟନ୍ତ ସମାଧାନ ହୋଇପାରି ନାହିଁ । ଯଦିଓ ପୋଲିସ୍ ମାନେ ଏହାକୁ ଏକ ଦୁର୍ଘଟଣା କହି ତାଙ୍କ ଫାଇଲ୍ ବନ୍ଦ କରି ଦେଇଥିଲେ ।

ମିନା କୁମାରୀ

‘ଟୁକଡେ ଟୁକଡେ ଦୀନ୍ ବିତା’, ‘ଧଜ୍ଜୀ ଧଜ୍ଜୀ ରାତ୍ ମିଳି’, ‘ଜିସକା ଜିତନା ଆଚଲ୍ ଥା’, ‘ଉତନୀ ହି ସୌଗାତ୍ ମିଳି ।’ ‘ସେ ଫଳସଫା’ ହିନ୍ଦୀ ସିନେମାର ‘ଟ୍ରେଜେଡି କୁଇନ୍’ ନାମରେ ପ୍ରସିଦ୍ଧ ମୀନା କୁମାରୀ ଅଟନ୍ତି । ଉର୍ଦ୍ଦୁ ସାୟରୀରେ ରୁଚି ରଖୁଥିବା ମୀନା କୁମାରୀ ଜୀବନଯାକ ପ୍ରକୃତ ଭଲପାଇବା ପାଇଁ ଖୋଜି ହୁଅନ୍ତି । ମୀନା କୁମାରୀ ୩୦ ବର୍ଷ ବୟସରେ ପାଖାପାଖି ୯୦ଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଅଭିନେତ୍ରୀଙ୍କ କ୍ୟାରିୟର୍ ବେଶ୍ ସଫଳ ଥିଲା କିନ୍ତୁ ବାସ୍ତବ ଜୀବନରେ ସେ ବହୁତ କଷ୍ଟ ଦେଇ ଗତି କରିଥିଲେ । ଯାହାକୁ ସହ୍ୟ କରିବା ପାଇଁ ସେ ମଦର ଆଶ୍ରୟ ନେଇଥିଲେ । ମଦ ନିଶା ଯୋଗୁଁ ମୀନା କୁମାରୀଙ୍କୁ ଯକୃତ ରୋଗ ହୋଇଥିଲା । ଶେଷରେ ଏପରି ଅବସ୍ଥା ହୋଇଗଲା ଯେ ଅଭିନେତ୍ରୀ ପାଖରେ ହସ୍ପିଟାଲର ବିଲ୍ ଭରିବା ଏତିକି ଟଙ୍କା ମଧ୍ୟ ନଥିଲା ।

ପରବିନ୍ ବବି

ପରବିନ୍ ବବି ବିଷୟରେ ଆଲୋଚନା କରିବା ତେବେ ଅଭିନେତ୍ରୀଙ୍କୁ ହିନ୍ଦୀ ସିନେମାର ସୁନ୍ଦରୀ ଓ ଆକର୍ଷକ ଅଭିନେତ୍ରୀ କୁହାଯାଉଥିଲା ଏବଂ ପରବିନ୍ ବବି ଇଣ୍ଡଷ୍ଟ୍ରିର ସର୍ବଶ୍ରେଷ୍ଠ ଅଭିନେତ୍ରୀ ମଧ୍ୟରୁ ଜଣେ ଥିଲେ । ୮୦-୯୦ ଦଶକରେ ନିଜ ଶୈଳୀରୁ କୋଟି କୋଟି ଲୋକଙ୍କ ହୃଦୟରେ ରାଜ୍ କରୁଥିବା ପରବିନ୍ ବବିଙ୍କ ମୃତ୍ୟୁ ମଧ୍ୟ ଦୁଃଖଦାୟକ ଥିଲା । ଜଣାଇଦେଉଛୁ ଯେ ପରବିନ୍ ସ୍ତିଜୋଫ୍ରେନିୟା ଭଳି ଗମ୍ଭୀର ରୋଗର ଶିକାର ହୋଇଯାଇଥିଲା ଯାହାକି ଏକ ମାନସିକ ରୋଗ ଥିଲା । ଏହି ରୋଗ ଅଭିନେତ୍ରୀଙ୍କ କ୍ୟାରିୟର୍ ଓ ସମ୍ପର୍କ ସବୁକିଛି ଛଡେଇ ନେଇଥିଲେ । ୨୦୦୫ ମସିହାରେ ପରବିନ୍ ନିଜ ଘରେ ମୃତ ଅବସ୍ଥାରେ ଉଦ୍ଧାର ହୋଇଥିଲେ ଏବଂ ତାଙ୍କ ଶବ ୩ ଦିନ ପର୍ଯ୍ୟନ୍ତ ଘରେ ପଡ଼ି ରହିଥିଲା ।

ମଧୁବାଲା

ସିନେମା ଜଗତର ବିନସ୍ କୁହାଯାଉଥିବା ଅଭିନେତ୍ରୀ ମଧୁବାଲା ବହୁତ ସୁନ୍ଦରୀ ଅଭିନେତ୍ରୀ ମଧ୍ୟରୁ ଜଣେ ଅଟନ୍ତି । ମଧୁବାଲାଙ୍କ ଚେହେରା ଯେତିକି ସୁନ୍ଦର ଥିଲା ସେତିକି ସୁନ୍ଦର ଥିଲା ତାଙ୍କ ହୃଦୟ । ମଧୁବାଲାଙ୍କ ଫିଲ୍ମୀ କ୍ୟାରିୟର୍ ଯେତିକି ସଫଳ ଥିଲା ଏହାର ଓଲଟା ତାଙ୍କ ବ୍ୟକ୍ତିଗତ ଜୀବନରେ ଅନେକ ସମସ୍ୟା ଥିଲା । ଦିଲୀପ୍ କୁମାରଙ୍କ ସହିତ ତାଙ୍କ ଅସଫଳ ପ୍ରେମ ଅଭିନେତ୍ରୀଙ୍କୁ ଭିତରୁ ଭାଙ୍ଗି ଦେଲା । କୁହାଯାଏ ଯେ ମଧୁବାଲାଙ୍କ ହୃଦୟରେ ଛେଦ ଥିଲା ଏବଂ ସେହି ସମୟରେ ଏହାର କୌଣସି ଚିକିତ୍ସା ନଥିଲା । ଯାହା ଫଳରେ ଅଭିନେତ୍ରୀ ମାତ୍ର ୩୬ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଥିଲେ ।

ସ୍ମିତା ପାଟିଲ୍

ଅଭିନେତ୍ରୀ ସ୍ମିତା ପାଟିଲ୍ ନିଜ କ୍ୟାରିୟରର ୧୦ ବର୍ଷରେ ବହୁତ ଭଲ ଭଲ ଚଳଚ୍ଚିତ୍ର ଦେଇଛନ୍ତି । ସ୍ମିତା ନିଜ ଚଳଚ୍ଚିତ୍ର ବ୍ୟତୀତ ରାଜ୍ ବବ୍ବରଙ୍କ ସହିତ ଅଫେୟାରକୁ ନେଇ ମଧ୍ୟ ଚର୍ଚ୍ଚାରେ ଥିଲେ । ସ୍ମିତା ରାଜ୍ ବବ୍ବରଙ୍କ ଦ୍ୱିତୀୟ ସ୍ତ୍ରୀ ଥିଲେ । କିନ୍ତୁ ବିବାହ ପରେ ପୁଅ ପ୍ରତୀକ ବବ୍ବରଙ୍କୁ ଜନ୍ମ ଦେବା ସମୟରେ ତାଙ୍କ ମୃତ୍ୟୁ ହୋଇଗଲା ।

Leave a Reply

Your email address will not be published. Required fields are marked *