ଏହି ଅଭିନେତ୍ରୀ ମାନେ ଆପତ୍ତିଜନକ ଅବସ୍ଥାରେ ଧରା ପଡିଥିଲେ !

ଏହି ଅଭିନେତ୍ରୀ ମାନେ ଆପତ୍ତିଜନକ ଅବସ୍ଥାରେ ଧରା ପଡିଥିଲେ !

ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ମାୟା ନଗରୀ ସାମ୍ନାରୁ ଯେତିକି ରଙ୍ଗୀନ୍ ଦେଖାଯାଏ ପଛରୁ ସେତିକି ରଙ୍ଗହୀନ । ବର୍ତ୍ତମାନ ପ୍ରାୟ ପ୍ରତ୍ୟେକ ବ୍ୟକ୍ତି ଟଙ୍କା ଏବଂ ସୁନାମ ଅର୍ଜନ କରିବାକୁ ଚାହାଁନ୍ତି । ଏହି ଇଛା ରଖି ଅନେକ ବ୍ୟକ୍ତି ମାୟା ନଗରୀ ମୁମ୍ୱାଇକୁ ଆସନ୍ତି । ଏଠାକୁ ଆସିବା ପରେ ମାତ୍ର ହାତଗଣତି ଲୋକ ସଫଳତାର ଶିଖର ହାସଲ କରନ୍ତି କିନ୍ତୁ ଅନେକ ଲୋକ ମାୟାନଗରୀର ମାୟା ଭିତରେ ଛନ୍ଦି ହୋଇଯାଆନ୍ତି ।

ଆଜି ଏପରି କିଛି ଅଭିନେତ୍ରୀଙ୍କ ବିଷୟରେ ଜାଣିବା ଯେଉଁମାନେ ଚଳଚ୍ଚିତ୍ର ଜଗତକୁ ଆସିଥିଲେ ସୁନାମ ଅର୍ଜନ କରିବା ପାଇଁ କିନ୍ତୁ ନାମ ଏବଂ ଖ୍ୟାତି ଅପେକ୍ଷା ତାଙ୍କୁ ଦୁର୍ନାମ ଅଧିକ ମିଳିଲା । କେବଳ ଏତିକି ନୁହେଁ ଏହି ଅଭିନେତ୍ରୀମାନେ ସେକ୍ସ ରାକେଟ୍ ଭଳି ଭୟଙ୍କର ମାମଲାରେ ଧରପଡିଥିଲେ । ଏମାନଙ୍କ ମଧ୍ୟରେ ଏପରି ଜଣେ ଅଭିନେତ୍ରୀ ବି ଅଛନ୍ତି ଯିଏକି ମାତ୍ର ୨୭ବର୍ଷ ବୟସରେ ଏହି ଦୁନିଆ ଛାଡି ଚାଲିଗଲେ । ଆସନ୍ତୁ ଜାଣିବା ଏପରି କିଛି ଅଭିନେତ୍ରୀଙ୍କ ବିଷୟରେ ଯେଉଁମାନେ ହିରୋଇନ୍ ହେବା ପାଇଁ ମାୟା ଦୁନିଆକୁ ଆସିଥିଲେ କିନ୍ତୁ ସେ ସେକ୍ସ ରାକେଟ୍ ଭଳି ମାମଲାରେ ଫସିଗଲେ ।

ଐଶ୍ ଅନସାରୀ

ତାମିଲ ଚଳଚ୍ଚିତ୍ରରେ ଆଇଟମ୍ ଗାର୍ଲ ଭାବେ ଦର୍ଶକଙ୍କ ହୃଦୟ ଲୁଟ୍ କରୁଥିବା ଐଶ୍ ଅନସାରୀଙ୍କୁ ୨୦୧୧ ମସିହାରେ ଦେହବ୍ୟାପାର ଅଭିଯୋଗରେ ଯୋଧପୁର ପୋଲିସ୍ ଗିରଫ୍ କରିଥିଲା । ଐଶ୍ ଅନସାରୀଙ୍କୁ ଗିରଫ୍ କରିବା ପରେ ଛାନଭିନରୁ ଜଣା ପଡିଲା ଯେ ତାଙ୍କର ସେକ୍ସ ରାକେଟ୍ ବ୍ୟବସାୟ ଦେଶର ବଡ଼ ବଡ ସହରରେ ଚାଲିଛି ।

ଶ୍ୱେତା ବାସୁ

ଚଳଚ୍ଚିତ୍ର ‘ମକଡି’ରୁ ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ ଶ୍ୱେତା ବାସୁଙ୍କ ନାମ ସେକ୍ସ ରାକେଟ୍ ସହିତ ଜଡିତ ଥିବା ଜଣା ପଡିବା ପରେ ତାଙ୍କୁ ଗିରଫ୍ କରାଯାଇଥିଲା କିନ୍ତୁ ସେକ୍ସ ସ୍କାଣ୍ଡାଲରେ ସମ୍ପୃକ୍ତ ଥିବା ଅଭିଯୋଗରେ ଗିରଫ୍ ହୋଇଥିବା ଷ୍ଟାର୍ ଶ୍ୱେତା ବାସୁ ପ୍ରସାଦ ନିର୍ଦ୍ଦୋଷରେ ଖଲାସ୍ ହୋଇଥିଲେ । ଉଲ୍ଲେଖନୀୟ ଯେ ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ମକଡି’ ୨୦୦୨ ମସିହାରେ ଆସିଥିଲା ​​ଏବଂ ଏଥିପାଇଁ ସେ ଜାତୀୟ ପୁରସ୍କାର ମଧ୍ୟ ପାଇଥିଲେ ।

ସାଏରା ବାନୁ

ଦକ୍ଷିଣ ଚଳଚ୍ଚିତ୍ରରେ ଅଭିନୟ କରୁଥିବା ସାଏରାଙ୍କୁ ୨୦୧୦ ମସିହାରେ ପୋଲିସ୍ ହୋଟେଲ୍ ଉପରେ ଚଢ଼ାଉ କରୁଥିବା ବେଳେ ହାଇଦ୍ରାବାଦର ଏକ ହୋଟେଲରୁ ଗିରଫ୍ କରିଥିଲା ।

ଭୁବନେଶ୍ୱରୀ

ଚଳଚ୍ଚିତ୍ରରେ ନିଜର ସେକ୍ସି ଅଦା ସହ ଲୋକଙ୍କୁ ଘାୟଲ୍ କରୁଥିବା ଟପ୍ ବି-ଗ୍ରେଡ୍ ଚଳଚ୍ଚିତ୍ର ଅଭିନେତ୍ରୀ ଭୁବନେଶ୍ୱରୀ ଚେନ୍ନାଇରେ ଏକ ସେକ୍ସ ରାକେଟ୍ ଚଳାଇବା ଅଭିଯୋଗରେ ଧରପଡିଥିଲେ ।

ଏହି ଅଭିନେତ୍ରୀମାନଙ୍କ ପରେ ଆସନ୍ତୁ ଜଣେ ଏପରି ଅଭିନେତ୍ରୀଙ୍କ ବିଷୟରେ ଜାଣିବା ଯିଏକି କେବଳ ସେକ୍ସ ରାକେଟରେ ଜଡିତ ନଥିଲେ ମାତ୍ର ୨୭ବର୍ଷ ବୟସରେ ଏହି ଦୁନିଆ ଛାଡି ଚାଲି ଯାଇଥିଲେ । ୨୭ବର୍ଷ ବୟସରେ ଏହି ଦୁନିଆ ଛାଡି ଚାଲିଯାଇଥିବା ମିଷ୍ଟି ମୁଖାର୍ଜୀ ବଙ୍ଗଳା ଚଳଚ୍ଚିତ୍ରରୁ ନିଜ ଅଭିନୟ କ୍ୟାରିଅର୍ ଆରମ୍ଭ କରିଥିଲେ । ଏହାପରେ ସେ ତାମିଲ୍, ତେଲୁଗୁ ଏବଂ ଅନ୍ୟାନ୍ୟ ଭାଷାର ଚଳଚ୍ଚିତ୍ରରେ କାର୍ଯ୍ୟ କରିଥିଲେ । ମିଷ୍ଟି ଫିଲ୍ମ “ଲାଇଫ୍ କି ତୋ ଲଗ୍ ଗଇ”ରୁ ନିଜର ବଲିଉଡ କ୍ୟାରିୟର୍ ଆରମ୍ଭ କରିଥିଲେ । ଏହାପରେ ସେ ୨୦୧୩ ମସିହାରେ ରଜନୀଶ୍ ଦୁଗଲଙ୍କ ସହ ଫିଲ୍ମ “ମେ କ୍ରୀଷ୍ଣ ହୁଁ”ର ଏକ ଗୀତରେ ଅଭିନୟ କରିଥିଲେ । ‘IAS’ ଓପି ଗୁପ୍ତାଙ୍କ ଘରେ ହୋଇଥିବା ଚଢାଉ ସମୟରେ ହାଇ ପ୍ରୋଫାଇଲ୍ ସେକ୍ସ ରାକେଟ୍ ଚଳାଉଥିବା ଅଭିଯୋଗରେ ମିଷ୍ଟି ପୋଲିସ୍ ହାତରେ ଧରାପଡିଥିଲେ । ପୋଲିସ୍ ତାଙ୍କୁ ଆପତ୍ତିଜନକ ଅବସ୍ଥାରେ ଧରିଥିଲା । ଏହା ପରେ ସେହି ବର୍ଷ ତାଙ୍କର ଦେହାନ୍ତ ଘଟିଥିଲା । ମିଷ୍ଟିଙ୍କ ମୃତ୍ୟୁ ପରେ ପରିବାର ସଦସ୍ୟ କହିଥିଲେ ଯେ ମିଷ୍ଟି ମୁଖାର୍ଜୀ “କିଟୋ ଡାଏଟ୍”ରେ ଥିଲେ ଯେଉଁ କାରଣରୁ ତାଙ୍କ କିଡନୀ ଫେଲ୍ ହୋଇ ତାଙ୍କର ମୃତ୍ୟୁ ଘଟିଥିଲା ।

Leave a Reply

Your email address will not be published. Required fields are marked *